ସଂକ୍ଷେପରେ ଆଜିର ତାଜା ଖବର - Friday, 15 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। More

ଚର୍ଚ୍ଚାରେ ରାଜଧାନୀର ହୋଟେଲ୍ ସାଉଥସିଟି: ବ୍ଲୁ ଲାଇଟ୍‌ରେ ରଂଗୀନ ହୁଅନ୍ତି ଗ୍ରାହକ?

ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ। More

କାହିଁକି ଛେଳିକୁ ମାରିଲ ପଚାରିବାରୁ ହତ୍ୟା କଲା କାଳିଆ

ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ। More

ଭଉଣୀ ଘରେ ଭାଇକୁ ଗୁଳି ମାରିଲେ ପୂର୍ବତନ ସେନା କର୍ମଚାରୀ

ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।   More

ଅଷ୍ଟମ ଓ ଏକାଦଶ ପାଠପଢା ନେଇ ଜାରି ହେଲା ଏସଓପି

୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।  More

ନର୍ସ ହାତରେ ଗଲା ରୋଗୀର ଜୀବନ !

ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। More

ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍

ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍ । ସମ୍ବଲପୁରରେ ଥିବା ପ୍ରାକୃତିକ ନାଳ ପୋତାଯାଇ ଚଳାଇଛନ୍ତି ବେଆଇନ ନିର୍ମାଣ ଏବଂ ପ୍ଲଟିଂ କାମ । ପ୍ରଶାସନର ନାକ ତଳେ ଏ ସବୁ ଚାଲିଥିଲେ ମଧ୍ୟ ଚୁପ୍ ବସିଛନ୍ତି ସରକାରୀ ବାବୁ । More

ଅଚେତ ଅବସ୍ଥାରେ ମିଳିଲେ ମା’,ପୁଅ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ଅଚେତ ଅବସ୍ଥାରେ ଛତିଶଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅ ଉଦ୍ଧାର ହୋଇଛନ୍ତି। ଗତ ୧୨ ତାରିଖ ସନ୍ଧ୍ୟାରେ ବାଲିଚନ୍ଦ୍ରପୁର ବଜାରରୁ ସ୍ଥାନୀୟ କୃଷ୍ଣପୁରଶାସନ ଗ୍ରାମର ଶୁଭଲକ୍ଷ୍ମୀ ମିଶ୍ର  ଓ ତାଙ୍କ ପୁଅ ଅଂଶୁମାନ ମିଶ୍ର  ନିଖୋଜ ହୋଇଥିଲେ। ତେବେ ଉଭୟଙ୍କୁ ଲଣ୍ଡିତ ମସ୍ତକ ସହିତ ଅଚେତ ଅବସ୍ଥାରେ ଛତିଶଗଡ଼ରୁ ଗତକାଲି ଉଦ୍ଧାର କରାଯାଇଛି। ମା ଓ ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ ହେଉଛି। ଏ ସମ୍ପର୍କରେ ଶୁଭଲକ୍ଷ୍ମୀଙ୍କ ବାପା ସରୋଜ ମିଶ୍ର ବାଲିଚନ୍ଦ୍ରପୁର ଥାନାରେ  ଅଭିଯୋଗ କରିଥିଲେ। ବାଲିଚନ୍ଦ୍ରପୁର ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।  

ମୋଟର ସାଇକେଲ ସହ ଛେଳି ଧକ୍କାକୁ କେନ୍ଦ୍ର କରି ନିର୍ମମ ହତ୍ୟା

ମୋଟର ସାଇକେଲ ସହ ଛେଳି ଧକ୍କାକୁ କେନ୍ଦ୍ର କରି ନିର୍ମମ ହତ୍ୟା। ଏହି ଘଟଣା ଘଟିଛି ପୁରୀ ଜଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରେ। ମୃତକଙ୍କ ପତ୍ନୀ ଗୁରୁତର ଅଛନ୍ତି। ତାଙ୍କୁ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ଶରତ ଦାସଙ୍କ ପୁଅ କାଳିଆ ଦାସ ମୋଟରସାଇକଲରେ ଯାଉଥିବା ବେଳେ ଅକ୍ଷୟ ଦାସଙ୍କର ଏକ ଛେଳିକୁ ସେ ଧକ୍କା ଦେଇଥିଲେ।  ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇ ପରେ ତାହା ଉଗ୍ର ରୂପ ନେଇଥିଲା। ଶରତ ଦାସଙ୍କ ପରିବାର ଅକ୍ଷୟ ଓ ତାଙ୍କ ସ୍ତ୍ରୀ କନକଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ କରୁଛି। 

ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ। ତୁଳସୀ ପାହାଡରେ ମାଓ ଶିବିର ଚାଲିଥିବା ସୂଚନା ପାଇ ଏସଓଜି ଓ ଡିଭିଏଫ୍ ଟିମ୍ ଅପରେସନରେ ଯାଇଥିଲେ।  ପୋଲିସ ଟିମକୁ ଦେଖି ମାଓବାଦୀ ଗୁଳି ଚାଳନା କରିଥିଲେ। ପରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା ହୋଇଥିଲା। ଗତ ୩ ଦିନ ତଳେ ତୁଳସୀ ପାହାଡ଼ରେ ହୋଇଥିବା ଗୁଳି ବିନିମୟରେ ୩ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା।  

ଚର୍ଚ୍ଚାରେ ହୋଟେଲ୍‌ ସାଉଥ୍ ସିଟି: ଉଡୁଥିଲା ଟଙ୍କା, ଅଧ ରାତି ଯାଏ ଜମୁଥିଲା ନାଚଗୀତର ଆସର

ଚର୍ଚ୍ଚାରେ ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର। More

ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ

ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ। More

ଦଶହରାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘କାଜୁ ବର୍ଫି’

ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଜୁ ବର୍ଫି’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

୨୪ ଘଣ୍ଟାରେ ରାଜ୍ୟରେ ୪୬୭ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ବାହାରିଲେ ୨୨୧

୨୪ ଘଣ୍ଟାରେ ରାଜ୍ୟରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୭୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୬ ରହିଛି। More

କରୋନା ପାଇଁ ଆସନ୍ତାକାଲି ଜନ୍ମଦିନ ପାଳିବେ ନାହିଁ ନବୀନ

କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଜନ୍ମଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ। ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ଥିବା କହିଛନ୍ତି ନବୀନ। ଏହାସହ କୋଭିଡ୍ ଯୋଗୁଁ ଦେଢ଼ ବର୍ଷ ହେଲା କଠିନ ସମୟ ଦେଇ ଗତି କରୁଛୁ। ତେଣୁ କାଲି ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। More

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା। More

ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ, ଜାଣନ୍ତୁ କେବେ ଆରମ୍ଭ ହେବ କ୍ଲାସ୍‌...

ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍‌ରେ ମୋଡ୍‌ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। More

ପ୍ରବଳ ବର୍ଷା ସମ୍ଭାବନା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

ଆଜି ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି More

ଧରାପଡ଼ିବା ଭୟରେ ଦୋଷୀ ରଚିଛି ଷଡ଼ଯନ୍ତ୍ର !

ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍‌କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି? More

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ। More

କାଳ ସାଜିଛି ମୋବାଇଲ୍ ଗେମ୍, ମୃତ୍ୟୁର ପଞ୍ଝାରେ କୋମଳମତି !

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ। More

ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର: ମୋହନ ମାଝୀ

ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍‌ପି ରାସ୍ତା ପ୍ରସ୍ତୁତ କରିଛନ୍ତି। More

ପୂଜା ଛୁଟି ପରେ ଖୋଲିପାରେ ପ୍ରାଇମେରୀ ସ୍କୁଲ

ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ। More