ସଂକ୍ଷେପରେ ଆଜିର ତାଜା ଖବର - Thursday, 21 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀ ପ୍ରତାପ କହିଥିଲେ ଗୋବିନ୍ଦ ଶିକ୍ଷା ବିକାଶର ବିନ୍ଧାଣୀ, ଆଉ କ୍ୟାପ୍ଟେନ୍‌ କହିଥିଲେ ୟଙ୍ଗ ଲାଗୁଛି

ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି । More

କାଲି ଗୋବିନ୍ଦ, ଆଜି ରାଧେ ! ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ.. ମୋବାଇଲ୍

କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ । More

ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । More

ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି । କମିଶନଙ୍କ ହସ୍ତକ୍ଷେପ ଦାବି କରି ବିଜେପି ମାନବାଧିକାର କମିଶନଙ୍କୁ ଭେଟି ଆଲୋଚନା କରିଛି । More

ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍‌ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି । More

କଙ୍ଗାରୁ କୋର୍ଟରେ ବାପ-ପୁଅଙ୍କୁ ମାଡ଼ ଘଟଣା, ୭ ଅଭିଯୁକ୍ତ ଜେଲ ଗଲେ

ବାପା, ପୁଅଙ୍କୁ ମାଡ଼ ଘଟଣାରେ ୭ ଅଭିଯୁକ୍ତ ଜେଲ୍ ଗଲେ । JMFC କୋର୍ଟରେ ଜାମିନ ଖାରଜ ହେବାରୁ ୭ ଜଣ ଅଭିଯୁକ୍ତ ଜେଲ୍ ଗଲେ । ପେଟ୍ରୋଲ ପମ୍ପରୁ ଲୁଟ ଘଟଣାରେ କଙ୍ଗାରୁ କୋର୍ଟ ବସାଇ, ସେଥିରେ ନ୍ୟାୟ ନିସାପ କରି ଏମାନେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । More

ଆଜି ହେଉଛି ଓଡିଶା ପୋଲିସର ୬୨ତମ ସହିଦ ସ୍ମୃତି ଦିବସ

ଆଜି ହେଉଛି ଓଡିଶା ପୋଲିସର ୬୨ତମ ସହିଦ ସ୍ମୃତି ଦିବସ ।  ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଷ୍ଠ ଅବଦାନକୁ ମନେ ପକାଯାଉଛି ଓଡିଶା ପୋଲିସ । ମୁଖ୍ୟାଳୟ ସ୍ଥିତ ବୀର ସହିଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ସହ ପରେଡ ଅନୁଷ୍ଠିତ ହୋଇଛି।  ଏହି ଅବସରରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ବଳିଦାନକୁ ପୋଲିସ ଡିଜି  ଅଭୟ ମନେ ପକାଇଛନ୍ତି । ଚଳିତ ବର୍ଷ କରୋନାରେ ୨୨ ଜଣ ପୋଲିସ କର୍ମଚାରୀ ପ୍ରାଣବଳି ଦେଇଥିବା ବେଳେ ୪ ଜଣ କର୍ତ୍ତବ୍ୟ ପାଳନ ବେଳେ ସହିଦ ହୋଇଛନ୍ତି।  ସେହିପରି ଭୁବନେଶ୍ୱର ପୋଲିସ ରିଜର୍ଭ ପଡ଼ିଆରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି। 

ଖୋଲିବ କି ମୁର୍ଶିଦାବାଦ ବ୍ରାଉନସୁଗର ଗୁମର ?

ଖୋଲିବ କି ମୁର୍ଶିଦାବାଦ ବ୍ରାଉନସୁଗର ଗୁମର। କ୍ରାଇମବ୍ରାଞ୍ଚ କବଜାରେ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ । ଟାଙ୍ଗୀରେ ଡିଲ୍ ବେଳେ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଯାହାର ଓଜନ ୧ କିଲୋ ୪୩ ଗ୍ରାମ ବୋଲି ଜଣାପଡ଼ିଛି। ଗିରଫ ବେପାରୀ ଜଣକ ହେଉଛି ପଶ୍ଚିମବଙ୍ଗ ମୁର୍ଶିଦାବାଦ ପାଳିଆପଡ଼ା ମିର୍ଜାପୁରର ସଫିକୁଲ୍ ଶେଖ୍। ଟାଙ୍ଗୀରେ ୧୬ ନମ୍ବର ଜାତୀୟ ରାଜପଥ ପାଖରେ ସଫିକୁଲ୍ ଡିଲ୍ କରୁଥିବା ବେଳେ ଗୁଇନ୍ଦା ସୂତ୍ର ଆଧାରରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲ॥ ଘଟଣାସ୍ଥଳରୁ ତାକୁ ଗିରଫ କରାଯାଇଥିଲା। ତେବେ ବାଂଲାଦେଶରୁ ସୀମା ପାର ହୋଇ ମୁର୍ଶିଦାବାଦ ଓ ମୁର୍ଶିଦାବାଦରୁ ଓଡ଼ିଶାକୁ ବ୍ରାଉନସୁଗର ଚାଲାଣ ହେଉଛି ବୋଲି ଅଭିଯୋଗ ହୋଇଥାଏ। ସଫିକୁଲ୍ ଗିରଫ ହେବା ପରେ ଆନ୍ତଃରାଜ୍ୟ ବ୍ରାଉନସୁଗର କାରବାରର ଗୁମର ଫିଟିପାରେ ବୋଲି ଆଶା କରାଯାଉଛି। 

ମମିତା ମେହେର ହତ୍ୟା ମାମଲା: ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ

ମମିତା ହତ୍ୟା ଘଟଣାକୁ ୧୩ ଦିନ ବିତି ଯାଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ହେଲେ ପୋଲିସ୍‌ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟା ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। More

କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ? ଷ୍ଟାଡିୟମରେ ମିଳିପାରେ ପ୍ରମାଣ

କୁଆଡ଼େ ଗଲା କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୋବାଇଲ୍ ? ମୃତ୍ୟୁ ପରେ ମମିତାଙ୍କ ମୋବାଇଲ୍‌ ମିଳିପାରି ନାହିଁ। ପୋଲିସ୍ ଓ ଘର ଲୋକେ ମୋବାଇଲ୍‌କୁ ଖୋଜିଛନ୍ତି। ହେଲେ ଏବେ ସୁଦ୍ଧା ମମିତାଙ୍କ ମୋବାଇଲ ମିଳିପାରି ନାହିଁ। More

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। More

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା।  More

ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। More

ଧୀରେ ଧୀରେ ଗୁମର ଖୋଲୁଛି ଗୋବିନ୍ଦ, ହତ୍ୟା ପୂର୍ବରୁ ମମିତାଙ୍କୁ ମାଣିକେଶ୍ୱରୀ ମନ୍ଦିର ନେଇ ଯାଇଥିଲା

ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। More

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଲାଉ ପଲାଉ’

ଏବେ ଚାଲିଛି ପର୍ବ ଓ ପର୍ବାଣର ଋତୁ । ଘରେ ଆପଣ ବିନା ପିଆଜ ରସୁଣରେ ବହୁତ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପୟରେ ବନେଇ ପାରିବେ । More

Daily Horoscope, 21 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୨୧ତାରିଖ, ଗୁରୁବାର, ତୁଳା ୫ ଦିନ, ଆଶ୍ୱିନ ମାସର ୨୯ ଦିନ, କୃଷ୍ଣପକ୍ଷ, ପ୍ରତିପଦାତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ... More

ମମିତାଙ୍କୁ କେଉଁଠିକୁ ନେଇ ଯାଇଥିଲା ଗୋବିନ୍ଦ ?

ଗୋବିନ୍ଦ ମମିତାଙ୍କୁ ନେଇ କେଉଁଠି ଯାଇଥିଲେ ? କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରିଥିଲେ ? ହତ୍ୟାରେ ତାଙ୍କ ସହ ଆଉ କିଏ କିଏ ସାମିଲ ? ହତ୍ୟା ପରେ ମୃତଦେହକୁ ଗୋବିନ୍ଦ ଏକୁଟିଆ ନେଇଥିଲେ ନା ଆଉ କିଏ ତାଙ୍କୁ ସହାୟତା କରିଥିଲେ ? ଏସବୁକୁ ନେଇ ପୋଲିସ୍‌ ଖୋଳତାଡ଼ କରୁଛି।  More

କରୋନା କଟକଣା ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ହବିଷ୍ୟାଳିଙ୍କ ଭିଡ଼

ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।    More

ଓଡ଼ିଶା ସୀମାରେ ପଶି ଜନ ସଂପର୍କ ଶିବିର ଆୟୋଜନ କରିଛି ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। More

ମମିତା ମେହେର ହତ୍ୟାକାଣ୍ଡ: ଆଜି ବିଜେପିର ବଲାଙ୍ଗିର ବନ୍ଦ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି More

ଦାଦାବଟିକୁ ନେଇ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନ୍‌କାଉଣ୍ଟର କଲା ପୋଲିସ

ଦାଦାବଟି ନ ଦେବାରୁ ବ୍ୟାଙ୍କ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ତେବେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କ ସ୍ତ୍ରୀ ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତି ୧୧ଟା ୫୦ ସମୟରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ ହୋଇଛି । More

ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼, ବଢ଼ୁଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅଡ଼ୁଆ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ । More

ପର୍ଯ୍ୟଟନ ଶିଳ୍ପକୁ ବେହାଲ କରିଛି କରୋନା

କରୋନା ମାଡ଼ରେ ଧରାଶାୟୀ ରାଜ୍ୟ ପଯର୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ପରିବାରଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ହୋଟେଲ ହେଉ କି, ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ଅବା ପଯର୍ୟଟନସ୍ଥଳୀ ନିକଟରେ ଛୋଟମୋଟ ଦୋକାନ ଖୋଲି ପେଟ ପୋଷୁଥିବା ବ୍ୟବସାୟୀଙ୍କ ହାତ ବନ୍ଦ କହିଲେ ଚଳେ । ଆଗକୁ ଯଦି ସଂକ୍ରମଣ ସ୍ଥିତିରେ ସୁଧାର ନଆସେ ତେବେ ଏମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି । More

ଖାଲି ଗୋବିନ୍ଦ ସାହୁର ପରକୀୟା ପ୍ରୀତି କଥା ଜାଣିଥିଲେ ମମିତା ନା ଆଉ କିଛି ରହିଛି ରହସ୍ୟ ?

ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି । More

ନାଁ କୁ ମାତ୍ର ସ୍ମାର୍ଟ ସିଟି, ରାସ୍ତା ଘାଟ ଗାଁ ଗହଳିଠୁ ବି ହୀନ !

ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା । ସହରର ମୁଖଶାଳା କୁହାଯାଉଥିବା ପାନପୋଷ ଛକରୁ ଆରମ୍ଭ କରି ହକି ଛକ, ହନୁମାନ ବାଟିକା ଛକ ସବୁଠି ଦୟନୀୟ ରାସ୍ତାଘାଟ । More