ସଂକ୍ଷେପରେ ଆଜିର ତାଜା ଖବର - Thursday, 09 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଡାକି ନେଇଥିବା ଲୋକଟି କିଏ?

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। More

ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା, ବିଧାନସଭାରେ ସଂକଳ୍ପ ପାରିତ

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। More

ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି। More

ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ। More

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ?

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି। More

ହାଲୁକା ଭାବେ ନିଅନ୍ତୁନି ଶିଶୁଙ୍କ ଠାରେ ଦେଖା ଦେଉଥିବା ୩ ଲକ୍ଷଣ

କୋଭିଡ୍ ସଂକ୍ରମଣ ପରେ ଏବେ ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି MI syndrome। ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ଲକ୍ଷଣ ଏବେ ଧିରେ ଧିରେ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ଏଥିରେ ପ୍ରଭାବିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ୍‌ରେ ଶିଶୁ ସଂକ୍ରମଣ ହାର ଏବେ ପ୍ରାୟ ୨୦ ପ୍ରତିଶତ ରହିଛି। More

ଅଶାନ୍ତ କନ୍ଦରପୁର: କଥା କଥାକେ ଫୁଟୁଛି ଗୁଳି, ଚାଲୁଛି କଟୁରୀ!

କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି More

୩ ଦିନ ଛେଚିବ, ୫୦ କିମି ବେଗରେ ବହିବ ପବନ !

ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୧୧ରୁ ୧୩ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ, ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୧୧ରୁ ୧୩ ତାରିଖ ଯାଏଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। More

ଜାମତରା ସାଇବର ଠକେଇ ଲିଙ୍କ୍‌ରେ ଓଡ଼ିଶାରୁ ୨ ଗିରଫ

ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍‌ଜେକ୍ସନ ବିଷୟରେ ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଟ୍ରାନାଜକ୍ସନ ବିଷୟରେ ଜାଣିପାରିଥିଲା । More

ପୋଲିସ୍‌କୁ ମହଙ୍ଗା ପଡ଼ିଲା ହେଲମେଟ୍ ଚେକିଂ ବେଳେ ମାଡ଼ ମାରିବା

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା। More

ବିଚିତ୍ରପୁର ଇକୋ-ଟୁରିଜିମର ନିଆରା ଆକର୍ଷଣ : ଲୁଣାଜଙ୍ଗଲରେ ନାଲିକଙ୍କଡ଼ା ଦେଖିବା ସହ ସହ ବୋଟିଂର ମଜା ଉଠାନ୍ତି ପର୍ଯ୍ୟଟକ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ରହିଛି ଅନନ୍ୟ ଇକୋ ଟୁରିଜିମ୍‍୍‍ ବିଚିତ୍ରପୁରରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥାଏ । କିଛି ପର୍ଯ୍ୟଟନସ୍ଥଳୀକୁ କେବଳ ସମୁଦ୍ରର ମଜାନେବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ବିଚିତ୍ରପୁରରେ ମିଳେ ଡବଲ ମଜା । କାରଣ ଏଠାରେ ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ତେଣୁ ଏହି ମିଳନସ୍ଥଳୀରେ ମ୍ୟାନଗ୍ରୋଭ ଭଳି ସାମୁଦ୍ରିକ ଗଛ ମାନଙ୍କରେ ବିଦେଶୀ ପକ୍ଷୀ ଦେଖାଯାଆନ୍ତି । More

ମୁଖ୍ୟମନ୍ତ୍ରୀ ବିଧାନସଭାର ଗରିମାକୁ ହତ୍ୟା କରୁଛନ୍ତି: ବିଜେପି

୫ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବକୁ କଂଗ୍ରେସର ସହାୟତା ନେଇ କରେଇ ଦେଲେ ନାହିଁ ଶାସକ ଦଳ। ୫ଟି ମୁଲତବି ପ୍ରସ୍ତାବ ଆଣିଥିଲା ବିଜେପି, ମାତ୍ର କଂଗ୍ରେସ ବାଧକ ସାଜିଲା। କଂଗ୍ରେସ ହେଉଛି ବିଜୁ ଜନତା ଦଳର ବି ଟିମ୍ ବୋଲି ବିଜେପି କହିଛି। କାଲିଠୁ ଖଣି ଦୁର୍ନୀତି ଆସିଛି, ବାଚସ୍ପତି ଆଲୋଚନା ଅଗ୍ରାହ୍ୟ କରିଦେଲେ। More

ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା। More

ପ୍ରଶାନ୍ତଙ୍କ ପରେ ମନ୍ତ୍ରୀ ପ୍ରତାପଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ?

ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। More

ନିଯୁକ୍ତି ନାଁରେ ଠକୁଥିଲେ ଦମ୍ପତି, ବାନ୍ଧିଲା ପୋଲିସ୍‌

ନିଯୁକ୍ତି ନାଁରେ ହଜାରେରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହେଲେ ଦମ୍ପତି। ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି। ଚିରଫ ଦମ୍ପତି ହେଲେ ରାଉରକେଲାର ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା।  More

ବଣ୍ଟା ହୋଇପାରୁନି, ଗୋଦାମ ଘରେ ପଡ଼ି ପଡ଼ି ଖତ ଖାଉଛି ‘ଖୁସି’ ନାପ୍‌କିନ୍

ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍‌କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍ ବଣ୍ଟନ କରାଗଲା । More

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ବିଜେଡି: କଂଗ୍ରେସ ନେତା ନରସିଂହ ମିଶ୍ର

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ କରୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। More

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣା : ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ବିଜେପିର ସମାଲୋଚନା

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମାଲୋଚନା । ଦୁଷ୍ମନ୍ତ ବହୁବାର ସରକାରଙ୍କୁ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ତା’ର ଦୁଃଖ ଶୁଣିବାର ଆବଶ୍ୟକତା ଥିଲା More

କଟକରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି

କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।  More

ସ୍କୁଲରେ ପଶିଲା କରୋନା; ୫ ପିଲାଙ୍କୁ ମିଶାଇ ୬ ପଜିଟିଭ ଚିହ୍ନଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ରାୟନୃସିଂହପୁର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ କରୋନା । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। More

ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ମୋଦି

 ପାରାଲିମ୍ପିକ୍ସ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ । ଟୋକିଓ ପାରାଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସମସ୍ତ କ୍ରୀଡାବିତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟି ଶୁଭେଚ୍ଛା ଜଣାଇଛନ୍ତି  ।ଗୋଲ୍‌ଡ ବିଜେତା ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ସମସ୍ତ ପଦକ ବିଜେତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ପାରା ଆଥଲେଟମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ନିଜର ଅଲିମ୍ପିକ୍ସ ଅନୁଭୂତି ବଖାଣିଥିଲେ । ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳି ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।  ଭାରତୀୟ ଖେଳାଳି ଏଥର ସର୍ବାଧିକ ୧୯ଟି ପଦକ ଜିତିଛନ୍ତି  ଯାହା ମଧ୍ୟରେ ରହିଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ। 

 ପିପିଲି ଉପନିର୍ବାଚନ: ତାରିଖ ଘୋଷଣା ପରେ କମ୍ପିଲାଣି ମଇଦାନ

 ପିପିଲି ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ କମ୍ପିଲାଣି ମଇଦାନ ।ଆସନ୍ତା ୨୦ ତାରିଖରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ତିନି ଦଳର ପ୍ରାର୍ଥୀମାନେ ନିଜ ନିଜ କର୍ମୀଙ୍କୁ ଧରି ବୈଠକ କରୁଛନ୍ତିଅ।  ଗାଁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ଡେଲାଙ୍ଗ ବ୍ଲକର ୧୬ ନମ୍ବର ଜୋନ୍‌ରେ ଦଳର ସବୁ ବର୍ଗର କର୍ମୀଙ୍କୁ ଧରି ବୈଠକ ବରିବା ସହ ରଣନୀତି ତିଆରି କରୁଛନ୍ତି ।ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର ଜୟପୁର ଛକରେ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ପୁରୀ କଂଗ୍ରେସ ଦାୟିତ୍ୱରେ ରହିଥିବା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ସହିତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲୋ ସେପଟେ ଭାଜପା ପ୍ରର୍ଥୀ ଆଶ୍ରିତ ପଟ୍ଟନାୟକ କର୍ମୀମାନଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରି ଦଳକୁ କିପରି ଅଧିକ ସଂଗଠିତ କରାଯାଇପାରିବ, ସେ ଦିଗରେ ଲାଗି ପଡ଼ିଛନ୍ତି।

ଲୁଗା ବ୍ୟବସାୟୀଙ୍କ ଘରୁ ଡକାୟତି

 ରାଜଗାଙ୍ଗପୁର ମେନରୋଡରେ ଥିବା ଲୁଗା ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଡକାୟତି ହୋଇଛି। ରାତି ପ୍ରାୟ ୩ଟାବେଳେ ଘଟିଛି ଏହି ଘଟଣା। ଏକ ଡକାୟତ ଗ୍ୟାଙ୍ଗ ଘର ପଛ ପଟ ପାଚେରୀ ଡେଇଁ ଘର ଭିତରେ ପଶି ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତା ସହିତ ୧୫ରୁ ୨୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ଓ ତାଙ୍କ ପତ୍ନୀଙ୍କୁ ଘର ଭିତରେ ବାନ୍ଧି ମାରଣାସ୍ତ୍ର ଦେଖାଇ ଡକାୟତ ମାନେ ଲୁଟ କରିଥିବା ଅଭିଯୋଗ କରିଛନ୍ତି ନିଜେ ବ୍ୟବସାୟୀ। ରାଜଗାଙ୍ଗପୁର ଏସଡିପିଓଙ୍କ ନିର୍ଦ୍ଦେଶରେ ଆଇଆଇସିଙ୍କୁ ନେଇ ଗଠିତ ଏକ ଟିମ ଘଟଣାର ତଦନ୍ତ କରୁଛି।

ପିଲାଙ୍କୁ କୋଭିଡ ସଂକ୍ରମଣ ନେଇ ବଢିଲା ଚିନ୍ତା; ସୁସ୍ଥ ହେବା ପରେ ଦେଖାଦେଉଛି ଏସବୁ ଲକ୍ଷଣ

କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ୨ୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି। More

OPSC Recruitment: ଗ୍ରୁପ୍‌-ଏ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି; ଦରମା ୫୬,୧୦୦

ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ କେନ୍ଦ୍ରର ଗ୍ରୁପ୍‌-ଏ(ଜେବି)ରେ ୩୬ଟି ଜିଓଲୋଜିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ (OPSC) ବିଜ୍ଞପ୍ତି ପ୍ରକାଶ କରିଛି। More

’ମୁଁ ଲାଜ କଲେ ମୋ ପିଲା ଭୋକରେ ମରିବେ’ ! ପରିବାର ମୁହଁରେ ଆହାର ଦେବାକୁ ଭିକ ମାଗୁଛି ମା’

ପାଞ୍ଚ ମାସ ତଳେ ସ୍ୱାମୀଙ୍କ ଅକାଳ ବିଯୋଗ ପରେ ଆଠଟି ସନ୍ତାନଙ୍କ ଦାୟିତ୍ୱ ଲକ୍ଷ୍ମୀଙ୍କ ମୁଣ୍ଡ ଉପରେ । ୨୩ ବର୍ଷର ବଡ଼ ପୁଅ ଧର୍ମେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ । ସେହିପରି ଧର୍ମେନ୍ଦ୍ରଙ୍କ ଦୁଇ ଭାଇ ସୁଭମ ଓ ସନିଆ ମଧ୍ୟ ଭିନ୍ନକ୍ଷମ । ଚାରି ଝିଅ ଏବଂ ଚାରି ପୁଅକୁ ନେଇ ଲଷ୍ମୀଙ୍କ ପରିବାର । ପେଟର ଭୋକ ଠାରୁ ବଳି ପଡ଼ୁଛି ମୁଣ୍ଡ ଗୁଞ୍ଜିବାର ଚିନ୍ତା More

ଦୁଷ୍ମନ୍ତ ଦାସ, ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଏବଂ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। More

ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ; ଭିଡିଓ ଭାଇରାଲ୍‌

ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି। More

ବ୍ରହ୍ମପୁତ୍ର ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ

ଆସାମ ବ୍ରହ୍ମପୁତ୍ର ଡଙ୍ଗାବୁଡ଼ି ଘଟଣାରେ ଅତି କମ୍‌ରେ ଜଣଙ୍କ ମୃତ୍ୟୁ ଘଟିଛି  ଏବେ ବି ପ୍ରାୟ ୨୦ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଆଜି ମଧ୍ୟ NDRF ଓ SDRF ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ୨ଟି ଡଙ୍ଗାରେ ୧୨୦ ଯାତ୍ରୀ ଥିବା ବେଳେ ଗତକାଲି ସୁଦ୍ଧା ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା  । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଦୁର୍ଘଟଣାସ୍ଥଳ ନିମତି ଘାଟ ଯାଇ ସମୀକ୍ଷା କରିବେ । 

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁନି। ଏବେ ଏହି ମାମଲାରେ ତାତିଛନ୍ତି ସାଧାରଣ ଲୋକ। ଘଟଣାକୁ ବିରୋଧ କରି ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ଖଇରା ନାଗରିକ ମଞ୍ଚ । More

ବଢୁଛି ପିଲାଙ୍କ ସଂକ୍ରମଣ, ଆଜି ୧୮ ବର୍ଷରୁ କମ୍ ବର୍ଗର ୧୧୭ ଚିହ୍ନଟ

୨ ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଉପରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ ସଂଖ୍ୟା ଚିନ୍ତା ବଢଉଛି। ଆଜି ରାଜ୍ୟରେ ପୁଣି ୮ କରୋନା ରୋଗୀ ଆଖି ବୁଜିଛନ୍ତି। More

ଆଜି କେମିତି କଟିବ ଆପଣଙ୍କ ଦିନ ? କ’ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ଆଜି ୨୦୨୧ ମସିହା ସେପ୍ଟେମ୍ବର ୯ ତାରିଖ, ଗୁରୁବାର, ସିଂହ ୨୪  ଦିନ ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର। ଜାଣନ୍ତୁ ଆଜି ଆପଣଙ୍କ ଦିନ କେମିତି କଟିବ ଓ କ’ଣ ରହିଛି ଆପଣଙ୍କ ରାଶିରେ।  More

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା !

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। More

ବଞ୍ଚିଥିବାବେଳେ ପଚାରିଲେନି, ମଲା ପରେ ଦୁଷ୍ମନ୍ତଙ୍କ ପରିବାରକୁ ଛୁଟିଲା ସହାୟତାର ସୁଅ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ।  More

ରାତି ଅଧିଆ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା, ପୋଲିସ ଏସକର୍ଟରେ ଗାଁକୁ ପଠାଗଲା

ବିଧାନସଭା ଆଗରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ: ତରବରିଆ ଭାବେ ରାତି ଅଧରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା। ପୋଲିସ ଏସ୍‌କର୍ଟରେ ଶବକୁ ଗାଁକୁ ପଠାଇ ଦିଆଗଲା। ହେଲେ ଏତେ ତରବର ପ୍ରଶାସନ କାହିଁକି ? More

କିଏ ହେବ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ : ଦୌଡରେ ବିଜୟ ଓ ଅସୀତ

ପ୍ରିୟବ୍ରତଙ୍କ ପରେ କିଏ ହେବେ ସଂଭ୍ରାନ୍ତ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ? ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଛି ଭୁବନେଶ୍ୱର କ୍ଲବର ସଭାପତି ପଦ। ସେହିଭଳି ଅନ୍ୟାନ୍ୟ ପଦବୀ ପୂରଣ ଲାଗି କ୍ଲବ୍‌ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା। ତେବେ ଏଥର ସଭାପତି ଦୌଡ଼ରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସୀତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହେଉଥିବାରୁ ଏହାକୁ ନେଇ ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି। More

ମଧ୍ୟାହ୍ନରେ ବିଧାନସଭା ସାମ୍ନାରେ ବିଷ ପିଇଥିଲେ, ଏବେ SCBରେ ପ୍ରାଣ ତ୍ୟାଗ କଲେ

ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି। More

କରୋନା ପାଇଁ ହନ୍ତସନ୍ତ ବ୍ୟବସାୟୀ: ନୂଆ ବେପାର ପାଇଁ ରାସ୍ତା ଦେଖାଇଲା ସୁନା ଋଣ

କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି। More

ଲୁଟେରା ଜନପ୍ରତିନିଧୀ: ଲୋକଙ୍କ ସେବା ବଦଳରେ ଲୋକଙ୍କୁ ଲୁଟୁଥିଲେ ପୂର୍ବତନ ବିଧାୟକ

ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ More

ବାରମ୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ନେଇ ତେଜିଛି ବିରୋଧ, ରାସ୍ତାକୁ ଓହ୍ଲାଇଲା ବିଜେପି

ବିଦ୍ୟୁତ୍‌ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ More