ସଂକ୍ଷେପରେ ଆଜିର ତାଜା ଖବର - Friday, 08 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବହୁଚର୍ଚ୍ଚିତ ଚାନ୍ଦପୁର ଡକାୟତି ଓ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା  ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।  More

ମାର୍କେଟ୍‌ ନେଲା ଅନଲାଇନ୍‌ ବେପାର !

ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ। More

ପ୍ରକାଶ ପାଇଲା OAS ରେଜଲ୍ଟ : ଅଶ୍ୱିନୀ କୁମାର ପଣ୍ତା ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । More

ପ୍ରେମର ଆକ୍ରୋଶରେ ବଳି ପଡ଼ିଗଲେ ମା'

ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।  More

ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। More

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। More

ଲାଭ ଜନକ ଜିଆ ଚାଷ, ହଜାରେ ଟଙ୍କାରେ ଆରମ୍ଭ କରି ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ More

ମମତାକୁ ଗୋଡ଼ରେ ଆଡ଼େଇ ଚାଲିଗଲା ବୋହୂ, ଜୀବନ ହାରିଲେ ଶାଶୂ

ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।  More

MI ଡିଭିଜନ୍‌ର ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ହେବାରେ କେଉଁଠି ରହିଲା କେଁ?

ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କିଛିଦିନ ତଳେ ଜଳସେଚନ ବିଭାଗ ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ। M.I କ୍ୟାଡ଼ର ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେବାରେ ସରକାର ବୈମାତୃତ ମନୋଭାବ ପୋଷଣ କରୁଥିବା ପରି ଚାଚଂଲ୍ୟ ଖବର ପ୍ରକାଶ ପାଇଥିଲା More

ଭୁବନେଶ୍ୱରରେ କରୋନା ସଂକ୍ରମଣ ଚିନ୍ତାର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡିସେମ୍ବର ମାସରେ ପ୍ରାୟତଃ ଲୋକେ ବୁଲାବୁଲି କରିଥାନ୍ତି। ତେବେ ଏହି ସମୟରେ ଭିଡ଼ ଏଡ଼ାଇବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ଆଗାମୀ ଦିନରେ କଣ ରହିବ କଟକଣାର ରୂପରେଖ ସେ ନେଇ ଆସନ୍ତାକାଲି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ More

ପୋଲିସ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ

ପୋଲିସ ଚଲାଇଛି ଦମନଲିଳା, କାନ୍ଦୁଛନ୍ତି ଲୋକେ। ନିଜର ନାର୍ଯ୍ୟ ଦାବିକୁ ନେଇ ଯୋଡା ଅଞ୍ଚଳର ଟ୍ରକ ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ବେଳେ ଏବେ କିଛି ନପାଇ ଏହି ଟ୍ରକ ମାଲିକ ମାନଙ୍କର କଣ୍ଠରୋଧ କରିବା ପାଇଁ ପୋଲିସ ଦମନ ଲିଳା ଆରମ୍ଭ କରିଛି । ଅଭିଯୋଗ ପୂର୍ବରୁ ରାତି ଅଧରେ ବିନା ୱାରେଣ୍ଟରେ ଘରେ ପଶି ଲୋକଙ୍କୁ ଉଠାଇ ନେଇଛି ପୋଲିସ More

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନିଆରା ଉଦ୍ୟମ

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନିଆରା ଉଦ୍ୟମ। ରାଜ୍ୟର କଳା ସଂସ୍କୃତିର ପ୍ରଚାର ପାଇଁ କୋରାପୁଟ ପଦ୍ମପୁର ଅଞ୍ଚଳରେ ଝୋଟି ଚିତ୍ର ଅଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା।  ଏଥିରେ ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କରୋନା ମାହାମାରୀ କଟକଣା ମାନି ପ୍ରତିଯୋଗୀ ଝୋଟି ଚିତ୍ର ଆଙ୍କିଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏନେଇ ଆୟୋଜନ ହୋଇଥିଲା। ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ଓ ଲୋକ କଳାର ଅନ୍ୱେଷଣକରି ତାହାକୁ କିପରି ବିଶ୍ୱ ଦରବାରରେ ପହଞ୍ଚାଇ ହେବ ସେନେଇ ସଂସ୍କୃତି ବିଭାଗ ପ୍ରୟାସ ଜାରି ରଖିଛି। 

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ଏବଂ ଓଡିଶା ସାମ୍ବାଦିକ ୟୁନିଅନ ବା ଓୟୁଜେର ସଭାପତି ଅଛନ୍ତି ପ୍ରସନ୍ନ ମହାନ୍ତି। ଦୀର୍ଘ ଦିନ ଧରି ଓଡିଶା ସାମ୍ବାଦିକତା ଜଗତରେ ସେ ସକ୍ରିୟ ଅଛନ୍ତି। ଜଣେ ଆଗଧାଡିର ରାଜନୈତିକ ସମୀକ୍ଷକ ଭାବେ ବେଶ୍ ପରିଚିତ। ଆଗାମୀ ୩ ବର୍ଷ ପାଇଁ ପିସିଆଇ ସଦସ୍ୟ ଭାବେ ସେ ମନୋନୀତ ହୋଇଛନ୍ତି। ଏଭଳି ସମ୍ମାନଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। 

ପୁଣି ଧରାପଡିଲେ ୨ ବଜ୍ରକାପ୍ତା ବେପାରୀ

ପୁଣି ଧରାପଡିଲେ ୨ ବଜ୍ରକାପ୍ତା ବେପାରୀ। ସେମାନଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସହ ଗୋଟିଏ କାର୍ ଜବତ କରାଯାଇଛି। ଖୋର୍ଦ୍ଧା ପିତାପଲ୍ଲୀ-ଗୁରୁଜଙ୍ଗ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡରେ ବଜ୍ରକାପ୍ତା ଚାଲାଣ ନେଇ ଡିଲ୍ କରୁଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ-STF ଚଢଉ କରିଥିଲା ଆଉ ଦୁଇ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲାର କୈଳାସ ଖୋସଲା ଏବଂ ନବରଙ୍ଗପୁର ଜିଲ୍ଲାର ଚୈତନ୍ୟ ଭତ୍ରାଙ୍କୁ ଧିରିଥିଲା। ବଜ୍ରକାପ୍ତା ରଖିବା ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇ ନ ପାରିବାରୁ STF ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଦେଶୀ ବନ୍ଧୁକ କାରଖାନା ଠାବ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ଭୁଟୁଭୁଟି ସାହିରୁ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହାସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ବହୁ ଦିନ ହେଲା ଅଭିଯୁକ୍ତ ମଙ୍ଗଳୁ ମହାରଣା ଦେଶୀ ବନ୍ଧୁକ ତିଆରି କରୁଥିଲା। ଗତକାଲି ବିଳମ୍ବିତ ରାତିରେ ପରଜଙ୍ଗ ଥାନାର ପୋଲିସ ଓ ମହାବିରୋଡ଼ ଫାଣ୍ଡି ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। କିଛି ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଠାରୁ ବିଭିନ୍ନ ଅଞ୍ଚଳକୁ ଦେଶୀ ବନ୍ଧୁକ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। 

ପଞ୍ଚାୟତ ନିର୍ବାଚନ: ଆଜି ପ୍ରକାଶ ପାଇବ ସଂରକ୍ଷଣ ଚିଠା ତାଲିକା

ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବ। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ।   More

ନା ବାଜିଲା ସାଇରନ୍‌, ନା ଥିଲା ପୂର୍ବ ସୂଚନା: ହଠାତ୍‌ ଖୋଲିଦେଲେ ଟେଟ୍‌, ତା’ପରେ...

ନା ବାଜିଲା ସାଇରନ୍‌, ନା ଥିଲା ପୂର୍ବ ସୂଚନା, ହଠାତ୍‌ ଖୋଲିଦେଲେ ଟେଟ୍‌। ବିନା ପୂର୍ବ ସୂଚନାରେ ‌ଖୋଲି ଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍। ଫଳରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ। More

ଧରାପଡ଼ିଲା କୁଖ୍ୟାତ ଅପରାଧୀ ଟିମା

କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗିରଫ। ୨୦୧୮ରେ କେନ୍ଦୁଝର ପୋଲିସ ଟିମାକୁ ରିମାଣ୍ଡରେ ନେବାବେଳେ ପୋଲିସ ହେପାଜତରୁ ସେ ଚମ୍ପଟ ମାରିଥିଲା। More

GISରେ ସଂଶୋଧନ; ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ମିଳିବ ଅଧିକ ସହାୟତା ରାଶି

ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ(GIS)ରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି। More

କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍‌ସି/ଏସ୍‌ଟି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି। ସେ ଜାମିନ ପାଇଁ ଆବେଦନ କରିବେ। ବିଧାୟକଙ୍କ ବିରୋଧରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି। More

ଘରେ ବନାନ୍ତୁ ସୁଆଦିଆ ‘ଚିଙ୍ଗୁଡ଼ି ଲାଉ ରାଇ’

ସାଧାରଣତଃ ଚିଙ୍ଗୁଡିରେ ପ୍ରସ୍ତୁତ ରେସିପି ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଘରେ ଆମେ ଚିଙ୍ଗୁଡ଼ିର ଅନେକ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କୁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ଚିଙ୍ଗୁଡ଼ି ଲାଉ ରାଇ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।   More

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। More

ଖୋର୍ଦ୍ଧାରେ କମୁନି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୫୦ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୮ ରହିଛି। More

ହଠାତ୍‌ ଘର ଭିତରେ ହେଲା ବିସ୍ଫୋରଣ, ତା’ପରେ...

ଘର ଭିତରେ ବିସ୍ଫୋରଣ। ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍‌ଛତ୍ର ହୋଇ ପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି।  More

ପିଙ୍କ୍‌ ହାଉସ୍‌ ବେଳାଭୂମିରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ। More

ଦେଶର ୧୦୦ଟି ସମୁଦ୍ରବେଳାକୁ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ: ଅଶ୍ୱିନୀ ଚୌବେ

ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି । More

ଦୋଷୀକୁ ଧରାଇଲା କାଠ ଟେବୁଲ

ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN  EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି। More

ମଞ୍ଚ ଉପରେ ବିଧାୟକ ଓ ସାଂସଦ ଆରୋପ ପ୍ରତ୍ୟାରୋପ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ। More

ସଭାପତି ଥିବା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ: ନିରଞ୍ଜନ

ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ।  More

ଦଶହରା ବେଳକୁ ଆସିବ ବାତ୍ୟା !

ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି। More