ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତେଲ ଦର ଏତେ, ଭଡା ନେବୁ ଆମେ କେତେ?

କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହେଉଥିବା କହିଛନ୍ତି ଅଟୋ ଚାଳକ । More

ଏଣିକି ଜେଲ୍ ଜଗିବ ଡ୍ରୋନ

ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ। More

ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ । More

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣି କି ଓଡ଼ିଶା?

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ। More

ମମିତା ମେହେର ଘଟଣା: ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାରେ ଗାଧୋଇ ଦେଲା କଂଗ୍ରେସ

ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ More

ମହାଲିଙ୍ଗର ମହାପାପର ମହାଖୁଲାସା ! ୧୦ ଫୁଟ୍‌ ତଳେ ମୃତଦେହ ଥିବା ପୋଲିସ ଜାଣିଲା କେମିତି?

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସୁନା ଚେନ୍ ସହ ପାଉଁଜି ଜବତ କରିଛି ପୋଲିସ More

ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା। More

ଆସିଲା ପୂଜା ଗାଇଡ଼୍‌ଲାଇନ୍‌: ୪ ଫୁଟ୍‌ ଭିତରେ ରହିବ ମୂର୍ତ୍ତି ଉଚ୍ଚତା

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି। More

ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର !

ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ମହାଲିଙ୍ଗର ବୋଲି ସୂଚନା ମିଳିଛି। ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ମିଳିବା ଘଟଣାପରେ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ମୃତଦେହ ସହ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ More

ମମିତା ମେହେର ନିଖୋଜ ଘଟଣୀ: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି More

ପାଞ୍ଚ ମିନିଟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ

କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ଅନେକ ସ୍ୱପ୍ନ ରହିଛି ବୋଲି କହିଛନ୍ତି।  More

ତେଜିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି, ଉତ୍ତର ରଖିଲେ ବିଜେଡି ଉପସଭାପତି

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ। More

ମୁହଁ ନଖୋଲିବାକୁ କହିଥିଲା ପୋଲିସ୍‌: ନିଖୋଜ ମମିତାଙ୍କ ବଡ଼ବାପା

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ  ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି।  More

କୁମାର ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ରସଗୋଲା’

ଆମ ଓଡ଼ିଆ ଘରେ ୧୨ ମାସରେ ତେର ପର୍ବ । ପର୍ବପର୍ବାଣୀରେ ଘରେ ବିଭିନ୍ନ ପିଠାପଣା ଓ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି କୁମାର ପୂର୍ଣ୍ଣିମାରେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରସଗୋଲା' । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର, ଚିହ୍ନଟ କରିବେ ପରିବାର

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା।  More

ଦୁଇ ବଢିଲା ଝିଅ ଓ ରୋଗୀଣା ପତ୍ନୀଙ୍କୁ ନେଇ ସ୍କୁଲ ଘରେ ରହୁଛନ୍ତି ପଦ୍ମଚରଣ

ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମେଳକ ସାହି ପ୍ରାଥମିକ ସ୍କୁଲରେ । More

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ: ସିଲ୍‌ ହେଲା ଷ୍ଟାଡିୟମ

ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି। More

୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଘଡ଼ଘଡ଼ି ଓ ବଜ୍ରପାତ ନେଇ ଗତକାଲି ପାଇଁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିଲା। More

ଅବକାରୀ ବିଭାଗ ଓ ପୋଲିସକୁ ବଡ଼ ସଫଳତା:  ଅଢେଇ କୋଟିର ବ୍ରାଉନସୁଗାର ଜବତ

ଜାଣି ଆଶ୍ଚର୍ଯ୍ୟ ହେବେ, ଗିରଫ ହୋଇଥିବା ଜଣେ ହୋଟେଲ ମାଲିକ ଆଗରୁ ମଧ୍ୟ ଦେହ ବ୍ୟବସାୟ କାରବାରରେ ଧରାପଡ଼ି ଗିରଫ ହୋଇଥିଲେ। ତାଙ୍କର ଗତିବିଧିକୁ ନେଇ ପୋଲିସ୍ ଅନେକ ଦିନ ଛକି ରହିଥିଲା ପୋଲିସ। ଆଜି ତାକୁ ଗିରଫ କରିଛି ପୋଲିସ।   More

ଶ୍ରୀଜଗନ୍ନାଥଙ୍କ ଜମି ହଡ଼ପ ଉଦ୍ୟମର ପର୍ଦ୍ଦାଫାସ୍

ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବାପାଇଁ ଯେଉଁ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିଲା , ତାହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଚିଠି ସମ୍ପର୍କରେ ଅବଗତ କରାଇଥିଲେ।  More

ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି: ମମିତାଙ୍କ ବାପା

ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି। More

ଛତିଶଗଡ଼ରୁ ବଲିଉଡ୍ ଯାଏଁ ଗଂଜେଇ କାରବାରରେ ଓଡ଼ିଶା ଲିଙ୍କ୍

ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି ।  କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏ ହିସାବ ହେଉଛି ଗତ ୮ ମାସରେ ଜବତ ହୋଇଥିବା ବେଆଇନ ଗଞ୍ଜେଇ ଚାଲାଣର । More

କେବଳ ପ୍ରଦୀପ କାହିଁକି: ରାଜନୈତିକ ଆକ୍ରୋଶ ନା ପୂର୍ବ ରାଗ?

ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି। More

କୋଟିଏ ଲୋକ ନେଲେଣି କରୋନା ଟିକାର ଡବଲ ଡୋଜ୍‌

ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି। More

ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ।  More