ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି ଆଜି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ବା ପିଏମ୍-ପୋଷଣର ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷ ପାଇଁ ଅର୍ଥାତ ୨୦୨୧-୨୨ରୁ ୨୦୨୫-୨୬ ଯାଏଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ   ବିଦ୍ୟାଳୟଗୁଡିକରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଏହା ମଧ୍ୟାହ୍ନ ଯୋଜନା ନାଁରେ ପରିଚିତ ଥିଲା । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୪ ହଜାର କୋଟି ଟଙ୍କା ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ପ୍ରାୟ ୩୧ ହଜାର କୋଟି ଖର୍ଚ୍ଚ କରିବେ । ଏହି ଯୋଜନା ଦ୍ୱାରା ୧୧ ଲକ୍ଷ ୨୦ ହଜାର ବିଦ୍ୟାଳୟରେ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀ ଉପକୃଉତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଭାଙ୍ଗିଦେଲେ ସିବଲଙ୍କ କାର

କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ । ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ । କିଏ ଗୋଲାପ ଫୁଲ ଧରି ଆସିଥିଲା, ତ ଆଉ କିଏ ଟମାଟୋ ଫୋପାଡ଼ିଥିଲା । ଗେଟ୍‌ୱେଲ୍ ସୁନ୍ ଓ ରାହୁଲ ଗାନ୍ଧି ଜିନ୍ଦାବାଦ ଆଦି ଏହି ସମୟରେ ଶୁଣିବାକୁ ମିଳିଥିଲା ଯୁବ କଂଗ୍ରେସ କର୍ମୀମାନେ ସିବଲ ଦଳ ଛାଡ଼ି ଦିଅନ୍ତୁ ବୋଲି ସ୍ଲୋଗାନ୍ ଦେଇଥିଲେ । ବିରୋଧ ପ୍ରଦର୍ଶନ ବେଳେ କପିଲ ସିବଲଙ୍କ କାର୍ ମଧ୍ୟ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି ।

ଅବକାରୀ ଅଧୀକ୍ଷକଙ୍କ ଘରେ ରେଡ୍, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଅବକାରୀ ଅଧୀକ୍ଷକଙ୍କ ଘରେ ରେଡ୍ । ମଦ ଭାଟି ମାଲିକଙ୍କଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦେବଗଡ଼ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର ଏବଂ ବାରକୋଟ୍ ଥାନା ଅବକାରୀ ASI ମଥୁରା ମୋହନ ପ୍ରଧାନ । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ବାରକୋଟ ବ୍ଲକ ବିଦେଇ ବଡ଼କୁଦର ସରକାରୀ ଦେଶୀ ମଦଭାଟି ମାଲିକଙ୍କଠାରୁ ଏଏସ୍ଆଇ ୩ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ନଗଦ ଦେଢ ଲକ୍ଷ ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଚଢାଉ ବେଳେ ଏଏସ୍ଆଇ ମଥୁରା ମୋହନ ପ୍ରଧାନଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ ହେବା ସହିତ ତାଙ୍କୁ ଗିରଫ କରାଯାଇଛି । ପରେ ଅବକାରୀ ଅଧୀକ୍ଷକ ଅଜିତ୍ ମହାପାତ୍ରଙ୍କ ଘରେ ଚଢାଉ କରି ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ଘର ଏବଂ ବାରକୋଟ ଅବକାରୀ ଅଫିସ୍‌ରେ ଚଢାଉ ଜାରି ରହିଛି । 

ବାହାରିଲା OJEE ରେଜଲ୍ଟ

ଓଜେଇଇ ବିଟେକ୍ ସ୍ପେସାଲରେ ପୀୟଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ସେହିପରି MCA ରେ ଟପ୍ପର ହୋଇଛନ୍ତି ନିଶିକାନ୍ତ ପରିଡ଼ା । MBAରେ ଟପ୍ପର ହୋଇଛନ୍ତି ଆଶୁତୋଷ ରଥ । ବି. ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି ଟପ୍ପର ହୋଇଥିବା ବେଳେ ଏମ୍ ଫାର୍ମାରେ ଟପ୍ପର ହୋଇଛନ୍ତି କେ. ସଂଜନା ସୁବୁଦ୍ଧି ।  ଆଜି OJEE ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ରାଙ୍କ୍ ମିଳିଛି । ପିଲାମାନେ WWW.OJEE.NIC.IN ରୁ ରାଙ୍କ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? କିଏ ODRAFକୁ ଦେଇଥିଲା ଅନୁମତି ?

କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? ଘଟଣାର ୫ଦିନ ପରେ ବି ପ୍ରଶ୍ନ ଅସମାହିତ ଥିବାବେଳେ ଏଣେ ଭରା ମହାନଦୀରେ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ବୋଟ୍‌କୁ କିଏ ଦେଇଥିଲା ଅନୁମତି ? ସେ ନେଇ ମଧ୍ୟ ପିସିସିଏଫ୍‌ଠୁ ମିଳିଲାନି ସ୍ପଷ୍ଟ ଉତ୍ତର । More

ଏବେ ବି ସକ୍ରିୟ ମାନବାଦ ସଂଗଠନ ! ଜେଲରୁ ଅପରେଟ୍‌ କରୁଛନ୍ତି ମାନସ ଦାସ..

ଜେଲରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜେଲରେ ଥାଇ ବି ସଂଗଠନ ଚଳାଉଛନ୍ତି ଏହି ତଥାତଥିତ ମାନବବାଦୀ । ଜାମିନରେ ଥିବା ପୁଅ ଜରିଆରେ ଲୋକଙ୍କୁ ଧମକ ଚମକ ଦେଇ ମାନସ ଦାସ ପୁଣି ସଂଗଠନ ବିସ୍ତାର କରୁଥିବା ଅଭିଯୋଗ ହୋଇଛି । More

କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି। More

‘ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ’

ଭାରତର ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି । ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । More

ରାତି ପାହିଲେ ପିପିଲି ଉପନିର୍ବାଚନ, ପ୍ରସ୍ତୁତି ଶେଷ.. ମୁତୟନ ହେବେ ୨୦୦୦ ପୋଲିସ

ଆସନ୍ତାକାଲି ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ୩୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । More

କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି More

କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। More

ସମବାୟରେ ପୁଣି ଦୁର୍ନୀତି ଅଭିଯୋଗ; ଚାଷୀଙ୍କ ଜାଣିନାହାନ୍ତି, ତାଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଋଣ ବୋଝ !

ଆଠଗଡ ପରେ ଏବେ ବଡମ୍ବାରେ ସମବାୟ ଦୁର୍ନୀତି ଅଭିଯୋଗ । ବଡମ୍ବା ବ୍ଲକ ଯୋଡୁମୁ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ । ଚାଷୀମାନେ ଏଭଳି ସାଂଘାତିକ ଅଭିଯୋଗ ଆଣି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି । More

ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା, ମୋବାଇଲ ଲାଇଟ୍‌ ପକାଇ ଦେଖୁଛନ୍ତି ନର୍ସ

ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା । କେଉଁ ବେଡ୍‌ରେ ଗର୍ଭବତୀଙ୍କ ଚିକିତ୍ସା ତ କେଉଁ ବେଡ଼ରେ ଶିଶଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିବାବେଳେ ଟର୍ଚ୍ଚ ଲାଇଟରେ ଜାରି ରହିଥିଲା ଚିକିତ୍ସା । More

ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଚୋର

ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଚୋର।  ଏଭଳି ଘଟଣା ଘଟିଛି ଭୁବନେଶ୍ୱର କଳିଙ୍ଗବିହାର ଅଂଚଳରେ। ଗତକାଲି କଳିଙ୍ଗବିହାର ଅଞ୍ଚଳରେ ଭଡ଼ାଘରେ ରହୁଥିବା ସସ୍ମିତା ମହାପାତ୍ର ଓ ତାଙ୍କ ପରିବାର କୋଭିଡ୍ ଭ୍ୟାକ୍ସିନ ନେବାକୁ ହସ୍ପିଟାଲକୁ ଯାଇଥିଲେ। ତେବେ ଏତିକି ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଚୋରି ହୋଇଛି। ଘରୁ ତିନିଟି ସୁନା ଚେନ, ମୁଦି, ଚାରିଟି ହାର, ସୁନା ଶଙ୍ଖା, ସୁନା ଚୁଡ଼ି, କାନ ଫୁଲ ଚୋରି ହୋଇଥିବା ଅଭିଯୋଗ ହୋଇଛି।  

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଆଜିଠାରୁ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିଛନ୍ତି। ଗଜପତିଙ୍କ ପ୍ରତିନିଧିଭାବେ ରାଜଗୁରୁ ଏହି ଗୁଆ ନଡିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଥିଲେ। ଶ୍ରୀମନ୍ଦିର ବେଢା ପରିସରରେ ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା ଓ ମା ଉତ୍ତରାୟଣୀ ପୀଠଲାଗି ପୂଜକ ଓ ଚଣ୍ଡିପାଠକ ବରଣ ହୋଇଛି।  

ହାତୀ ଆକ୍ରମଣରେ ଚାଷୀ ମୃତ

ଢେଙ୍କାନାଳ ସଦର ରେଂଜ କାଣ୍ଡବିନ୍ଧା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ନାରାୟଣ ରାଉତ। ଗତକାଲି ରାତିରେ ନାରାୟଣ ଧାନବିଲ ଜଗିଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ଭୋରରୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଓଡ଼ିଶା-ଛତିଶଗଡ ସୀମାରେ ହାତୀଙ୍କ ଉତ୍ପାତ

ଓଡ଼ିଶା-ଛତିଶଗଡ ସୀମାରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଏହାସହ ହାତୀମାନେ ମକା ଫସଲ ଉଜାଡ଼ି ଦେଇଛନ୍ତି। ନବରଂଗପୁରର ରାଇଘର ବ୍ଲକର ସମ୍ବଲପୁର ଗାଁରେ ହାତୀ ପଲ ଉତ୍ପାତ କରିଛନ୍ତି। ହାତୀପଲ ଗାଁ ଦାଣ୍ଡରେ ପଶିବା ଯୋଗୁ ଲୋକମାନେ ଆତଙ୍କିତ ହୋଇ ପଡିଥିଲେ। ହାତୀମାନେ ବ୍ୟାପକ ମକା ଫସଲ ନଷ୍ଟ କରିଛନ୍ତି। ଏନେଇ ସ୍ଥାନୀୟ ଲୋକମାନେ ରାଇଘର ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ପହଞ୍ଚିବା ବେଳକୁ ହାତୀପଲ ଛତିଶଗଡ ଆଡକୁ  ଚାଲି ଯାଇଥିବା ସୂଚନା ମିଳିଛି। ହାତୀପଲ ଏବେ ଛତିଶଗଡରେ ରହିଛନ୍ତି।  

ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀପଲଙ୍କ ଉତ୍ପାତ

ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ନବରଙ୍ଗପୁର ରାଇଘର ବ୍ଲକର ସମ୍ବଲପୁର ଗାଁରେ ହାତୀପଲଙ୍କ ଉତ୍ପାତ ଯୋଗୁ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି।  ହାତୀପଲ ଗାଁ ଦାଣ୍ଡରେ ପଶିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ।ଢେଙ୍କାନାଳର ହଳଦିଆବାହାଳ ଅଞ୍ଚଳରେ ୩୨ଟିକିଆ ହାତୀପଲ ବୁଲୁଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି।  ହାତୀପଲ ଆଜି ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଥିଲା। 

ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶିକ୍ଷଣ ଶିବିର

ବିପର୍ଯ୍ୟୟ ମୁକାବିଲା ନେଇ ଆଜି ଭୁବନେଶ୍ୱର ମଧୁସୂଦନ ଏକାଡେମୀରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ବନ୍ୟା ବାତ୍ୟା କାଳରେ ଜୀବନହାନୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି।  ଲୋକଙ୍କୁ ଏହି ସମୟରେ କେମିତି ଉଦ୍ଧାର କରାଯାଇପାରିବ, ବାତ୍ୟା ବନ୍ୟାର ପୂର୍ବ ପ୍ରସ୍ତୁତି ଓ ପରେ ପୁନରୁଦ୍ଧାର ପ୍ରକ୍ରିୟା ନେଇ ପ୍ରଶିକ୍ଷଣ ଦିଆଯାଉଛି। ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଭାଗ ନେଇଛନ୍ତି।  ୩ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଚାଲିବ।  ଏହି ଶିବିରକୁ ମୁଖ୍ୟ ଶାସନ ସଚିବ ଉଦ୍‌ଘାଟନ କରିଛନ୍ତି । ଏହି ଶିବିରରେ ରାଜ୍ୟର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଶିବରରେ ତାଲିମ ପରେ ଫିଲ୍ଡ ଟ୍ରେନିଂ ଦିଆଯିବ। OSDMA ଓ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଛି। 

ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।  More

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ। More

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ‘ଚିକେନ୍ ଜାଫରାନୀ’

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରାଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘। More

DRDO ତଥ୍ୟ ଲିକ୍ ମାମଲା: ମିଳିଲା ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ୍ ରେକର୍ଡିଂ 

ରହସ୍ୟମୟୀ ମହିଳା ଜଣକ ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ନିଆଯିବ। ରହସ୍ୟମୟୀ ମହିଳାଙ୍କ ଫଟୋ ଏବଂ ଭିଡିଓ କଲ୍ ରେକର୍ଡିଂ ଠାବ କରାଯାଇଛି। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ। More

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି।  More

ପେଟ ଭିତରେ ୪୨ ଲକ୍ଷର ସୁନା ଲୁଚାଇ ଦିଲ୍ଲୀ ଯାଉଥିଲା ଚୋର, ଏୟାରପୋର୍ଟରେ ଧରିଲା ପୋଲିସ୍

ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲେ ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ । More

ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍, ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଓଟିଭି ନେଟୱର୍କ ଏମଡି

ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ More

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍‌ ବାହାରିଛନ୍ତି।  More

ନିଖୋଜର ୨ ଦିନ ପରେ ବିଲରୁ ମୁମୂର୍ଷ ଅବସ୍ଥାରେ ମିଳିଲା ନାବାଳକ

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା। More

Daily Horoscope, 29 Sept 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ସେପ୍ଟେମ୍ବର ମାସ ୨୯ ତାରିଖ, ବୁଧବାର, କନ୍ୟା ୧୩ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଆର୍ଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.... More

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ଘର ଛାଡ଼ି ପଳାଇଲେ ନାବାଳିକା, ତା’ପରେ...

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। More

ଖରସ୍ରୋତା ଜଳବିବାଦ: RTI ତଥ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। More

ପୁଣି ଲଘୁଚାପ: କାଲିଠୁ ପ୍ରବଳ ବର୍ଷିବ

ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ More

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ । More

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା, ଦାୟୀ କିଏ ? କଂଗ୍ରେସ କହିଲା ଭୋଟରଙ୍କୁ ଭୟଭୀତ କରିବାକୁ ଚାଲ୍‌..

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି । More

ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ । More