ସଂକ୍ଷେପରେ ଆଜିର ତାଜା ଖବର - Friday, 24 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସୁଛି ବାତ୍ୟା ! ୧୨ ଘଣ୍ଟାରେ ଗଭୀର ଅବପାତ

ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖରୁ ୨୮ ତାରିଖରେ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।  More

୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖ ଓ ୨୮ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ କେତେକ ସ୍ଥାନରେ ୨୬ ଓ ୨୭ ତାରିଖ ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ଜମା ହେବାର ଆଶଙ୍କା ପ୍ରକାଶ କରାଯାଇଛି।  More

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ। More

'ଅରିନ୍ଦମ'ଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

ଅସମୟରେ ତାଙ୍କର ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି।  More

ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ ମାମଲା: ଗାଁ ଦାଣ୍ଡରେ ନାବାଳିକାଙ୍କୁ ଘୋଷାରି ପିଟିଥିବା ଅଭିଯୋଗ

ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ More

ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ

ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି। More

ଉଛୁଳୁଛି ସୁବର୍ଣ୍ଣରେଖା: ତଳିଆ ଅଂଚଳରେ ପଶିଲାଣି ପାଣି

ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ରହିଛି। ଆଜି ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୪ ମିଟରରେ ପ୍ରବାହିତ ହେଉଛି More

ଓଡ୍ରାଫ୍ ବୋଟ୍ ଦୁର୍ଘଟଣା: ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର। More

୩ ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ ଦିନ ପାଇଁ ସିଲ୍‌ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।   More

ଲାଲ ଆତଙ୍କ; ସୁପରଭାଇରଙ୍କୁ ହତ୍ୟା କଲେ ମାଓବାଦୀ

  ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ। ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ। ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି।  More

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅଜବ ଦଣ୍ଡ; ୬ ମାସ ପାଇଁ ମାଗଣାରେ ସଫା କରିବେ ଗାଁ ମହିଳାଙ୍କ ଲୁଗା

ବିହାରର ଏକ କୋର୍ଟ ଜଣେ ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମନକୁ ଛୁଇଁବା ପରି ରାୟ ଶୁଣାଇଛନ୍ତି। ଘଟଣାଟି ଆସିଛି ବିହାରର ମଧୁବଣୀରୁ।  More

ମୁଣ୍ଡଳିରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ ଓଲଟିଲା, ବୋଟ୍‌ରେ ଥିଲେ OTVର ୨ ପ୍ରତିନିଧି

ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ। More

ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା, ଜୋରଜବରଦସ୍ତ ଲୋକଙ୍କଠୁ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା। କାଗଜ ଦେଖାଇ ଡୋନେସନ୍ ନାଁରେ ମାଗୁଛନ୍ତି ଟଙ୍କା। ନଦେଲେ ଜୋରଜବରଦସ୍ତ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ। More

ଘରେ ବନାନ୍ତୁ ଚଟପଟା ‘ଚିକେନ ଆଚାରୀ ଚମ୍‌ଚମ୍’

ସାଧାରଣତଃ ଅଧିକାଂଶ ଲୋକ ଚିକେନ ଖାଇବାକୁ ଭଲ ପାଆନ୍ତି । ଆଜି ଆମେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଆଚାରି ଚିକେନ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ । More

ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୩୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। More

ବଗଲା ଧର୍ମଶାଳା ବିକ୍ରି ମାମଲା; ମାଲିକାନା ଓ କିସମ ପରିବର୍ତ୍ତନରେ ରୋକ ଲଗାଇଲେ ହାଇକୋର୍ଟ

ପୁରୀ ବଗଲା ଧର୍ମଶାଳାକୁ ବିକ୍ରି କରିପାରିବେନି ସରକାର। ଜମିର ମାଲିକାନା ଓ କିସମ ପରିବର୍ତ୍ତନ ଏବଂ ଯେ କୌଣସି ନିର୍ମାଣର ବୈଧତା ହାଇକୋର୍ଟଙ୍କ ଚୁଡାନ୍ତ ରାୟ ଉପରେ ନିର୍ଭର କରିବ । More

ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ଶତାଧିକ ଗାଁ

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନେଇ ନଦୀ କୂଳିଆ ଓ ତଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।  More

୪ ଘଣ୍ଟା ହେଲା ମହାନଦୀରେ ଫସି ରହିଛି ଦନ୍ତା

ମୁଣ୍ଡଳିରେ ପାଣିର ସ୍ରୋତ ଅଧିକ ଥିବାରୁ ପାଣି ମଝିରେ ଫସି ରହିଛି ଦନ୍ତାହାତୀ। ଫସିଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗା ଯାଇଥିବା ଜଣାପଡ଼ିଛି। More

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୨୬ରୁ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସାଙ୍ଗକୁ ଲଘୁଚାପ ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ଧୀରେ ଧରେ ସକ୍ରିୟ ହେଉଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  More

Daily Horoscope, 24 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୪ ତାରିଖ, ଶୁକ୍ରବାର, କନ୍ୟା ୮ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ତୃତୀୟା ଯୁକ୍ତ ଚତୁର୍ଥୀ ତିଥି, ଅଶ୍ୱିନୀ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ

ଥମିବାର ନାଁ ନେଉନି ଦାଦନ ମୃତ୍ୟୁ। ମାସକ ମଧ୍ୟରେ ବିଦେଶରେ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଓମାନରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କମଳାପଦର ଗାଁର ପ୍ରଦୀପ ପାହାନଙ୍କ ମୃତଦେହ ଗାଁରେ ପହଞ୍ଚିଛି।  More

ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍‌

ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । More

ଦୁର୍ଗା ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା BMC

ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ କହିଲା ବିଏମ୍‌ସି । More

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା, ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ !

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ । More

ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି। More

ଡାକ୍ତର ନାହାନ୍ତି, ଏବେ ଫାର୍ମାସିଷ୍ଟ ହିଁ ସାହା ଭରସା

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ । More