ସଂକ୍ଷେପରେ ଆଜିର ତାଜା ଖବର - Saturday, 16 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। More

ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ !

ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ। More

ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ। More

କ୍ଲାସ୍‌ ହେଲେ ସ୍କୁଲରେ ବଢିବ ଗହଳି: କୋଭିଡ୍‌ମୁକ୍ତ ସରକାରଙ୍କ ଚ୍ୟାଲେଞ୍ଜ୍

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି। More

ଲିପ୍ଟ ଦେବା ବାହାନାରେ ସୈତାନୀ କାଣ୍ଡ: ଗଣଦୁଷ୍କର୍ମ ପରେ ମହିଳାଙ୍କୁ ନଦୀକୁ ଫୋପାଡ଼ି ଦେଲେ

ଏପରିକି ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ ଅମାନୁଷିକ ଭାବେ ଆଘାତ ଦେବା ସହ ତାଙ୍କୁ ନଦୀ କୂଳରେ ଫୋପାଡି ଫେରାର ହୋଇଯାଇଥିବା ଜଣାପଡିଛି। ଆଇଜି ହିମାଂଶୁ ଲାଲଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ଖୋଳତାଡ଼ କରିଛନ୍ତି। More

ସଂରକ୍ଷଣ ତାଲିକାକୁ ନେଇ ତୀବ୍ର ହେଉଛି ପ୍ରତିବାଦ, ସରକାର କେମିତି କରିବେ ସମାଧାନ ?

ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ । More

ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ

୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଦିଆଯାଇଥିବା କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ କିତା ଚିଠା ଉକ୍ତ ଧାରାର ଉପଧାରା(୪) ଅନୁସାରେ ପ୍ରକାଶ କରାଯାଇଛି। More

ସାମାନ୍ୟ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କ ହେବ ତୁରନ୍ତ ଚିକିତ୍ସା

ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ। More

ଗୋସେବକ ଅଶୋକ ସାହୁ,ଗୋରୁଗାଈଙ୍କ ପାଇଁ ଗଢିଛନ୍ତି ଆଶ୍ରମ

ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ । ଏ କଥାକୁ ହୃଦୟଙ୍ଗମ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ଗୋ-ଆଶ୍ରମଟିଏ ତିଆରି କରିଛନ୍ତି ବରଗଡ ଜିଲ୍ଲା ପହ୍ମପୁର ଅଂଚଳର ଅଶୋକ ସାହୁ। More

ନକଲି ସୁନାଚେନ୍ ରାକେଟର ପର୍ଦ୍ଦାଫାସ

ଭୁବନେଶ୍ୱର: ନକଲି ସୁନାଚେନ୍ ରାକେଟର ପର୍ଦ୍ଦାଫାସ ହୋଇଛି। ଛତିଶଗଡ଼ର ୨ ଠକଙ୍କୁ ସହିଦନଗର ପୋଲିସ ଧରିଛି। ୨ କେଜି ନକଲି ସୁନାଚେନ୍ ଜବତ ହୋଇଛି। ଠକମାନେ ଅସଲି କହି ନକଲି ଚେନ୍ ଦେଇ ଠକୁଥିଲେ।

ଝିଅର ମୃତ୍ୟୁକୁ ଦୁଇ ସପ୍ତାହ ନ ବିତୁଣୁ ଘରୁ ଚୋରି

ଝିଅର ମୃତ୍ୟୁକୁ ଦୁଇ ସପ୍ତାହ ନ ବିତୁଣୁ ଘରୁ ଚୋରି। ବଲାଙ୍ଗିର ତାଲପାଲିପଡ଼ାର ମୃତ ମେଡିକାଲ ଛାତ୍ରୀ ନିରୁପମା ନନ୍ଦଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଗତ ୬ ତାରିଖ ଦିନ ନିରୁପମାଙ୍କ ମୃତ୍ୟୁ ପରେ ଘର ଲୋକେ ପୁଇଁତଲା ଗାଁକୁ ପଲାଇଥିଲେ। ହେଲେ ଆଜି ଘରକୁ ଫେରି ଦେଖିଲା ବେଳକୁ ସବୁ ଲୁଟି ନେଇଛନ୍ତି ଚୋର। ଘର ତାଲା ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା, ପାଞ୍ଚ ଭରି ସୁନା ଅଳଙ୍କାର ସହ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାରେ ତଦନ୍ତ କରୁଛି।

ନୀଳ ଆକାଶରେ ବୀରତ୍ୱର ପ୍ରତିଛବି

ନୀଳ ଆକାଶରେ ବୀରତ୍ୱର ପ୍ରତିଛବି। ଧୂଆଁରେ ଦେଶମାତୃକା ପାଇଁ ବଳିଦାନର ଚିତ୍ର। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ବାୟୁ ସେନା ଦେଖାଇଛି ପରାକାଷ୍ଠା। ପୁଣେ ଏୟାରବେସ୍‌ରେ ବାୟୁ ସେନା ପକ୍ଷରୁ ପ୍ରଦର୍ଶିତ ହୋଇଛି ବିଭିନ୍ନ ଫରମେସନ୍। ଆକାଶରେ ସୂର୍ଯ୍ୟ କିରଣ ଫରମେସନ୍ ପ୍ରଦର୍ଶିତ କରିଥିଲେ ବାୟୁ ବୀର। ଯାହା ଦେଖିବା ପରେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଟିଥିଲା। 

ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୨ କି.ମି. ବାଟ ଚାଲିଲେ ପ୍ରସୂତି

ଗାଁ କୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ବାଟ ଚାଲିଲେ ପ୍ରସୂତି । ଜନନୀ ଯନ୍ତ୍ରଣାର ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ । ହରିଚନ୍ଦନପୁର ବ୍ଲକ ଗାଧୁଆଁ ଗାଁର ପଦ୍ମାବତୀ ନାମକ ଜଣେ ମହିଳାଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କିଛି ସାମାଜିକ କର୍ମୀ ପ୍ରଥମେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ରାସ୍ତା ଆବଡ଼ା ଖାବଡ଼ା ଥିବାରୁ ଖଟିଆରେ ବୋହି ନେବା ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ସମ୍ପୃକ୍ତ ଗର୍ଭବତୀଙ୍କୁ ୨ କିଲୋମିଟର ଚଲାଇ ଆମ୍ବୁଲାନ୍ସ ପାଖକୁ ନିଆଯିବା ପରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ମହିଳାଙ୍କୁ ୨ ଖଣ୍ଡ କରି ନଦୀରେ ଭସାଇ ଦେଲେ ଦେଢ଼ଶୁର, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି। More

ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। More

ସ୍ୱାଭିମାନୀ ନିରୁପମା: ବାପାମା’ ଆରପାରିକୁ ଯିବା ପରେ ଭାଙ୍ଗିନି ମନୋବଳ, ଖବରକାଗଜ ବିକ୍ରି କରି ଚଳୁଛନ୍ତି

ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି। More

ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି । More

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ବ୍ରେଡ୍ ଇଡ୍‌ଲି’

ସକାଳ କିମ୍ବା ସଂଧ୍ୟା ଜଳଖିଆରେ ଇଡ୍‌ଲି ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ । ଆପଣ ଘରେ ଚାଉଳ ଓ ସୁଜିରେ ପ୍ରସ୍ତୁତ ହୋଇଥିବା ଇଡ୍‌ଲି ଖାଇଥିବେ । ତେବେ ବ୍ରେଡ୍‌ରେ ପ୍ରସ୍ତୁତ ଇଡ୍‌ଲି ଆପଣ କେବେ ଖାଇଛନ୍ତି କି ?ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ଇଡ୍‌ଲି’। ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

ମନୀଷ ମୃତ୍ୟୁ ଘଟଣା ଉପରୁ ହଟିଲା ପରଦା: କେମିତି ହୋଇଥିଲା ମୃତ୍ୟୁ ? ହେଲା ବଡ଼ ଖୁଲାସା...

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।  More

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ନିରୀହ ଆଦିବାସୀ : ଅପହଞ୍ଚ ଇଲାକାରେ ପଡ଼ୁନି ପ୍ରଶାସନର ପାଦ ଚିହ୍ନ

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ More

ଲିଫ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ! ନଦୀ କୂଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। More

ଓଡ଼ିଶାରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ ପଜିଟିଭ୍‌

୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି। More

ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି More

CRPF ଯବାନଙ୍କୁ ନେଇ ଯାଉଥିବା ଟ୍ରେନ୍‌ରେ ବିସ୍ଫୋରଣ

ଛତିଶଗଡ଼ ରାୟପୁର ରେଲ୍‌ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍‌ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍‌ପିଏଫ୍‌ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ।    More

ମନୀଷ ମୃତ୍ୟୁ ମାମଲା : ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ଗିରଫ

ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ । More

ମା’ଙ୍କୁ ମେଲାଣି, ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।   More

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୋଲିସ୍‌

କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍‌ କାବୁ କରିଛି। ପୋଲିସ ଏନ୍‌କାଉଣ୍ଟରରେ ରାକେଶ ଆହତ ହୋଇଛି। More

ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। More

ଚର୍ଚ୍ଚାରେ ରାଜଧାନୀର ହୋଟେଲ୍ ସାଉଥସିଟି: ବ୍ଲୁ ଲାଇଟ୍‌ରେ ରଂଗୀନ ହୁଅନ୍ତି ଗ୍ରାହକ?

ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ। More

କାହିଁକି ଛେଳିକୁ ମାରିଲ ପଚାରିବାରୁ ହତ୍ୟା କଲା କାଳିଆ

ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ। More

ଭଉଣୀ ଘରେ ଭାଇକୁ ଗୁଳି ମାରିଲେ ପୂର୍ବତନ ସେନା କର୍ମଚାରୀ

ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।   More

ଅଷ୍ଟମ ଓ ଏକାଦଶ ପାଠପଢା ନେଇ ଜାରି ହେଲା ଏସଓପି

୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।  More