ସଂକ୍ଷେପରେ ଆଜିର ତାଜା ଖବର - Sunday, 05 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ: ମୋବାଇଲ ସୁଇଚ୍‌ ଅଫ୍ କରିବେନି କୌଣସି ଅଫିସର୍‌

ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ।  More

୨ ଦିନ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। More

ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ। More

ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋକୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ।  More

ଢୋକିଦେଲେ ପାଇଖାନା ! ଯେତେ ଖୋଳିଲେ ସେତେ ବାହାରୁଛି

ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍‌ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି। More

'ଶ୍ରୀମନ୍ଦିର ପରି ଦୁର୍ଗାପୂଜାରେ ବି ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ'

ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି। More

ଦେହ ବେପାରକୁ ଧରିବା ପାଇଁ ଗ୍ରାହକ ସାଜି ହୋଟେଲ୍‌ ଗଲେ ଆଇଆଇସି

ପ୍ରତି ଯୁବତୀଙ୍କ ରହିବା ଖାଇବାକୁ ଛାଡ଼ି ମାସକୁ ମୋଟା ଅଙ୍କର ଟଙ୍କା ମଧ୍ୟ ପାଉଥିଲେ ଯୁବତୀ । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ। ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ। More

ଦାଦାଗିରି କରୁଛି OMC। ନିରୀହ ଆଦିବାସୀଙ୍କ ଜମିକୁ ଛଡ଼େଇ ନେବାର ଆସିଲା ସଙ୍ଗୀନ ଅଭିଯୋଗ

ଆମ ଜାଗାକୁ ଓମ୍‌ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ More

ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ

ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି More

ବନ୍ଧା ହେଲେ ନକଲି ଡାକ୍ତର

ନୟାଗଡ଼ରେ ବନ୍ଧା ହେଲେ ନକଲି ଡାକ୍ତର I ନୟାଗଡ଼ ଛାୟାପଥ ଲେନରେ ବେଆଇନ ଭାବେ କଲ୍ୟାଣୀ ହସ୍ପିଟାଲ ନାମକ ଏକ କ୍ଲିନିକ୍‌ ଖୋଲା ଯାଇଥିଲା। ସ୍ଥାନୀୟ ନନ୍ଦିଘୋର ଗାଁର ବିଶ୍ୱନାଥ ଘଡ଼େଇ ନାମକ ଯୁବକ କ୍ଲିନିକରେ ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ।  ବେଆଇନ ଭାବେ କ୍ଲିନିକ୍ ଖୋଲିଥିବା ନେଇ ଅଭିଯୋଗ ପରେ ସିଡିଏମ୍ଓଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସନ୍ତୋଷ ନାୟକଙ୍କ ନେତୃତ୍ୱରେ ଏକ ଟିମ ଚଡାଉ କରିଥିଲା। ରେଡ୍‌ ବେଳେ ଦସ୍ତାବିଜ ନକଲି ଜଣାପଡିବା ପରେ କ୍ଲିନିକର କାଗଜପତ୍ର ଜବତ କରିଥିଲା। ଚିକିତ୍ସା କରୁଥିବା ନକଲି ଡାକ୍ତରଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।  ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। 

କଟକରେ ଗୋଷ୍ଠୀ ସଂଘର୍ଷ

କଟକ ଲାଲବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଗୋଷ୍ଠୀ ସଂଘର୍ଷ। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରେ ଜଣଙ୍କର ଜୀବନ ଯାଇ ଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗତ ରାତିରେ ସିଦ୍ଧେଶ୍ୱର ସାହିରେ ଗଣ୍ଡଗୋଳ ଘଟି ଉଗ୍ର ରୂପ ଧାରଣ କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି SCBରେ ଭର୍ତ୍ତି କରିଥିଲା। ଆଜି ସକାଳେ କଟକ ବଡ଼ ଡାକ୍ତରଖାନାରେ ଦୀପକ ସାମଲ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ ଗଣ୍ଡଗୋଳର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ କରୁଛି ଲାଲବାଗ ପୋଲିସ। 

ହାତୀଦାନ୍ତ ଚୋରା ଚାଲାଣ ଲିଙ୍କ୍‌ରେ ଚଢାଉ

ହାତୀଦାନ୍ତ ଚୋରା ଚାଲାଣ ଲିଙ୍କ୍‌ରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଏସଟିଏଫ୍ ଓ ବନ ବିଭାଗ ଚଢାଉ କରିଛି। ରାତି ଅଧରେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିଲେ ଏସ୍‌ଟିଏଫ୍‌ ଓ ବନ ବିଭାଗ ଟିମ୍। ଚଢାଉ ବେଳେ କେତେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅନ୍ୟପଟେ ବାଲେଶ୍ୱର ସୋର ରେଞ୍ଜ୍‌ର କୁପାରୀ ବିଟ୍ ହାଉସ ଅଞ୍ଚଳରୁ ମଧ୍ୟ ହାତୀ ଦାନ୍ତ ଜବତ ହୋଇଛି। ହାତୀ ଦାନ୍ତ ନେଇ ଯାଉଥିଲା ବେଳେ ୫ ଜଣ ଧରାପଡ଼ିଥିଲେ। ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ବନ କର୍ମଚାରୀ।  

ଆସନ୍ତାକାଲି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଘୋଟାଲା ବିରୋଧରେ ଆସନ୍ତାକାଲି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ। ଜଣେ କିରାଣୀକୁ ଧରି ସରକାର ଚୁପ ବସିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।  କାହିଁକି କମିଶନଙ୍କୁ ତଦନ୍ତ ପରିସରକୁ ଆଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି।  

ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରିଛି କଂଗ୍ରେସ। ପ୍ରାଇଭେଟ ସେକ୍ରେଟାରୀ କୋଟି କୋଟି ଟଙ୍କା ଠୁଳ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାହିଁକି ତଦନ୍ତ କରାଗଲା ନାହିଁ, ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଧାନସଭାରେ ମୁଲତବି ପ୍ରସ୍ତାବ ଦିଆଯାଇଥିଲା। ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ ନେଇ ଏହି ପ୍ରସ୍ତାବରେ ମନ୍ତ୍ରୀ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି ନଥିଲେ ବି ପରୋକ୍ଷରେ ସହମତ ଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଖୋଜି ଖୋଜି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଅଧ୍ୟଷ କରିଛନ୍ତି । ବର୍ତ୍ତମାନର ଅଧ୍ୟଷଙ୍କ ନାଁରେ ମଧ୍ୟ ଅନେକ ଦୁର୍ନୀତି ଥିବା ଅଭିଯୋଗ ରହିଛି । ତେଣୁତୁରନ୍ତ ଷ୍ଟାଫ ସିଲେକସନ କମିଶନଙ୍କ ବିରୋଧରେ SIT ଗଠନ କରି ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। 

ଆଜି ରବିବାର ହୋଇଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି

ଆଜି ରବିବାର ହୋଇଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶ୍ରୀମନ୍ଦିର ସମ୍ମୁଖ, ଜୋତା ଷ୍ଟାଣ୍ଡ, ଭିତର ବେଢା ଆଦିକୁ ସାନିଟାଇଜ କରିଛନ୍ତି। ସପ୍ତାହକୁ ୫ ଦିନ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହୁଛି। ପ୍ରତି ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଛି। ଏହି ଦୁଇଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଛି।

ଧରାପଡ଼ିଲା ସୁବର୍ଣ୍ଣରେଖା ନଦୀରୁ ବିରଳ ପ୍ରଜାତିର ମାଛ

ମୟୂରଭଞ୍ଜ ଜାମଶୋଳା ସ୍ଥିତ ସୁବର୍ଣ୍ଣରେଖା ନଦୀରୁ ଏକ ବିରଳ ପ୍ରଜାତିର ମାଛ ଧରା ହୋଇଛି। ସାଧାରଣତଃ ସୁବର୍ଣ୍ଣରେଖା ନଦୀ ମଧୁର ଜଳରୁ ବଡ ବଡ ଚିଙ୍ଗୁଡି ଧରା ହେଉ ଥିବାବେଳେ ଜାଲରେ ଏପରି ଏକ ବିରଳ ମାଛ ଜାଲରେ ପଡ଼ିଛି।  ଧରା ହୋଇଥିବା ବିରଳ ମାଛ ୨ କିଲୋ ଓଜନର ହୋଇଥିବା ବେଳେ ପିଠିରେ କଣ୍ଟା ପରି କାତି ରହିଛି। ମାଛକୁ ଦେଖିବାକୁ ଲୋକଙ୍କ ଭିଡ ହୋଇଥିବା ବେଳେ ବହଡାଗୋଡାର ଜଣେ ବ୍ୟକ୍ତି ମାଛଟି କୁ କିଣି ନେଇ ନିଜ ପୋଖରୀରେ ରଖିବେ ବୋଲି କହିଛନ୍ତି। 

ଘରର ଝରକା ତାଡ଼ି କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରର ଝରକା ତାଡ଼ି କଳାକନା ବୁଲାଇଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କାନୁନଗୋଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଅଶୋକଙ୍କ ତିର୍ତ୍ତୋଲ ସରଣୀ ଛକ ନିକଟ ବାସଭବନରୁ ଦୁର୍ବୃତ୍ତମାନେ ଝରକା ଗ୍ରୀଲ ତାଡି ସୁନା ଅଳଙ୍କାର, ନଗଦ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଲୁଟି ନେଇଛନ୍ତି। ଗ୍ରୀଲ ଭାଙ୍ଗି ଘର ଭିତରେ ପଶି ପଛ ପଟରୁ କବାଟ ବନ୍ଦ କରି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ଚୋରି ନେଇ ସ୍ୱର୍ଗତଃ କାନୁନଗୋଙ୍କ ପୁଅ ସନ୍ତୋଷ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। 

ପରିବା ବେପାରୀଙ୍କ ରାସ୍ତା ଅବରୋଧ

ପରିବା ବେପାରୀଙ୍କ ରାସ୍ତା ଅବରୋଧ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକା ଅଧୀନରେ ଥିବା ସାପ୍ତାହିକ ହାଟ ଅଧିକ ଟିକସ ଆଦାୟ କରିବାକୁ ନେଇ ରାସ୍ତା ରୋକ କରିଛନ୍ତି ପରିବା ବ୍ୟବସାୟୀ। ଟିକସ ଆଦାୟ କରିବା ପାଇଁ ରାଜଗାଙ୍ଗପୁର ପୌରପାଳିକା ଏକ ଠିକା ସଂସ୍ଥାକୁ ଅନୁମୋଦନ ଦେଇଛନ୍ତି। ହେଲେ ସମ୍ପୃକ୍ତ ଠିକା ସଂସ୍ଥା ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟର ଟଙ୍କା ଆଦାୟ କରିବାକୁ ନେଇ ପରିବା ବେପାରୀ ଓ ଚାଷୀ ଅସନ୍ତୋଷ ହୋଇ ରାସ୍ତାରୋକ କରିଥିଲେ। ଟଙ୍କା ନ ଦେଲେ ଠିକାଦାର ପରିବା ବେପାରୀଙ୍କୁ ଜୁଲମ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। 

ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ପର୍ଦ୍ଦାଫାସ ହେଲା ମୃତ୍ୟୁ ରହସ୍ୟ

ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। More

ଜିଓକୁ ପୂରିଲା ୫ ବର୍ଷ, ଭାରତରେ ଡିଜିଟାଲ କ୍ରାନ୍ତିର ଯାତ୍ରା

ଜିଓ ୫ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍‌ରେ ଏକ ପ୍ରକାର ବୈପ୍ଲବିକ ପ୍ରାରମ୍ଭ ହୋଇଥିଲା।   More

ବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା !

ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। More

ଖଟ ଉପରେ ପଡ଼ିଛି ସ୍ତ୍ରୀ ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। More

ଘରେ ବନାନ୍ତୁ ସୁଆଦିଆ ‘ମସ୍‌ରୁମ୍ ପରଟା’

ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସ୍‌ରୁମ୍ ପରଟା’। ଏହି ରେସିପିଟିକୁ ଆପଣ ମାନେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରାଯାଇଛି। More

ଶିକ୍ଷକଙ୍କ ପରିବେଶ ସୁରକ୍ଷା ଚିନ୍ତା: ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଉତ୍ସାହିତ

ଦିନକୁ ଦିନ ପରିବେଶ ସୁରକ୍ଷା ଚିନ୍ତା ବଢୁ ଥିବାବେଳେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ପାଇଁ ବାର୍ତ୍ତା ଦିଆଯାଉଛି। ନିଜର କର୍ମଜୀବନ ଭିତରେ ପରିବେଶ ପ୍ରତି ଥିବା ଦାୟିତ୍ୱକୁ ନିର୍ବାହ କରୁଛନ୍ତି ପ୍ରକୃତି ବନ୍ଧୁ ତଥା ଆଦର୍ଶ ଶିକ୍ଷକ ନିରଞ୍ଜନ ସାହୁ ଓ ଅବସରପ୍ରାପ୍ତ ଡାକ୍ତର ନିମାଇଁ ଚରଣ ସାହୁ।  More

ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଉତ୍ତର-ପୂର୍ବ ଓ ଏହାର ତତ୍‌ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ତତ୍‌ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। More

ଚିନ୍ତା ବଢ଼ାଉଛି ଖୋର୍ଦ୍ଧା: ଥମୁନି ସଂକ୍ରମଣ, ୨୪ ଘଣ୍ଟାରେ ୩୪୬ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୮୦୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୩୮ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌

କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌। ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ କନଷ୍ଟେବଲ୍‌ଙ୍କୁ କାର୍‌ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। More

ଆଜି ଗୁରୁ ଦିବସ : ଦେଶ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ପାଳିତ ହେଉଛି ଦିବସ

ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି More

ଆଜି ସମ୍ପନ୍ନ ହେବ ଅଭିଷେକଙ୍କ ଶେଷକୃତ୍ୟ, କରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରିଗଲେ

ପ୍ରାୟ ୩ ମାସ ଧରି ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। More

ଓୟୋ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌

ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି। More

ଭଙ୍ଗା କୁଡ଼ିଆରେ ଭିନ୍ନକ୍ଷମ ଦମ୍ପତି, ଭାଗ୍ୟରେ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ

ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ। More

ରାତି ଅଧରେ ସୌମ୍ୟଙ୍କ ଘରକୁ ଡିଏଫ୍‌ଓ ଯିବା ମୁଁ ଦେଖିଛି: ଜଗୁଆଳି

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।   More

ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙ୍କୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ More

ସିଇଟିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। More