ସଂକ୍ଷେପରେ ଆଜିର ତାଜା ଖବର - Friday, 01 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାଂସଦ ଭାବେ ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସର୍ବାନନ୍ଦ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ । More

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ । More

ଏଥର ବି ପାଣିଚିଆ ହେଲା ପାର୍ବଣ, ମୁଣ୍ଡରେ ହାତ ଦେଲେଣି ଛୋଟ ବ୍ୟବସାୟୀ

ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ  ରହିଛି । More

ବିଜେଡିକୁ ସାହା କଂଗ୍ରେସ ନେତା

ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । More

ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ପାଇଁ ଓଡ଼ିଆଙ୍କ ଲଢେଇ

ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ବି, ଏ ଭାଷା ଏବେ ବିପନ୍ନ ହେବାକୁ ଯାଉଛି। ଷଢେଇକଳା ଓ ଖରସୁଆଁରେ ୧୫୦ ଓଡ଼ିଆ ସ୍କୁଲ ବନ୍ଦ ହେଲାଣି। ଗତ ୫ ବର୍ଷ ହେବ ଆଉ ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳୁନି। More

ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ, ଖେଳିଲେ ନିଶା ହୋଇଯାଉଛି !

ମୋବାଇଲ ଗେମ୍‌ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି । More

ଉପଭୋକ୍ତା ପାଇଁ ହାଲୁକା ହେବାର ନାହିଁ ବିଜୁଳି ଦର ବୋଝ

ଅନ୍ୟପଟେ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ଓଏଚପିସିର ଆଉ ଏକ ରିଭ୍ୟୁ ପିଟିସନ୍। କାହିଁକିନା ପୁନର୍ବିଚାର କରି ୟୁନିଟ୍ ପିଛା ଦର ବୃଦ୍ଧି ଲାଗି ଓଏଚପିସି କରିଥିବା ଆବେଦନକୁ ଓଇଆରସି ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରୁ ଏହା ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। More

ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ

ଆଗକୁ ପାର୍ବଣ ଥିବା ବେଳେ ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ। ଯାହାକୁ ନେଇ ପୋଲିସ ପାଇଁ ବଢ଼ିଛି ଚିନ୍ତା।  ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ମିଟିଂରେ ଏସିପି ଏବଂ ଇନ୍ସପେକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଡିସିପି କହିଛନ୍ତି। More

ଦୁଇ ପଡ଼ୋଶୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଚିଠି ଲେଖିଛନ୍ତି । More

୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଷ୍ଟାର ପିଣ୍ଟୁକୁ ଗିରଫ କଲା ପୋଲିସ

ରାଜଧାନୀ ଭବନେଶ୍ୱରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଖାଲି ସେତିକି ନୁହେଁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ । More

ପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣା: ୯ ବର୍ଷ ପରେ ଆସିଲା ରାୟ

ଅନୁଗୁଳ ବଅଁରପାଳ ୟୁପି ସ୍କୁଲ ପରିସର ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ ଘଟିଥିଲା। ୨୦୧୨ ସେପ୍ଟେମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍‌ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଆଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। More

ହାଜତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ପହଞ୍ଚିଲା HRPC ଟିମ୍‌

ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଲା ଏଚଆରପିସିର ଦୁଇ ଜଣିଆ ଟିମ୍ । ଗତ ସେପ୍ଟେମ୍ବର ୨୫ ତାରିଖରେ ପୋଲିସ ହେପାଜତରେ ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲା । More

ଧଉଳି ବୁଲାଇବା ବାହାନାରେ ଡାକିଥିଲା, ଏସିଡ୍ ଫିଙ୍ଗି ଚମ୍ପଟ ମାରିଲା

ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। More

‘ପିପିଲିରେ ଏଥର ୭୮% ଭୋଟ, ପରିବତ୍ତନର ସଙ୍କେତ’

ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । More

ପାର୍ବଣରେ ଘରୁ ବାହାରିବା ଅନୁଚିତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ। More

ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରହୁ: ମନ୍ତ୍ରୀ

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। More

“ଆମେ କୌଣସି ଆର୍ଥିକ ସହାୟତା ଲୋଡ଼ୁନାହୁଁ, ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି”

ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି More

କମୁଛି ସଂକ୍ରମଣ: ୨୪ ଘଂଟାରେ ୪୭୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ୧୯୯ ରହିଛି More

ଏ ରାସ୍ତା ନୁହେଁ ଯମ ପୁରକୁ ବାଟ

ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି More

ଭାରିଗଦା ମେଗା ପାନୀୟଜଳ ପ୍ରକଳ୍ପ: ସରକାର ଓ ବିଭାଗୀୟ ଅଧିକାରୀ ଦେଇଛନ୍ତି କି ମିଥ୍ୟା ତଥ୍ୟ?

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ମଞ୍ଜୁରୀ କରିଥିବା ଅଭିଯୋଗଆଣି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି । More

ଆଜିଠୁ ରାଜ୍ୟ ଲାଗୁହେଲା ନୂଆ କଟକଣା, ଜାଣନ୍ତୁ କ’ଣ ରହିଛି ପୂରା ନିୟମ...

ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣ ପାଇଁ ବଢିଛି କୋଭିଡ୍ କଟକଣା। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। More

ଆଜିଠୁ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠୁ ଆରମ୍ଭ ହେଉଛି ସ୍ପେଶାଲ ଏକଜାମ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ More

ଇଭିଏମ୍‌ରେ ସିଲ୍‌ ହୋଇଛି ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ, ୩ରେ ଜଣାପଡ଼ିବ ପିପିଲିର ବାଜିଗର କିଏ?

ଇଭିଏମରେ ସିଲ୍ ପିପିଲି ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପିପିଲି ବାସୀ। ଇଭିଏମ ଗୁଡିକ ବର୍ତ୍ତମାନ ପେଣ୍ଠକଟା ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି More

ଥାନାରେ ଜବତ ବିସ୍ଫୋରକ ରଖିବା ନେଇ ଜାରି ହେଲା ଏସଓପି

ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଚେତିଛନ୍ତି ରାଜ୍ୟ ସରକାର। ଜବତ ବିସ୍ଫୋରକ କେମିତି ରଖିବେ, ସେଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଅକ୍ଟୋବର ୫ ସୁଦ୍ଧା ସବୁ ଥାନାର ମାଲଖାନା ପରିଦର୍ଶନ କରିବାକୁ ଏସଡିପିଓ ବା ଡିଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଏସ୍ପିଙ୍କୁ କୁହାଯାଇଛି ଓ ସେ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି। More

୪ ଫୁଟର ମୂର୍ତ୍ତିରେ କେମିତି ଲାଗିବ ମାଆଙ୍କ ଆଭୂଷଣ?

କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା। More

ଭିସୁଟ ଛାତ୍ରଙ୍କୁ ରାଗିଂ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ

ବୁର୍ଲା ଭିସୁଟର ଜଣେ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି More

ମୋବାଇଲ ଗେମ୍ ପାଇଁ ଜୀବନ ହାରିଲେ ନବମ ଶ୍ରେଣୀର ଛାତ୍ର 

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ। More

ଓଡ଼ିଶାରେ ଧନୀ ଅଧିକରୁ ଅଧିକ ଧନୀ, ଗରିବ ସମ୍ପୂର୍ଣ୍ଣ ନିର୍ଧନ; ଜାଣନ୍ତୁ କେମିତି ?

ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି । More