ସଂକ୍ଷେପରେ ଆଜିର ତାଜା ଖବର - Saturday, 02 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମଡେଲିଂ ନାଁରେ ଲୁଟ୍‌ର ଶିକାର ହେଲେ ଫ୍ୟାସନ୍ ଡିଜାଇନ୍ ଛାତ୍ରୀ

ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି। More

ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ହାତୀ ମୃତ୍ୟୁ ରୋକିବା ଅଭିଯାନରେ ସ୍ଥାନୀୟ ଲୋକଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସୂଚନାଦାତାଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ପରାମର୍ଶ ସହ ବେଆଇନ୍ ବିଦ୍ୟୁତ ତାର ଟାଣି ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ପୁରସ୍କାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। More

ମହାନଦୀ ବ୍ରିଜରେ ଦୁର୍ଘଟଣା, ବାଇକ ଆରୋହୀ ମୃତ

ବୌଦ୍ଧ ମହାନଦୀ ବ୍ରିଜରେ ଦୁର୍ଘଟଣା। କାର୍ ଧକ୍କାରେ ଜଣେ ବାଇକ ଆରୋହୀ ମୃତ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବାଇକ୍ ପଛରେ ବସିଥିବା ଆଉ ଜଣେ ମହିଳାଙ୍କ ଖୋଜ ଖବର ନାହିଁ। ସନ୍ଦେହ କରାଯାଉଛି- ସେହି ମହିଳା ଜଣକ ନଦୀକୁ ଖସି ଯାଇଛନ୍ତି। ମହିଳା ଜଣକ ହେଉଛନ୍ତି ଆଠମଲ୍ଲିକ ଥାନା କମ୍ପଲା ଗାଁର ବୈଦ୍ୟନାଥ ସାହୁଙ୍କ ସ୍ତ୍ରୀ। ସୂଚନା ଅନୁସାରେ ଏକ ବାଇକରେ ବୈଦ୍ୟନାଥଙ୍କ ସ୍ତ୍ରୀ ଓ ତାଙ୍କ ସଂପର୍କୀୟ କିଆକଟା ଯାଉଥିଲେ। ସେହି ବାଇକକୁ ଧକ୍କା ଦେଇଥିଲା ବୌଦ୍ଧ ପଟରୁ ଆସୁଥିବା ଏକ କାର୍। ସେଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ନିଖୋଜ ଅଛନ୍ତି। 

ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। More

ଆସନ ସଂରକ୍ଷଣ ନେଇ ଗାଇଡଲାଇନ ଆସିବା ପରେ ନେତାଙ୍କ ବଢିଲା ହାର୍ଟବିଟ୍‌

ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ  ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି। More

ପିପିଲିରେ କିଏ ଜିତିବ ବାଜି, କାହାର ହେବ ହାର ?

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ। More

ମୁଣ୍ଡ ବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍‌ କାଟ

ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍। ବାରମ୍ବାର ବିଦ୍ୟୁତ୍ କାଟ୍ ସତ୍ତ୍ୱେ ବି ଆସୁଛି ମୋଟା ଅଙ୍କର ବିଲ୍। ରାୟଗଡା ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ଏ ସମସ୍ୟା। ସେହିପରି ରାମନଗୁଡା ଭଳି କିଛି ବ୍ଲକରେ ଏଲ୍ଆଇ ପଏଣ୍ଟ ଥାଇ ବି ବିଜୁଳି ନଥିବାରୁ ଚାଷ ଜମିକୁ ପାଣି ମାଡି ପାରୁନାହିଁ। More

ଲୋକଙ୍କ ନିର୍ଦ୍ଧୂମ ମାଡ଼ରେ ଚେତା ହରାଇଲା ଠକ

ଗାଁ ଲୋକେ ୨ ଜଣଙ୍କୁ ଧରି ହାତ ଗୋଡ ବାନ୍ଧି ନିର୍ଦ୍ଧୂମ ମାଡ ମାରିଥିଲେ ଗାଁ ଲୋକେ। ଅରୁଣଙ୍କ ପାଲଟା ଆକ୍ରମଣରେ ଲୋକମାନେ ବି ମାରି ରକ୍ତାକ୍ତ କରିଦେଇଥିଲେ। ଲୋକଙ୍କ ମାଡରେ ଅରୁଣ ଅଚେତ ହୋଇ ପଡିଥିଲେ। More

ଝାଳନାଳ ହେବା ପରେ ମୁହଁରୁ ବାହାରିଗଲା କପଡ଼ା, ଧରାପଡ଼ିଗଲେ ଲୁଟେରା

ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗତ ମାସ ୨୦ ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ। More

'ସପିଂ ମଲ୍‌ରେ ଭିଡ଼ ଏଡ଼ାଇବା ପାଇଁ ରହିବେ ସ୍ୱତନ୍ତ୍ର ସ୍କ୍ୱାଡ୍'

ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି । More

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁର ଖଡ଼ାସିଙ୍ଗିରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ। ଟ୍ରକ୍‌ରେ ଚାଲାଣ ବେଳେ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଏହି ବେଆଇନ୍ କାରବାରରେ ସଂପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏହି ଗଞ୍ଜେଇକୁ ନାଗପୁର ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। 

ଖଣି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିର୍ମାଣ

ଖଣି ଅଞ୍ଚଳରୁ ରାଜ୍ୟ ସରକାର ସର୍ବାଧିକ ରାଜସ୍ୱ ଆଦାୟ କରୁଥିବା ବେଳେ ଖଣି ଅଞ୍ଚଳର ବିକାଶ ପାଇଁ ନିର୍ମାଣ ହୋଇଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ। କିନ୍ତୁ ଏସବୁ ନାଁକୁ ମାତ୍ର। ଆଜି ବି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବସ୍‌ଷ୍ଟାଣ୍ଡରେ ରାତ୍ରିଯାପନ କରିବାକୁ ହେଲେ ରାଜ୍ୟ ଏବଂ ଜିଲ୍ଲା ବାହାରର ଯାତ୍ରୀମାନେ ଫୁଟ୍‌ପାଥ୍‌ ଆପଣାଇଥାନ୍ତି। କାରଣ ଯାତ୍ରୀ ବିଶ୍ରାମ ଗୃହରେ ଝୁଲୁଛି ତାଲା। 

ବିଜୁ ଏକ୍ସପ୍ରେସ ୱେରେ ଜଳିଗଲା ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

ସୁନ୍ଦରଗଡ଼ ସଦର ଥାନା ରସରାଜପୁର ପାଖରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଜଳିଗଲା ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଝାରସୁଗୁଡାରୁ ରାଉରକେଲାକୁ ଯାଉଥିବା ସିଲିଣ୍ଡର ବୋଝେଇ ଟ୍ରକରେ ସଟ ସର୍କିଟ ଯୋଗୁ ଅଚାନକ ନିଆଁ ଲାଗିଗଲା। ନିଆଁ ଲାଗିବା ଜାଣି ପାରି ଡ୍ରାଇଭର ଟ୍ରକଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ବଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ଓ ହେଲପର। 

ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗାନ୍ଧି ଜୟନ୍ତୀ ପାଳିତ

ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି।  ଗାନ୍ଧି ପାର୍କରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେପି ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ପାଳିତ ହୋଇଛି ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ। ବିଜେଡି ନେତା ଓ ମନ୍ତ୍ରୀ ଗାନ୍ଧିଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବିଧାନସଭାରେ ମଧ୍ୟ ପାଳିତ ହୋଇଛି ଗାନ୍ଧି ଜୟନ୍ତୀ।  

ବାଘ ସଂରକ୍ଷଣ ପାଇଁ ସାଇକେଲ୍ ରାଲି

ବାଘ ସଂରକ୍ଷଣ ପାଇଁ ସାଇକେଲ୍ ରାଲି। ବାଘ ସଂରକ୍ଷଣ ଓ ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ତେଲେଙ୍ଗାନାରୁ ଗତ ୨୭ ତାରିଖରେ ବାହାରିଥିବା ଏକ ସାଇକେଲ୍ ରାଲି ଆଜି ବାରିପଦାରେ ପହଞ୍ଚିଛି। ୧୮ଟି ରାଜ୍ୟରେ ୭ ହଜାର ୫ ଶହ କିଲୋମିଟର ଦୂରତା ଅତିକ୍ରମ କରି ବାରିପଦା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଛି। ଶିମିଳିପାଳରେ ପହଞ୍ଚିବା ପରେ ଏକ ବିରାଟ ସାଇକେଲ୍ ରାଲି ହୋଇଥିଲା। ମୟୁରଭଞ୍ଜ ଏସ୍‌ପି ଋଷିକେଶ ଖିଲାର, ରାଜ୍ୟସଭା ସାଂସଦ ମମତା ମହାନ୍ତ ପତାକା ଦେଖାଇ ଏହି ରାଲିକୁ ଉଦ୍‌ଘାଟନ କରିଥିଲେ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଅଧିକାରୀ ଓ କର୍ମଚାରୀ ଏହି ସାଇକେଲ ରାଲିରେ ସାମିଲ ହୋଇଥିଲେ। 

ବର୍ଷା ଯୋଗୁ ମଣ୍ଡିରେ ଶହ ଶହ କ୍ୱିଣ୍ଟାଲ ଗହମ ନଷ୍ଟ

ବର୍ଷା ଯୋଗୁ ପଞ୍ଜାବ ଅମୃତସରର ବିଭିନ୍ନ ମଣ୍ଡିରେ ଶହ ଶହ କ୍ୱିଣ୍ଟାଲ ଗହମ ନଷ୍ଟ ହୋଇଛି। ଗହମ ଉତ୍ପାଦନ ପରେ ବିକ୍ରି ପାଇଁ ମଣ୍ଡିକୁ ଆସିଥିଲେ ବି ଠିକ୍ ସମୟରେ କିଣା ଯାଉନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହୋଇଛି। ମଣ୍ଡିରେ ଗହମ ବିକ୍ରି କରିବା ଲାଗି ଚାଷୀମାନେ ଗଚ୍ଛିତ ରଖିଥିବାବେଳେ, ଗତ ୨ ଦିନ ଧରି ପ୍ରବଳ ବର୍ଷା ହେବାରୁ ଗହମ ବସ୍ତା ବୁଡ଼ି ଯାଇଥିଲା। ଗହମର ମାନ ନଷ୍ଟ ହୋଇଛି ଫଳରେ ବିକ୍ରି ନେଇ ସମସ୍ୟା ଦେଖାଦେବ ବୋଲି ଚାଷୀମାନେ କହିଛନ୍ତି।

ହାଇକୋର୍ଟ ପରିସରରେ ଗାନ୍ଧି ଜୟନ୍ତୀ ପାଳିତ

କଟକ ହାଇକୋର୍ଟ ପରିସରରେ ପାଳନ ହୋଇଛି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଏହି ଅବସରରେ ହାଇକୋର୍ଟ ଜଜ୍‌ମାନେ ଉପସ୍ଥିତ ରହି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିସହ ଗାନ୍ଧିଙ୍କ ସ୍ମୃତିଚାରଣ କରିଥିଲେ। 

କାହାର ହେବ ପିପିଲି ? କାଲି ଆସିବ ରେଜଲ୍ଟ

ଆସନ୍ତାକାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି ହେବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ କହିଛନ୍ତି।   More

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା ଇଞ୍ଜିନିୟର, ମାଡ଼ ମାରି ଲହୁଲୁହାଣ କଲେ ଆର୍‌ପିଏଫ୍‌ କନଷ୍ଟେବଲ

ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍‌ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି। More

ଗୋସେବାକୁ ପରମ ଧର୍ମ ମାନନ୍ତି ରାଜେନ୍ଦ୍ରପୁରର ଅଶୋକ ସାହୁ : ନିଜସ୍ୱ ଅର୍ଥରେ ତିଆରି କରିଛନ୍ତି ଆଶ୍ରମ

ସ୍ୱାର୍ଥପର ଦୁନିଆରେ ଜଣେ ନିସ୍ୱାର୍ଥପର ମଣିଷ । ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ଭଳି । ଲୋକେ ଯେତେବେଳେ ନିଜ ବୃଦ୍ଧ ମାବାପାଙ୍କୁ ମଧ୍ୟ ଘରୁ ତଡି ଦେଉଛନ୍ତି ସେତେବେଳେ ବାଟରେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈଗୋରୁଙ୍କୁ ଘରକୁ ନେଇଯାଆନ୍ତି ଅଶୋକ ସାହୁ । ନିଜ ଖର୍ଚ୍ଚରେ ଏକ ଗୋଆଶ୍ରମ ନିର୍ମାଣ କରି ସେ ଗାଈଗୋରୁଙ୍କ ସେବା କରୁଛନ୍ତି । More

ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ। ସମ୍ବଲପୁର ରେଢ଼ାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। More

ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘ଚିଲି ଚଣା’

ସାଧାରଣତଃ ପିଲାମାନଙ୍କୁ ଚଟପଟା ରେସିପି ବେଶୀ ସୁଆଦିଆ ଲାଗିଥାଏ । ପିଲାମାନଙ୍କ ପାଇଁ  ସଂଧ୍ୟା ଟିଫିନ୍ ପାଇଁ ପ୍ରସ୍ତୁତ କରନ୍ତୁ ଏକ ଚଟପଟା ରେସିପି । ଆଜି ଆମେ ଆପଣଙ୍କ ପାଇଁ କାବୁଲି ଚଣା ବା ବଡ଼ ଚଣାରେ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ଚଣା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

ଲକଡାଉନରେ ଲାଖ ଚାଷକରି କରି ଲାଭବାନ ଚାଷୀ : ଅଳ୍ପ ପରିଶ୍ରମରେ ୪ ଗୁଣା ଅଧିକ ଲାଭ

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ମଧ୍ୟ ଭରପୁର ରହିଛି । ଆଉ ଏହି ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ କରାଯାଇଥିଲା । ଏଥିରେ ସଫଳ ହେଲା ପରେ ଏବେ ବିଭିନ୍ନ ସ୍ଥାନରେ ଲାଖ ଚାଷ ପାଇଁ ଉଦ୍ୟମ ଆରମ୍ଭ ହଇଛି । More

ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି

ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍‌ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। More

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ !

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ  ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି। More

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୭୮ ପଜିଟିଭ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। ୨୪ ଘଣ୍ଟାରେ ରାଜ୍ୟରେ ୪୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ବର୍ଗର ୫୭ ଜଣ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୭ ରହିଛି। More

ଜିନିଷ କିଣିବାକୁ ଆସି ମହିଳାଙ୍କ ସହ ଫଟୋ ଉଠାଇଲେ, ଶେଷରେ କଲେ ଏମିତି କାମ...

ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ଅନ୍‌ଲାଇନ୍‌ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ। More

କାନପୁରରେ ସପା ନେତାଙ୍କୁ ହତ୍ୟା, ସର୍ବସମ୍ମୁଖରେ ଗୁଳି ମାରି ଫେରାର୍ ମାରିଲେ ଦୁର୍ବୃତ୍ତ

ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବଢ଼ି ଚାଲିଛି । ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ଦୁର୍ବୃତ୍ତ, ଆଉ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ବିନ୍ଦାସ ବୁଲୁଛନ୍ତି More

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଚିଠି କରିଛନ୍ତି । More

ସାଂସଦ ଭାବେ ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସର୍ବାନନ୍ଦ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ । More

ଓଡ଼ିଶାରେ ଖୁବ୍‌ଶୀଘ୍ର ବ୍ରେନ୍ ବ୍ୟାଙ୍କ୍, ଏଣିକି ମସ୍ତିଷ୍କ ବି ଦାନ କରିପାରିବେ ଲୋକ

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ । More

ଏଥର ବି ପାଣିଚିଆ ହେଲା ପାର୍ବଣ, ମୁଣ୍ଡରେ ହାତ ଦେଲେଣି ଛୋଟ ବ୍ୟବସାୟୀ

ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ  ରହିଛି । More

ବିଜେଡିକୁ ସାହା କଂଗ୍ରେସ ନେତା

ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । More

ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ପାଇଁ ଓଡ଼ିଆଙ୍କ ଲଢେଇ

ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ବି, ଏ ଭାଷା ଏବେ ବିପନ୍ନ ହେବାକୁ ଯାଉଛି। ଷଢେଇକଳା ଓ ଖରସୁଆଁରେ ୧୫୦ ଓଡ଼ିଆ ସ୍କୁଲ ବନ୍ଦ ହେଲାଣି। ଗତ ୫ ବର୍ଷ ହେବ ଆଉ ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳୁନି। More