ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଆସନ୍ତାକାଲି ମହାଳୟାକୁ ଦୃଷ୍ଟିରେ ରଖି BMCର କଟକଣା । ବିନ୍ଦୁସାଗରରେ ମହାଳୟା ପାଳନ ଉପରେ BMCର ସଂପୂର୍ଣ୍ଣ ବାରଣ । ବ୍ରାହ୍ମଣ ଭୋଜନ ସହ ଅନ୍ୟାନ୍ୟ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମର ନିଷ୍ପତ୍ତି । ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଗାଇଡ୍ଲାଇନ୍ରେ ସାମାନ୍ୟ ପରିବର୍ତ୍ତନ । ଗୋଟିଏ ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି । ପୂର୍ବରୁ ମୋଟ୍ ୫୦ ଜଣ ଲୋକଙ୍କୁ ଅନୁମତି ନେଇ ଗାଇଡ୍ଲାଇନ୍ ଥିଲା । ଅକ୍ଟୋବର ୩୧ ଯାଏଁ ବିମ୍ସି କଟକଣା ବଳବତ୍ତର ରହିବ
ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । More
ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ । More
ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା । More
ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ । More
ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ । More
ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ମାଡ଼ ମାରିବା ଅଭିଯୋଗରେ ପୂର୍ବରୁ ବିଜେଡ଼ିରୁ ନିଲମ୍ବନ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିଲେ । ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ପିଟିଥିବା ନେଇ ଖବର ଆସିଥିଲା । More
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି । More
ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ସୂଚନା କମିଶନର ଶପଥ ଗ୍ରହଣ କରିଥିଲେ । More
ପିପିଲି ବିଧାୟକ ଭାବେ ନବ ନିର୍ବାଚିତ ରୁଦ୍ର ପ୍ରତାପ ମହାରଥୀ, ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । More
ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି । More
ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ। More
ଜିଲ୍ଲାଓ୍ୱାରୀ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ଅଧିକ କାଶ, ସରଦି ରହେ, କରୋନାକୁ ବଢ଼ାଇପାରେ। ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। More
ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଏହାର ସିଧାସଳଖ ପ୍ରଭାବ ପଡିଛି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ । ଓଡିଶା ସମୁଦ୍ରତଟ ବାଲେଶ୍ୱର ଠାରୁ ପାରାଦ୍ୱୀପ ଏବଂ ଅସ୍ତରଙ୍ଗ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିରେ ପଡିରହିଛି ଶହ ଶହ ସଂଖ୍ୟାରେ ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା । More
ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ। ଏଣୁ ଏତେଦିନ ପର୍ଯ୍ୟନ୍ତ ନିଳାଦ୍ରୀ ଭକ୍ତ ନିବାସରେ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ କୋଷାଗାରକୁ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। More
ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଚାନ୍ଦିପୁର ଗୋଲଡେନ୍ ସି ବିଚ୍ ଏବେ ଅଳିଆରେ ଭରିଯାଇଛି । ଏହି ବିଚ ଅନ୍ୟ ସି ବିଚ୍ ତୁଳନାରେ ସଂପୂର୍ଣ୍ଣ ନିଆରା, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଦୁର୍ଭାଗ୍ୟର କଥା ହେଲା ବ୍ଲୁ ଫ୍ଲାଗ ମାନ୍ୟତା ଅପେକ୍ଷାରେ ଥିବା ଏହି ବିଚ୍ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି । More
ଦୁର୍ନୀତି ଓ ଅପାରଗତା ପାଇଁ ଏହି ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ରାଜ୍ୟରେ ଏଯାବତ୍ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି। More
ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ। କେନ୍ଦ୍ରକୁ ଯାଇ ଟିକାନେବାକୁ ଅକ୍ଷମ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି। ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ କୋଭିଡ ଟିକା ଦିଆଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଥିଲା। More
ପୂଜା ମଣ୍ଡପରେ କୋଭିଡ୍ ନିୟମାବଳୀ ଭଙ୍ଗ ହେଲେ ପୂଜା କମିଟି ଦାୟୀ ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ, ଏଥର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି। More
ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ, କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ। ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । More
ରାଜ୍ୟରେ ୨୪ ଘଣ୍ଟାରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ ଜଣେ ୫୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ଓ ଜଣେ ୪୫ ବର୍ଷ ପୁରୁଷଙ୍କ ମୃତ୍ୟୁ ହୋଇଛି। More
ପାଣି ସ୍ଥିର ଥାଇବି କୂଳରେ ଗାଧୋଇବା ବେଳେ ଏଭଳି ବଡ଼ ଅଘଟଣ କାହିଁକି ଘଟିଲା? ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଠାକାର ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟକର କଥା କହିଛନ୍ତି। More
୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ। More
ଡାଉନ୍ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ। More
କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି। More
ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍। More
ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ। More