ସଂକ୍ଷେପରେ ଆଜିର ତାଜା ଖବର - Thursday, 16 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ ! ଅଫିସ୍‌ ନ ଆସିବାକୁ ପ୍ରଭାବଶାଳୀ ଲୋକଙ୍କ ଧମକ

୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ମୋ ଜୀବନକୁ ଏବେ ବିପଦ ଅଛି। More

ରେବିଙ୍ଗିଆରେ ଗୁଳିକାଣ୍ଡ, ଜଣେ ମୃତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାରଖମା ଫାଣ୍ଡି ଅନ୍ତର୍ଗତ ରେବିଙ୍ଗିଆରେ ଗୁଳିକାଣ୍ଡ। ଗୁଳିମାଡ଼ରେ ନବଘନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।ଗୁଳିମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଛି। ଭୀମସେନ ବେହେରା ନାମକ ଜଣେ ବ୍ୟକ୍ତି ଗୁଳି କରିଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ସଂପୃକ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାର ଜାରି ରଖିଛି।

ଗଣେଶଙ୍କୁ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ କର୍ମଚାରୀ

ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ। More

ଅନାଥ ପିଲାଙ୍କ ପାଇଁ ଥିବା ଯୋଜନା ଖାଲି ନାଁକୁ ଆଶୀର୍ବାଦ: ଲେଖାଶ୍ରୀ

କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ପୁଣି ଥରେ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏଯାଏଁ ୩୧ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିବାବେଳେ ଆଶିର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ମାତ୍ର ୧୦ ହଜାର। ବଳକା ୨୧ ହଜାର ପିଲାଙ୍କୁ ଯୋଜନାରେ ସାମିଲ କରାଯାଉ ବୋଲି ଦେବାଶିଷ ଦାବି କରିଛନ୍ତି। More

ମାଟି ତଳେ ସିନ୍ଦୁକର ସନ୍ଧାନ !

୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍‌ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା। More

ଦେଶରେ ବଢୁଛି ସାଇବର କ୍ରାଇମ୍‌, ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି?

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି। More

ପାଣି ଶୋଷିବନି ସମୁଦ୍ର ! ୪ ଜିଲ୍ଲାକୁ ଏବେ ବନ୍ୟା ବିପଦ

ହୀରାକୁଦ ଉପର ମୁଣ୍ଡରେ ମହାନଦୀର ବ୍ୟାକ୍ ଓ୍ୱାଟର୍ ବା ପଛୁଆ ପାଣି ଯୋଗୁଁ ଜଳମଗ୍ନ ହୋଇଛି ଗାଁ, ବୁଡି ଯାଇଛି ମନ୍ଦିର। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍‌ର ଚିଖିଲି ଓ ଅନ୍ତରାଡି ଗାଁରେ ଅଣ୍ଟାଏ ପାଣି। ସେହିଭଳି ହୀରାକୁଦର ଉପର ମୁଣ୍ଡରେ ମହାନଦୀ କୂଳରେ ଥିବା ଶିବ ମନ୍ଦିର ବି ପାଣିରେ ବୁଡି ଯାଇଛି। More

ପୁଣି ଆସୁଛି ବର୍ଷା, ସତର୍କ ରୁହ: SRC

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୨ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ।  More

ବାଲେଶ୍ୱରରେ ପହଞ୍ଚିଲା NIA ଟିମ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍‌ ଅଭିଯୋଗରେ ଓଡ଼ିଶା ପୋଲିସ ତଦନ୍ତ କରିଥିଲା। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ। More

DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା More

ଶନିବାର ରାତିରେ ଆସିବ ବନ୍ୟା !

ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।  More

କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପାଳନ

କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପାଳନ ହେଉଛି। ଭବାନୀପାଟଣା ସମେତ ରାମପୁର, ଲାଞ୍ଜିଗଡ଼, ଜୟପାଟଣା, କର୍ଲାପାଟ ଜମିଦାରୀ ଗାଁରେ ନବାନ୍ନ ଭକ୍ଷଣ ହୋଇଛି। ଇଷ୍ଟ ଦେବୀ ଭବାନୀପାଟଣାର ମାଣିକେଶ୍ୱରୀଙ୍କ ପାଖରେ ସକାଳ ୮ ରୁ ୯ଟା ମଧ୍ୟ ରେ ନବାନ୍ନ ଲାଗି ହେବା ପରେ ଲୋକେ ନବାନ୍ନ ଗ୍ରହଣ କରିଥିଲେ। 

ବନ୍ୟା ପାଣିରେ ବୁଡ଼ିଗଲା ପିଡିଏସ୍ ଚାଉଳ

ବନ୍ୟା ପାଣିରେ ବୁଡ଼ିଗଲା ପିଡିଏସ୍ ଚାଉଳ। ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ ଗାଁରେ ପାଣି ପଶିଯିବାରୁ ପିଡିଏସ୍ ଚାଉଳ ବୁଡ଼ି ଯାଇଛି। କରୋନା ରିଲିଫ ବାବଦରେ ଆସିଥିବା ୩ ମାସର ଚାଉଳକୁ ସଂପୃକ୍ତ ଡିଲର ଗାଁରେ ଥିବା ମନ୍ଦିରର ଭଣ୍ଡାର ଘରେ ଗଚ୍ଛିତ ରଖିଥିଲେ। ତେବେ ବ୍ରାହ୍ମଣୀର ବନ୍ୟା ପାଣି ମାଡ଼ିଯିବାରୁ ଭଣ୍ଡାର ଘର ବୁଡ଼ି ଯାଇଥିଲା।

ଲଘୁଚାପ ଜନିତ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ଆକଳନ ଅନୁସାରେ, ଜିଲ୍ଲାର ୯୯ ଗ୍ରାମର ୧୬ହଜାର ୯୨୦ ଲୋକ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୫୩ ହଜ଼ାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ୭ ଟି ରାସ୍ତା ବିଛିନ୍ନ ହୋଇଛି। ସେହିପରି ୭୫ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି ବୋଲି କୁହାଯାଉଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଅଲଗା ରହିଛି। ଏବେବି ବାଲିକୁଦା, ଏରସମା ଓ ରଘୁନାଥପୁରର ତଳିଆ ଅଞ୍ଚଳରେ ଲୋକମାନେ ପାଣି ଘେରରେ ରହିଛନ୍ତି। ବାଲିକୁଦା ବ୍ଳକର ଅଢଙ୍ଗା ପଂଚାୟତ ଜଗନ୍ନାଥପୁର ଭୋଇ ସାହିରେ ଲୋକମାନେ ୪ ଦିନ ହେବ ପାଣି ଘେରରେ ରହିଥିବା ବେଳେ ସେମାନଙ୍କୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି। 

ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଶୁଣାଣି ଶେଷ, କାଲି ଆସିବ ରାୟ

ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। More

ପୁଣି ଏମାର ମଠରୁ ବାହାରିବ କି ରୂପା ଇଟା ?

ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି। More

ମଦ ନିଶାରେ ମାତାଲ ହୋଇ ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରିଦେଲେ ଷ୍ଟିଲ୍‌ ଗ୍ଲାସ୍‌

ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍‌ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ। More

‘ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ବନ୍ୟା ଜଳ’

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିଛି।’ More

ଆମେ ସବୁଦିନ ଭୋଗୁଛୁ, ତୁମେ ଗୋଟିଏ ଦିନ ଭୋଗ-ଏମିତି କହି ଅଧିକାରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି।  ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି। More

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ: ୧୮ ସନ୍ଧ୍ୟାରୁ ବର୍ଷିବ !

୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More

ଘରେ ପ୍ରସ୍ତୁତ କରନ୍ତୁ ‘ଚାଉଳ ଦିଆ ଚୁନା ମାଛ ବରା’

ଆମ ଓଡ଼ିଆ ଖାଦ୍ୟର ଏକ ନିଆରା ସ୍ୱାଦ ଥାଏ । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ଦିଆ ଚୁନା ମାଛ ବରା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ଦେଶୀ ଉପାୟରେ ଘରେ ବନେଇ ପାରିବେ । More

ଏ ପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ, କେଉଁ ସମୟରେ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ନ ମାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍‌ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ପୁରାପୁରି ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ।  More

କଲେଜ ପରୀକ୍ଷା ମାର୍କ ଆଧାରରେ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ନାମଲେଖା ହେବ 

କଲେଜ ପରୀକ୍ଷାରେ ମିଳିିଥିବା ମାର୍କ ଆଧାରରେ ଏଥର କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ନାମଲେଖା ହେବ  । ଏହି ଚୟନ ପ୍ରକ୍ରିୟାରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ପିଲାଙ୍କ ନମ୍ବରରେ ଅଧିକ ୫ ମାର୍କ ଯୋଡ଼ି ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ କୁଳପତି ଏସ୍.କେ. ପାଲିତା ।  ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।  କିଛି ବର୍ଷ ମଧ୍ୟରେ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ଆବେଦନ ସଂଖ୍ୟା ବୃଦ୍ଧି ପାଇଛି । ସେପ୍ଟେମ୍ବର ୩୦ ହେଉଛି ନାମଲେଖାର ଶେଷ ଦିନ।  

ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି । More

କିଛି ଦିନ କମିବା ପରେ ଓଡ଼ିଶାରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। More

Daily Horoscope, 16 Sept 2021: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖ, ଗୁରୁବାର, ସିଂହ ୩୧ ଦିନ, ଭାଦ୍ରବ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ଉତ୍ତରାଷାଢା ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

ଫୁଲୁଛି ମହାନଦୀ, ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମ୍‌ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସନ ହେଉଛି। More

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ, ୬ ମୃତ

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି। More

ଓଡ଼ିଶା ଚାଷୀଙ୍କ ମାସିକ ଆୟ କେତେ ଟଙ୍କା, ଜାଣନ୍ତୁ

କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ  କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।   More

ବନ୍ଧା ହେଲେ କୋଟିପତି ଦିଦି

ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। More

ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ?

ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ More

କେଉଁ ଲାଳସାରେ ବିକିଥିଲେ ଦେଶର ଗୁପ୍ତ ତଥ୍ୟ?

ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ? More