ସଂକ୍ଷେପରେ ଆଜିର ତାଜା ଖବର - Sunday, 12 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମିଛ ସାର୍ଟିଫିକେଟ୍‌ରେ କରିଥିଲେ ସରକାରୀ ଚାକିରି, ବାନ୍ଧିଲା ପୋଲିସ

ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।  More

ଅବପାତର ରୂପ ନେଲା ଲଘୁଚାପ, ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି। ଯେହେତୁ ଅବପାତର ରୂପ ନେଇଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More

୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ ବୋଲି ସୂଚନା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା।  More

ଫୁଲୁଛି ନଦୀର ଜଳ ସ୍ତର, ୧୨ ଜିଲ୍ଲାକୁ ଆଲର୍ଟ

ଲଘୁଚାପ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା।  ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଣ୍ଟାଏ ପାଣି ଜମିଛି। ପାରାଦୀପ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି।  More

୫୫ କିମି ବେଗରେ ବହିବ ପବନ ! ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More

ଜଙ୍ଗଲରୁ ଚାଲିଆସି ଫୁଟବଲ୍ ଖେଳିଲେ ଦୁଇ ଭାଲୁ, ଭିଡିଓ ଭାଇରାଲ

ପଡ଼ିଆରେ ରହିଯାଇଥିବା ଫୁଟବଲକୁ ପାଇଥିଲେ ଭାଲୁ। ଆଉ ତାପରେ ଭାଲୁ ଖେଳିଥିଲେ ଫୁଟବଲ। ବେଶ କିଛି ସମୟ ପାଇଁ ଭାଲୁମାନେ ଫୁଟବଲ ସହ ଖେଳିଥିଲେ। ମୁହଁରେ ଫୁଟବଲ ଧରି ଫୋପାଡ଼ିବା, ତାକୁ ଧରି ବୁଲିବା ଓ ପରସ୍ପର ମଧ୍ୟରେ ଖେଳିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ରହି ଗାଁ ଲୋକେ ଏହି ଦୃଶ୍ୟ ଦେଖିଥିଲେ। More

ଶାସ୍ତ୍ରରେ କେଉଁଠି ତ ଲେଖାଯାଇନି ମୂର୍ତ୍ତିର ଉଚ୍ଚତା: ଦେବାଶିଷ

ଦେବାଶିଷ ଯୁକ୍ତି ରଖିଛନ୍ତି, ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଆଖିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ତେବେ ଭର୍ତ୍ତୃହରି ତ ଜଣେ ବିଜ୍ଞ ସାଂସଦ ସେ କିପରି ବୁଝି ପାରୁନାହାନ୍ତି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି। More

ସିଲ୍ ହେଲା ବାର୍

କୋଭିଡ ନିୟମ ଉଲ୍ଲଂଘନରେ ସିଲ୍ ହେଲା ବାର୍। ରାଜଧାନୀ ଭୁବନେଶ୍ୱରର ଜନପଥରେ ଥିବା ମ୍ୟାଡ୍ ମୁଲ ବାରକୁ ସିଲ୍ କରିଛି ବିଏମ୍‌ସି। ନାଇଟ୍ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସାଉଥ୍ ଇଷ୍ଚ ଜୋନ୍ ଏବଂ ଖାରବେଳ ନଗର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରକୁ ସିଲ୍ କରି ଦିଆଯାଇଛି। ରାଜ୍ୟରେ ଏବେ ସବୁ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଏହି ନିୟମ ଉଲ୍ଲଂଘନ କରି ବାର୍ ଚାଲିଥିଲା। ଏ ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୋଲିସ।

ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ

କଟକ SCB ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ। SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ବର୍ଷେ ହେଲା ସେ କ୍ୟାନ୍ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଓଡ଼ିଶା ପ୍ଲାଷ୍ଟିକ ସର୍ଜରୀ ଆସୋସିଏସନ୍‌ର ପୂର୍ବତନ ସଭାପତି ଥିଲେ ଅନ୍ନଦା ପ୍ରସାଦ।

୭ ବର୍ଷର ନାବାଳିକାକୁ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର, ତାହା ବି ଜଣେ ନାବାଳକ ଦ୍ୱାରା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା କେ.ସୀତାପୁର ଗାଁରେ। ଗାଁରେ ଗଣେଶ ପୂଜାର ମାହୋଲ ଚାଲିଥିବା ବେଳେ ପୀଡିତାଙ୍କୁ  କୌଣସି ବାହାନାରେ ଜଣେ ୧୬ ବର୍ଷର ନାବାଳକ ଶୂନଶାନ ସ୍ଥାନକୁ ନେଇ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାଶୀନଗର ପୋଲିସ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଆଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।

ହତ୍ୟାକାଣ୍ଡ ଘଟଣାରେ ୧୦ ଅଟକ

ସମ୍ବଲପୁର ଦାନୀପାଲି ଅଞ୍ଚଳରେ ହତ୍ୟାକାଣ୍ଡ ଘଟଣାରେ ୧୦ ଅଟକ। ଗତକାଲି ରାତିରେ ହୀରାକୁଦ ଅଞ୍ଚଳରେ ରେଡ୍ କରି ଅଇଁଠାପାଲି ପୋଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖିଛି ।  ଘରୁ ଡାକି ନେଇ ସୌମ୍ୟ ରଞ୍ଜନ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ।  ମୃତକଙ୍କ ଘର ଅଇଁଠାପାଲି ଥାନା ଅନ୍ତର୍ଗତ ବଜାର ବନ୍ଧରେ ।  ସେ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲେ।

ମା’ ଘଟଗାଁ ତାରିଣୀଙ୍କ ଦର୍ଶନ କଲେ ପ୍ରମୋଦ ଭଗତ

କେନ୍ଦୁଝର ଗସ୍ତରେ ଯାଇ  ମାଆ ଘଟଗାଁ ତାରିଣୀଙ୍କ ଦର୍ଶନ କରିଛନ୍ତି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ।  ସ୍ୱର୍ଣ୍ଣ  ପଦକ ଜିତିବା ପାଇଁ ତାଙ୍କ କୋଚ ଶିବପ୍ରସାଦ ଦାଶଙ୍କ କହିବା ଅନୁଯାୟୀ ମା ତାରିଣୀଙ୍କ ପାଖରେ ଅଖଣ୍ଡ ଦୀପ ଜାଳିଥିଲେ ପ୍ରମୋଦଙ୍କ ପରିବାର ଲୋକ। ସଫଳତା ପରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ପ୍ରମୋଦ ନିଜେ ମା’ ଆର୍ଶୀବାଦ ନେବେ ବାଲି ମନାସି ଥିଲେ। 

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ। ଦୁଧିଆଣି ଏବଂ କରଞ୍ଜିଆ ରେଞ୍ଜରେ ଗତ ଦୁଇ ମାସ ମଧ୍ୟରେ ପାଖାପାଖି ୩୦/୪୦ ଏକର ଚାଷ ଜମିରେ ଫସଲ ନଷ୍ଟ କରିଛନ୍ତି ହାତୀ ପଲ। ଖବର ଅନୁସାରେ ୨୫ ଟିକିଆ ହାତୀ ପଲ ଆତଙ୍କ ସୃଷ୍ଟି କରିଛନ୍ତି। ହାତୀ ପଲଙ୍କ ଉତ୍ପାତରୁ ଚାଷୀଙ୍କୁ ବଞ୍ଚାଇବା ପାଇଁ ବନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରବୀର କୁମାର ମୁର୍ମୁଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ ଯେ, ସେମାନେ  ହାତୀ ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି। ୨ ମାସ ଭିତରେ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୦ ଏକରୁ ଅଧିକ ଧାନଚାଷ ହାତୀ ନଷ୍ଟ କରିଛନ୍ତି ହାତୀ ପଲ। କ୍ଷୟକ୍ଷତିର ସଠିକ ଅକଳନ କରି ତୁରନ୍ତ କ୍ଷତିପୂରଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।  

ଲଗାଣ ବର୍ଷାରେ ଜଳବନ୍ଦୀ ବ୍ଲାକ ପାଗୋଡ଼ା

ଲଗାଣ ବର୍ଷାରେ ଜଳବନ୍ଦୀ ବ୍ଲାକ ପାଗୋଡ଼ା। ରାତି ତମାମ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ରହିଥିଲା ଆଣ୍ଠୁଏ ପାଣି। ବର୍ଷା ପାଣି ଜମିବାରୁ ପର୍ଯ୍ୟଟକ ଅସୁବିଧାରେ ପଡ଼ିଥିଲେ। ସୂର୍ଯ୍ୟ ମନ୍ଦିର ପରିସରରୁ ପାଣି ନିଷ୍କାସନ ପାଇଁ ପମ୍ପ ବ୍ୟବସ୍ଥା ଥିଲେ ବି ଏହାକୁ ଚଳାଇବାରେ ବିଳମ୍ବ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା କୁହାଯାଉଛି। ପରେ ପ୍ରତ୍ନତତ୍ତ୍ୱ ବିଭାଗ କର୍ମଚାରୀ ମାନେ ପମ୍ପ ଚଳାଇବାରୁ ମନ୍ଦିର ପରିସରରେ ଜମିଥିବା ପାଣି ନିଷ୍କାସିତ ହୋଇଥିଲା।   

ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ

କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ ବଢ଼ିଥିଲେ ଓ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ। More

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ, ବିପଦ ସଙ୍କେତ ଟପିଲା ଜଳକା

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମଥାନୀ ଠାରେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ ପ୍ରବାହିତ ହେଉଛି।  More

ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ, ସ୍ତ୍ରୀଙ୍କ ପାଖକୁ ପଠାଇଥିଲେ ଭଏସ୍‌ ମେସେଜ୍‌

କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି। More

ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ କଟକ ବନ୍ଦ

ଭାଇଚାରାର ସହରର କଟକର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ବର୍ଷ ସାରା ସରକାର ଶାସନ କରୁଥିବା ବେଳେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁଭାର୍ଗର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନ କରାଗଲା, ସରକାର ଅଭିଯୋଗ ଶୁଣିଲେ ନାହିଁ । More

ବିବାହ ପରେ ସ୍ତ୍ରୀକୁ ପ୍ରତାରଣା, ବିଚ୍ ରାସ୍ତାରେ ସ୍ୱାମୀକୁ ମାଡ଼ ମାରି ପୋଲିସ ଜିମା ଦେଲା ସ୍ତ୍ରୀ

ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି। More

Daily Horoscope, 12 Sept 2021: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୧  ମସିହା ସେପ୍ଟେମ୍ବର ମାସ ୧୨ ତାରିଖ, ରବିବାର, ସିଂହ ୨୨ ଦିନ ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଷଷ୍ଠୀ ତିଥି,ବିଶାଖା ନକ୍ଷତ୍ର, ବିଛାଚନ୍ଦ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ... More

ସାପ ପ୍ରତି ଥିବା ଭୟକୁ ଦୂର କରିବାକୁ ଅଳଙ୍କାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ

ଜୀବନଶୈଳୀ ସହିତ ସାପକୁ ଯୋଡିଲେ ହିଁ ସାପଙ୍କ ସୁରକ୍ଷା ସମ୍ଭବ । ଏହାକୁ ଆଧାର କରି ଏବେ ସାପ ଗହଣାର ପସରା ମେଲିଛି । ଯୁବବର୍ଗଙ୍କୁ ଏଭଳି ଆକର୍ଷଣୀୟ ଗହଣା ମାଧ୍ୟମରେ ସଚେତନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ୍ ମିଡିଆରେ ବି ଏନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି । More

୨୪ ଘଣ୍ଟାରେ ରାଜ୍ୟରେ ୬୪୯ କରୋନା ସଂକ୍ରମିତ ଚିହ୍ନଟ, ଆଉ ୬ ଆକ୍ରାନ୍ତ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୬୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୨୬୮ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି।  More

ବାହାରିନ ଫସିଛନ୍ତି ଶତାଧିକ ଓଡ଼ିଆ : ଘରୋଇ କଂପାନିରେ ନିମ୍ନମାନର ଖାଦ୍ୟ ସହ ନିର୍ଯାତନା ଅଭିଯୋଗ

ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଇା ଶ୍ରମିକ । ସେଠାରେ ଏକ ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯିବା, ଆବଶ୍ୟକତା ଠାରୁ ଅଧିକ ସମୟ ଖଟାଇବା, କାମ ନ କଲେ ଶାରିରୀକ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି More

SCBରେ ଇକ୍‌ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ

କଟକ ଏସ୍‌ସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପ୍ରଥମ ରୋଗୀ, ଯିଏକି ଏସ୍‌ସିବିରେ ଇକ୍‌ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। More

ଜଳଖିଆ ଦୋକାନ କରି ସ୍ୱାବଲମ୍ବୀ ମହିଳା : ମାଣ୍ଡିଆ ପରି ଖାଦ୍ୟଶଷ୍ୟରୁ ତିଆରି କରୁଛନ୍ତି ପୁଷ୍ଟିକର ଖାଦ୍ୟ

ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ । More

ହୋଟେଲ୍ ମାଲିକଙ୍କ ଦାଦାଗିରି: ୫ ଟଙ୍କା ପାଇଁ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଅମାନୁଷିକ ଭାବେ ପିଟିଲେ

୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି । ଉଭୟ ବାପପୁଅ ଗ୍ରାହକଙ୍କୁ ର୍ନିଦ୍ଧୁମ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଘସିପୁରା ବଜାରରେ । More

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ,୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ପୂର୍ବ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । More

'ଦୁଷ୍ମନ୍ତଙ୍କ ମା'ଙ୍କୁ ଧମକ ଦେଉଛି ପୋଲିସ'

ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍‌ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ। More

ମା'ଙ୍କ ମୂର୍ତ୍ତି ଛୋଟ ଅର୍ଥ ଏହା ବିଘ୍ନ: ଭର୍ତ୍ତୃହରି

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା। ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ। More

ନୂଆଁଖାଇ ଅବସରରେ ଚାଷୀଙ୍କୁ 'କାଳିଆ' ଭେଟି

ଏହି ଅବସରରେ ଚାଷୀର ସମସ୍ୟାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି । More

ପ୍ରବଳ ବର୍ଷିବ! ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ପାଇଁ ବର୍ଷା ପରିମାଣ ବଢ଼ିବାକୁ ଥିବାରୁ ଆସନ୍ତାକାଲି(ରବିବାର) ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। More

ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ

ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ। More