ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଲିଙ୍କିଆ ଗାଁକୁ ଦେଖିଲେ ଲାଗୁଛି ଏସବୁ ଯେପରି ଏଠି ସାତ ସପନ। କାରଣ ବିକାଶକୁ ଛାଡ଼ନ୍ତୁ ଏଠି ନାହିଁ ମୌଳିକ ବ୍ୟବସ୍ଥା। ବିଜୁଳି ଗାଁକୁ ଆସିଥିଲା। ହେଲେ କିଛି ବର୍ଷରେ ଏହା କଟି ଯାଇଥିଲା। ଏବେ ଅନ୍ଧାରରେ ସମୟ କାଟୁଛନ୍ତି ଲୋକେ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ବିକାଶ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ କେତେ ଏହା ଗ୍ରାଉଣ୍ଡରେ ପହଞ୍ଚୁଛି ତାହା ବୁଝିବାକୁ କେହି ନାହାଁନ୍ତି।
ଆଉ କିଛି ଦିନର ଅପେକ୍ଷା। ଧରାବତରଣ କରିବେ ମାଆ ଜଗତଜନନୀ ଦୁର୍ଗା। ଏଥିପାଇଁ ଏବେ ଚଳଚଞ୍ଚଳ କୋଲକାତା। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଆଙ୍କ ଆଗମନ ପାଇଁ ବିଶେଷ ପ୍ରସ୍ତୁତି କରାଯାଉଛି। ପୂଜା ମଣ୍ଡପ ବି ସଜେଇ ହେବାରେ ଲାଗିଲାଣି। ଭିନ୍ନ ଭିନ୍ନ ଥିମ୍ରେ ଏଥର ସୁସଜ୍ଜିତ ହେବ କୋଲକାତାର ପୂଜା ମଣ୍ଡପ। ଏଥର କରୋନା କଟକଣା ମଧ୍ୟରେ କୋଲକାତାରେ ଦୁର୍ଗା ପୂଜା ହେବ। କେବଳ ପୂଜକ ଓ ପୂଜା କମିଟି ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି।
ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ। More
ଗୋଟିଏ ନଳକୂପ ପାଖରେ ଶହ ଶହ ଲୋକଙ୍କ ଭିଡ । ପାଣି ନେବା ପାଇଁ ହାତରେ ଗରା, ବାଲଟି ଧରି ଘଂଟା ଘଂଟା ଲମ୍ବା ଧାଡିରେ ଛିଡାହେବାକୁ ପଡୁଛି । ପୁଣି ତାହା ଭିତରେ ବି ପାଟିତୁଣ୍ଡ ଲାଗିଯାଉଛି, କିଏ ଆଗ ପାଣି ନେବ ପ୍ରତିଯୋଗିତା ଚାଲୁଛି । ଗୋଟିଏ ନଳକୂପ ଉପରେ ୬୦ରୁ ଅଧିକ ପରିବାର ନିର୍ଭର କରୁଛନ୍ତି More
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ କମି ଥିବାବେଳେ ଏବେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୫୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଜଣ ଆକ୍ରାନ୍ତ ଅଛନ୍ତି। More
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। More
ପୁଅର ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ। ପୁଅର ଧକ୍କା ମାଡ଼ରେ ତଳେ ପଡ଼ି ବାପାର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। More
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ। ସେପଟେ ମେସିନ୍ ସାହାଯ୍ୟରେ କରାଯାଉଛି ମନରେଗା କାମ। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ। More
ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ। More
ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି। More
ହାତୀ ମୃତ୍ୟୁ ରୋକିବା ଅଭିଯାନରେ ସ୍ଥାନୀୟ ଲୋକଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସୂଚନାଦାତାଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ପରାମର୍ଶ ସହ ବେଆଇନ୍ ବିଦ୍ୟୁତ ତାର ଟାଣି ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ପୁରସ୍କାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। More
ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। More
ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି। More
ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍ର ଭିଭିପ୍ୟାଟ୍କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍ରେ ରହିପାରିବେ ନାହିଁ। More