ସଂକ୍ଷେପରେ ଆଜିର ତାଜା ଖବର - Thursday, 07 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦେଶର ୧୦୦ଟି ସମୁଦ୍ରବେଳାକୁ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ: ଅଶ୍ୱିନୀ ଚୌବେ

ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି । More

ଦୋଷୀକୁ ଧରାଇଲା କାଠ ଟେବୁଲ

ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN  EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି। More

ମଞ୍ଚ ଉପରେ ବିଧାୟକ ଓ ସାଂସଦ ଆରୋପ ପ୍ରତ୍ୟାରୋପ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ। More

ସଭାପତି ଥିବା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ: ନିରଞ୍ଜନ

ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ।  More

ଦଶହରା ବେଳକୁ ଆସିବ ବାତ୍ୟା !

ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି। More

ମହଙ୍ଗା ମାଡ଼ରେ ଆକ୍ତାମାକ୍ତ ଖାଉଟି, ଆଖିରେ ପାଣି ଆଣୁଛି ପିଆଜ ଦର

ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି। More

GST ଫାଙ୍କିଥିଲେ ! ଏବେ ୨୨ ଲକ୍ଷ ତଣ୍ଡ ଗଣିବେ

ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌  ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି  ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। More

ପୁରୀ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ। More

କ୍ରୁଜ୍ ବୁଲିବାକୁ ଯାଇଥିଲେ ରାଉରକେଲାର ୩୭ ଯୁବକ

କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର କୋର୍ଟରେ ଆର୍ୟନଙ୍କୁ ହାଜର କରିଛି ଏନ୍‌ସିବି। ମିଳିଥିବା ଖବର ଅନୁସାରେ ଅକ୍ଟୋବର ୧୧ ଯାଏ ଆର୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି। More

ଡ୍ୟୁଟି ସମୟରେ ଶୋଇ ପଡିଲେ ଡାକ୍ତରବାବୁ

ମେଡିକାଲ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତର । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। More

କ୍ରେନ୍‌ ତଳେ ଘଂଟାଏ ପର୍ଯ୍ୟନ୍ତ ଚାପି ହୋଇ ରହିଲେ ୨ ବାଇକ୍‌ ଆରୋହୀ...

ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି More

ଭୁବନେଶ୍ୱରରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି: DMET

ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା। More

ସ୍ୱତନ୍ତ୍ର ପରିଚୟ ଦେଇଛି ଜିଆ ଖତ ଚାଷ, ଅଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର କରୁଛନ୍ତି ଦାମୋଦର

ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି, ସେଥିରୁ ରକ୍ଷା ପାଇବା ସହ ସଫଳ ହୋଇଛନ୍ତି ଜିଆ ଖତ ଜାଷୀ ଦାମୋଦର । More

ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ୨୦୦୩ରୁ ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ ହଡ଼ପ କରିନେଉଥିଲେ । More

ବିଶ୍ୱାସ ନା ଅନ୍ଧବିଶ୍ୱାସ ? ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା, ସ୍ୱପ୍ନାଦେଶ ପରେ ଜଙ୍ଗଲ ଭିତରେ ତପସ୍ୟାରେ ବସିଛନ୍ତି ମହିଳା

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା More

ତଳମୁହାଁ ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟାରେ ୫୮୨ ସଂକ୍ରମିତ ଚିହ୍ନଟ

ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । More

ରାଜ୍ୟରେ ପିଆଜ ଦର ଅଣାୟତ୍ତ : ଦୁଇ ଦିନ ଭିତରେ କିଲୋ ୨୦ ବଢି ୫୦ ଟପିଲା ଦର

ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ More

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ, ଚାନ୍ଦବାଲି ବିଧାୟକଙ୍କ ଗାଡ଼ି ଉପରେ ଫାଇନ୍‌

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ କରିବା। ଟ୍ରାଫିକ ନିୟମ ଉଲ୍ଲଂଘନ ଓ ନୋ ପାର୍କିଂ ଜୋନ୍‌ ଭିତରେ ବିଧାୟକଙ୍କ ଚାରି ଚକିଆ ଯାନ ପଶିବାରୁ ପୁରୀ ଟ୍ରାଫିକ ପୋଲିସ ୨,୦୦୦ଟଙ୍କା ଫାଇନ୍‌ କାଟିଛି। More

୭ ବର୍ଷ ପରେ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ : ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ

ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ । More

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା । More

ବିଜୁଳି ନେଲା ଜୀବନ, କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା More

ତୈଳଦର ବୃଦ୍ଧି, ଧୀବରଙ୍କ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି

ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି । More

କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି More

ପୁଣି ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । More

ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି More