ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା । DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯାଇଛି ଲାଇ ଡିଟେକ୍ସନ ଟେଷ୍ଟ । ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ଶହେ ପ୍ରଶ୍ନ ପଚରା ଯାଇଥିବା ସୂଚନା । ଲାଇ ଡିଟେକ୍ସନ ଟେଷ୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା ।
ରାଜଧାନୀ ଭୁବନେଶ୍ୱରର ଏକ ବାର୍ରେ ପୋଲିସ୍ର ଚଢାଉ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏମ୍ବାସି ବାର୍ରେ ପୋଲିସ ଚଢାଉ କରିଛି। ୨ ଜଣ ମାଲିକଙ୍କ ସମେତ ୪ଜଣଙ୍କୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗତକାଲି ରାତିରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।
କେନ୍ଦ୍ର ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ରେଳ କୌଶଳ ବିକାଶ ଯୋଜନାର ଉଦଘାଟନ କରିଛନ୍ତି। ଅନୁଗୁଳ ଇଲେକ୍ଟ୍ରିକ ଲୋକୋସେଡ୍ଠାରେ ଉଦଘାଟିତ ତାଲିମ କାର୍ଯ୍ୟକ୍ରମ ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଯୋଜନାରେ ସର୍ବନିମ୍ନ ୧୮ରୁ ୩୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ବେକାର ଯୁବକମାନଙ୍କୁ ଦକ୍ଷତା ବିକାଶ ପାଇଁ ମାଗଣା ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀଙ୍କୁ ରେଲ୍ୱେ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯିବ। ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୨ ହଜାର ୫ଶହ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ଯୋଜନା ରହିଛି। ଏହି ଅବସରରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଶିକ୍ଷାର୍ଥୀଙ୍କ ସହ ଭିଡିଓ କନ୍ଫରେନ୍ସରେ କଥା ହୋଇଥିଲେ।
ଆଗାମୀ ୩ ମାସ ଆମକୁ ସଚେତନ ରହିବାକୁ ପଡ଼ିବ। ସତର୍କ ନ ହେଲେ ଆଗକୁ କରୋନା ସଂକ୍ରମଣ ବଢ଼ିବ ବୋଲି ଚେତାଇ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଏବେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି, ତେଣୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମିଛି। ଆମ ରାଜ୍ୟରେ ହାରାହାରି ୫ ଶହରୁ ୬ ଶହ ଭିତରେ ସଂକ୍ରମଣ ରହୁଛି। ଅନ୍ୟ ସ୍ଥାନ ଅପେକ୍ଷା ଟ୍ୱିନ୍ସିଟି ଭୁବନେଶ୍ୱର ଓ କଟକରେ ସଂକ୍ରମଣ ଅଧିକ ରହୁଛି। ରାଜ୍ୟର ସବୁ ବଡ଼ ବଡ ହସ୍ପିଟାଲ ଏହି ସହରରେ ଥିବାରୁ ରୋଗୀ ସଂଖ୍ୟା ଅଧତ୍କ ରହୁଛି। ବର୍ତ୍ତମାନ ସବୁ ହସ୍ପିଟାଲରେ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। More
ଜେଲ୍ରୁ ପାରୋଲରେ ଆସିଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୨ ବର୍ଷ ଜେଲ୍ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଆସିଥିଲେ। More
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ। More
ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍। ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ହୋଇଥିବା ଆବେଦନକୁ ବାଲେଶ୍ୱର SDJM କୋର୍ଟ ଅନୁମତି ଦେଇଛନ୍ତି। More
ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପର ରୁମ୍ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। More
କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି । More
ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି। More
ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More
ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି। More
ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର। More
ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି । More
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। More
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। More
ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍। More
ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି More
ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି। More
ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି। More