ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା

ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । More

କୋଟିଆରେ ଆନ୍ଧ୍ର କରୁଥିଲା ଷଡ଼ଯନ୍ତ୍ର, ବିଧାୟକ ପିତମ ପାଢ଼ି ପହଞ୍ଚି କଲେ ଭଣ୍ଡୁର

ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା । More

ସାଙ୍ଗ ପାଲଟିଥିଲେ କି ସୈତାନ? ରହସ୍ୟମୟୀ ଯୁବତୀଙ୍କୁ ନେଇ ବଢୁଛି ଚର୍ଚ୍ଚା

ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ? More

ସୁନା ମୁକୁଟ ଅଛି ଚାନ୍ଦି ମେଢ଼ ଅଛି, ହେଲେ ଦେଖିବାକୁ ଭକ୍ତ ନାହାନ୍ତି.. ପୁରା ଖାଁ ଖାଁ..

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ ।  More

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେବ ଡ୍ରେସ୍‌କୋଡ୍‌ !

ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ ହୋଇଛି ନିଷ୍ପତ୍ତି । More

‘+2 ମାର୍କ ଆଧାରରେ ହେଉ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍‌ମିଶନ’

ମେଧା ବନାମ ସାମାଜିକ ନ୍ୟାୟ । ଉଠିଯିବା ଉଚିତ୍ କି ମେଡିକାଲ ପଢିବା ଲାଗି ଉଦ୍ଦିଷ୍ଟ ନ୍ୟାସନାଲ ଏଲିଜିବିଲିଟି ଇଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ? ଏହାକୁ ନେଇ ବିତର୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ।  More

ଜିଲ୍ଲାପାଳ ଜିଲ୍ଲା ବିଜେଡ଼ି ସଭାପତି- କେନ୍ଦ୍ରମନ୍ତ୍ରୀ

ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି। More

ଆମେ ୧୮ ଘଣ୍ଟା ଖଟିବୁ, ତୁମେ ଆସି ଆମ ଅଫିସ୍‌ ଭାଙ୍ଗିବ। ନାଇଁ...

କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍‌ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ More

କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା, ନରଞ୍ଜନଙ୍କ ନେମ୍‌ପ୍ଲେଟ୍‌ ଭାଙ୍ଗିଲେ

ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ଆଚରଣ ଦଳକୁ ଆହୁରି ମହଙ୍ଗା ସାବ୍ୟସ୍ତ ହେଉଛି । ଦଳ ବେଳକୁ ବାଳ ରସା ତଳକୁ ଯାଉଥିବା କୁହାଯାଉଛି । More

ବସ୍‌ରୁ ନିଖୋଜ ୪ ମାସର ଶିଶୁ କନ୍ୟା ବଲାଙ୍ଗିର କଣ୍ଟାବାଞ୍ଜି ରେଳଷ୍ଟେସନରୁ ଉଦ୍ଧାର

ବସ୍‌ରୁ ନିଖୋଜ ୪ ମାସର ଶିଶୁ କନ୍ୟା ବଲାଙ୍ଗିର କଣ୍ଟାବାଞ୍ଜି ରେଳଷ୍ଟେସନରୁ ଉଦ୍ଧାର । ବେଲପଡା ବ୍ଲକ ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଚାରି ମାସର ଶିଶୁ କନ୍ୟାକୁ କିଏ ଅନ୍ୟତ୍ର ବସ୍ ଭିତରୁ ନେଇ ଯାଇଛି । ଉକ୍ତ ମହିଳା ନିଜ ବାପା ଘରକୁ ଯାଉଥିଲେ  l ବସ୍ ଯୋଗେ ମହଖଣ୍ଡରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ରାସ୍ତାରେ ହିଁ ଶିଶୁ କନ୍ୟାକୁ କିଏ ନେଇ ଯାଇଥିବା ମହିଳା କହିଥିଲେ । ଏନେଇ ଅଭିଯୋଗର ୨ ଘଣ୍ଟା ଭିତରେ ହିଁ କଣ୍ଟାବାଞ୍ଜି ପୋଲିସ ଓ ଆରପିଏଫ ରେଳଷ୍ଟେସରରୁ ଶିଶୁକନ୍ୟାକୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଭଲ ଅଛି । କିଏ ଓ କେମିତି ଶିଶୁ କନ୍ୟାକୁ ବସ୍‌ରୁ ରେଳଷ୍ଟେସନକୁ ନେଲା l ଏବେ ତାର ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ  l ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।  

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ୧୯୫୬, ଧାରା 2(F) ଅନୁସାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More

ମାଆ ମନା କଲେ ଗେମ୍‌ ଖେଳିବାକୁ, ଜୀବନ ହାରିଦେଲା ପୁଅ !

ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର ।  More

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମାଆଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ୍ ଜନନୀ। ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ। ସକାଳୁ ଆରମ୍ଭ ହୋଇ ଯାଇଥିଲା ଜଗତ୍ ଜନନୀଙ୍କ ମହାଷ୍ଟମୀ ପୂଜା। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍‌ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି।  

ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ବି ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡଲାଇନ୍ ଆସିଲେ ରାଜ୍ୟ ସରକାର ଟିକାକରଣ ନେଇ ରଣନୀତି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।   More

ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ଦେଲେ, ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ

ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ। ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। More

ଦୂର୍ଗାଷ୍ଟମୀରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ବାଲୁସାହି’

ସବୁଠି ଏବେ ପୂଜାର ମାହୋଲ । ମାଆଙ୍କ ଆଗମନ ପାଇଁ ଘରେ ଘରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାରର ମିଠା ଭୋଗ । ଏହି ଦୂର୍ଗାଷ୍ଟମୀ ଅବସରରେ ଘରେ ଏହି ମିଠାର ରେସିପି ବନେଇ ମାଆଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହି ରେସିପିର ନାଁ ହେଉଛି ‘ବାଲୁସାହି’ । ଏହି ରେସିପିଟୁକୁ ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। More

ରେଡ୍‌ ଜୋନ୍‌ରେ ଖୋର୍ଦ୍ଧା, ରାଜଧାନୀକୁ ନେଇ ଚିନ୍ତା

ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। More

ସାମ୍ନାକୁ ଆସିଲା ମନୀଷଙ୍କ ଶେଷ ଭିଡ଼ିଓ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍‌ଭିନ୍‌ ଜାରି ରଖିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ। More

୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୫୮ ରହିଛି। More

BR ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ପୋଡ଼ି ହୋଇଗଲେ ୨ କର୍ମଚାରୀ

BR ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ।  SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। More

Daily Horoscope,13 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୩ ତାରିଖ, ବୁଧବାର, କନ୍ୟା ୨୭ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

ଭବାନୀପାଟଣାରେ ୧୪୪ ଧାରା ଜାରି, ସବୁ ପ୍ରବେଶ ପଥ ସିଲ୍

ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।  More

ପ୍ଲାଟଫର୍ମରୁ ମୃତଦେହ ମିଳିବା ପରେ ବାଂଶପାଣି ରେଲ୍‌ୱେ ଷ୍ଟେସନରେ ଲଙ୍କାକାଣ୍ଡ

‌ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍‌ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। More

ପରିଶ୍ରମ ହିଁ ସଫଳତାର ଚାବିକାଠି, ଯାହାକୁ ପ୍ରମାଣ କରିଛନ୍ତି ଉମାଶଙ୍କର-ବିଶ୍ୱଜିତ

ହାତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି । More

ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । More

ଫିଟୁଛି ପୌର ନିର୍ବାଚନ ବାଟ, ସରକାର ଆରମ୍ଭ କଲେଣି ପ୍ରକ୍ରିୟା

ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ । More

ମନୀଷଙ୍କ ମୃତ୍ୟୁର କାରଣ କ’ଣ ? ୩ ଦିନ ପରେ ବି ମିଷ୍ଟ୍ରି ଆଉ ମିଷ୍ଟ୍ରି . . . . .

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିପାରୁନି ପରଦା । ହତ୍ୟା ନା ଦୁର୍ଘଟଣା ସସପେନ୍ସ ପରେ ସସପେନ୍ସ ଲାଗିରହୁଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଖରୀରେ ବୁଡ଼ିବା ପରେ ଶ୍ୱାସରୁଦ୍ଧ ନା ଶ୍ୱାସରୁଦ୍ଧ କରି ହତ୍ୟା ପରେ ମନୀଷଙ୍କୁ କିଏ ଫିଙ୍ଗିଦେଇଥିଲା ପୋଖରୀକୁ More

କାହିଁକି ପାଳନ କରାଯାଏ “ବିଶ୍ୱ ଗଣ୍ଠିବାତ ଦିବସ ”?

ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ More