ସଂକ୍ଷେପରେ ଆଜିର ତାଜା ଖବର - Friday, 17 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲିଠୁ ପୁଣି ପ୍ରବଳ ବର୍ଷିବ: ସତର୍କ ରହିବାକୁ SRC ଦେଲେ ପରାମର୍ଶ

ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। More

ଗୁଇନ୍ଦାଗିରିରେ ସୀମିତ ନାହିଁ ହନି ଟ୍ରାପ୍; ଚୋରି, ଠକେଇରେ ବ୍ୟବହୃତ

ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍। More

ସ୍କୁଲ ବନ୍ଦ ହେବା ପରେ ପାଠ ଭୁଲିଗଲେଣି ପିଲା। ଚିନ୍ତାରେ ଅଭିଭାବକ

ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି More

ମୂର୍ତ୍ତି ବିବାଦ: ହାଇକୋର୍ଟ ମନା କଲେ, ସୁପ୍ରିମକୋର୍ଟ ଯିବ କି ପୂଜା କମିଟି?

ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି। More

କେତେ ସୁରକ୍ଷିତ ଆମ କ୍ଷେପଣାସ୍ତ୍ର ଘାଟି ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି। More

ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି More

ଆସୁଛି ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି। More

ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ପାଇଲେ ସୁଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ। More

ଚିଲିକାରୁ ବେଆଇନ ଘେରିକୁ କରାଯାଉଛି ଉଚ୍ଛେଦ

ଚିଲିକାରୁ ବେଆଇନ ଘେରିକୁ କରାଯାଉଛି ଉଚ୍ଛେଦ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଓ ଖୋର୍ଦ୍ଧା ପଟରେ ଉଚ୍ଛେଦ କରାଯାଉଛି। ଚିଲିକାର କୂଳରେ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏକାଧିକ ଘେରି କରାଯାଇଛି। ବେଆଇନ ଭାବେ ଏଗୁଡ଼ିକ କରାଯାଇଥିବାରୁ ଏହାକୁ ଉଚ୍ଛେଦ କରାଯାଉଛି। ମଙ୍ଗଲାଜୋଡ଼ି, ଭୂଷଣ୍ଢପୁର, କୃଷ୍ଣପ୍ରସାଦ ଭଳି ଅଞ୍ଚଳର ଚିଲିକା କୂଳରୁ ଶହେ ମିଟର ମଧ୍ୟରେ ଥିବା ଘେରିକୁ ଚିହ୍ନଟ କରାଯାଇ ପ୍ରଶାସନ ଓ ପୋଲିସ୍ ମିଳିତ ଭାବେ ଏହି ଅପରେସନ୍ କରୁଛି। ଶହ ଶହ ହେକ୍ଟର ଜମିରେ ଘେରି କରି ବେଆଇନ ଭାବେ ଚାଷ କରାଯାଉଛି। ା ରାସାୟନିକ ପଦାର୍ଥ ଏଥିରେ ମିଶା ଯାଉଥିବାରୁ ଏହାକୁ ନେଇ ହାଇକୋର୍ଟ ଆପତ୍ତି ଉଠାଇଥିଲେ। ସେପଟେ ପୁରୀ ଜିଲ୍ଲାର କିଛି ବ୍ୟକ୍ତିଙ୍କ ନାଁରେ ବେଆଇନ ଘେରିକୁ ନେଇ ମାମଲା ରୁଜୁ ହୋଇଛି। ... 

ପିଏ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପୁଣି ତନାଘନା

ମାଲାକାନଗିରିରର ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପୁଣି ତନାଘନା କରିଛି କ୍ରାଇମବ୍ରାଞ୍ଚ। ଗତକାଲି ଜୟପୁରରେ ରହୁଥିବା ଦେବନାରାୟଣଙ୍କ ପତ୍ନୀ ବନଜା ଓ ଝିଅ ନିବେଦିତାଙ୍କୁ ପଚରାଉଚରା କରିଥିଲା। ସେପଟେ ଦୀର୍ଘ ୭ମାସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାରୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବନାରାୟଣ ପଣ୍ଡାଙ୍କ ପତ୍ନୀ। ମାମଲାର ସିବିଆଇ ତଦନ୍ତ ପାଇଁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି। ୨୦୧୯ରେ ମାଲକାନଗିରି ସତିଗୁଡା ଡ୍ୟାମରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ମିଳିଥିଲା। ଏହାପରେ ପତ୍ନୀ ହତ୍ୟା ଅଭିଯୋଗ କରି ଥାନାରେ ଅଭିଯୋଗ କରିଥିଲେ। 

କଟକ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ୍ ପ୍ରତିଷ୍ଠାନକୁ ମିଳିଲା ଏଆଇସିଟିଇର ମାନ୍ୟତା

କଟକ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ୍ ପ୍ରତିଷ୍ଠାନକୁ ମିଳିଛି ଏଆଇସିଟିଇର ମାନ୍ୟତା। ଡିପ୍ଲୋମାରୁ ଡିଗ୍ରୀରେ ଶିକ୍ଷାନୁଷ୍ଠାନ ପରିଣତ ହେବା ପରେ ଏହାକୁ ଏହି ମାନ୍ୟତା ମିଳିଛି। ଏଣିକି ଛାତ୍ରଛାତ୍ରୀ ୪ ବର୍ଷିଆ ଡିଗ୍ରୀ କୋର୍ସ କରିବେ। ଯେଉଁମାନେ ଗଣମାଧ୍ୟମ ଓ ସିନେମାରେ ନିଜ କ୍ୟାରିୟର କରିବାକୁ ଇଚ୍ଛୁକ ତାଙ୍କୁ ଏକ ବଡ଼ ପ୍ଲାଟ୍‌ଫର୍ମ ଏହାଦ୍ୱାରା ମିଳିବ। ଏଠି ପଢ଼ୁଥିବା ଶହ ଶହ ଛାତ୍ରଛାତ୍ରୀ ଏବେ ରାଜ୍ୟ ଓ ଦେଶର ନାମୀଦାମୀ ଅନୁଷ୍ଠାନରେ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। 

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ମାଟି ଖୋଳିବା ପରେ ମିଳିଲା...

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। More

ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ରାୟ ଶୁଣାଇଲେ ହାଇକୋର୍ଟ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। More

ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ଭାସିଗଲେ

ଲୋଭ ହେଲା କାଳ !  ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି। More

‘ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା’

ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପାସ୍ କରିବ। ତେଣୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି। ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। More

ଘରେ ବନାନ୍ତୁ ‘ଅଣ୍ଡା କୋରମା’

ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଅଣ୍ଡା କୋରମା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ

ଆଜିଠୁ ୫ ଦିନ ଯାଏ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ବନ୍ଦ। ଉଭୟ ଅଫିସ୍‌ର ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଆଜିଠୁ ୨୧ ତାରିଖ ଯାଏ ଉଭୟ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।  More

ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି। More

ପୁଣି ଧୀରେ ଧୀରେ ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୨୮ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ଧୀରେ ଧୀରେ ବଢ଼ୁଥିବା ଦେଖିବାକୁ ମିଳିଛି। ଜୁଲାଇ ୧୬ରି ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।   More

ନାଳକୁ ଯାଉଥିବା ବେଳେ ୨ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ। More

କାଲି ମହାନଦୀରେ ଆସିପାରେ ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ

ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ। More

କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ ! ଅଫିସ୍‌ ନ ଆସିବାକୁ ପ୍ରଭାବଶାଳୀ ଲୋକଙ୍କ ଧମକ

୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ମୋ ଜୀବନକୁ ଏବେ ବିପଦ ଅଛି। More

ଗଣେଶଙ୍କୁ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ କର୍ମଚାରୀ

ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ। More

ଅନାଥ ପିଲାଙ୍କ ପାଇଁ ଥିବା ଯୋଜନା କେବଳ ନାଁକୁ ଆଶୀର୍ବାଦ: ଲେଖାଶ୍ରୀ

କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ପୁଣି ଥରେ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏଯାଏଁ ୩୧ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିବାବେଳେ ଆଶିର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ମାତ୍ର ୧୦ ହଜାର। ବଳକା ୨୧ ହଜାର ପିଲାଙ୍କୁ ଯୋଜନାରେ ସାମିଲ କରାଯାଉ ବୋଲି ଦେବାଶିଷ ଦାବି କରିଛନ୍ତି। More

ମାଟି ତଳେ ସିନ୍ଦୁକର ସନ୍ଧାନ !

୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍‌ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା। More

ଦେଶରେ ବଢୁଛି ସାଇବର କ୍ରାଇମ୍‌, ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି?

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି। More