ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ଲଘୁଚାପ: କାଲିଠୁ ପ୍ରବଳ ବର୍ଷିବ

ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ More

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ । More

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା, ଦାୟୀ କିଏ ? କଂଗ୍ରେସ କହିଲା ଭୋଟରଙ୍କୁ ଭୟଭୀତ କରିବାକୁ ଚାଲ୍‌..

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି । More

ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ । More

ବାୟା କଲାଣି ସୋସିଆଲ ମିଡିଆ, ବାପା-ମାଆଙ୍କୁ ନଜଣାଇ ଘରୁ ପଳାଇଲା ୧୨ ବର୍ଷର ଝିଅ

ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆଦି ବାୟା କରୁଛି । More

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । More

ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ । More

ଗୁଲାବ ପ୍ରଭାବ: ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ, ରାସ୍ତା ଉପରେ ପଡ଼ି ରହିଛି ମାଟି ଅତଡ଼ା

କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏନ୍‌ଡିଆର୍‌ଏଫ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି । More

ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ମାମଲା: ଗିରଫ ଭୟରେ ଜାମିନ ଆବେଦନ କଲା ବାନ୍ଧବୀ

ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିବା ପରେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। More

ପିପିଲି ଉପନିର୍ବାଚନ; ଘରେ ଥାଇ ଭୋଟ ଦେଇପାରିବେ କୋଭିଡ ଆକ୍ରାନ୍ତ

  ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ । ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି  । More

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ: ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। More

ଯଦି ପୋଲିସ ସୁରକ୍ଷିତ ନୁହେଁ, ଲୋକେ କେମିତି ସୁରକ୍ଷିତ: ସମ୍ୱିତ

କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ପୁରୀ ଅତିରିକ୍ତ ଏସ୍ପି ପି. ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଦେବେ। ଫରେନ୍ସିକ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ କରିଛି।  More

ଘରେ ବନାନ୍ତୁ ଢାବା ଷ୍ଟାଇଲ୍ ‘ମସରୁମ୍ କୋର୍‌ମା’

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ କୋର୍‌ମା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେ ରାଜ୍ୟ ସରକାର: କୋଭିଡ୍ ମୃତକଙ୍କ ପରିବାରକୁ ଦେବେ ୫୦ ହଜାର

କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।  କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଥିଲେ। More

ବଡ଼ ଅଘଟଣରୁ ବଞ୍ଚାଇଦେଲା ଦଇବ !

ଗତକାଲି ବିଲମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ି ଯାଇଛି ବଳଙ୍ଗା ପୋଲିସ୍ ଥାନା। ମାଲଖାନାରେ ଥିବା ବିସ୍ଫୋରକ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ଥାନାର ଭିତର ଅଂଶ ଭୁଶୁଡ଼ି ପଡ଼ିଛି। ଛାତ, କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାକି ଥିବା ଥାନାର କାନ୍ଥ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। More

ଜରାଜୀର୍ଣ୍ଣ ଅବସ୍ଥାରେ ରକ୍ତତୀର୍ଥ ଇରମ୍‌

ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି। More

ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ପ୍ରେସ କ୍ଲବ ପକ୍ଷରୁ  ଶ୍ରଦ୍ଧାଞ୍ଜଳି

 ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଜଗତସିଂହପୁର ଜ଼ିଲ୍ଲାର ରାହାମା ପ୍ରେସ କ୍ଲବ ପକ୍ଷରୁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ଲବ ସଭାପତି ମାନସ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା।  ରାହାମା କଲେଜ ଛକ ନିକଟରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।  ପରେ ପ୍ରେସ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ସ୍ୱର୍ଗତ  ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ପ୍ରେସ କ୍ଲବ ସଦସ୍ୟ  ।

ଦୁଇ ସପ୍ତାହ ଧରି କୋଇଡା ବନଖଣ୍ଡ ଅଞ୍ଚଳରେ ଲାଗି ରହିଛି ହାତୀ ଆତଙ୍କ

ଲଗାତାର ଦୁଇ ସପ୍ତାହ ଧରି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ ।  ହାତୀ ଘଉଡାଇବା ଓ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବେ ସିଡିମ୍ବା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଏବେ ହାତୀପଲ ଜଙ୍ଗଲ ଛାଡି କୋଇଡା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବୁଲାବୁଲି କରୁଛନ୍ତି  । ନିକଟରେ ଥିବା କନ୍ତରକୋଇଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି  

ଓଡ଼ିଶା ଗାଁରେ ଆନ୍ଧ୍ରର ଫଳକ

  ଓଡ଼ିଶାର ଗାଁରେ ଆନ୍ଧ୍ରର ଫଳକ । କୋଟିଆର କେତେକ ଗାଁରେ ଆନ୍ଧ୍ର ପ୍ରଦେଶ ତେଲୁଗୁ ଭାଷାରେ ନିଜର ଫଳକ ଲଗାଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ପ୍ରଶାସନର ବାରମ୍ବାର ବାରଣ ସତ୍ତ୍ୱେ ଆନ୍ଧ୍ର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ନିଜ କାର୍ଯ୍ୟକଳାପ ଚଳାଇଛନ୍ତି । ଫାଟୁସିନେରି ଓ ଅନ୍ୟାନ୍ୟ ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ିଆରେ ନାମ ଫଳକ ଲଗାଯାଇଥିଲା  । ଏବେ ଆନ୍ଧ୍ର ସରକାର ସେହି ସବୁ ଗାଁରେ ତେଲୁଗୁ ବୋର୍ଡ ଲଗାଉଛନ୍ତି  । ବାତ୍ୟା ସମୟରେ ପଟ୍ଟାଙ୍ଗି ବ୍ଲକରେ ଲୋକଙ୍କୁ କିପରି ସୁରକ୍ଷିତ କରାଯାଇପାରିବ, ସେ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବା ବେଳେ ଆନ୍ଧ୍ରର ଫଳକ ରାଜନୀତିକୁ ସ୍ଥାନୀୟଲୋକେ ବିରୋଧ କରିଛନ୍ତି  ।

ଗତକାଲି ତୁଳନାରେ ଆଜି ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୫୪୫ ରୋଗୀ

ତଳମୁହାଁ ହେଉଛି କରୋନା ଗ୍ରାଫ୍‌। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।   More

ଜଳପ୍ରପାତରୁ ନିଖୋଜ ଯୁବକଯୁବତୀଙ୍କ ଶବ ଉଦ୍ଧାର

ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା।  More

Daily Horoscope, 27 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ, ମଙ୍ଗଳବାର।  ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି  ।   More

ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ: ୩ ଦିନ ବର୍ଷିବ

ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି।   More

ଥାନାରେ ଭୟଙ୍କର ବିସ୍ଫୋରଣ, ଉଡ଼ିଗଲା ଛାତ

ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।    More

ଓଡ଼ିଆ ବୋହୂ ପିନ୍ଧିଲେ ସୁନ୍ଦରୀ ମୁକୁଟ

ପୂର୍ବରୁ ସେ ଜଣେ ମେକାପ ଆଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। More

ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଡମି ଏୟାରକ୍ରାଫ୍ଟକୁ ଧ୍ୱଂସ କଲା

ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍‌ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି । More

ମାୟାବିନୀର ଫୋନ୍ ହ୍ୟାକିଂ ଖେଳ, ITR ତଥ୍ୟ ହାସଲ ପାଇଁ ବିଦେଶରୁ ହନିଟ୍ରାପ୍‌

ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍‌ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ । More

କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରେ କେଉଁ ଭ୍ୟାକ୍ସିନ୍ ଅଧିକ ପ୍ରଭାବୀ?

ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ  ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି।  More

ଗୁଲାବ ଗଲା, ହେଲେ ଦକ୍ଷିଣ ଓଡ଼ିଶାରେ ଛାପ ଛାଡ଼ିଦେଇ ଗଲା..

ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । More