ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପରିଶ୍ରମ ହିଁ ସଫଳତାର ଚାବିକାଠି, ଯାହାକୁ ପ୍ରମାଣ କରିଛନ୍ତି ଉମାଶଙ୍କର-ବିଶ୍ୱଜିତ

ହାତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି । More

ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । More

ଫିଟୁଛି ପୌର ନିର୍ବାଚନ ବାଟ, ସରକାର ଆରମ୍ଭ କଲେଣି ପ୍ରକ୍ରିୟା

ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ । More

କାହିଁକି ପାଳନ କରାଯାଏ “ବିଶ୍ୱ ଗଣ୍ଠିବାତ ଦିବସ ”?

ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ More

ମିର୍ଜାପୁର ଗାଁରେ ନିଆରା ଦୁର୍ଗାପୂଜା : ରାସ୍ତାରେ ନୂଆ ଶାଢ଼ୀ ବିଛାଇ ମା’ଙ୍କୁ ସ୍ୱାଗତ କରନ୍ତି ଗ୍ରାମବାସୀ

ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା । More

CMS ଭ୍ୟାନ୍‌ରୁ ଲୁଟ ଘଟଣାର ପର୍ଦ୍ଦାଫାଶ, ପୁରା ତଥ୍ୟ ଦେଲେ କେନ୍ଦ୍ରାଞ୍ଚଳ IG

ଏଟିଏମ ଭ୍ୟାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ଏଥିସହ ଫେରାର ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । More

ପ୍ରୋତ୍ସାହନ ନ ମିଳିଲେ ବୁଡି ଯିବ କୁଳ ବେଉସା

ପ୍ଲାଷ୍ଟିକ ଯୁଗରେ କମିବାରେ ଲାଗିଛି ବାଉଁଶ ତିଆରି ସାମଗ୍ରୀର ଚାହିଦା । ହାତ ତିଆରି ସାମଗ୍ରୀର ଚାହିଦା ଦିନକୁ ଦିନ ଜମିବାରେ ଲାଗିଛି । ଯାହା ଏବେ ବାଉଁଶ କାରିଗରିକୁ ରୋଜଗାରର ପନ୍ଥା ବାଛିଥିବା କାରିଗରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲାଣି । More

ନବରଙ୍ଗପୁର ଛତିଶଗଡ଼ ବୁଲିବାକୁ ଯାଇଥିଲେ, ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

୬ ବର୍ଷର ପିଲାକୁ ବାଘ ନେଇଗଲା । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପିନେଇଥିବା ସୂଚନା ମିଳିଛି More

ଶହେରୁ ୮୦ ଜଣ ଲକ୍ଷଣ ବିହୀନ ରୋଗୀ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ୩ ମାସ ହେଲାଣି ସଂକ୍ରମଣ ପାଖା ପାଖି ସମାନ ସ୍ଥିତିରେ ରହୁଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଗଜନକ। More

ଡକାୟତଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ

ଆଠଗଡ଼ ଖୁଣ୍ଟକଟା ନିକଟରୁ ଏଟିଏମ୍ ଭ୍ୟାନ୍‌ରୁ ଟଙ୍କା ଲୁଟ ଘଟଣାରେ ଖସି ଯାଇଥିବା ଡକାୟତଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଚଳାଇଛି ଢେଙ୍କାନାଳ ପୋଲିସ। ସଦର ଥାନା ପକ୍ଷରୁ ୪ଟି ଟିମ ଗଠନ କରି ଗ୍ରାମବାସୀଙ୍କ ସହାୟତାରେ ଚାଲିଛି ଖୋଜାଖୋଜି। ରାତି ତମାମ ଖୋଜାଖୋଜି କରିଥିଲେ ବି ଫେରାର ଅଭିଯୁକ୍ତର ଟେର ମିଳିନି। ଗତକାଲି ଏଟିଏମ୍ ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ପୋଲିସ ଗୋଡ଼ାଇ ଗୋଡ଼ାଇ ୩ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା।  ଲୁଟେରାମାନେ ୧ କୋଟି ୨୯ ଲକ୍ଷ ଲୁଟ୍ କରିଥିଲେ। ତେବେ ୩ ଡକାୟତଙ୍କ ସହ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା। ବାକି ୨୪ ଲକ୍ଷ ଟଙ୍କା ଫେରାର ଲୁଟେରା ନେଇ ଖସି ଯାଇଥିବା ସନ୍ଦେହରେ ପୋଲିସ ତନାଘନା ଚଳାଇଛି।   

ନୂଆ ତରିକାରେ ଆଇପିଏଲ୍ ବେଟିଂ

ନୂଆ ତରିକାରେ ଆଇପିଏଲ୍ ବେଟିଂ। ଏବେ ଗୁଗଲ ସର୍ଚ୍ଚ ଇଞ୍ଜିନରେ ଡଟ୍ ନେଟ୍ ସାଇଟ୍ ଜରିଆରେ ହେଉଛି ବେଟିଂ। ବ୍ରହ୍ମପୁରରେ ଏଭଳି ଏକ ଅନ୍‌ଲାଇନ୍‌ ଆଇପିଏଲ୍ ବେଟିଂ ରାକେଟର ପର୍ଦ୍ଦାଫାସ୍ ହୋଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଏହି ରାକେଟ୍‌ର ପର୍ଦ୍ଦାଫାସ କରିବା ସହ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୮ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଛି। ଖାଲି ସେତିକି ନୁହେଁ, ୧୧ଟି ଦାମୀ ମୋବାଇଲ୍ ମଧ୍ୟ ଜବତ କରିଛି ପୋଲିସ। ଅନ୍‌ଲାଇନ୍‌ରେ ବେଟିଂ କରି ହାୱାଲା ଜରିଆରେ ଟଙ୍କା ଦେଣନେଣ କରାଯାଉଥିବା ପୋଲିସ ସୁରାକ ପାଇଛି। 

ଜୁଆ ଆଡ୍ଡା ଉପରେ ରେଡ୍‌

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲୁଣ୍ଡୁରୀଗୁଡା ଜଙ୍ଗଲ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ୮ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୬୧ ହଜାର ୫୭୦ ଟଙ୍କା ଏବଂ ୮ଟି ମୋବାଇଲ ଫୋନ ଜବତ କରିଛି ପୋଲିସ। କାଲି ବିଶେଷ ସୂତ୍ରରୁ ଖବର ପାଇ ସୋରଡା ପୋଲିସ ସନ୍ଧ୍ୟାରେ ଥାନା ଅଧିକାରୀଙ୍କ ସହ ପୁରା ଟିମ  ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ୮  ଜଣକୁ ପୋଲିସ ଧରିଥିବା ବେଳେ ଅନ୍ୟମାନେ ପୋଲିସକୁ ଦେଖି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି।  

ଆସିଲା ମନିଷ ଦାସଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ। ଭୁବନେଶ୍ୱର ଏମ୍ସ PRO ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। More

ରୋଗଶଯ୍ୟାରେ ଭେଣ୍ଡିଆ ପୁଅ : ସାହାଯ୍ୟ କରିବାକୁ ଗୁହାରୀ କରୁଛି ଦୁଃଖିନୀ ମା’

ଆନନ୍ଦପୁର ଉପଖଣ୍ଡ ହରିଡାପାଳ ପଞ୍ଚାୟତ ପାଇକଚାଟ୍ରା ଗାଁର ଦୁଖୀ ଗରିବ ଅସହାୟ ଗୋପୀନାଥ। ବାପା ଉଦୟନାଥ ରାଉତ ଓ ସାବିତ୍ରୀଙ୍କ ଏକମାତ୍ର ସନ୍ତାନ । ଅଭାଵ ଅନାଟନରେ ବଢିଥିବା ଏହି ପୁଅ ରୋଜଗାର ପାଇଁ ଦିନେ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ପଳାଇଥିଲା । ବାପାମା’ଙ୍କୁ ଶେଷ ସମୟରେ ସାହାରା ଦେବା ପାଇଁ କଠିନ୍ ପରିଶ୍ରମ କରୁଥିଲା More

ମିଳିଲା ମନୀଷ ବ୍ୟବହାର କରିଥିବା କାର୍‌, ଜଣେ ଅଟକ

ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷ ବ୍ୟବହାର କରିଥିବା କାର୍‌ର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି। More

ପାର୍ବଣ ପରେ ପାଳିବା, ପ୍ରଥମେ ଜୀବନ ବଞ୍ଚୁ: ଡିଏମ୍‌ଇଟି

କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା।  More

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ। More

ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତାରାତାରିଣୀ ପୀଠର ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। More

ଦୂର୍ଗାପୂଜାରେ ଘରେ ବନାନ୍ତୁ 'ଚାଉଳ ରସମଲାଇ'

ଦୂର୍ଗାପୂଜାରେ ମାଆଙ୍କ ନିକଟରେ ଲାଗିଥାଏ ଭଳି ଭଳିକି ଭୋଗ । ଆପଣ ଘରେ ବିଭିନ୍ନ ମିଠାର ରେସିପି ତିଆରି କରି ମାଆଙ୍କ ନିକଟରେ ଭୋଗ ଲଗାଇ ପାରିବେ । ଆଗରୁ ଆପଣ ଛେନାରେ ପ୍ରସ୍ତୁତ ରସମଲାଇ ଖାଇଥିବେ । କେବେ ଚାଉଳରେ ପ୍ରସ୍ତୁତ ରସମଲାଇ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଏକ ମିଠାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ରସମଲାଇ’ । More

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ୩ ମାଓବାଦୀ ନିହତ

ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଏହି ଗୁଳି ବିନିମୟ ଘଟିଛି। More

ବୋମାମାଡ଼ ପଛରେ ଥାଇପାରେ ବିଜେଡି ନେତାଙ୍କ ହାତ: ମୋହନ ମାଝୀ

ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ବିଧାୟକ ସନ୍ଦେହ କରିଛନ୍ତି। More

ପୌର ନିର୍ବାଚନ ନେଇ ଫିଟିଲା ବାଟ, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନ୍‌ରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ୍‌ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। More

ବଧୂହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ମାମଲାରେ ଯାଜପୁର ଜିଲ୍ଲା ଦୌରାଜଜ୍ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୋହୂକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। More

ରାସ୍ତା ଖଣ୍ଡେ ପାଇଁ ଅସହ୍ୟ ଯନ୍ତ୍ରଣା ସହୁଛନ୍ତି ଲୋକେ, ସାହା ଭରସା ଏବେ ବାଉଁଶ ପୋଲ

ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । କଲଭର୍ଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସମ୍ପୁର୍ଣ୍ଣ ରାସ୍ତାକୁ ନେଇ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଧ୍ୟ ହେଇ ବାଉଁଶର ପୋଲ ଉପରେ ଗାଁ ଲୋକମାନେ ନିର୍ଭର କରି ରହିଛନ୍ତି । More

ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।   More

ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି, ଆତଙ୍କିତ ଲୋକେ

ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୫ ଦିନ ମଧ୍ୟରେ କଟକରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା। More

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ: ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ

ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା। ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍‌ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା। More

ଆଜି ମଣ୍ଡପରେ ମହାମାୟାଙ୍କ ମହା ସପ୍ତମୀ ପୂଜା, ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି। More

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ରାଜଧାନୀରେ ପୁଣି ଥରେ ଆତଙ୍କରାଜ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଆଜି ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବାଇକ୍ ଆରୋହୀଙ୍କୁ ୧୦ରୁ ଉର୍ଦ୍ଧ୍ୱ ଯୁବକ ଘେରି ଯାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ୍। More

ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିକୁ ନେଇ ଉଠିଲା ପ୍ରଶ୍ନ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡୁନି ବିବାଦ । ଏବେ ପିଲାଙ୍କ ଭିତରେ ନୂଆ ପରୀକ୍ଷା ନୀତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢିବାରେ ଲାଗିଛି । ଆଶଙ୍କା ଏହା ଯେ ଏନେଇ ଘରୋଇ କଲେଜର ପିଲା ଅଧିକ ମାର୍କ ପାଇଯିବେ । More

କରୋନା ପାଇଁ ଫିକା ଫିକା ପୂଜା, ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା। More

୪୦ ମିନିଟ୍‌ର ବାଗୁଡ଼ି ଖେଳ ପରେ ଧରାପଡ଼ିଲେ ଲୁଟେରା

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ More

ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି। ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ଆଜି ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବାପା ନବୀନ ଦାସ More