ସଂକ୍ଷେପରେ ଆଜିର ତାଜା ଖବର - Friday, 10 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଏହି କୋଚ୍‌ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। More

ନେଟ୍‌ୱର୍କ ନଥିବାରୁ ପିଲାଙ୍କ ପଢାରେ ବନ୍ଧା ହେଲାଣି ଡୋରୀ

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି।  More

ମଣ୍ଡପରେ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା?: ପ୍ରଭାତ

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ଆଲୋଚନାରୁ ସେମାନେ ପ୍ରସ୍ତାବରେ ସହମତ ଥିବା ଜଣାପଡୁଥିଲା। ହେଲେ ଆଜି ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି। ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି। More

ମୋ ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି: ମୃତ ଦୁଷ୍ମନ୍ତ ମା'

ଦୁଷ୍ମନ୍ତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛି ବିଜେପି। ଆଜି କେତେକ ଅସମାହିତ ପ୍ରଶ୍ନ ଉଠାଇ ଏହାର ଜବାବ ମାଗିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଅଭିଯୋଗ କରିଛନ୍ତି- ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କଲେ, ହେଲେ ଗାଁକୁ ଶବ କାହିଁକି ନେଲେ ନାହିଁ। ତାଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ମିଳୁ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ। More

ଡେପୁଟି କଲେକ୍ଟର ହେବା ମୋର ଲକ୍ଷ୍ୟ: ପ୍ରମୋଦ ଭଗତ

ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। More

କାଳିଆ ଦୁଆରେ ମିଛ କହି ବନ୍ଧା ହେଲେ ୧୨

ଗିରଫ ଦୁଇ ଶ୍ରଦ୍ଧାଳୁଙ୍କ ଭିତରେ ୨ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଅଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ପୁରୀ ଅଞ୍ଚଳର ୭ ଜଣ ବ୍ୟକ୍ତି ଅଛନ୍ତି। ସେମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫଦାରୀଙ୍କ ଭିତରେ ମାଷ୍ଟର ମାଇଣ୍ଡ ଓ ମୁଖ୍ୟ ଅଭିଯୁକ୍ତ ଅଛନ୍ତି।  More

ଏବର୍ଷ କେମିତି ହେବ ଦୂର୍ଗାପୂଜା, ଘୋଷଣା କଲେ ରାଜ୍ୟ ସରକାର

ରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ। More

ଶୋଇବା ଅବସ୍ଥାରେ ଭାଙ୍ଗିଲା ଘର: ଅସହାୟ ଅବସ୍ଥାରେ ସ୍ୱାମୀ ପରିତ୍ୟକ୍ତ ମହିଳା

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ More

ନ୍ୟାୟ ନପାଇଲେ ଲୋକମାନେ ଏମିତି କରୁଛନ୍ତି: ସମ୍ବିତ

ଗତ ୮ ତାରିଖରେ ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହାତ କାଟି ବିଷ ପିଇବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧି।   More

ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। More

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ଓଡ଼ିଶାର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ଆସନ୍ତାକାଲି ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  More

ସିସିଟିଭିରୁ ଧରାପଡିଲା ଲୁଟେରା

ସିସିଟିଭିରୁ ଧରାପଡିଲା ଲୁଟେରା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଲରକି ଗାଁର ଏକ ମୋଟର ସାଇକଲ ଗ୍ୟାରେଜରୁ ଚୋରି କଲାବେଳେ ସିସିଟିଭିରେ କଏଦ ହୋଇଥିଲା ଲୁଟେରାର କାରନାମା । ୧୫ଲିଟର ମୋବିଲ, ଟୁଲ କିଟ୍, ବେଟେରୀ ଚାର୍ଜର,ଏଆର ପ୍ରେସର ଆଦି ଚୋରୀ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ ଗେରେଜ ମାଳିକ ହରେଶ ସାହୁ l ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା l ସିସିଟିଭି ଫୁଟେଜ ଯାଂଚ କରିବାରୁ ପୋଲିସ ଏହି ଚୋରିରେ ସଂପୃକ୍ତି ଥିବା ତୁରେକେଲା ଥାନା ରାମୁଡ ଗାଁର ଶିବ ପଧାନଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିଲା । ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ଜଣାପଡିଛି।  ତେବେ ଏ ନେଇ ତୁରେକେଲା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l

ଇ-ଶ୍ରମ କାର୍ଡ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ

ବାଲେଶ୍ୱର: ଜିଲ୍ଲା ସିମୁଳିଆ ଥାନା ରପେୟା ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର ଆଗରେ ଇ-ଶ୍ରମ କାର୍ଡ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ। ଗତକାଲି ରାତିରୁ ଧାଡି ବାନ୍ଧି ଛିଡା ହୋଇଛନ୍ତି ଲୋକେ। ଏହି କାର୍ଡ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲାଇନ ଆବେଦନ ମାଧ୍ୟମରେ ପ୍ରଦାନ କରାଯାଉଛି l  ଏହି  କାର୍ଡ ମାଧ୍ୟମରେ ଗରିବ ଲୋକଙ୍କୁ ୨ ଲକ୍ଷ ଟଙ୍କା ଇନ୍ସ୍ୟୁରାନ୍ସ ମିଳିବା କୁହାଯାଉଛି l ତେଣୁ ପ୍ରଥମେ ଲୋକଙ୍କୁ ଆଧାର କାର୍ଡରେ ମୋବାଇଲ ନମ୍ବର ଯୋଡିବା ଦରକାର l  ପରେ ସେମାନେ ଏହି କାର୍ଡ କରିପାରିବେ l  ତେଣୁ ଆଧାର ନମ୍ବର ଯୋଡିବା ଓ ଏହି ଇ-ଶ୍ରମ କାର୍ଡ କରିବା ପାଇଁ ଜନସେବା କେନ୍ଦ୍ର ଆଗରେ ଭିଡ ଦେଖିବାକୁ ମିଳୁଛି l 

 

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା ଉଦ୍ୟମ କରି ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି। More

ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି।  କୋଭିଡ୍ ବିରୋଧରେ ନିଆଯାଉଥିବା ପଦକ୍ଷେପକୁ ବିଘ୍ନହର୍ତ୍ତା ସଫଳ କରିବା ସହ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରିବା ପାଇଁ ରାଷ୍ଟ୍ରପତି ଟ୍ବିଟ୍ କରିଛନ୍ତି । ଗଣେଶ ଚତୁର୍ଥୀ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃୃଦ୍ଧି ଆସୁ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ବିଘ୍ନେଶ୍ୱର ବିନାୟକ ସଭିଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଦୂର କରି ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରିଛନ୍ତି।

ନଦୀ ପାର ହେଉଥିଲା ଡମ୍ପର, ଭୁଶୁଡି ପଡ଼ିଲା ବ୍ରିଜ

ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।   More

ଟିକା କେନ୍ଦ୍ରରେ ପିଟାପିଟି

ଟିକା କେନ୍ଦ୍ରରେ ପିଟାପିଟି । ଟିକାଦାନ ଦାୟିତ୍ୱରେ ଥିବା ଡାକ୍ତର ଓ  ଦୁଇ ଯୁବକଙ୍କ ମଧ୍ୟରେ ଜୋରଦାର ମାରପିଟ୍ । କଟକ ଜିଲ୍ଲା ନିଶ୍ଚିନ୍ତିକୋଇଲି ବ୍ଲକ ଶାଆନ୍ତାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏ ନେଇ ନେମାଳ ଥାନାରେ ଅଭିଯୋଗ କରିଛନ୍ତି ଟିକାଦାନ ଦାୟିତ୍ୱରେ ଥିବା ଆୟୁଷ ଡାକ୍ତର। ଟିକା କେନ୍ଦ୍ରରେ ଅଫଲାଇନ୍  ଟିକା ସରିଯିବାରୁ ଦୁଇ ଯୁବକ ଉତକ୍ଷିପ୍ତ ହୋଇ ଗଣ୍ଡଗୋଳ କରିଥିଲେ।  ଡାକ୍ତରଙ୍କ ଅଭିଯୋଗ ଅନୁସାରେ ଦୁଇଜଣ ଯୁବକ ମାତାଲ ଅବସ୍ଥାରେ ଆସି ଟିକାଦାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏଣୁତେଣୁ କହିଥିଲେ। ଏଥିରେ ସେ ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପରସ୍ପର ପରସ୍ପରକୁ ଧକ୍କା ମାରିବା ସହ ପିଟାପିଟି ହୋଇଥିଲ। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଡାକ୍ତର ଜଣକ ଥାନାରେ ଦୁଇ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
 

ନୂଆଁଖାଇ  ପାଇଁ ପ୍ରସ୍ତୁତି ଜୋରଦାର

ରାତିପାହିଲେ ପଶ୍ଚିମ ଓଡିଶାର ବଡ଼ପର୍ବ ନୂଆଁଖାଇ  । ଏହି ଦିନ ପୂରା ପରିବାର ଏକାଠି ବସି ଛଅ ତିଅଣ ନଅ ଭଜା ଖାଇ ନୂଆଁଖାଇର ମଜା ନେଇଥାନ୍ତି । ଏଥିପାଇଁ ଗାଁଠୁ ସହର ଚାରିଆଡେ ଜୋରସୋର ପ୍ରସ୍ତୁତି।  ଯେଉଁମାନେ ବାହାରେ ଥିଲେ ସବୁ ଘରକୁ ଫେରୁଛନ୍ତି । ଏଥିପାଇଁ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ ହୋଇଛି । ଆସନ୍ତାକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନିକଟରେ ନବାନ୍ନ ଲାଗି ହେବ । ଏହାପରେ କୋଭିଡ ନିୟମ ମାନି ଭକ୍ତିମାନେ ଦର୍ଶନ କରିବେ।  ଭକ୍ତମାନଙ୍କ ଭିଡକୁ ନଜରରେ ରଖି ମାଆଙ୍କର ଦର୍ଶନ ସମୟକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି  । ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ  

ଆଜି ବି ବାହାରିଲେ ୭୪୫ କରୋନା ଆକ୍ରାନ୍ତ, ପିଲାଙ୍କ ସଂଖ୍ୟା ୧୧୯

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୭୦୦ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି  ୭୪୫ ଆକ୍ରାନ୍ତ। More

‘ ଓଁ ଗମ୍ ଗଣପତୟେ ନମଃ ଏହି ମନ୍ତ୍ରରେ ଗଣେଶଙ୍କୁ ଦୁବ ଚଢାନ୍ତୁ’

କେମିତି କଟିବ ଆଜିର ଦିନ ? କ’ଣ କହୁଛି ଆଜିର ରାଶିଫଳ ଜାଣନ୍ତୁ। More

ରାଜ୍ୟ ସରକାରଙ୍କୁ ଏସସିବିର ରିପୋର୍ଟ; ଦୁଷ୍ମନ୍ତଙ୍କୁ ସବୁ ପ୍ରକାର ଚିକିତ୍ସା ଦିଆଯାଉଥିଲା

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।  ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । More

ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  More

କୋଭିଡ ଗାଇଡଲାଇନ ଭିତରେ ଫିକା ଫିକା ଗଣେଶ ପୂଜା

ଆଜି ଗଣେଶପୂଜା। ହେଲେ ଆଗପରି ଆନନ୍ଦ, ଉଚ୍ଛ୍ୱାସ ନାହିଁ। ଫିକା ଫିକା ଲାଗୁଛି ଗଣେଶ ପୂଜା More

ସିଏଜି ରିପୋର୍ଟ: ରାଜ୍ୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି, ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି। More

ଆଜିଠାରୁ ତିନି ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଆଜିଠାରୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। More

ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଡାକି ନେଇଥିବା ଲୋକଟି କିଏ?

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। More

ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା, ବିଧାନସଭାରେ ସଂକଳ୍ପ ପାରିତ

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। More

ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି। More

ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ। More

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ?

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି। More