ସଂକ୍ଷେପରେ ଆଜିର ତାଜା ଖବର - Monday, 20 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଷ୍ଟୋନ୍‌ ମ୍ୟାନର ଦ୍ୱିତୀୟ ଟାର୍ଗେଟ୍‌ କିଏ?

ଜଣେ ସରକାରୀ ମଦ ଦୋକାନ ମାଲିକ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି ବୋଲି ଲଖାଯାଇଛି। More

କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି । More

ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ

ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି। More

ମାଓ କମାଣ୍ଡର ଏବେ ପୋଲିସ ଇନ୍ସପେକ୍ଟର

ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍‌ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍‌ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ। More

୨୬ରୁ ରାଜ୍ୟରେ ପୁଣି ଛେଚିବ !

ଗତ ୨୪ ଘଣ୍ଟାରେ ଓଡ଼ିଶା ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣରେ ବର୍ଷା ଅନୁଭୁତ ହୋଇଛି। ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ହୋଇଛି। More

କେହି ଶୁଣିଲେନି, ଶେଷରେ ହାତ କାଟି ଦେଲେ ଛାତ୍ରୀ

ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ। More

ଜଳ ନିଷ୍କାସନ ନଳାରେ ଭାସିଯାଉଛି ଜୀବନ!

ସତେ ଯେମିତି ଡ୍ରେନ୍‌ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା! More

ଓଡ଼ିଶାରେ ପ୍ରଥମ: କଟକରେ ପୋର୍ଟେବଲ୍ ଫାଇବର ହାଉସ୍

ଇଟା, ପଥର ବାଲି ଏବଂ ସିମେଣ୍ଟରେ ତିଆରି ଘରେ ସମସ୍ତେ ରହୁଛନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଫାଇବରରେ ମଧ୍ୟ ଘର ର୍ନିମାଣ ହୋଇପାରିବ ଏବଂ ମଣିଷ ସେହି ଘରେ ରହିପାରିବ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘରଟି ମୁଭେବୁଲ ଅର୍ଥାତ୍ କୌଣସି ଏକ ଟ୍ରକରେ ଘରଟିକୁ ନେଇ ଅନ୍ୟ ସ୍ଥାନରେ ରଖିହେବ । More

ଘରେ ପ୍ରସ୍ତୁତ କରନ୍ତୁ ‘ମରାଠୀ ସ୍ପାଇସି ଚିକେନ୍’

ପୂର୍ବରୁ ଚିକେନରେ ଅନେକ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କୁ ମରାଠୀ ଷ୍ଟାଇଲରେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମରାଠୀ ସ୍ପାଇସି ଚିକେନ୍’ ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

ବିଜୁ ଜନତା ଦଳରେ ମିଶିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଓ କେନ୍ଦ୍ରୀୟ କମିଟି ସଦସ୍ୟ ରାମଚନ୍ଦ୍ର ମୁର୍ମୁ

ବିଜୁ ଜନତା ଦଳରେ ମିଶିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଓ କେନ୍ଦ୍ରୀୟ କମିଟି ସଦସ୍ୟ ରାମଚନ୍ଦ୍ର ମୁର୍ମୁ । ବିଜେଡି କାର୍ଯ୍ୟାଳୟରେ ଅୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଜେଏମଏମର ଏହି ଦୁଇ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖଙ୍କ ମିଶ୍ରଣ ପର୍ବରେ ଉପସ୍ଥିତି ଥିଲେ  ।  
 

ବନ୍ୟା ଛାଡିଯାଇଛି, ହେଲେ ଚାଷୀଙ୍କ ଦୁଃଖ ବଢିଯାଇଛି

ବନ୍ୟା ଛାଡିଯାଇଛି, ହେଲେ ଚାଷୀଙ୍କ ଦୁଃଖ ବଢିଯାଇଛି । କଟକ ଆଠଗଡ ବ୍ଲକ ମହାକାଳବସ୍ତ ପଞ୍ଚାୟତର ଖୁଣ୍ଟିବନ୍ଧରେ ୧୫୦ ଫୁଟର ଘାଇ ହେବା ଫଳରେ ଶହ ଶହ ଏକର ଧାନ, ପରିବା ଚାଷ ନଷ୍ଟ ହୋଇଛି । ତୁରନ୍ତ ଘାଇକୁ ମରାମତି କରିବା ସହ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଦାବି ହୋଇଛି । 
 

ପାରିବାରିକ କଳହରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ପାରିବାରିକ କଳହରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲିମପଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ମୃତକ ହେଲେ ଘାସିରାମ ପରାଭୁଏ l ଏହି ହତ୍ୟା ଘଟଣାରେ ମୁରିବାହାଲ ଥାନାରେ ୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପାରିବାରିକ ଶତ୍ରୁତାକୁ ନେଇ ରବିବାର ୪ରୁ ୫ ଜଣ ଘାସିରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ଟିଟିଲାଗଡ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଏ ନେଇ ମୃତକଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି । 

ରି-ଆଡମିଶନ ଫି ହ୍ରାସ ଦାବିରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଧାରଣା 

ରି-ଆଡମିଶନ ଫି ହ୍ରାସ ଦାବିରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଧାରଣା । କଟକ ଜିଲ୍ଲା ନେମାଳର ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ଧାରଣା ଦେଇଛନ୍ତି । ଛାତ୍ରଛାତ୍ରୀ ରି-ଆଡମିଶନ ଫି ବାବଦକୁ ଅଯଥା ଗୁଡାଏ ଅର୍ଥ ନିଆ ଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜ ଉନ୍ନୟନ ପାଣ୍ଠି ନିଆ ଯାଉଥିବାବେଳେ କଲେଜ ଉନ୍ନୟନ ମୂଳକକାର୍ଯ୍ୟ ଆଖିଦୃଷ୍ଟିଆ ହେଉନାହିଁ ।  ନିର୍ବାଚନ, ଏନସିସି, ମଗାଜିନ୍, କ୍ୟାଲେଣ୍ଡର ନକରି ମଧ୍ୟ ଫି ନିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଫି ହ୍ରାସ ନକଲେ ଛାତ୍ରଛାତ୍ରୀମାନେ ଏହିଭଳି ଭାବରେ ଧାରଣାରେ ବସିବେ ବୋଲି କହିଛନ୍ତି ।
 

ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାରେ ବିଜେପି : ବିଏମସି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । More

ଶୁଣିଲାନି BSNL, ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ।

ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍‌ ଖୋଳି ବିଏସ୍‌ଏନ୍ଏଲ୍ ଟାୱାରକୁ ଲିଙ୍କ୍‌ ଦେଇଛନ୍ତି। More

ଚାଲିଛି ବିଦ୍ୟାଙ୍କ ମିଛ ଧରା ପରୀକ୍ଷା ! ବାହାରିବ କି ସତ ? 

ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ ? ସୌମ୍ୟ କିପରି ଭାବେ ଜଳିଗଲେ ?  ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା ? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ?  ବୈବାହିକ ଜୀବନରେ କିଛି ବିବାଦ ଥିଲା କି ?  ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ କଣ ସତ ନା ମିଛ ?  କିଏ ଏବଂ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା ? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇପାରେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ ।  More

ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଛାତ୍ର ଭାସିଯିବା ଘଟଣା, ମିଳିଲା ମୃତଦେହ

ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। More

ଦେଶରେ ୩୦ ହଜାର ୨୫୬ କରୋନା ପଜିଟିଭ ଚିହ୍ନଟ


ଦେଶରେ ଦିନକରେ ଚିହ୍ନଟ ହେଲେ ୩୦ ହଜାର ୨୫୬ କରୋନା ପଜିଟିଭ । କେବଳ କେରଳରୁ ୧୯ ହଜାର ୬୫୩ ପଜିଟିଭ ବାହାରିଥିବା ବେଳେ ୧୫୨ ଜଣଙ୍କର ମୃତ୍ୟୁ ଘଟିଛି  । ଦେଶରେ ୨୪ ଘଣ୍ଟାରେ ୨୯୫ ଜଣଙ୍କ ମୃତ୍ୟୁ ଘଟିଛି ।  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୮ ହଜାର ୪୧୯କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୫ ହଜାର ୧୩୩କୁ ବୃଦ୍ଧି ପାଇଛି  । 
 

ଭିଜିଲାନ୍ସ ଜିଲରେ OCCL ସିନିଅର ମ୍ୟାନେଜର

ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ସମ୍ବଲପୁରସ୍ଥିତ ବାସଭବନରେ ଚାଲିଛି ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଂଜନ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ କିଏ ଅଭିଯୋଗ କରିଥାଇ ପାରେ ବୋଲି ସେ କହିଛନ୍ତି ।

ଡ୍ରେନରୁ ମିଳିଲା ମୃତଦେହ; ଚିହ୍ନଟ ଉଦ୍ୟମ

ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ମୃତଦେହ । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଲେ ଉଦ୍ଧାରକାରୀ ଦଳ । More

କମୁଛି ସଂକ୍ରମଣ : ରାଜ୍ୟରେ ଆଉ ୫୧୦ ପଜିଟିଭ୍ ଚିହ୍ନଟ, ୬ ମୃତ

ଧୀରେ ଧୀରେ ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହରୀ । ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୦୭୫୪ରେ ପହଞ୍ଚିଛି । More

ଶୋଇଥିଲା ବେଳେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା, ହତ୍ୟାକାଣ୍ଡ ସ୍ଥଳରେ ରକ୍ତରେ ଲେଖାଯାଇଛି ପରବର୍ତ୍ତୀ ଟାର୍ଗେଟ୍

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି ।  More

ଭୁବନେଶ୍ୱରରେ ବାର୍ ଓ ରେଷ୍ଟୁରାଣ୍ଟ ଭାଙ୍ଗୁଛନ୍ତି କୋଭିଡ୍ ନିୟମ : କଟକଣା ଅବଧି ପରେ ବି ବାର୍-ରେଷ୍ଟୁରାଣ୍ଟରେ ଜମୁଛି ଆସର

ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦ ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା । More

ଡ୍ରେନ୍‌ ପାଣିରେ ଭାସି ଛାତ୍ର ନିଖୋଜ,୧୮ ଘଣ୍ଟା ପରେ ବି ମିଳିପାରିନି ପତ୍ତା

ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍‌ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।   More

ଆଜିଠୁ ୟୁଜି ଦ୍ୱୀତିୟ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା

କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଥିଲେ । କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଏଥିରେ ସ୍ପଷ୍ଟ କରାଯାଇଛି ଯେ, କଣ୍ଟେନମେଣ୍ଟ ଜୋନର ପିଲା ଓ ଶିକ୍ଷକ କଲେଜ ଆସିବେନି । ମାସ୍କ, ସାମାଜିକ ଦୂରତ୍ୱ ପାଳନ ସହ କ୍ୟାମ୍ପସରେ ଛେପ ପକାଇବା ବାରଣ କରାଯାଇଛି । ସେହିପରି ଜରୁରୀ ସ୍ଥିତି ପାଇଁ ସବୁ ଶିକ୍ଷାନୁଷ୍ଠାନରେ ଆଇସୋଲେସନ ରୁମ୍ ରହିବ ।

ପିପିଲି ଉପନିର୍ବାଚନ ପାଇଁ ସଜବାଜ

 ଆଜିଠୁ ବିଧିବଦ୍ଧ ଭାବେ ଜମିବ ପ୍ରଚାର । କୋଭିଡ୍ ଗାଇଡଲାଇନ୍ ଭିତରେ ମାତ୍ର ୭ ଦିନ ପ୍ରଚାର ହୋଇ ୩୦ ତାରିଖରେ ହେବ ଭୋଟ୍ଗ୍ରହଣ । ଏଥିପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତ କରିସାରିଛନ୍ତି  । ଏଥର ରୋଡ୍ ସୋ, ସାଇକେଲ୍ ଓ ମଟର ସାଇକେଲ୍ ରାଲିକୁ ଅନୁମତି ନଥିବାରୁ ଫୋକସରେ ରହିବ ଡୋର ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ । ତେଣୁ ପଂଚାୟତ ସ୍ତରରେ ନେତାମାନେ ଡେରା ପକାଇ ଭୋଟ୍ ଗୋଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଅଳ୍ପକେ ବର୍ତ୍ତିଲେ ଯବାନ

ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ କଲେ ସୁରକ୍ଷାବାହିନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧନତେରୀ ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍ । DRG ଯବାନମାନେ ମାଓ ଦମନ ଅପରେସନ ବେଳେ ମେଟାଲ ଡିଟେକ୍ଟର ଯୋଗେ ଲ୍ୟାଣ୍ଡମାଇନ୍ ଠାବ କରି ତାକୁ ନିଷ୍କ୍ରିୟ କରିଛନ୍ତି । ନିଷ୍କ୍ରିୟ ବେଳେ ଲାଣ୍ଡମାଇନ୍ ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କିଛି ସମୟ ପାଇଁ ଥରି ଯାଇଥିଲା ଭୂମି । ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ରାଜ୍ୟରେ ଚିନ୍ତା ବଢ଼ାଇଲା ଅଣସଂକ୍ରାମକ ରୋଗ : ସନ୍ତୁଳିତ ଖାଦ୍ୟ ଓ ହେଲଥ୍ ଚେକ୍ଅପରେ ରାଜ୍ୟବାସୀ ପଛୁଆ

ରାଜ୍ୟରେ କରୋନା ପ୍ରକୋପ କମିନଥିବା ବେଳେ ଚିନ୍ତା ବଢ଼ାଇଲାଣି ଅଣ-ସଂକ୍ରାମକ ରୋଗ ବା-NCD । ମଧୁମେହ, ରକ୍ତଚାପ, ବଦହଜମି, କିଡନୀ, ହୃଦରୋଗ ଭଳି ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି । ଆସୋସିଏସେଟ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ-ଆସୋଚାମର ସଦ୍ୟତମ ସର୍ଭେ ରିପୋର୍ଟ ନନ୍ କମ୍ୟୁନିକେବଲ୍ ଡିଜିଜେସ୍ ଇନ୍ ଇଣ୍ଡିଆରେ ଏଭଳି କିଛି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି More

ମାଆକୁ ରୋଗ ହେଲା ବୋଲି ଜଙ୍ଗଲରେ ଛାଡ଼ିଦେଲେ

ମାଆ ରୋଗିଣା ହୋଇଗଲା ବୋଲି ଜଙ୍ଗଲରେ ଛାଡ଼ିଦେଲା ସନ୍ତାନ । ଭୁଲିଗଲା ନିଜ ମାଆର ମମତା । କେତେ ଅଝଟ ସହିଥିଲା ସେହି ମାଆ । ହେଲେ ଆଜି ସାମାନ୍ୟ ରୋଗ ପାଇଁ ମାଆର ମମତାକୁ ଭୁଲି, ଜଙ୍ଗଲରେ ଛାଡ଼ିଦେଲା ନିଷ୍ଠୁର ସନ୍ତାନ । More

ବିଏମ୍‌ସି ଅଫିସର୍‌ଙ୍କୁ ଲିପ୍ଟରେ ବନ୍ଦୀ କଲେ ବାର୍‌ କର୍ମଚାରୀ !

ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।  More

ଏମ୍‌ସରେ ବେଡ୍‌ ନାହିଁ ! କେଉଁଠି ହେବ 'ଗାଣ୍ଡୁ'ଙ୍କ ଚିକିତ୍ସା?

ପଙ୍କଳବାଡି ଗାଁର ଗାଣ୍ଡୁ ବେହେରା ଗତ ଏକ ମାସ ହେଲା କୋମାରେ ଥାଇ ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଛନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଗାଣ୍ଡୁ ସୁରଟରୁ ଓଡିଶା ଆସିଥିଲେ। କିନ୍ତୁ ଏଠି ଅବସ୍ଥା ସାଂଘାତିକ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ।  More

କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ, YSRର ବାଜିମାତ୍‌

କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । More

ବିଜେଡି ନେତା ପ୍ରଣୟ ସାହୁଙ୍କ ବିରୋଧରେ ମାମଲା

ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି।  More