ସଂକ୍ଷେପରେ ଆଜିର ତାଜା ଖବର - Friday, 03 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ BJP

ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି । More

ବସ୍ ଡ୍ରାଇଭରଙ୍କ ମାନବିକତା, ଦୁର୍ଘଟଣାସ୍ଥଳରୁ ଚମ୍ପଟ ନମାରି ରକ୍ଷା କଲେ ଯାତ୍ରୀଙ୍କ ଜୀବନ

ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍‌ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି । More

ରାଜ୍ୟରେ ଶ୍ରମିକ ଅଭାବ, ବନ୍ଦ ହୋଇଗଲା ୭ଟି ଶିଳ୍ପ ସଂସ୍ଥା

ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ଏନେଇ ଆଜି ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା  More

ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର ! ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ

ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ ।  ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର । More

ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ, ଚାଷୀର ଭାତହାଣ୍ଡି ଶୁଖିଲା ପଡ଼ିଛି

ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି । More

ଭୁବନେଶ୍ୱର ଅନ୍ଧାରୁଆରେ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର ଅନ୍ଧାରୁଆରେ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ । ଆଇକନିକ ଆଦର୍ଶ ବିଦ୍ୟାଳୟରେ ୫ ଶହ ଛାତ୍ରଛାତ୍ରୀ +୨ ପଢ଼ିବେ । ୨୫ ଏକର ଜମିରେ ନିର୍ମାଣ ହେବ, ୫ ତାରିଖରେ ଶୁଭ ଦିଆଯିବ । ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟରୁ ବଛାବଛା ଛାତ୍ରଛାତ୍ରୀ ଏଠାରେ ପଢ଼ିବେ । ଆଇକନିକ ଆଦର୍ଶ ବିଦ୍ୟାଳୟ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

ରାସ୍ତାରେ ଚଲାଇଲେନି, ପଡ଼ି ପଡ଼ି ଖତ ହେଲା ! ତା’ପରେ ୧୨୧ ବସ୍‌କୁ କବାଡ଼ିଆରେ ବିକି ଦେଲେ

୧୨୧ ସିଟି ବସ୍‌କୁ ବିକି ଦେଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ । ଏସବୁ ବସ୍କୁ ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରି ଦେଇଥିବା ଜଣାପଡିଛି । ଭୁବନେଶ୍ୱର-ପୁରୀ ସିଟି ବସ୍ ସେବା ପାଇଁ ୨୦୧୦ ମସିହାରେ JNNURM ଅଧୀନରେ ଏହି ବସ କିଣାଯାଇଥିଲା । More

ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨୦ ଯାତ୍ରୀ ଆହତ

ବାରିପଦା: ବାଙ୍ଗିରିପୋଷି ଘାଟିରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ବସ୍‌ରେ ଥିବା ୨୦ ଯାତ୍ରୀ ଆହତ, ଉଦ୍ଧାର କାର୍ଯ୍ୟ ଜାରି । ଦୁର୍ଘଟଣ ସତ୍ତ୍ୱେ ଆହତ ଯାତ୍ରୀଙ୍କୁ ବସ୍‌ରେ ଧରି ହସ୍ପିଟାଲ ନେଲେ ଡ୍ରାଇଭର ।

କୁଚିଣ୍ଡା ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍

କୁଚିଣ୍ଡା ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍ । ବ୍ୟାଙ୍କରୁ ଉଠାଇ ଡିକିରେ ରଖିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଲୁଟ୍ । ଅଭିଯୋଗ ପରେ ଲ୍ୟାମ୍ପସରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ ।

କରୋନା ପାଇଁ ରାଜ୍ୟରେ ୩୨୦୭ଟି କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବନ୍ଦ

କରୋନା ପାଇଁ ରାଜ୍ୟରେ ୩୨୦୭ଟି କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବନ୍ଦ । ରାଜ୍ୟରେ କ୍ଷୁଦ୍ରଶିଳ୍ପର ସ୍ଥିତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉତ୍ତର । ରାଜ୍ୟରେ ୨୦୨୦ ଏପ୍ରିଲ ସୁଦ୍ଧା ୩୨୦୭ଟି କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହୋଇଛି । ସବୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି । କୋଭିଡ୍ ଯୋଗୁଁ ପ୍ରଭାବିତ ଉଦ୍ୟୋଗକୁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ।

ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା

ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଛି । ଆଜି ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଏହି ଜବାବ ରଖିଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଆର୍ଥିକ ଅନିୟମିତତା, ଆର୍ଥିକ ମାନ୍ଦାବସ୍ଥା, ବଜାର ଚାହିଦାର ଅଭାବ, ବଜାରରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇନପାରିବାରୁ ଏହାର ପ୍ରଭାବ କମ୍ପାନି ଉପରେ ପଡ଼ିଛି । ଏହାକୁ ପୁଣି ଥରେ ପରିଚାଳିତ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଗତବର୍ଷ ଓ ଚଳିତ ଥର କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ ଓ ଅନ୍ୟାନ୍ୟ କଟକଣା ଜାରି ହୋଇଥିଲା । ଯାହାର ସିଧା ପ୍ରଭାବ ଶିଳ୍ପ ଉପରେ ପଡ଼ିଥିବା ଅନୁମାନ କରାଯାଉଛି ।

ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧ ହଜାର ୬୨୧ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧ ହଜାର ୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୮ମସିହାରୁ ଏପର୍ଯ୍ୟନ୍ତ ମୋଟ ୧ ହଜାର ୬୨୧ଟି ବଜ୍ରାଘାତ ଜନିତ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆଥର୍ତ୍କ ସହାୟତା ଦିଆଯାଇଛି । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତର ରଖିଛନ୍ତି । ଏଥିସହ ବଜ୍ରପାତର ଆଗୁଆ ସୂଚନା ଜାଣିବାକୁ ଆର୍ଥ ନେଟୱାର୍କ ସହ MOU ହୋଇଛି । ରାଜ୍ୟର ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ୍ ସେନ୍ସର ବସାଯାଇଥିବା କହିଛନ୍ତି ରାଜସ୍ୱମନ୍ତ୍ରୀ ।

ସ୍କୁଲ ସମ୍ପତିକୁ ସାଗମାଛ ଦରରେ ବିକ୍ରି

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପିରହାଟ ଶାନ୍ତି ଶୈଳେନ୍ଦ୍ର ନୋଡାଲ ବିଦ୍ୟାଳୟର ପୁରୁଣା କୋଠା ଭଙ୍ଗା ଓ ଆସଭାବ ପତ୍ର ବିକ୍ରିରେ ବ୍ୟାପକ ଅନିୟମିତତା ହୋଅଇଥିବା ଅଭିଯୋଗ । ସ୍କୁଲ କମିଟିକୁ ନ ଜଣାଇ ସମସ୍ତ ପୁରୁଣା ସାମଗ୍ରୀକୁ ସାଗମାଛ ଦରରେ ବିକ୍ରି ସହ ସ୍କୁଲ ପରିସରରେ ଥିବା ଗଛ କଟାଯାଇଥିବା ଅବିଯୋଗ ହୋଇଛି । ଅଞ୍ଚଳର ପକୀରମୋହନ ସାହିତ୍ୟ ସାସ୍କୃତିକ ସଂଗଠନ ପକ୍ଷରୁ ଏହି ଅଭିଯୋଗ ହୋଇଛି । ସେପଟେ ମୋ ସ୍କୁଲ ଅଭିଯାନରେ ଆସିଥିବା ୭୦ ଲକ୍ଷରୁ ଅଧିକ ଟଙ୍କାରେ ବି ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏହାକୁ ଖଣ୍ଡନ କରିବା ସହ ସମସ୍ତ କାର୍ଯ୍ୟ ସରକାରୀ ନିୟମ ମୁତାବକ ହୋଇଥିବା କହିଛନ୍ତି ।

ନାଲକୋ ଖଣି ରାସ୍ତା ଅବରୋଧ କରି ବିସ୍ଥାପିତଙ୍କ ଆନ୍ଦୋଳନ

ନାଲକୋର ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ବିସ୍ଥାପିତ ପରିବାରଙ୍କ ଥଇଥାନ ନିମନ୍ତେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାର ଉଚ୍ଚସ୍ତରୀୟ କମିଟିର ଆଲୋଚନା ହୋଇଥିଲା । କିନ୍ତୁ ପ୍ରତିଶ୍ରୁତି ମୁତାବକ ନାଲକୋ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ସେହି ଆଲୋଚନାର ଲିଖିତ ବିବରଣୀ ବିସ୍ଥାପିତ ପରିବାରଙ୍କୁ ଦେଉନଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଆଜିଠାରୁ ଏହି ବିସ୍ଥାପିତ ପରିବାର ଗୁଡିକ ପୁଣିଥରେ ନାଲକୋ ଖଣି ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣା ସ୍ଥଳକୁ କୋରାପୁଟ ଉପଜିଲ୍ଲାପାଳ ଓ ତହସିଲଦାର ଯାଇ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରୁଛନ୍ତି ।

କୋଇଡ଼ାରୁ ଲୁହାପଥର ପରିବହନକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ଡାକରା

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଂଚଳରୁ ଲୁହାପଥର ପରିବହନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ଡାକରା ଦେଇଛନ୍ତି । ବିଭିନ୍ନ ଶ୍ରମିକ ସଂଗଠନ ପୂର୍ବରୁ ରେଂଜଡ଼ା, ପଟାସାହି, ରକ୍ସି, ବିମଳାଗଡ଼ ରେଲଓ୍ୱ ସାଇଡିଂରେ ଯଥେଷ୍ଟ ପରିମାଣରେ କଂଚାମାଲ ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନଥିବାରୁ ସମସ୍ତ ଖଣିରୁ ପରିବହନ ବନ୍ଦ ରହିଛି । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କୋଇଡ଼ା ପ୍ରତିନିଧି ସୁନୀଲ ପଣ୍ଡା ।

ଚାଷ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ !

ଚାଷ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀ ରେଚକା ବନଛୋରଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରେଚକା ବିଷ ପିଇ ଦେଇଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ମୃତ ରେଚକାର ବନଛୋରଙ୍କ ପୁଅ ପବିତ୍ର ବନଛୋର କହିଛନ୍ତି । ଏପଟେ କୃଷି ଅଧିକାରୀ କହିଛନ୍ତି, ତଦନ୍ତ ପରେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ଜଣାପଡିବ ।

ବର୍ଷା ଅଭାବ ଯୋଗୁଁ ଯାଜପୁର ଜିଲ୍ଲାର ଅଧିକାଂଶ ବ୍ଲକରେ ଦେଖାଦେଲାଣି ମରୁଡ଼ି ସ୍ଥିତି

ବର୍ଷା ଅଭାବ ଯୋଗୁଁ ଯାଜପୁର ଜିଲ୍ଲାର ଅଧିକାଂଶ ବ୍ଲକରେ ଦେଖାଦେଲାଣି ମରୁଡ଼ି ସ୍ଥିତି । ତୁରନ୍ତ ଏହି ଅଂଚଳକୁ ମରୁଡି ଅଂଚଳ ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି । ବର୍ଷା ଅଭାବରୁ ଚାଷ ନହୋଇଥିବା ଅଂଚଳକୁ ମଧ୍ୟ ମରୁଡି ଘୋଷଣା କରିବାକୁ ଚାଷୀ ଦାବିପତ୍ର ଦେଇଛନ୍ତି । ଯାଜପୁର ଦଶରଥପୁର କୋରେଇ ଓ ସୁକିନ୍ଦା ଭଳି ବ୍ଲକରେ ବର୍ଷା ଅଭାବରୁ ଚାଷ ଜମି ପାଟି ଆଁ କଲାଣି । କୌଣସି ସ୍ଥାନରେ ଉଠା ଜଳସେଚନ କାର୍ଯ୍ୟ କରୁନଥିବା ବେଳେ ବର୍ଷାକୁ ଚାହିଁ ଚାଷ କରିବା ଅସମ୍ଭବ ହୋଇଛି । ୭ ଦିନରେ ଅକ୍ଷମ ଉଠାଜଳସେଚନକୁ ସକ୍ଷମ କରିବା ଲାଗି ଚାଷୀ ଦାବି କରିଛନ୍ତି । ସେପଟେ ଚାଷ ଜମିକୁ ପାଣି ଯୋଗାଇବା ଲାଗି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ସବ୍‌ସିଡି ନାଁରେ ଠକେଇ ଅଭିଯୋଗରେ ଶ୍ରୀନାଥ ରାଣା ଗିରଫ

ସବ୍‌ସିଡି ନାଁରେ ଠକେଇ ଅଭିଯୋଗରେ ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଶ୍ରୀନାଥ ରାଣା ନାମକ ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲୁ । ବେଙ୍ଗାଲୁରର ବରୁଶପ୍ରିୟା ଆଗ୍ରୋଟେକ୍ ପ୍ରାଇଭେଡ ଲିମିଟେଡର ନିର୍ଦ୍ଦେଶକ କେ.ଜି ଶ୍ରୀଚରଣଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଶ୍ରୀନାଥଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟକୁ ଫରୱାର୍ଡ କରାଯାଇଛି । ଏନେଇ ଭରତପୁର ଥାନାରେ ଏକ ଅଭିଯୋଗ ହୋଇଥିଲା । ଆଗ୍ରୋଟେକ୍ କମ୍ପାନୀର ଲୋଗୋ ବ୍ୟବହାର କରି ଠକେଇ କରୁଥିବା ନେଇ ଅଭିଯୋଗ ରହିଥିଲା । 

+୩ ପ୍ରଥମ ସିଲେକ୍ସନ ଆଡମିଶନ ତାରିଖ ବଦଳାଇଲେ ସରକାର

+୩ ପ୍ରଥମ ସିଲେକ୍ସନ ଆଡମିଶନ ତାରିଖ ବଦଳାଇଲେ ସରକାର । ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଚାଲିବ ଆଡମିଶନ । ପୂର୍ବରୁ ସେପ୍ଟେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇଥିଲା।

ଜମି ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍,୭ ଗିରଫ

ବାଲେଶ୍ୱର: ଜମି ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ହତ୍ୟାକାଣ୍ଡରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ । ହତ୍ୟାରେ ୧୦ ଜଣଙ୍କ ସଂପୃକ୍ତି ଅଛି, ଅନ୍ୟଙ୍କୁ ଖୋଜୁଛି ପୋଲିସ କହିଲେ ଏସ୍‌ପି । ଜମି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସ୍‌ପିଙ୍କ ସୂଚନା । ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍ ହୋଇଥିଲା, ଲକ୍ଷେ ଆଡଭାନ୍ସ ଦିଆଯାଇଥିଲା । ଫୋନ୍‌ରେ ପ୍ଲଟକୁ ଡାକି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ କହିଲେ ଏସ୍‌ପି । ୨୮ ତାରିଖରେ ଶିଳ୍ପାଞ୍ଚଳ ଥାନା ସତ୍ୟନଗରରେ ହତ୍ୟାକାଣ୍ଡ ଘଟିଥିଲା ।

ବର୍ଷା ଅଭାବରୁ ମରୁଡ଼ି, ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବର୍ଷା ଅଭାବରୁ ମରୁଡ଼ି, ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀ ରେଚକା ବନ୍‌ଛୋରଙ୍କ ବିଷପିଇ ଆତ୍ମହତ୍ୟା । ଗତକାଲି ବିଷ ପିଇ ଦେଇଥିଲେ ରେଚକା । ହସ୍ପିଟାଲରେ ମୃତ୍ୟୁ । ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା କହିଲେ ପୁଅ ।

ମାନସ ଦାସଙ୍କୁ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ପୋଲିସ କରୁଛି ଯୋଜନା

ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍‌ରେ । ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ । More

ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ବିଜେପି ନେତା ମାଡ଼ ଅଭିଯୋଗ 

ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି।  More

କଂଗ୍ରେସ ଓ ବିଜେଡି ମଧ୍ୟରେହ ହୋଇଛି ଫିକ୍ସିଂ: ବିଜେପି

ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ। More

ମାଛଧରାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ

ମାଛଧରାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଝାରକଟା ଗାଁରେ ମାଛଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗଣ୍ଡଗୋଳରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କୃଷ୍ଣପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଗଣ୍ଡଗୋଳକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳ ସ୍ଥିତି ଉପରେ କୃଷ୍ଣପ୍ରସାଦ ପୋଲିସ ନଜର ରଖିଛି।

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ନଷ୍ଟ ହେବାକୁ ବସିଲାଣି ତଳି

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ। More

ୱେବ ଚାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

 ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । More

କରୋନାର ତୃତୀୟ ଲହରିରେ ଶିଶୁମାନେ ଅଧିକ ସଂକ୍ରମିତ ହୋଇପାରନ୍ତି: DMET

‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ।’ More

ମରୁଡି ହେଲା କି କାଳ! ଚାଷ କ୍ଷତି ସହି ନପାରି ଜୀବନ ହାରିଲେ ଚାଷୀ

ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।   More

ଇଷ୍ଟକୋଷ୍ଟ ରେଲ୍‌ୱେର ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ହକି ତାରକା ଅମିତ ରୋହିଦାସଙ୍କୁ ନିଯୁକ୍ତି

ଇଷ୍ଟକୋଷ୍ଟ ରେଲ୍‌ୱେର ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ହକି ତାରକା ଅମିତ ରୋହିଦାସ ଯୋଗ ଦେଇଛନ୍ତି। ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସଙ୍କୁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ପଶ୍ଚିମ ରେଳବାଇ ମୁମ୍ବାଇରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ କାର୍ଯ୍ୟ କରୁଥିଲେ। ଅମିତ ରୋହି ଦାସ ଏହି ପଦବୀରେ ଯୋଗଦାନ ପରେ ତାଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା)ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ସରବାହାଲରୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି। ଜିଏସଟି ଠକେଇ ମାମଲାରେ GST ଏନ୍‌ଫୋର୍ସମେଣ୍ଟ୍‌ ଟିମ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପ୍ରାୟ ୩୧୯ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଲେ ଅମିତ ଅଗ୍ରଓ୍ୱାଲ। ତାଙ୍କୁ କୋର୍ଟରେ ହାଜର ପରେ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।  

ଓଡିଶା ଗସ୍ତରେ ଓବିସି କମିଶନ ସସଦ୍ୟ

ଓଡିଶା ଗସ୍ତରେ ଓବିସି କମିଶନ ସସଦ୍ୟ କୌଶଳେନ୍ଦ୍ର ସିଂ ପଟେଲ। ରାଜ୍ୟରେ ଓବିସି ବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗତକାଲି ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସହ ବୈଠକ କରିଛନ୍ତି କମିଶନ ସଦସ୍ୟ। ରାଜ୍ୟରେ ଓବିସିଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କମିଶନ ସଦସ୍ୟ। 

ଗୁରୁଜୀ ଓ ତାଙ୍କ ପୁଅକୁ ରିମାଣ୍ଡରେ ନେଇପାରେ ପୋଲିସ।

ଭୁଶୁଡ଼ିଲା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ଆତଙ୍କରାଜର ସାମ୍ରାଜ୍ୟ। ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍‌ରେ। ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ। ରିମାଣ୍ଡରେ ନେଇ ହତ୍ୟା ଓ ବିଭିନ୍ନ ନିର୍ଯାତନା ଅଭିଯୋଗ ନେଇ ଅଧିକ ପଚରାଉଚରା କରିବାକୁ ଖୋର୍ଦ୍ଧା ପୋଲିସ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଏଯାଏ କୋର୍ଟରେ ରିମାଣ୍ଡ ଆବେଦନ ହୋଇନାହିଁ। ଆଦିବାସୀ ଯୁବକ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ପୋଲିସ ମାନସ ଦାସ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ଏହି ମାମଲାରେ ଆଗରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା।  

ବାରୁଦ ବୋଝେଇ ଗାଡି ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାରୁଦ ବୋଝେଇ ଗାଡି ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ତୁକଲା କଲେଜ ଛକପଡାରେ ମଧୁ ନାଏକ ଓ ନଳିନୀ ନାଏକଙ୍କ ଚାରି ବର୍ଷର ଶିଶୁକୁ ଏକ ବାରୁଦ ବୋଝେଇ ୪୦୭ ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଖଡିଆଳ ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ତୁକଲା କଲେଜ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଶିଶୁଟି ଖେଳୁ ଥିବାବେଳେ ଗାଡ଼ି ଧକ୍କା ଦେଇଥିଲା। ପରେ ଆହତ ଶିଶୁକୁ ଖଡିଆଳ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ, ଗାଡି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରକୁ ଘର ଯୋଗାଣ, ରାସ୍ତାରେ ବ୍ରେକ୍‌ ନିର୍ମାଣ ଆାଦି ଲୋକେ ଦାବି କରିଛନ୍ତି। ସେପଟେ ଖଡିଆଳ ଆଇଆଇସି ଉତ୍ୟକ୍ତ ଲୋକଙ୍କ ସହ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।  

ପୋଖରୀରେ ବୁଡ଼ି ଗଲେ ୨ ଶିଶୁ

ଖେଳୁ ଥିବାବେଳେ ପୋଖରୀରେ ବୁଡ଼ି ଗଲେ ଦୁଇ ଜଣ ଶିଶୁ। ମାଲକାନଗିରି ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଶିଶୁ ଘର ନିକଟ ପୋଖରୀରେ ଖେଳୁ ଥିବାବେଳେ ବୁଡ଼ି ଯାଇଥିଲେ। କିଛି ସମୟ ଧରି ଖୋଜାଖୋଜି ପରେ ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। 

ଓୟୁଏଟି ଭିସି ଅଫିସରେ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ

ଓୟୁଏଟି ଭିସି ଅଫିସରେ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ। ପରୀକ୍ଷା ବିଳମ୍ବକୁ ବିରୋଧ, ଅନଲାଇନ ପରୀକ୍ଷା ଦାବି ନେଇ ଶତାଧିକ ଛାତ୍ରଛାତ୍ରୀ ତାଲା ପକାଇବା ସହ ଧାରଣାରେ ବସିଛନ୍ତି। ଏବେ ବି କିଛି ପିଲା କରୋନାରେ ସଂକ୍ରମିତ। ଏଭଳି କ୍ଷେତ୍ରରେ ଅଫଲାଇନ ନୁହେଁ ଅନଲାଇନ ପରୀକ୍ଷା ପାଇଁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। 

କଲେଜ କ୍ୟାମ୍ପସ୍‌ରେ ରାଜନୀତିର ବାସ୍ନା, ହେଲ୍‌ପ୍‌ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ଛାତ୍ର ସଂଗଠନ

ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି। More

ଓଡ଼ିଶାରେ ବାୟୁ ପ୍ରଦୂଷଣର ଉତ୍କଟ ସ୍ଥିତି: ଲୋକଙ୍କ ଆୟୁକାଳ ୫ ବର୍ଷ କମିଯିବ !

ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ। More

ଜେଲ୍‌ ଭିତରେ କଏଦୀଙ୍କୁ ମାଡ଼ ମରାଯିବା ସହ ଦିଆଯାଉଛି ନିମ୍ନମାନର ଖାଦ୍ୟ ! ଭିଡିଓ ଭାଇରାଲ୍‌

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲ୍‌ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।  More

ବିଳାସପୂର୍ଣ୍ଣ ଜୀବନରେ ପୂର୍ଣ୍ଣଚ୍ଛେଦ, ଜେଲର ଚାରି କାନ୍ଥରେ ବିତିଲା ଗୁରୁଜୀଙ୍କ ରାତି

ବହୁଚର୍ଚ୍ଚିତ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ। ଗିରଫ ପରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ବାପପୁଅଙ୍କୁ ଖୋର୍ଦ୍ଧା ସବଜେଲ ପଠାଇ ଦିଆଯାଇଛି। More

କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। More

କରୋନାରେ ବାଲେଶ୍ୱରର ୬ ବର୍ଷର ଶିଶୁକନ୍ୟା ମୃତ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା। More

ଏନ୍‌ଏଚ୍‌ରୁ ଯୁବକଙ୍କ ମୃତଦେହ ଠାବ, ରାତିରେ ଭେଟିବାକୁ ଆସିଥିଲେ ପ୍ରେମିକାଙ୍କୁ !

ଏନ୍‌ଏଚ୍‌ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  More

୬ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୭୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି। More

୫ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଦୂତି

ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। More

ପ୍ରତାପ ପ୍ରସଙ୍ଗରେ ଉଠିଲା ପଡ଼ିଲା ଗୃହ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କମ୍ପୁଛି ଗୃହ । ଦ୍ୱିତୀୟ ଦିନରେ ହୁଲସ୍ତୁଲ୍ ମୌସୁମୀ ଅଧିବେଶନ। ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି। ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା ।ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍ More

ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି। More

ଆସୁଛି ପଞ୍ଚାୟତ ନିର୍ବାଚନ। କାହାକୁ ମିଳିବ କେତେ ସଂରକ୍ଷଣ?

ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ? More