ସଂକ୍ଷେପରେ ଆଜିର ତାଜା ଖବର - Thursday, 23 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍‌

ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । More

ଦୁର୍ଗା ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା BMC

ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ କହିଲା ବିଏମ୍‌ସି । More

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା, ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ !

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ । More

ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି। More

ଡାକ୍ତର ନାହାନ୍ତି, ଏବେ ଫାର୍ମାସିଷ୍ଟ ହିଁ ସାହା ଭରସା

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ । More

ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି’

ଖୁବ ଶୀଘ୍ର ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି।’ ଗତକାଲି ଫିଲ୍ମର ଶୁଭ ମହୁରତ ଜୟଦେବ ବିହାରସ୍ଥିତ ଆତ୍ମାରାମ ମନ୍ଦିରରେ ହୋଇଥିବା ବେଳେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାର୍‌କାଷ୍ଟ୍‌ଙ୍କୁ ଦେଖିବାକୁ ମିଳିବ। More

ଟିକା ନେବା ପୂର୍ବରୁ ଲୋକଙ୍କ ମନରେ ନାନା ପ୍ରଶ୍ନ ! କାହିଁକି ନେବୁ ଟିକା, ଫାଇଦା କ’ଣ ?

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି । More

ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି More

ଜଳଦ ତ୍ରୀପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ । More

ବେଆଇନ୍‌ ଫି’ ଆଦାୟ ବିରୋଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । More

ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ କରାଗଲା ରାଗିଂ !

ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ କିଛି ଦିନର ଅନ୍ତର ପରେ ପୁଣି ଭିସୁଟ୍‌ରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି More

ଛାତ୍ରୀଙ୍କୁ ବଣ୍ଟା ନଯାଇ ନୋଡାଲ ସେଣ୍ଟରରେ ଗଦା ହୋଇଛି ୯ ଲକ୍ଷରୁ ଅଧିକ ନାପ୍‌କିନ୍‌

ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା । More

ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ ! ମାଆ ପୁଅଙ୍କୁ ରାସ୍ତାରେ ଆଣ୍ଠୁଆ ବସାଇଲେ

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ । More

ଓଡ଼ିଶାକୁ ମାଡ଼ି ଆସୁଛି ବର୍ଷା: ଏହି ସବୁ ସ୍ଥାନରେ ପ୍ରବଳ କାଚିବ

ମାଡ଼ି ଆସୁଛି ଲଘୁଚାପ। ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ଓଡ଼ିଶା ଆଡେ ମୁହାଁଇଛନ୍ତି। ଏମିତି ସୂଚନା ଦେଇଛନ୍ତି ଅନେକ ଘରୋଇ ପାଣିପାଗ ସଂସ୍ଥା। ଚଳିତ ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି More

ଛୋଟିଆ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ, ଖର୍ଚ୍ଚ ହୋଇଛି ମାତ୍ର...

ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା। More

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି ! ମାଓ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କଲେ ଶହ ଶହ ଆଦିବାସୀ

ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି । More

’ମନେ ପଡ଼ୁନି ଦ୍ୱିତୀୟ ଡୋଜ୍’

ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଭୁଲିଯାଉଛନ୍ତି ଲୋକେ । ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ୩ ମାସ ବ୍ୟବଧାନ ଯୋଗୁଁ ପ୍ରଥମର ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । ସଠିକ୍ ସମୟରେ ଟିକା ନେବା ପାଇଁ ସେମାନଙ୍କ ପାଖକୁ SMS ପଠାଯାଉଛି । ୨୮ ପ୍ରତିଶତ ଲୋକଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । More

ଘରେ ବନାନ୍ତୁ ଚଟ୍‌ପଟା ‘ରାଜ୍ କଚୋରୀ’

ଆଜି ଆମେ ଆପଣଙ୍କ ପାଇଁ ଏକ ଚଟ୍‌ପଟା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ରାଜ୍ କଚୋରୀ’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ । More

ପିପିଲି ଉପନିର୍ବାଚନ: ଆଜିଠୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ

ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ମତଗ୍ରହଣ କରାଯିବ।  More

ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି । More

’ସଂଧ୍ୟା ସୁଦ୍ଧା ବିପଦ ସଙ୍କେତ ଛୁଇଁପାରେ ସୁବର୍ଣ୍ଣରେଖା’

ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ବର୍ତ୍ତମାନ ରାଜଘଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି । ସଂଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ବିପଦ ସଂକେତ ପର୍ଯ୍ୟନ୍ତ ଛୁଇଁପାରେ । ଏହାସତ୍ତ୍ୱେ କିଛି ଅସୁବିଧା ହେବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀ ଅବବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟ ଗୁଡିକ ନିୟମ ମୁତାବକ ଖୋଲା ଯାଉଛି । More

କାଲି ମିଳିଥିଲା ସ୍ତ୍ରୀ ଓ ୨ ଝିଅଙ୍କ ମୃତଦେହ, ଆଜି ମିଳିଲା ସ୍ୱାମୀର ମୃତଦେହ

ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। More

ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ୨ ବନ୍ଧୁ, ଉପକୃତ ହେଉଛନ୍ତି ଚାଷୀ

କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ । More

ରାଜ୍ୟରେ ଦିନକରେ ୬୪୪ ସଂକ୍ରମିତ ଚିହ୍ନଟ; ୭ ମୃତ

ଧୀରେ ଧୀରେ ଦ୍ୱିତୀୟ ଲହରୀ ଦୁର୍ବଳ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଆଜି ପୁଣି ରାଜ୍ୟରେ ଦିନକରେ ୬୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୬୯ ଜଣ । More

ବସ୍ ଓଲଟି ୧୨ ଯାତ୍ରୀ ଆହତ ! ସେପଟେ ଦିଗପହଣ୍ଡି ନିକଟରେ ବସ ଡ୍ରାଇଭରକୁ ପିଟିଲା ଅଟୋ, ଘଟଣାସ୍ଥଳରେ ମୃତ୍ୟୁ

ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ।  ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।  More

ବାଟବଣା ସରକାରଙ୍କ ଖୁସି ଯୋଜନା : ବାସୁଦେବପୁର ଓ ଉଦଳାରେ ବଣ୍ଟା ନହୋଇ ଖତଖାଉଛି ନାପକିନ୍

ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । More

ମୁଣ୍ଡ ଉପରେ ଦୁଃଖର ପାହାଡ, ତଥାପି ଚାଲିଥିଲେ: ଏବେ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ଅନାଥ ଶର୍ମିଷ୍ଠା

ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା। More

ଜଳକା ବନ୍ୟାରେ ୧୨ ପଞ୍ଚାୟତର ୫୦ ଗାଁ ଜଳମଗ୍ନ

ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି । ମଥାନୀ ରାସ୍ତା ବୁ଼ଡିଥିବା ବେଳେ ଶହ ଶହ ହେର ଜମିରେ ପାଣି ଜମି ରହିଛି । ଜଳକା ବନ୍ୟାରେ ୧୨ ପଞ୍ଚାୟତର ୫୦ ଗାଁ ଜଳମଗ୍ନ ହୋଇଛି । More

ଠିକଣା ପଚାରିବା ଆଳରେ ଦମ୍ପତିଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବ୍ୟାଙ୍କରୁ ଟଙ୍କା ଉଠାଇ କାରରେ ଯାଉଥିବା ବେଳେ ରାସ୍ତାରେ ଠିକଣା ପଚାରିବା ଆଳରେ ଦମ୍ପତିଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଅଂଚଳରେ । ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ୨୨ ତାରିଖ ମଧ୍ୟାହ୍ନରେ ଉଦଳା ଷ୍ଟେଟ ବ୍ୟାଙ୍କରୁ ସାଢେ ତିନି ଲକ୍ଷ ଟଙ୍କା ଉଠାଇ କାର ଯୋଗେ ସ୍ତ୍ରୀଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଲୁଟ୍ ହୋଇଛି । ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ପରେ ଉଦଳା ଓ ଖୁଂଟା ପୋଲିସ୍ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି॥ ଏହା ସହିତ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଂଚ କରୁଥିବା ଜଣାପଡ଼ିଛି  ।
 

ଲଘୁଚାପଜନିତ ବର୍ଷାରେ ବନ୍ୟାପାଣି ଆସି ଫୁଲି ରହିଛି ନଦୀ

ଲଘୁଚାପଜନିତ ବର୍ଷାରେ ବନ୍ୟାପାଣି ଆସି ଫୁଲି ରହିଛି ନଦୀ । ଏଥିଯୋଗୁଁ ନଦୀରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି । କ୍ଷେତରେ ଲହଡି ଭାଙ୍ଗୁଛି ପାଣି ଜମିରେ ପାଣି ଜମି ରହିଥିବାରୁ ଚାଷ ଉଜୁଡିବାକୁ ବସିଲାଣି । ଏହାକୁ ନେଇ କେନ୍ଦ୍ରାପଡା ଅଂଚଳରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଅସନ୍ତୋଷ  । ଚାଷ ଜମିରୁ ବର୍ଷା ପାଣି ନିଷ୍କାସନ କରିବା ଦାବିରେ ଚାଷୀ ମାନେ ଏକାଠି ହୋଇ ସ୍ୱର ଉତ୍ତୋଳନ କରିଛନ୍ତି ।  ଦୁଇ ସପ୍ତାହରୁ ଅଧିକ ସମୟ ଧରି ବର୍ଷା ପାଣି ଜମି ରହିବା ଯୋଗୁ ଶହ ଶହ ଏକର ଚାଷଜମି ଉଜୁଡିଯିବାକୁ ବସିଛି । ପାଟନାଳୀରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁଁ କେନ୍ଦ୍ରାପଡା ଓ ଡେରାବିଶ ଗରଦପୁର ମାର୍ଶାଘାଇ ବ୍ଲକର ଚାଷ ଜମିରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି ।
 

ଭୋଟ ବର୍ଜନ କରିବେ ଡେଲାଙ୍ଗ ବ୍ଳକ୍ ଘନିପୁର ପଞ୍ଚାୟତବାସୀ

ଭୋଟ ବର୍ଜନ କରିବେ ଡେଲାଙ୍ଗ ବ୍ଳକ୍ ଘନିପୁର ପଞ୍ଚାୟତବାସୀ । ୧୦ ବର୍ଷ ହେଲା ଗାଁର ମୂଳ ସମସ୍ୟା ହୋଇ ରହିଛି ରାସ୍ତା ।  ପୋଲ ନଥିବାରୁ ଏବେ ବି ଡଙ୍ଗା ଭରସାରେ ପଞ୍ଚାୟତ ବାସୀ । କିଛି ବର୍ଷ ତଳେ ଆରମ୍ଭ ତ ହୋଇଥିଲା ହେଲେ ଏବେ ବି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ପୋଲ । 
 

ଦାଦାବଟିକୁ କେନ୍ଦ୍ରକରି ଭୁବନେଶ୍ୱର ତାରିଣୀ ବସ୍ତିରେ ମାରପିଟ

ଦାଦାବଟିକୁ କେନ୍ଦ୍ରକରି ଭୁବନେଶ୍ୱର ତାରିଣୀ ବସ୍ତିରେ ମାରପିଟ । ସହିଦନଗର ଥାନା ଅନ୍ତର୍ଗତ ଏହି ବସ୍ତିରେ କିଛି ଯୁବକ ଦାଦାବଟି ଲାଗି ବସ୍ତି ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବସ୍ତିର କିଛି ମହିଳାଙ୍କ ଘରକୁ ଯାଇ ବଟି ମାଗିବାରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ମହିଳାମାନଙ୍କ ଘର ଚିହ୍ନଟ କରାଇବାରେ ଉକ୍ତ ଯୁବକଙ୍କୁ ବସ୍ତିର ଅନ୍ୟ କିଛି ମହିଳା ସହାୟତା କରିଥିଲେ । କାହିଁକି ଘର ଦେଖାଇଲ ବୋଲି ପଚରା ଯିବାରୁ ପ୍ରଥମେ ମହିଳାଙ୍କ ସହ ପରେ ଉକ୍ତ ଯୁବକଙ୍କ ସହ ମାରପିଟ କରିଥିଲେ ।  ବଟି ମାଗିବାକୁ ଆସିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ  କରିଛନ୍ତି ମହିଳା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
 

ମହିଳା କ୍ୟାଡେଟ୍‌ ନେଉଛନ୍ତି ତାଲିମ୍‌: କେତେବେଳେ ସଲାମୀ ଶସ୍ତ୍ର ତ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ

କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ। More

ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ

ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ସଂପୃକ୍ତ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ନଥିବା ବେଳେ ଚିକିତ୍ସାରେ ଅନେକ ଅସୁବିଧା ଉପୁଜୁଛି । More

୨୪ ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ମିଆଁମାର ଉପକୂଳ ତତ୍‌ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ। ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। More

ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ : ମୃତକଙ୍କ ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର । More

SCBରେ ଇକ୍‌ମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ ଏସ୍‌ସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ବୋଲି ସୂଚନା ମିଳିଛି। ପ୍ରଥମ ଇକ୍‌ମୋ ରୋଗୀ ଭାବେ ସେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। More

ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦ ସଂଗୀତାଙ୍କୁ କାଉଣ୍ଟର କଲେ ଶ୍ରୀମୟୀ

ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହିଁ । ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ କଥା କଟାକଟି ହୋଇଥିବା ଦେଖାଯାଇଛି । More

ବିଶେଷଜ୍ଞଙ୍କ ମତ, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ପରିବାରିକ ହିଂସା ବଢ଼ିଛି

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି । More

ଆଗରୁ କହୁଥିଲେ ୨୭ ଏବେ କହୁଛନ୍ତି ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ !

ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି । More

ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି, ରାସ୍ତା ଉପରେ ବି ପାଣି ! କାରଣ ହଠାତ୍‌ ମାଡ଼ି ଆସିଲା ବନ୍ୟା ଜଳ..

ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍‌ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ । More

କାହାକୁ Hi.. ତ ଆଉ କାହାକୁ Love Uh.. କହି ବାୟା କରିଥିଲା ମାୟାବିନି

ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU କହି । More