ସଂକ୍ଷେପରେ ଆଜିର ତାଜା ଖବର - Monday, 04 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସନ୍ନ୍ୟାସ ନେଲେ ଓଡ଼ିଶାର ମୋଷ୍ଟ ୱାଣ୍ଟେଡ୍ ଚୋର !

୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ।  More

ସୋସିଆଲ ମିଡ଼ିଆ ସର୍ଭର ଡାଉନ୍‌, କାମ କରୁନାହିଁ କିଛି ଆପ୍‌

ଡାଉନ୍‌ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍‌ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍‌ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ। More

ଆଦିବାସୀ ଇଲାକାରେ ପେଟ୍ରୋଲ୍ ଏବେ ଅମୂଲ ମୂଲ

କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି। More

ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍। More

ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ

ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ। More

ଅରିନ୍ଦମଙ୍କ ନାଁରେ OTV ର ସ୍କଲାରସିପ୍‌ ଘୋଷଣା

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି। More

ବ୍ୟାନର୍‌ ପାଇଁ ଗଲା ଜୀବନ

ଉପରେ ଚଢିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। More

ହାଇଦର ପୁଅକୁ ଆଜୀବନ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। More

ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। More

ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ ୫ଶହ ଚୋରି

ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍‌ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି। More

ହାଇକୋର୍ଟ ଗଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି More

ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ

ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି। More

ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ମାମଲା ଦାଏର

ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍‌ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି। More

ଚୋରି ଅଭିଯୋଗରେ ଉଠାଇ ଆଣିଥିଲେ, ଅଟକ ରଖି ନିର୍ଧୂମ ମାଡ଼ ମାରିଲା ପୋଲିସ୍‌ !

ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। More

ସୁନା କାରବାରରେ ଠକେଇ ଅଭିଯୋଗ : ରାଜ୍ୟର ୧୨ ସହରରେ ଜିଏସଟି ରେଡ୍

ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି । More

ସେଲଫି ହେଲା କାଳ: ନାଗାବଳୀ ନଦୀରେ ଖସିପଡି ଯୁବକ ନିଖୋଜ

କାଳ ହେଲା ସେଲଫି । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ । More

ପ୍ୟାଡେଲ୍ ମାରିଲେ ସଫା ହେଉଛି ପୋଷାକ ! ଦେଶୀ ଓ୍ୱାସିଂ ମେସିନ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର । ସେ ବିନା ବିଦ୍ୟୁତରେ ଚାଲିପାରୁ ଥିବା ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି । କେବଳ ସାଇକେଲ ପ୍ୟାଡେଲ ମାରିଲେ କାର୍ଯ୍ୟକ୍ଷମ ହେବ ଓ୍ୱାସିଂ ମେସିନ୍ । ଏଭଳି ଓ୍ୱାସିଂ ମେସିନରେ ଲୁଗା ସଫା କଲେ ଶରୀର ମଧ୍ୟ ସୁସ୍ଥ ରହିବ । କାରଣ ସାଇକେଲ ପ୍ୟାଡଲ ମାରିଲା ବେଳେ ଶାରିରୀକ ପରିଶ୍ରମ ହେଉଥିବାରୁ ଶରୀର ମଧ୍ୟ ସୁସ୍ଥ ରହିବ । More

ରାଜ୍ୟରେ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ; ୬ ମୃତ

ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୪ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୧୬୯ ଜଣ । More

ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ


ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରି ଗାଁରେ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ୩୦ଟି ହରିଜନ ପରିବାର ଚାଳ ଛପର ଘରେ ରହୁଥିଲେ ବି ଏ ଯାଏ ତାଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳିନାହିଁ । ବର୍ଷା ହେଲେ ଲୋକଙ୍କୁ ଦୁର୍ଦ୍ଦଶା ବଢ଼ିଯାଉଛି  ।ବର୍ଷ ବର୍ଷ ଦୁଃଖ କଷ୍ଟରେ ରହୁଥିବା ୩୦ ପରିବାର ଘର ପାଇବା ଲାଗି ପଞ୍ଚାୟତଠାରୁ ବ୍ଲକ ଯାଏ ଦୌଡ଼ୁଥିଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି ।
 

କେନ୍ଦୁଝର ଚମ୍ପୁଆ ରେଂଜ ସୁଲୁଗୁଡାରେ ହାତୀ ଆତଙ୍କ


କେନ୍ଦୁଝର ଚମ୍ପୁଆ ରେଂଜ ସୁଲୁଗୁଡାରେ ହାତୀ ଆତଙ୍କ  । ୨୧ଗୋଟି ହାତୀ ପଲକୁ ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ହାତୀପଳ ନିକଟସ୍ଥ ଜଙ୍ଗଲରୁ ବାହାରି ଅନେକ ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।  ଧାନ ପାଚି ଆସୁଥିବା ବେଳେ ହାତୀପଲ ଚାଷ ଜମିରେ ଚାଲିଯିବାରୁ ଏକର ଏକର ଜମିରେ ଧାନ ନଷ୍ଟ ହୋଇଛି  । ଏନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ବନ ବିଭାଗକୁ ଜଣାଇଥିଲେ  କିନ୍ତୁ ବନ ବିଭାଗ କର୍ମଚାରୀ ନ ପହଞ୍ଚିବାରୁ ସ୍ଥାନୀୟ ଲୋକମାନେ ହାତୀକୁ ଘଉଡାଇଛନ୍ତି  । କିନ୍ତୁ ହାତୀପଲ ପୁଣିଥରେ ଗାଁ ମୁହାଁ ହେବା ଆଶଙ୍କା ଥିବାରୁ ଲୋକମାନେ ଭୟଭୀତ ଅଛନ୍ତି ।
 

ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ ଜଜବା ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ ଜଜବା ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ଏଥିରେ ସାମ୍ବାଦିକ ଜଗତ ପାଇଁ ଅରିନ୍ଦମଙ୍କ ଅବଦାନ ଉପରେ ଆଲୋଚନା ହେବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଟିଭି ନ୍ୟୁଜ ଏଡିଟର ରାଧାମାଧବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅରିନ୍ଦମଙ୍କ କ୍ୟାରିୟର ଉପରେ ଆଲୋକପାତ କରିଥିଲେ । ଅଭିନେତା ଶ୍ରୀତମ ଦାସ ଓ ମଧୁମିତା ସାମଲ ଅତିଥି ଭାବେ ଯୋଗ ଦେଇ ଅରିନ୍ଦମଙ୍କ ସ୍ମୃତିଚାରଣ କରିଥିଲେ ।  
 

ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ; ୫ ଅଟକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା More

ବିପୁଳ ପରିମାଣର ଗଂଜେଇ କାରବାରକୁ ନେଇ ବଢୁଛି ଚିନ୍ତା : ଆର. ଉଦୟଗିରି ଓ ଚିତ୍ରକୋଣ୍ଡା ଅଂଚଳରୁ ୧୨୦ବସ୍ତା ଗଂଜେଇ ଜବତ

ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ More

ପରିବାର ପୋଷଣ ଚିନ୍ତାରେ ପାନ ଚାଷୀ : ପାନ ଦର ମାନ୍ଦା ଥିବାବେଳେ ଚାଷ ପାଇଁ ବଢିଛି ଖର୍ଚ୍ଚ

ଚିନ୍ତାରେ କଟକ ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ । ପାନ ଦର ମାନ୍ଦା ଥିବାରୁ ଏବେ ଚାଷୀ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି । ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣର ଦର ହୁ ହୁ ହୋଇ ବଢିଚାଲିଛି । ହେଲେ ପାନ ଦର ବଢୁନି । ତେଣୁ କିଛି ଚାଷୀଙ୍କ ବେଉସା ବୁଡିବାକୁ ବସିଲାଣି । More

ବଦଳିବ ରୂପେରଖ ! PPP ମୋଡ଼ରେ ବିକାଶ ହେବ ଭୁବନେଶ୍ୱର ରେଳଷ୍ଟେସନ

ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା More

ବିଧାୟକ କରିବେ ଶିକ୍ଷକଙ୍କ ବଦଳି

ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। More

ସାପ୍ତାହିକ ରାଶିଫଳ, ୪ ରୁ ୧୦ ଅକ୍ଟୋବର ୨୦୨୧: ଜାଣନ୍ତୁ କାହାର ବଢିବ ଆୟ, କିଏ ରହିବ ସତର୍କ ?

ଏହି ସପ୍ତାହରେ ଆପଣ ଖର୍ଚ୍ଚ ସମୟରେ ଅଧିକ ଯତ୍ନବାନ ହେବେ। ସଂଚୟ କରିବା ନେଇ ଆପଣ ସମସ୍ୟା ଦେଖାଦେବ। ବଡ଼ ବିନିଯୋଗ କରିବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ କାରଣ ସେଠାରେ ଆର୍ଥିକ କ୍ଷତି ଦେଖାଦେଇପାରେ। More

ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର!

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି More

ପିପିଲି ଗଡ଼ ବଜାୟ ରଖିବାର ୪ କାରଣ

ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍‌ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ। More

ପୂଜାରେ ଗୀତ ଓ ନାଚ ବନ୍ଦ: ପରିବାର ଚଳାଇବା ଚିନ୍ତାରେ କଳାକାର

ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ More