ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା

ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ।  More

ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ। More

ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ। More

ଫେସବୁକ୍ରୁ ପ୍ରେମ ପରେ ଯୁବତୀଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟିନେଲେ ପ୍ରେମିକ

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା। More

ଶନି, ରବିରେ ଭକ୍ତଙ୍କୁ ମିଳିବ କି ଶ୍ରୀଜିଉଙ୍କ ଦର୍ଶନ?

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି। More

ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି: ମୋହନ ମାଝୀ

ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା। More

ଏତେ ଅତ୍ୟାଚାରୀ ଥିଲା ମାନବବାଦଙ୍କ ସଂଗଠନ?

ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ More

ଅଭିଯୁକ୍ତଙ୍କୁ ଗିରଫ ନ କରି ଘରେ କାହିଁକି ଜେରା ହେଉଛି ? ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ।  More

ମେଡିକାଲ୍‌ ପରିସରରେ ଥିବା ୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ମେଡିକାଲ୍‌ ପରିସରରେ ଥିବା ଏକ ୪ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ। More

ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍‌ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍‌ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। More

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଗୃହରେ ହୋହାଲ୍ଲା 

କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ହଟ୍ଟଗୋ, ଲାଗି ରହିବାରୁ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି।  More

ୟୁନିଟ୍-୧ ହାଟ ନିକଟରେ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ନିକଟସ୍ଥ ଦୋକାନ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବିସ୍କୁଟ, ମିକ୍ସଚର, ଇଲେକ୍ଟ୍ରି ଦୋକାନରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୭ଟି ଦୋକାନ ପୋଡ଼ି ଯାଇଥିବା ବେଳେ ୨ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଖବର ପାଇ କଳ୍ପନା ଓ ଲୋକସେବା ଭବନ ଅଗ୍ନିଶମ କେନ୍ଦ୍ରର ୪ଟି ଦମକଳ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ନା ମନୁଷ୍ୟକୃତ ତାହା ଜଣାପଡ଼ି ନାହିଁ। 

କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା

କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା। ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳର ବାଳକାଟି କଲ୍ୟାଣମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ। ଟଙ୍କା ସହ ମୋବାଇଲ ଫୋନ, ୪ଟି ଗାଡି ସମେତ ୧୧ ଜଣକୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ମଣ୍ଡପ ମାଲିକ ଥିବା ଜଣାପଡିଛି। ଅନେକ ଦିନ ଧରି ଏଠାରେ ଜୁଆ ଆଡ୍ଡା ଚାଲିଥିଲା। ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରୁ ଜୁଆଡି ଆସି ଏଠାରେ ସାମିଲ ହେଉଥିଲେ। ବାଲିଅନ୍ତା ପୋଲିସ ଚଢ଼ାଉ କରି ଏହି ସବୁ ଜୁଆଡିଙ୍କୁ ଧରିଛି। 

ମାଗୁଣୀ ନାୟକଙ୍କ ପରିବାରକୁ ଭେଟିଲା ବିଜେପି ଏସ୍‌ସି ମୋର୍ଚ୍ଚା

ଖୋର୍ଦ୍ଧା ବେଗୁନିଆ ବ୍ଲକର କଡ଼ବା ଗାଁର ମାଗୁଣୀ ନାୟକଙ୍କ ପରିବାରକୁ ଯାଇ ଭେଟିଛନ୍ତି ବିଜେପି ଏସ୍‌ସି ମୋର୍ଚ୍ଚା ସଭାପତି ବିଭୁ ତରାଇ ପୀଡ଼ିତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ବିଜେପି ନେତା। ଘଟଣାରେ ମାନସ ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ତେଣୁ ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ବିଭୁ ତରାଇ କହିଛନ୍ତି। ମାନବବାଦ ସଂଗଠନ ନାଁରେ ଆସିଥିବା ବିଭିନ୍ନ ଅଭିଯୋଗ ମାମଲାରେ ତଦନ୍ତ କରାଯାଉଛି। ଗିରଫ ଅଭିଯୁକ୍ତଙ୍କ କାହା ସହ ଲିଙ୍କ୍ ଅଛି ସେ ନେଇ ବି ଖୋଳତାଡ଼ ହେବ ବୋଲି ଖୋର୍ଦ୍ଧା ଏସ୍‌ପି ରାଜକିଶୋର ଦୋରା କହିଛନ୍ତି।

ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର

କୋଭିଡ୍ କଟକଣା ମଧ୍ୟରେ ଖୋଲିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି। କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ। ଟ୍ରଷ୍ଟ ବୋର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଓଡ଼ିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ କିମ୍ବା ଦ୍ୱିତୀୟ ସପ୍ତାହରେ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିବେ। ଏନେଇ ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୂଚନା ଦେଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ମମତାଙ୍କ ପାଇଁ ତାଙ୍କ ଘରେ ହୋମ ଯଜ୍ଞ କରାଯାଇଥିଲା ଏବଂ ବିଜୟୀ ହେବା ପରେ ପୁନର୍ବାର ପୂଜାର୍ଚ୍ଚନା କରାଯାଇଥିଲା। ଏହି ବିଜୟ କେବଳ ମହାପ୍ରଭୁଙ୍କ ଯୋଗୁ ସମ୍ଭବ ହୋଇଛି। ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି। 

ଟିକା ପାଇଁ ରାତି ଅନିଦ୍ରା

ଟିକା ପାଇଁ ରାତି ଅନିଦ୍ରା। ଟିକାଦାନ କେନ୍ଦ୍ରରେ ଡେରା ପକାଇଛନ୍ତି ଲୋକେ। ସକାଳୁ ସକାଳୁ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଡେରା ପକାଇଛନ୍ତି। କିଛି ଲୋକ ମଶାରୀ ଟାଙ୍ଗି ଟିକାଦାନ କେନ୍ଦ୍ର ବାହାରେ ଶୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।  ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ୪ଶହ ଡୋଜ୍ ଦେବାକୁ ପ୍ରଶାସନ ପକ୍ଷରୁ ଘୋଷଣା ହେବା ପରେ ଟିକା ନେବାକୁ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ଏଠାକୁ ଆସିଥିଲେ। କିଛି ଲୋକ ରାତିରେ ରହିବା ଲାଗି ଖାଦ୍ୟ ମଧ୍ୟ ନେଇ ଆସିଥିଲେ ବୋଲି ଜଣାପଡ଼ିଛି। ଟିକାଗ୍ରହଣ କେନ୍ଦ୍ରରେ ଭିଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ

ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ଯାଇଛି। ଅଗଷ୍ଟ ୧୫ରେ ଏହି କାର୍ଡ ସ୍କିମ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମାଲକାନଗିରିରେ ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏଥିରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ଅନ୍ୟ ହିତାଧିକାରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଇ ପାରିବେ। ରାଜ୍ୟର ବିଭିନ୍ନ ପ୍ରାଇଭେଟ ହସ୍ପିଟାଲ ସହ ରାଜ୍ୟ ବାହାର କିଛି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ।  ଏଥିପାଇଁ ରାଜ୍ୟ ବାହାରର କିଛି ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଅନୁବନ୍ଧନ ରହିଛି। ଯେଉଁ ହିତାଧିକାରୀମାନେ ସ୍ମାର୍ଟ କାର୍ଡ ପାଇ ନାହାନ୍ତି ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ଦେଖାଇ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ।  

ଚାଷୀଙ୍କୁ ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ

ରାଜ୍ୟରେ ଚାଷୀଙ୍କୁ ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳ ପ୍ରତିବାଦ କରିଛି। ରାଜ୍ୟକୁ ସାର ଯୋଗାଣରେ କେନ୍ଦ୍ର ଅବହେଳା କରିଥିବା ଅଭିଯୋଗ କରିଛି ବିଜୁ କୃଷକ ଜନତା ଦଳ। ଏହାର ପ୍ରତିବାଦ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି। ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜୁ କୃଷକ ଜନତା ଦଳର ସଦସ୍ୟ ପ୍ରତିବାଦ କରିଛନ୍ତି।

ଆସନ୍ତା ୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ 

ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି। More

ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ମାଓମାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ।  More

୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି। More

ଶିକ୍ଷକଙ୍କ ନିଯୁକ୍ତିରେ ଘୋଟାଲା, ୨୪ ବର୍ଷ ପରେ ଫିଟିଲା ଗୁମର

ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି। More

ଆଜିଠୁ ରାଜ୍ୟରେ କରୋନା କଟକଣା କୋହଳ; ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ରାତି ୧୦ ଯାଏ ଖୋଲା ରହିବ ଦୋକାନ

ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି।  More

୭ଦିନ ଭିତର ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । More

ବଦ୍‌ନାମ ହେଉଛନ୍ତି ସାମ୍ବାଦିକ, କେତେବେଳେ ବଟି ଆଦୟ ତ କେତେବେଳେ ଗଞ୍ଜେଇ ଚାଲାଣ !

ସାମ୍ବାଦିକ ନାଁରେ କେତେବେଳେ ଅପହରଣ ଓ ଦାଦାବଟି ଆଦାୟ ତ ଆଉ କେତେବେଳେ ବେଆଇନ୍ କାମ ଧରାଇ ଦେବାକୁ ଧମକ ଦେଇ ବିଭିନ୍ନ କମ୍ପାନୀ ମାଲିକଙ୍କ ଠାରୁ ଟଙ୍କା ଆଦାୟ ଘଟଣା । More

ମାନସଙ୍କ ପଛରେ ଅଦୃଶ୍ୟ ଶକ୍ତି, ଏତେ ଅଭିଯୋଗ ପରେ ବି ତୋଢ଼ କମିନି

ମାନବାଧିକାରକୁ କ୍ଷୁର୍ଣ୍ଣ କରି ଆଦିବାସୀଙ୍କ ଉପରେ ଜୁଲୁମ୍ ଚଳାଇଥିବା ଗୁରୁଜୀ ମାନସ ଦାସ ବିରୋଧରେ କେବେ ହେବ କାଯର୍ୟାନୁଷ୍ଠାନ ? ମାନସ ଓ ମାନବବାଦ ସଂଗଠନ ବିରୋଧରେ ଏକାଧିକ ଏତଲା ପରେ ବି ଗିରଫଦାରୀ ତ ଦୂରର କଥା, ଥରୁଟିଏ ବି ପଚରାଉଚରା କରୁନି ପୋଲିସ । More

ଟିକାକରଣରେ ଆଗରେ ହିମାଚଳ ପ୍ରଦେଶ

ହିମାଚଳ ପ୍ରଦେଶରେ ଟିକାକରଣ ପ୍ରକ୍ରିୟାର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ କରୋନା ଭାଇରସ୍‌ରୁ ସୁରକ୍ଷା ପାଇଁ ଅତି କମରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇଛି। More

ଏଣିକି ସକାଳ ୫ଟା ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ More