ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ରାଉରକେଲାରେ ୨ ହାଡ୍କୋର୍ ଅପରାଧୀଙ୍କୁ ଏନ୍କାଉଣ୍ଟର। ମୁସ୍ତାକ ଆଲାମ୍ ଓ ଏମ୍ଡି ଗୁଡ଼ୁଙ୍କୁ ଏନ୍କାଉଣ୍ଟର କରିଛି ପୋଲିସ୍। ଆଜି ଭୋରରେ ବିଶ୍ରା ଥାନା ବିଶ୍ରା ମଣ୍ଡପ ନିକଟରେ ରାଉରକେଲା ପୋଲିସର ସ୍ପେଶାଲ୍ ଟିମ୍ ଏବଂ ଦୁଇ ଅପରାଧୀ ମୁହାଁମୁହିଁ ହୋଇଥିଲେ। ପୋଲିସକୁ ଦେଖି ଅପରାଧୀମାନେ ଗୁଳି ଚଳାଇବାରୁ ପୋଲିସ ମଧ୍ୟ ଏହାର ପଲଟା ଜବାବ୍ ଦେଇଥିଲା। ଏଥିରେ ଏହି ମୁସ୍ତାକ ଓ ଏମ୍ଡି ଗୁଡ଼ୁ ଆହତ ହୋଇଥିଲେ। ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ ମାସ ୧୦ ତାରିଖରେ ରେଲ୍ୱେ କଲୋନୀରେ ଘଟିଥିବା ଗୁଳିକାଣ୍ଡରେ ମଧ୍ୟ ଏମାନେ ସାମିଲ ଥିବା ଅନୁମାନ କରୁଛି ପୋଲିସ। ଏନ୍କାଉଣ୍ଟର ପରେ ଏମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବାଙ୍କୀରେ ମହିଳାଙ୍କୁ ଛୁରାମାଡ଼ କରି ସୁନାଗହଣା ଲୁଟ୍ ପରେ ପଳାଇବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଧରିଲେ ଗ୍ରାମବାସୀ। ବାଙ୍କୀ ଥାନା ଅନ୍ତର୍ଗତ କୁଶପଙ୍ଗି ଗାଁର ଜଣେ ମହିଳା ଘରେ ଏକୁଟିଆ ଥିବା ଜାଣି ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରି ସୁନାଗହଣା ଲୁଟ କରି ପଳାଇବାକୁ ଉଦ୍ୟମ କରୁଥିଲା। ତେବେ ଗ୍ରାମବାସୀମାନେ ଦୁର୍ବୃତ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି। ମହିଳା ଜଣକ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ଶାଳିଜଙ୍ଗା ଗାଁର ଆକାଶ ନାୟକ। ପୋଲିସ ଅଭିଯୁକ୍ତ ଆକାଶ ଠାରୁ ସମସ୍ତ ସୁନା ଗହଣା ଜବତ କରିଥିବା ବେଳେ ତାକୁ ଅଟକ ରଖି ପଚରାଉଚରା କରୁଛି।
ଭୁବନେଶ୍ୱର ପିଏମ୍ଜିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ କାର୍ ପୋଲିସ ବ୍ୟାରିକେଡ୍କୁ ଧକ୍କା ଦେବା ପରେ ୧୦ ଫୁଟ ଉଚ୍ଚକୁ ଉଠି ବ୍ୟାରିକେଡ୍ ଉପରେ ଲାଖି ରହିଥିଲା। ପୋଲିସ ପହଞ୍ଚି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଗାଡ଼ିକୁ ତଳକୁ ଆଣିଥିଲେ। ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ସୂଚନା ମିଳିଛି। ତେବେ ଗାଡ଼ିରେ ୨ଜଣ ଥିଲେ। ଦୁଇ ଜଣ ଯାକ ସାମାନ୍ୟ ଆହତ ହୋଇଛନ୍ତି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ? କାରରେ ଥିବା ବ୍ୟକ୍ତି କୁଆଡ଼େ ଯାଉଥିଲେ ? ଗାଡ଼ିକୁ କାହିଁକି ଦ୍ରୁତ ଗତିରେ ଚଳାଉଥିଲେ ? ଏସବୁର ଖୋଳତାଡ଼ ପାଇଁ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପିଏମ୍ଜି ନିକଟରେ ଏହି ଦୁର୍ଘଟଣା ହୋଇଥିଲା।
ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ eନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍ଲାଇନ୍ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ। More
କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ। More
ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର। More
କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ ? More
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପାଣିରେ ବୁଡ଼ି ମନୀଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳୁନି। More
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୧୭ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More
"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ହେଉଥିବାରୁ ଏହାକୁ ବିରୋଧ କରି ଏବେ ଗାଁ ଲୋକ ମେଳି କରୁଛନ୍ତି । More
୨୪ ଘଣ୍ଟାରେ ରାଜ୍ୟରେ ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୭ ରହିଛି। More
ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ.... More
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୪ ତାରିଖ, ଗୁରୁବାର, କନ୍ୟା ୨୮ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More
ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି। More
ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ପୋଲିସ୍ ତନାଘନା ଚଳାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ଆତ୍ମସର୍ପଣ କରିଥିବା ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣିଥିବା ସୂଚନା ମିଳିଛି। ଏଥିପାଇଁ କମିଶନରେଟ ପୋଲିସ୍ର ଏକ ୪ ଜଣିଆ ଟିମ୍ ଫୁଲବାଣୀ ଯାଇଥିଲା। More
ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । More
ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା । More
ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ? More
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ । More
ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ। More