ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ

ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ। ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଦେବ ନାହିଁ। ଏନେଇ ସ୍ପଷ୍ଟ କଲେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀ। ଭବାନୀପୁରରେ ଉପନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। 

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଛି। କରୋନା କଟକଣା ମଧ୍ୟରେ ଗଣେଶ ପୂଜା ପାଇଁ BeMC ଅନୁମତି ଦେଇଛି। ପୂଜା ମଣ୍ଡପର ୩ ପଟ ଆବଦ୍ଧ ରହିବ, ୪ର୍ଥ ପଟରେ ଆବରଣ ରହିବ। ପୂଜା ପାଇଁ କର୍ତ୍ତାଙ୍କୁ ମିଶାଇ କେବଳ ୪ ଜଣ ଉପସ୍ଥିତ ରହିପାରିବେ। ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବ, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ରହିଛି। ପୂଜାରେ ଉପସ୍ଥିତ କର୍ମକର୍ତ୍ତାଙ୍କ ପାଇଁ ୨ୟ ଡୋଜ୍ ଟିକା ପ୍ରମାଣପତ୍ର ଜରୁରୀ। ମାସ୍କ, ସାନିଟାଇଜର ବାଧ୍ୟତାମୂଳକ, ବିସର୍ଜନ ଶୋଭାଯାତ୍ରା ବାରଣ କରାଯାଇଛି। 

ବିଶିଷ୍ଟ କ୍ୟାନ୍‌ସର୍ ବିଶେଷଜ୍ଞ ଡାକ୍ତର ସଞ୍ଜୟ ପଣ୍ଡାଙ୍କ ପରଲୋକ

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ ଡାକ୍ତର ପଣ୍ଡା। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଵୋଲି ଆଇଏମଏ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। More

ପୂଜା ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବେ କି ସରକାର?

ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି। More

ନିୟମ ନମାନିଲେ ହେବ ଲକ୍‌ଡାଉନ୍‌: ନବୀନ

ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍‌ବେଗଜନକ ରହିଛି।    More

ପିଲାଙ୍କ ଭିତରେ ବଢ଼ୁଥିବା ସଂକ୍ରମଣ ପାଇଁ ଅଭିଭାବକ ଦାୟୀ: ସ୍ୱାସ୍ଥ୍ୟ ବିଭାଗ

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ  ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍‌ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି। More

ନାଳରୁ କଙ୍କଡା ଧରିଲେ ମିଳିବ ୫ ହଜାର ପୁରସ୍କାର !

କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।  More

ପୌର ନିର୍ବାଚନ ପାଇଁ ରାସ୍ତା ସଫା: ୫୦ ପ୍ରତିଶତ ମଧ୍ୟରେ ରହିବ ସଂରକ୍ଷଣ ସୀମା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍‌ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। More

ଲଘୁଚାପ, ଅମାବାସ୍ୟା ପାଇଁ ଫୁଲିଗଲା ସମୁଦ୍ର ! ମାଡ଼ିଆସିଲା ୮ ଫୁଟର ଜୁଆର ପାଣି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ।  ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।  More

ଗଣଦୁଷ୍କର୍ମ ଅଭିଯୁକ୍ତକୁ ଗାଧୋଇ ଦେଲା ପୋଲିସ୍

ଘଟଣାରେ ରାଉରକେଲା ଏସ୍‌ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା। More

କରୋନା ପାଇଁ ମୂର୍ତ୍ତି ବ୍ୟବସାୟ ମାନ୍ଦା

ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି । More

ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ !

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ୫ ବର୍ଷର ଝିଅ ଓ ବାପା ମୃତ। ଏଭଳି ଏକ ଦୁଖଦ ଘଟଣା ଘଟିଛି ନୂଆପଡ଼ା NAC ୮ ନମ୍ବର ଓ୍ୱାର୍ଡର ସାଲେଭଟା ଗାଁରେ। ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସାଲେଭଟା ଗାଁର ରୋହିତ ମାଝୀ  ୫ ବର୍ଷର ଝିଅଙ୍କୁ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।  ଶେଷରେ ଦୁଇ ଜଣଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ ଗାଁ ଲୋକେ। ପୋଖରୀରେ ଗାଧୋଉଥିବା ବେଳେ ଝିଅ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି।

 

ଓଡ଼ିଶାରେ ପଶି ଅଙ୍ଗନୱାଡ଼ି କେନ୍ଦ୍ର କରିଥିଲା ଆନ୍ଧ୍ର, ଘର ସିଲ୍‌ କଲା ଗଜପତି ପ୍ରଶାସନ

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି More

ବିଧାନସଭାରେ ଉଠିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କୁ ସରକାର ଘଂଟ ଘୋଡ଼ାଉଥିବା କହିଲେ ପାରଳା ବିଧାୟକ

ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। More

ମାନସ ଦାସଙ୍କ ଘର ରେଡ୍

 ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଛି।  ଖୋର୍ଦ୍ଧା ପୋଲିସ୍ ମାନସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି। More

୧୧ରେ ପୁଣି ଏକ ଲଘୁଚାପ, ଧୋଇ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ

ଘୁଚାପ ଜନିତ ବର୍ଷା ଯୋଗୁ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ  । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।   More

କବାଡ଼ିଆକୁ ବିକା ସରିଛି ’ମୋ ସାଇକେଲ୍’ : ହେଲେ ମନ୍ତ୍ରୀଙ୍କ ପାଖରେ ତଥ୍ୟ ନାହିଁ

ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା More

OSSC ଦୁର୍ନୀତି; ଛାତ୍ର କଂଗ୍ରେସର ବିଧାନସଭା ଘେରାଉବେଳେ ଧସ୍ତାଧସ୍ତି

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ  ବିଧାନସଭା ଘେରାଉ କରିଛି । More

ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟା

 ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟା । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଘଟୁଆଳ ଗୁଡ଼ା ଗାଁରେ ସଂଘବଦ୍ଧ ଆକ୍ରମଣରେ ବାପା ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଛି । ମୃତ ପୁଅ ଫକୀର ବିଶୋଇ । ଗୁରୁତର ବାପା ଦୟାନିଧି ବିଶୋଇଙ୍କୁ ପ୍ରଥମେ କୁମୁଲି ଓ ପରେ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବିସିଂହପୁର ପୋଲିସ ଘଟୁଆଳ ଗୁଡ଼ାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଏବଂ କାହିଁକି ଏଭଳି ମରଣାନ୍ତକ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ଥିବା ବେଳେ ଗାଁର ୫ରୁ ୬ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ବୋହିନେଲେ ଆଳୁ

୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଛତିଆ ଠାରେ ଗୋଟିଏ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତାରେ ଛିଡା ହୋଇଥିବା ବେଳେ ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ  ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡିଥିଲା ।  ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଟ୍ରକରେ ବୋଝେଇ ହୋଇଥିବା ବସ୍ତା ବସ୍ତା ଆଳୁ ରାସ୍ତା କଡରେ ଢାଳି ହୋଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଯାଇଥିଲେ।

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ପୋଟଳ କୋଫ୍ତା’

ସାଧାରଣତଃ ଘରେ ପୋଟଳ ରସା,ପୋଟଳ ଭଜା ତିଆରି ହୋଇଥାଏ । ଆଜି ଆମେ ପୋଟଳର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ପୋଟଳ କୋଫ୍ତା’। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ,ଜାଣିବା ଏହାକୁ କଭଳି ପ୍ରସ୍ତୁତ କରାଯାଏ । More

’ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ହୋଇନି

କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣା ପାଇଁ ଆହୁରି କଠୋର ହୋଇଛନ୍ତି ସରକାର। ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ More

ଜୀବନର ଗତିପଥ ବଦଳାଇଦେଲା ୟୁଟ୍ୟୁବ୍ : ବର୍ଜ୍ୟବସ୍ତୁରେ କଳାକୃତି ପ୍ରଦର୍ଶନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅର୍ପିତା

ନିପଟ ମଫସଲ ଗାଁ ଝିଅ ପାଇଁ ରୋଜଗାରର ମାଧ୍ୟମ ସାଜିଲା ସୋସିଆଲ ମିଡିଆ । ପାଠ ପଢି ଘରେ ବସିଥିବା ବେଳେ ୟୁଟ୍ୟୁବ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନୂତନ ପରିଚୟ ଦେଇଛି ଏବଂ ସେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । More

ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ । More

ଲିଜ ଅବଧି ଶେଷ, ତଥାପି ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍

ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି More

୬୦୦ ତଳକୁ ଖସୁନି କରୋନା ସଂକ୍ରମଣ, ଚିନ୍ତା ବଢୁଛି

ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। More

ବିଷ ବଳୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ : ବାୟୁ ପ୍ରଦୂଷଣ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ

କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି । ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି । More

ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ

ଭୁବନେଶ୍ୱର: ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇଛି।  ଏଥିରେ ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ । ଏସବୁ କ୍ଷେତ୍ରରେ ଏକ୍ସପର୍ଟମାନଙ୍କୁ ନେଇ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଛି  ଯେଉଁମାନଙ୍କୁ ନେଇ ସୋମବାର ବସିଥିଲା ପ୍ରଥମ ବୈଠକ । ଏଥିରେ ଓଡିଶା ସିଟିଜେନ୍ସ ଆୱାର୍ଡ ଲାଗି  ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଏହାପରେ ବିଚାରକ ମଣ୍ଡଳୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସି ମନୋନୀତଙ୍କ ମଧ୍ୟରୁ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ଏଥିସହ SMS ମାଧ୍ୟମରେ ଲୋକଙ୍କ ଠାରୁ ମତାମତ ଲୋଡାଯିବ। ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟ ଏବଂ ଜନତାଙ୍କ ମତାମତକୁ ଆଧାର କରି ୯ଟି ବର୍ଗରେ ଓଡିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପ୍ରଦାନ କରାଯିବ  

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । More

କାମରେ ଆସୁନି ଆଦର୍ଶ ବିଦ୍ୟାଳୟ

ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ଲାଗି ଖୋଲା ଯାଇଥିଲା ଆଦର୍ଶ ବିଦ୍ୟାଳୟ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ଏହା କୌଣସି କାମରେ ଆସୁନି । ଆମେ କହୁଛୁ ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକ୍ ଉତରକୁଳରେ ଥିବା ଆଦର୍ଶ ବିଦ୍ୟାଳୟ କଥା  । ଷଷ୍ଠରୁ ଦ୍ୱାଦଶ ଯାଏ ପାଠ ପଢିବା ପାଇଁ ଏଠାରେ ବ୍ୟବସ୍ଥା ରହିଛି । ସ୍କୁଲରେ ଦୁଇ ବର୍ଷ ହେଲା ପିଲାଙ୍କ ନାମ ଲେଖା ହୋଇଛି କିନ୍ତୁ ଆଶ୍ଚର୍ଯ୍ୟର କଥା, ସରକାର ଜଣେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଇନାହାନ୍ତି । ଫଳରେ କେହି ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁନାହାନ୍ତି । କେବଳ ଦୁଇ ଜଣ ଜଗୁଆଳ ଦରମା ନେଇ ସ୍କୁଲକୁ ଜଗିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଭୁତ କୋଠି ପରି ଛିଡା ହୋଇଛି ଅଟ୍ଟାଳିକା। ସବୁ କୋଠରିରେ ତାଲା ପଡିଛି। ସ୍କୁଲକୁ ଯିବାକୁ ଭଲ ରାସ୍ତାଟିଏ ନଥିବାରୁ ପାଣି କାଦୁଅରେ ପଶି ଯିବାକୁ ପଡୁଛି । ଟ୍ରାନ୍ସଫର୍ମର ଅଛି ହେଲେ ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ । ପାଣି ଟ୍ୟାପ ଲାଗିଛି, କିନ୍ତୁ ପାଣି ବାହାରୁନି। ସ୍କୁଲର ଏଭଳି ଦୁରବସ୍ଥା କାରଣରୁ ପିଲା ପାଠ ପଢିବାରୁ ବଞ୍ଚିତ ହେଉଥିବା ସ୍ଥାନୀୟ ଅବିଭାବକ ଅଭିଯୋଗ କରିଛନ୍ତି 

ଭୁବନେଶ୍ୱରର ଅମାନିଆ ତଣ୍ଡ ଗଣିଛନ୍ତି ୪୫ କୋଟି

 ଲକ୍‌ଡାଉନରେ ଅମାନିଆଙ୍କଠୁ ପୋଲିସ ଆଦାୟ କରିଛି ୫୦ କୋଟି ଟଙ୍କା ଫାଇନ୍ । ଗତ ୨ ବର୍ଷରେ କରୋନା କଟକଣା ନମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି । କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା । ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି, ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି, ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠୁ ୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଆଦାୟ କରିଛି । ସେହିଭଳି ୨୦୨୧ରେ ମଧ୍ୟ କମିଶନରେଟ୍ ପୋଲିସ ଟ୍ରାଫିକ୍ ନିୟମ ଓ କରୋନା କଟକଣା ଉଲଂଘନ ବାବଦରେ କୋଟି କୋଟି ଟଙ୍କା ଫାଇନ୍ଦା ଆଦାୟ କରିଛି ।

ମା’ କାଳୀଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ

କେମିତି କଟିବ ଆଜିର ଦିନ ? କ’ଣ ରହିଛି ଆଜିର ରାଶିଫଳ ? ଆସନ୍ତୁ ଜାଣିବା। More

ଦିନେ ରୋଗୀସେବାରେ ଲାଗୁଥିଲା, ଆଜି ହୋଇଛି ଅଖୋଜା, ଅଲୋଡା

କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି । More

କୋର୍ଟ ଆଗରେ ସ୍ୱାମୀ-ସ୍ତ୍ରୀ ହାତାହାତି, ନିର୍ଯାତନାର କାହାଣୀ ବଖାଣିଲେ ଶୁଭାସିନୀ

ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍‌ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍‌ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। More

ଆଉ କେତେ ସଫଳତା ପରେ ନିଯୁକ୍ତି କ୍ଷେତ୍ରରେ ମିଳିବ ସମାନ ସୁବିଧା ?

ଆଉ କେତେ ସଫଳତା ପାଇଲେ ପାରା ଆଥ୍‌ଲେଟ୍‌ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍‌ଲେଟ୍‌ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍ More

ବର୍ଷା ପାଇଁ ହୋମଯଜ୍ଞ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି। More

ଜଗଦୀଶ, ଜୟନ୍ତଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି। More

ରାଜ୍ୟରେ ୧୧ ହଜାର ପୋଲିସ ପଦବୀ ଖାଲି

ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି।  More