ସଂକ୍ଷେପରେ ଆଜିର ତାଜା ଖବର - Thursday, 02 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୬ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୭୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି। More

ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି। More

ବହୁଚର୍ଚ୍ଚିତ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ବନ୍ଧା ହେଲେ ଗୁରୁଜୀ

ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ  ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି। ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି। More

ବିଦ୍ୟାଭାରତୀଙ୍କ ଠାରୁ ୬ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି। More

ମାନବବାଦ ସଂଗଠନ ମୁଖିଆଙ୍କୁ ଉଠାଇ ନେଲା ପୋଲିସ

ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି। More

ଅନ୍‌ଲାଇନ୍‌ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟରୁ ଉଦ୍ଧାର ହୋଇଛି ଏକ ମୃତଦେହ। ପାଖରେ ପଡ଼ିଥିଲା ସାର୍ଟ। ସମ୍ପୃକ୍ତ ଯୁବକଙ୍କ ଦେହରେ ଅନେକ ଟାଟୁ ଅଛି। ମୃତଦେହଟି ଜଣେ ଅନ୍‌ଲାଇନ୍‌ ଡେଲିଭରି ବୟଙ୍କର ବୋଲି ଜଣାପଡ଼ିଛି। ତାଙ୍କର ଘର ଜଗତସିଂହପୁରରେ। ସେ ପାଣ୍ଡରାରେ ରହୁଥିଲେ। କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ଓ ମୃତକଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। ଅନ୍‌ଲାଇନ୍‌ ଡେଲିଭରି ଦେବାକୁ ଆସିଥିବା ବେଳେ କୌଣସି କାରଣରୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନୟାପଲ୍ଲୀ ପୋଲିସ ଖୋଳତାଡ଼ କରୁଛି।

ପ୍ରଥମେ ହଷ୍ଟେଲ ଛାଡିଲେ ପରେ ପୁଣି ଫେରି ଆସିଲେ ୪୫ ଛାତ୍ର

ପ୍ରଥମେ ହଷ୍ଟେଲ ଛାଡିଲେ ପରେ ପୁଣି ଫେରି ଆସିଲେ ୪୫ ଛାତ୍ର। ପାରଳାଖେମୁଣ୍ଡି ଜିଲ୍ଲା ଆର. ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ହାଇସ୍କୁଲର ୪୫ ଛାତ୍ର ହଷ୍ଟେଲକୁ ଫେରି ଆସିଛନ୍ତି। ହଷ୍ଟେଲରେ ପିଲାଙ୍କୁ ୨ ଶିକ୍ଷକ ଦୁର୍ବ୍ୟବହାର କରୁଥିବା ଯୋଗୁ ହଷ୍ଟେଲ ଛା଼ଡିଥିବା କହିଛନ୍ତି। ଏ ନେଇ ଅଭିଯୋଗ କରିବାକୁ ରାତି ୧ଟାରୁ ପିଲାମାନେ ହଷ୍ଟେଲରୁ ବାହାରି ଆସିଥିଲେ।  ପାରଳାଖେମୁଣ୍ଡିରେ ପହଞ୍ଚି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଥିଲେ। ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପିଲା ହଷ୍ଟେଲ ଫେରିଥିବା ସୂଚନା ମିଳିଛି। ସମସ୍ତ ଛାତ୍ର ନବମ ଓ ଦଶମ ଶ୍ରେଣୀର ବୋଲି ଜଣାପଡିଛି। 

ଟିକା ନେବାକୁ ପ୍ରବଳ ଭିଡ଼

ଟିକା ନେବାକୁ ପ୍ରବଳ ଭିଡ଼। ଲୋକଙ୍କ ମଧ୍ୟରେ ଲାଗିଛି ଠେଲାପେଲା। ଗଞ୍ଜାମ ଭଞ୍ଜନଗରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟାଉନହଲ ସାମନାରେ ଟିକା ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଟିକାଦାନ କେନ୍ଦ୍ରରେ ମାତ୍ର ୩ ଶହ ଟିକା ଆସିଥିବାବେଳେ ଟିକାନେବାକୁ ହଜାରେ ଲୋକ ଆସିଥିଲେ। କେବଳ ଭଞ୍ଜନଗରରେ ନୁହେଁ ଅଂଚଳର ବାହାଡ଼ାପଦର, ମୁଜାଗଡରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଠେଲା ପେଲା ହୋଇଛି। କିଏ ନିଜର ଆଧାର କାର୍ଡକୁ ଧାଡିରେ ରଖିଛି ତ କିଏ ନିଜ ଚପଲକୁ ଧାଡିରେ ରଖି ଟିକା ନେବାକୁ ଅପେକ୍ଷା କରିଛି।

ଜାତୀୟ ଓବିସି କମିଶନ ସଦସ୍ୟ କୌଶଲେନ୍ଦ୍ର ସିଂ ପଟେଲଙ୍କ ବିଭିନ୍ନ ଓବିସି ସଂଗଠନମାନଙ୍କ ସହ ଆଲୋଚନା

ଜାତୀୟ ଓବିସି କମିଶନ ସଦସ୍ୟ କୌଶଲେନ୍ଦ୍ର ସିଂ ପଟେଲଙ୍କ ବିଭିନ୍ନ ଓବିସି ସଂଗଠନମାନଙ୍କ ସହ ଆଲୋଚନା କରିଛିନ୍ତି। ଏଥିରେ ଓବିସି ବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନମାନେ କମିଶନ ସଦସ୍ୟଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଜାତିଗତ ଜନଗଣନା ପାଇଁ ଦାବି ସହ ୭ ଦଫା ଦାବି ପତ୍ର ଦିଆଯାଇଥିଲା। ହାଇକୋର୍ଟ ନିଷ୍ପତ୍ତିର ଆଳ ଦେଖାଇ ଶାସକ ବିଜେଡି ପକ୍ଷରୁ ଏଠାରେ ଓବିସି ବର୍ଗଙ୍କୁ ଭୂଆଁ ବୁଲାଯାଉଛି ବୋଲି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି।  

ନଷ୍ଟ କରାଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ଚା’

ନଷ୍ଟ କରାଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ଚା’। କଟକ ସଦର ପୋଲିସ ଓ ଫୁଡ୍ ସେଫ୍ଟି ଅଫିସରଙ୍କ ଉପସ୍ଥିତିରେ ୩୫ କ୍ୱିଣ୍ଟାଲ ନକଲି ଚା’ ନଷ୍ଟ କରାଯାଇଛି। କାଠଯୋଡ଼ି ନଦୀ କୂଳରେ ଆଜି ଏହାକୁ ନଷ୍ଟ କରାଯାଇଥିଲା।  ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଆଗରୁ ଏହି ନକଲି ଚା’ ଜବତ କରାଯାଇଥିଲା। ଗିରଫ ହୋଇଥିଲେ ୨ ଜଣ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେହି ନକଲି ଚା’ କୁ ମାଟିରେ ପୋତି ଦିଆଯାଇଛି। 

ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ମାଡ଼ ମାରିବା ସହ ଗାଁରୁ ବାସନ୍ଦ

ଗୁଣି ଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗ୍ରାମବାସୀମାନେ ସେମାନଙ୍କୁ ବାସନ୍ଦ କରି ଦେଇଥିବା ସୂଚନା ମିଳିଛି। ଫଳରେ ଭୟରେ ଉକ୍ତ ପରିବାର ଅନ୍ୟତ୍ର ରହୁଥିବା ବେଳେ ନିଜ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। More

ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କଲା ବିଜେପି

’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି More

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ଚଢୁଥିଲେ, ଖସିପଡ଼ିଲେ ଯୁବକ: ଦେବଦୂତ ସାଜିଲେ ମହିଳା କନଷ୍ଟେବଲ୍‌

ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ। More

ସଫାରୀ ଜାଲି ଛିଣ୍ଡାଇ ପଳାଇଲା ବାଘ !

ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି।  More

ଟ୍ରଫି କିମ୍ବା ସାଟିଫିକେଟ ନୁହେଁ : ଫୁଟବଲ୍ ମ୍ୟାଚରେ ଜିତିଲେ ଛେଳି ଉପହାର, ହାରିଲେ କୁକୁଡ଼ା

ନିଆରା ଫୁଟବଲ୍ ମ୍ୟାଚ୍ , ଜିତିଲେ ଛେଳି, ହାରିଲେ କୁକୁଡ଼ା । ପଡ଼ିଆ ଭିତରେ ଚାଲିଥାଏ ଫୁଟବଲ୍ ଲଢ଼େଇ ଆଉ ସେପାଖେ ପଡ଼ିଆ ବାହାରେ ବନ୍ଧା ହୋଇଛି ଛେଳି ଆଉ କୁକଡ଼ା । କୋରାପୁଟ ସହର ନିକଟସ୍ଥ ରେଲିକୁମ୍ଭାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା More

ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ, ଶେଷରେ...

ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ। ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ। ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ। More

ଗନ୍ଧମାର୍ଦ୍ଦନର ବୃକ୍ଷକୁ ନେଇ ଗବେଷଣା : ଗଛର କେମିକାଲକୁ ନେଇ ଗୁରୁତର ରୋଗର ଔଷଧ ପାଇଁ ଚେଷ୍ଟା

ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା More

୨୪ ଘଣ୍ଟାରେ ରାଜ୍ୟରେ ୭୫୪ କରୋନା ପଜିଟିଭ୍‌ ଚିହ୍ନଟ, କେବଳ ୧୮ ବର୍ଷରୁ କମ୍ ବର୍ଗର ୧୦୮ ‌ସଂକ୍ରମିତ

ରାଜ୍ୟରେ ୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  More

ଗଶେଶ ପୂଜା ପାଇଁ BMCର ଗାଇଡ୍‌ଲାଇନ୍‌: ମଣ୍ଡପ/ପେଣ୍ଡାଲର ୪ ପଟ ବନ୍ଦ ରହିବ, କେବଳ ପୂଜକଙ୍କୁ ଅନୁମତି

କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି। More

ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷା: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ। More

ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍‌ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ। More

୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା

ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ।  More

ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ। More

ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ। More

ଫେସବୁକ୍‌ରୁ ପ୍ରେମ ପରେ ଯୁବତୀଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟିନେଲେ ପ୍ରେମିକ

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା। More

ଶନି, ରବିରେ ଭକ୍ତଙ୍କୁ ମିଳିବ କି ଶ୍ରୀଜିଉଙ୍କ ଦର୍ଶନ?

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି। More