ସଂକ୍ଷେପରେ ଆଜିର ତାଜା ଖବର - Sunday, 17 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସପ୍ତାହକୁ ୫ଦିନ ୟୁଟ୍ୟୁବ୍‌ କ୍ଲାସ୍ !

ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ର ନଜର ରହିବ ପିଲାଙ୍କ ଉପରେ। More

ଯାତ୍ରୀ ଜନତା ଆକ୍ତାମାକ୍ତା; ଲଗାମ ଛଡା ତୈଳ ଦର

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ । More

ମମିତା ମ୍ୟାଡାମ୍ କେଉଁଠି? ଆସିଲା ଚାଞ୍ଚଲ୍ୟକର ଅଡିଓ!

କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା । ଏହା ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ଅଡ଼ିଓ । More

ଶ୍ରଦ୍ଧାଳୁଙ୍କ ଉପରେ କାର ମାଡ଼ିଯିବା ଘଟଣା: ଓଡ଼ିଶା ସରକାରଙ୍କୁ ଦୋଷ ଦେଲେ ଭୂପେଶ

ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି। More

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି: ବିଜେପି

ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। More

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। More

ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ, ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି । More

ଆଜିଠୁ ଓଡ଼ିଶାର ଏହି ସହରରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।  More

୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୪୩ ସଂକ୍ରମିତ

ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । More

ବରଫ ଭିତରେ ଭଲିବଲ, କବାଡ଼ି । ତାପୁଣି ଯବାନଙ୍କ ମଧ୍ୟରେ ।

ବରଫ ଭିତରେ ଭଲିବଲ, କବାଡ଼ି । ତାପୁଣି ଯବାନଙ୍କ ମଧ୍ୟରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ସେନା କ୍ୟାମ୍ପରେ । ଯେଉଁଠି ଆମେରିକା ଓ ଭାରତୀୟ ସେନା ମଧ୍ୟରେ ହୋଇଥିଲା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ । ଆଲାସ୍କା କ୍ୟାମ୍ପରେ ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକାନ୍ ଭଲିବଲ୍ ଖେଳିଥିଲେ ଦୁଇ ଦେଶର ଯବାନ । ଭିନ୍ନ ଭିନ୍ନ ଟିମ୍ ହୋଇ ଦୁଇ ରାଷ୍ଟ୍ରର ଯବାନ ବରଫରେ ଏକ ଭିନ୍ନ ଅନୁଭୂତିର ମଜା ଉଠାଇଛନ୍ତି । ଆମେରିକା ସେନା ପକ୍ଷରୁ ନିଜ ଦେଶର ଫୁଟବଲ ଓ ଭଲିବଲ ଟେକନିକ୍ ଭାରତୀୟ ଯବାନକୁ ସିଖାଇଥିଲେ । ସେହିଭଳି ଭାରତୀୟ ଯବାନ ଆମେରିକୀୟଙ୍କୁ କବାଡ଼ି ଶିଖାଇଥିଲେ । ଭାରତୀୟ ସେନାର କିଛି ଯବାନ ଏବେ ଆମେରିକାରେ ସ୍ୱତନ୍ତ୍ର ତାଲିମ ପାଇଁ ପହଞ୍ଚିଛନ୍ତି ।

୪ ଦିନିଆ ରିମାଣ୍ଡରେ ଯିବେ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ

ରିମାଣ୍ଡରେ ଯିବେ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ । ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର JMFC କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ପୋଲିସ । More

ଦିବ୍ୟାଙ୍ଗଙ୍କ ଦୁଃଖ, ପ୍ରମାଣପତ୍ର ପାଇଁ ଘରେ ଚୁଲି ଜଳୁନି!

ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି। More

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ଥମୁନି ବିବାଦ, ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ । More

ଜୀବିକା ପାଇଁ ନଦୀ ପାର୍ ,୪୦ ବର୍ଷ ଧରି ପୋଲ ଅପେକ୍ଷାରେ ବିଛିନ୍ନାଞ୍ଚଳବାସୀ

କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ । More

ବୋଲ ମାନୁନି ପେଟ୍ରୋଲ-ଡିଜେଲ ଦର, ପୁଣି ବଢ଼ିଲା ବସ୍‌ ଭଡ଼ା ! ଜାଣନ୍ତୁ କେଉଁ ବସ୍‌ରେ କେତେ ?

ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । More

ସୁନ୍ଦରଗଡ଼ କୋଇଡା ରେଞ୍ଜରେ ପୁଣି ହାତୀଙ୍କ ଉପଦ୍ରବ

ସୁନ୍ଦରଗଡ଼ କୋଇଡା ରେଞ୍ଜରେ ପୁଣି ହାତୀଙ୍କ ଉପଦ୍ରବ । ଗତକାଲି ରାତିରେ କୋଇଡା ରେଞ୍ଜର କନ୍ତରକୋଇଡା ଗାଁକୁ ଏକ ୧୫ ଟିକିଆ ହାତିପଲ ପଶିଥିଲେ । ଗାଁର ତିନୋଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଫଳରେ ଘରେ ଶୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଏମିତିକି ଘରେ ଥିବା ଚାଉଳ ଖାଇବା ସହିତ ଘରର ଆସବାବପତ୍ର ନଷ୍ଟ କରିଛନ୍ତି ହାତୀପଲ । ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଣ ସାହାଯ୍ୟରେ ହାତୀ ଘଉଡାଇ ଥିବା ଜଣାପଡିଛି । କିଛି ଦିନ ହେବ ହାତୀପଲ ଗାଁ ମୁହାଁ ହେଉଥିବାରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ଗ୍ରାମବାସୀ ଭୟବିତ ଅବସ୍ଥାରେ ରହିଛନ୍ତି ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଭାରତ ବାହାଲ ଗାଁରେ ଜଘନ୍ୟକାଣ୍ଡ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଭାରତ ବାହାଲ ଗାଁରେ ଜଘନ୍ୟକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଅଭିଯୁକ୍ତ ପୁରନ୍ଦର ନାୟକ ଫେରାର ହୋଇଯାଇଛି । ସୂଚନା ଅନୁସାରେ ପୁରନ୍ଦର ୫ ବର୍ଷ ତଳେ ଲିପିକୁ ବାହା ହୋଇଥିଲେ । ଉଭୟଙ୍କ ମଧ୍ୟରେ ସେମିତି କିଛି ବଡ଼ ଧରଣର ଝଗଡ଼ା କି ନିୟମିତ ଝଗ଼ଡ଼ା ହେଉନଥିଲା । କିନ୍ତୁ କୌଣସି କାରଣରୁ ଗତକାଲି ହୋଇଥିବା ବଚସା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁରନ୍ଦର ଟାଙ୍ଗିଆରେ ତା’ସ୍ତ୍ରୀ ଲିପିକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ଲିପିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଆସିଲେ ତଦନ୍ତ ଆଗେଇବ ।

ବଡ଼ ଧରଣର ଚୋରି, ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲା ଚୋର !

ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । More

ଆସନ୍ତା ୪ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା !

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି । More

ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। More

ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ !

ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ। More

ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ। More

ବାଣ ଫୁଟିଲେ ତାଙ୍କ ପରିବାର ଚଳେ, ହେଲେ ୨ ବର୍ଷ ହେଲା ସବୁ ଠପ୍‌ ! କେମିତି ଚଳିବେ ?

ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । More

କ୍ଲାସ୍‌ ହେଲେ ସ୍କୁଲରେ ବଢିବ ଗହଳି: କୋଭିଡ୍‌ମୁକ୍ତ ସରକାରଙ୍କ ଚ୍ୟାଲେଞ୍ଜ୍

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି। More