ସଂକ୍ଷେପରେ ଆଜିର ତାଜା ଖବର - Saturday, 09 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର

ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି। More

ବନ୍ଦ ହୋଇଯିବ ମିଲ୍ ! ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଛାନିଆଁ  

କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ବସିଲାଣି। କେବଳ କେମିକାଲ୍ ନୁହେଁ କୋଇଲା ସଂକଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି। ଏମିତିକି ଚୀନରୁ କେମିକାଲ ଆସୁନଥିବାରୁ ଯାହା କେମିକାଲ ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ।  More

ଓଡ଼ିଶା ସିଟିଜେନ୍ସ ଆୱାର୍ଡ: ରାଜନୀତିରେ ସପ୍ତଗିରି, କ୍ରୀଡ଼ାରେ ଦୀପଗ୍ରେସ ପୁରସ୍କୃତ

ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।  More

ଟଙ୍କା ନେଇ ଯାଉଥିବା ବେଳେ ଯନ୍ତ୍ରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।  More

୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More

ଜମିରୁ ପାଣି ନିଷ୍କାସନ ହୋଇନପାରିବାରୁ ଚିନ୍ତାରେ ଚାଷୀ

ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ More

ଅନ୍ଧବିଶ୍ୱାସ ପାଇଁ ୩ ଦିନ ନିର୍ଯାତନା ସହିଲା କଳାନାଗ।

ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା। More

ଶବ ଜଗିଛି କନେଷ୍ଟବଳ: କେବେ ହେବ ମୃତଦେହର ବ୍ୟବଚ୍ଛେଦ?

କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ।  More

ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ

ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା। More

ଜାଗୃତିଙ୍କ ସହ ରେସ୍ତୋରାଁ ଗଲେ ଅନୁଭବ, ଇନଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାସଂଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି। More

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। More

ସରକାରଙ୍କ ବିକାଶମୂଳକ ଯୋଜନା କାହା ପାଇଁ ? ମୌଳିକ ସୁବିଧା ନପାଇ ହନ୍ତସନ୍ତ ଲୋକେ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ । More

ପାର୍ବଣ ବେଳେ ରାଡାରରେ ରହିବେ ଅପରାଧୀ : ଅଧିକ ଅମାନିଆ ହେଲେ ଗିରଫ୍ କରିବ ପୋଲିସ୍

’ଦୁର୍ଗାପୂଜାରେ ଅମାନିଲା ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ ।  ମନଇଚ୍ଛା ବୁଲିଲେ ମାମୁଁଘର ଯିବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । More

ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ଗୁଲାବ୍‌ ଜାମୁନ୍’

ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି ରେସିପି ନାଁ ହେଉଛି 'ବ୍ରେଡ଼ ଗୁଲାପ ଜାମୁନ୍ '। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା : ବିଦ୍ୟାଭାରତୀ ହିଁ ଘଟଣାରେ ଦୋଷୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି More

ଅଚଳ ହୋଇ ପଡିଛି ପାଣି ପାଇପ୍; ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ

ଅଚଳ ହୋଇ ପଡିଛି ପାଣି ପାଇପାଇପ୍‌ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା । More

ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା : ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦି‌ଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ । More

ଖସୁଛି କରୋନା ଗ୍ରାଫ୍ : ରାଜ୍ୟରେ ୨୪ ଘଣ୍ଟାରେ ୫୨୬ ସଂକ୍ରମିତ ଚିହ୍ନଟ; ୪ ମୃତ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୨୩ ଜଣ । More

ଅରଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ : ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଆସିବ କି ବାତ୍ୟା ? ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି। More

କଲେଜ ପରିସରରେ ଦନ୍ତା ହାତୀ, ଆତଙ୍କିତ ଅବସ୍ଥାରେ ଲୋକେ

ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି More

ରୋଗୀ ମୃତ୍ୟୁ ନେଇ ଉତ୍ତେଜନା : ମୃତଦେହ ରଖି ରାସ୍ତା ଅବରୋଧ

ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ More

ସହରରେ ବୁଲୁଛି ମଦୁଆ ଧରା ଗାଡ଼ି : ମାତାଲଙ୍କୁ ଧରିବା ସହ ଫାଇନ୍ କାଟୁଛି ପୋଲିସ

ଛକ ଛକରେ କଡ଼ା ଚେକିଂ । ରାସ୍ତା ଘାଟ ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ । ବ୍ରହ୍ମପୁର ସହରର ସଂଧ୍ୟା ହେଲେ ଘାଇଁ ଘାଇଁ ବୁଲୁଛି ମଦୁଆ ଧରା ଗାଡ଼ି । ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ କି ମାତାଲ ହୋଇ ଗଡ଼ୁଥିଲେ ତୁରନ୍ତ ସେମାନଙ୍କୁ ଧରି ଥାନାକୁ ନେଉଛି, ଫାଇନ୍ ବି କାଟୁଛି । ମଦୁଆଙ୍କୁ ସାବାଡ଼ କରିବାକୁ ପାର୍ବଣ ଋତୁରେ ଏଭଳି ଅଭିଯାନ ଆରମ୍ଭ କରିଛି ପୋଲିସ । ବ୍ରହ୍ମପୁରର ୪ଟି ଥାନା ଅଞ୍ଚଳ ତଥା ଫାଷ୍ଟଗେଟ୍ ଅଞ୍ଚଳରୁ ବାହାରି ସହରର ଶେଷ ମୁଣ୍ଡ ଗୋଷାଣିନୂଆଗାଁ ଯାଏଁ ବୁଲୁଛି More

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଅସୁସ୍ଥତା ପାଇଁ ଜେଲ ବଦଳରେ ମେଡିକାଲ । ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । More

ବହୁଚର୍ଚ୍ଚିତ ଚାନ୍ଦପୁର ଡକାୟତି ଓ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା  ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।  More

ମାର୍କେଟ୍‌ ନେଲା ଅନଲାଇନ୍‌ ବେପାର !

ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ। More

ପ୍ରକାଶ ପାଇଲା OAS ରେଜଲ୍ଟ : ଅଶ୍ୱିନୀ କୁମାର ପଣ୍ତା ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । More

ପ୍ରେମର ଆକ୍ରୋଶରେ ବଳି ପଡ଼ିଗଲେ ମା' !

ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।  More

ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। More