ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ SRC । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ-SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବନି । ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରହିବ । ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ସକାଳ ୫ଟାରୁ ରତା ୧୦ଟା ଯାଏ ଦୋକାନ ବଜାର ଖୋଲା । ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ।
ରେଢାଖୋଲ: ପାଣି ସମସ୍ୟାକୁ ନେଇ ପାଣି ପମ୍ପ ଘରେ ତାଲା ମାରିଲେ ଉତ୍ୟକ୍ତ ମହିଳା । ସଠିକ୍ ଭାବରେ ମହାନଦୀ ପାଣି କି ଜଳ ଯୋଗାଣ ସୁବିଧା ନ ହେବାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ୭ ନମ୍ବର ଓ୍ୱାର୍ଡର ଶତାଧିକ ମହିଳା ଏଭଳି ପଦକ୍ଷେପ ନେଇଛନ୍ତି। ନୂଆସାହିରେ ଥିବା ପାଣି ପମ୍ପ ଘରେ ତାଲା ପକାଇ ଧାରଣା ଦେଇଛନ୍ତି। ବର୍ଷ ବର୍ଷ ହେଲାଣି ମହାନଦୀରୁ ପାଣି ଆସି ସହରରେ ପହଚିଁବ ବୋଲି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ହେଲେ ଏଯାଏଁ ପ୍ରକଳ୍ପ କାମ ସରୁନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ପାଣି ପାଇଁ ରାସ୍ତା କଡରେ ପାଇପ୍ ବିଛାଇ ରାସ୍ତା ସବୁ ନଷ୍ଟ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ବାରମ୍ବାର ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ସୁଦ୍ଧା କୌଣସି ପ୍ରକାର ସୁବିଧା ହେଉନଥିବା ଅଭିଯୋଗ ହୋଇଛି। ଏଣୁ ଆଜି ଉତ୍ତ୍ୟକ୍ତ ମହିଳାମାନେ ପମ୍ପ ଘରେ ତାଲା ମାରିଛନ୍ତି । ଏପରିକି ପାଣି ନ ମିଳିବା ଯାଏଁ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏ ନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ
ସୁନ୍ଦରଗଡ଼: ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିବାବେଳେ ଆଜି କିନ୍ତୁ ଦୂରଦୂରାନ୍ତରୁ ଲୋକେ ଟିକା ନେବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ଲୋକେ ଭୋରରୁ ଆସି ଟିକା ନେବା ପାଇଁ ଲମ୍ବା ଲାଇନ୍ରେ ଛିଡା ହେଇଛନ୍ତି । ନିଜ ନିଜ ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ମେଡିକାଲ କଲେଜରେ ସହଜରେ ଟିକା ମିଳିଯିବା ଆଶା ନେଇ ଲୋକେ ଏଠାକୁ ଆସିଛନ୍ତି । ରାଜଗାଙ୍ଗପୁର, କୁତ୍ରା, ହେମଗିରି ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ଅନଲାଇନ୍ ସ୍ଲଟ୍ ନ ମିଳିବାରୁ ସୁନ୍ଦରଗଡକୁ ଲୋକେ ଆସିଥିବା ଜଣାପଡିଛି । କେବଳ ସେତିକି ନୁହେଁ ଟିକା ନନେଲେ ରାସନ କାର୍ଡ କଟିଯିବା ସହ ପିଲାମାମନେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଗୁଜବ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି।
ପୁରୀ: ପୁରୀରେ ବଲିଉଡ୍ ଷ୍ଟାର ଗୋବିନ୍ଦା । ଆଜି ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋବିନ୍ଦା ଯାଇ ଦର୍ଶନ କରିଥିଲେ। ପୁରୀରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ତେବେ ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା । ଏକ ଘରୋଇ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆସିଥିବା ବେଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।
ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ More
ଗୁରୁଜୀଙ୍କ ବିରୋଧରେ ତାତିଲେ ଆଦିବାସୀ ସଂଘ। ଗିରଫ ଦାବିରେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ। More
ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ । More
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ? More
ସମ୍ବଲପୁର: ଆଜି ନୂଆଖାଇ ଲଗ୍ନ ଧରା ପରମ୍ପରା । ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି । ଆଜି ସାଢେ ୫ଟାରେ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ,ଜ୍ୟୋତିର୍ବିଦ,ପଣ୍ଡିତ ଓ ବିଦ୍ୱାନମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି । ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଆ ସମଲେଶ୍ୱରୀଙ୍କ ଠାରେ ଅର୍ପଣ କରିଥାନ୍ତି । ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମାଆଙ୍କ ପାଖରେ ଭୋଗ ଲାଗି ହୋଇଥାଏ ।
ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି ବୋହୂ। ଏମିତି ଅଭିଯୋଗ ଆସିଛି ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ More
ବାଲେଶ୍ୱର: ରାସ୍ତାରେ ଧାନଗଛ ପୋତି ପ୍ରତିବାଦ କଲେ ଗ୍ରାମବାସୀ। ବାଲେଶ୍ୱର ଔପଦା ବ୍ଲକ ବଡ଼ପୋଖରୀ-ଗଜାଆମ୍ବ ଅଢେଇ କିଲୋମିଟର ରାସ୍ତା ଏବେ ପାଲଟିଛି ମରଣଯନ୍ତା। ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୮ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା l ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାରେ କେବଳ ମାଟି ପକାଇ ଅଧାପନ୍ତରିଆଭାବେ ଛାଡ଼ିଦେଇଥିଲେ । ଏବେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହେଉଛି। ଫଳରେ ଗାଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିକାର ଦାବିରେ ଉକ୍ତ ମାଟି ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ
ଆନନ୍ଦପୁର: ମେଡିକାଲ ମାଇନର ଓଟିରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ରୋଗୀ। ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏପରି ଅଘଟଣ। ଚିକିତ୍ସାଳୟର ମାଇନର ଓଟି ଛାତରେ ହୋଇଥିବା ସିଲିଂ ହଠାତ୍ ଖସି ପଡିଛି। ତେବେ ଚିକିତ୍ସାଳୟରେ ମରାମତି ନାଁରେ ପୂର୍ତ୍ତ ବିଭାଗ ତରଫରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ବ୍ୟୟ ହେଉଥିବା ବେଳେ ଏଭଳି ପରିସ୍ଥିତି ପାଇଁ ନିମ୍ନମାନର କାମକୁ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ
କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରସଂସ୍ଥାର ପୁରୁଣା ବସ ଷ୍ଟାଣ୍ଡଠାରେ ଦୁର୍ନୀତିରେ ଲିପ୍ତ ଥିବା ଅବସର ପ୍ରାପ୍ତ କର୍ମଚାରଙ୍କ ଗିରଫକୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଧାୟକଙ୍କ କୁଶପୁତ୍ତଳିକ ଦାହ କଲା ବଜେପି ନଗର ଯୁବମୋର୍ଚ୍ଚ । ଅଭିଯୁକ୍ତ ଗୋଲଖ ଚନ୍ଦ୍ର ପ୍ରତିହାରୀ ୩୭ଜଣ ମହିଳାଙ୍କ ଠାରୁ ଜାଲ ଋଣ ଓ ସରକାରୀ ଚାକରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ଟାଉନ ଥାନାରେ ଅଭିଯୋଗ ପରେ ବି ତାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ବଜେପି ଯୁବମୋର୍ଚ୍ଚ ପ୍ରଶ୍ନ କରିଛି। ଗିରଫ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ଯୁବମୋର୍ଚ୍ଚା ଚେତାବନୀ ଦେଇଛି
କୋରାପୁଟ: କୋରାପୁଟ ଜୟପୁର ଘାଟିରେ ସର୍ଟ ସର୍କିଟ ଯୋଗୁଁ ଜଳିଗଲା କାର। ଜୟପୁର ଅଞ୍ଚଳର ସୁରଥ କୁମାର ଗୌଡୋ କୋରାପୁଟ ଯିିବା ସମୟରେ ହଠାତ୍ କାର ଇଞ୍ଜିନ ପାଖରେ ଧୁଆଁ ବାହାରିବା ଦେଖି କାରଟିକୁ ଅଟକେଇ ଥିଲେ । ଧୀରେ ଧୀରେ କାରଟି ଅଧିକ ଜଳିବାର ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ କାର ମାଲିକ । ଜୟପୁର ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଯୋଗୁଁ କାରଟି ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିିଛି।
ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ଥାନା ମୌଲାଭଞ୍ଜା ଘୋଡ଼ାହାଡ଼ ନଦୀ ଓଭରବ୍ରିଜ ତଳୁ ଜଣେ ଅଚିହ୍ନା ଯୁବତୀର ମୃତଦେହ ଉଦ୍ଧାର କରିଛି ପୋଲିସ। ସ୍ଥାନୀୟ ଲୋକମାନେ ଗାଧୋଇବା ପାଇଁ ଓଭରବ୍ରିଜ ତଳ ମାଟି ରାସ୍ତାରେ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରିଥିଲେ। ଏକ ଲୁଟାବୁଦା ମୂଳରେ ଯୁବତୀଙ୍କ ଗଳିତ ଶବ ପଚିଶଢି ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା ।
ନୂଆପଡା: ନୂଆପଡା କୋମନା ଥାନା ଏନଏଚ ଠାରେ ବ୍ରିଜରୁ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବାଇକ୍ ।ଦୁର୍ଘଟଣାରେ ବାଇକ୍ ଆରୋହୀ ତଥା ଛତିଶଗଡ ପୋଲିସର ଜଣେ କନେଷ୍ଟବଳ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଛତିଶଗଡ ପୋଲିସର କନେଷ୍ଟବଳ ଦେବ ନାରାୟଣ ସିଦ୍ଦାର ବୋଲି ଜଣାପଡିଛି। ଖବର ପାଇ କୋମନା ଦମକଳ ବାହିନୀ ଶବ ଉଦ୍ଧାର କରି କୋମନା ମେଡିକାଲରେ ପହଞ୍ଚାଇଛିି ।
ଭୁବନେଶ୍ୱର: ଆଜିଠୁ ଦୁଇଦିନ ଧରି ଭୁବନେଶ୍ୱର ମହାନଗର ନିଗମରେ ହେବ ସେରୋ ସର୍ଭେ। ଆଜି ଓ ଆସନ୍ତାକାଲି ଦୁଇଦିନ ବିଏମ୍ସିର ୫ଟି ୱାର୍ଡରେ ଏହି ସର୍ଭେ କରାଯିବ । ଭୁବନେଶ୍ୱରର ୩ଟି ଜୋନ୍ରେ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେବ। ଏଥିପାଇଁ ୫ଟି ଟିମ୍ ଗଠନ ହୋଇଛି॥ ମୁଖ୍ୟତଃ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଫୋକସ୍ କରାଯାଇଛି । ତା ସହ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ କେତେ ବଢିଛି ଆଣ୍ଟିବଡ଼ି, ତାର ଯାଞ୍ଚ କରାଯିବ। ଅତି କମ୍ରେ ୨ଶହ ଜଣଙ୍କ ନମୁନା ସଂଗ୍ରହ କରାଯିବା ନେଇ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଭୁବନେଶ୍ୱର: ଭୁବନେଶ୍ୱର ଏମସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ନିର୍ଦ୍ଦେଶିକା ପି. ଗୀତାଞ୍ଜଳିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ସ୍ନେକ୍ ହେଲ୍ପଲାଇନ୍ ଆପ୍ ଏବଂ ୱେବସାଇଟ୍ । ସାପ କାମୁଡ଼ା ପରିଚାଳନା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହା ସହାୟକ ହେବ। ଏହାଦ୍ୱାରା ସାଧାରଣ ଜନତା ତଥା ଓଡ଼ିଶାର ଡାକ୍ତରମାନେ ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନା ବିଷୟରେ ଶିକ୍ଷା ଲାଭ କରିପାରିବେ । ସ୍ନେକ୍ ଅଫ୍ ଓଡ଼ିଶା ପୃଷ୍ଠାରେ ଓଡ଼ିଶାର ସ୍ଥଳଭାଗରେ ଦେଖାଯାଉଥିବା ବିଷଧର, ବିଷହୀନ ଏବଂ ସ୍ୱଳ୍ପ ବିଷାକ୍ତ ସାପକୁ ଚିତ୍ରଣ କରାଯାଇଛି, ଯାହା ସମସ୍ତଙ୍କୁ ସାପ ଚିହ୍ନିବାରେ ସହାୟକ ହୋଇପାରିବ । ୨୦୧୭ ଡିସେମ୍ବରରେ ଭୁବନେଶ୍ୱର ଏମ୍ସର ଫୋରେନ୍ସିକ୍ ମେଡିସିନ୍ ଏବଂ ଟ୍ରାଉମା ଓ ଏମରଜେନ୍ସି ମେଡିସିନ୍ ବିଭାଗ ପକ୍ଷରୁ ସାପ ଉଦ୍ଧାରକାରୀଙ୍କୁ ବୃତ୍ତିଗତ ସୁରକ୍ଷା ଉପରେ ତାଲିମ୍ ଦିଆଯାଇଥିଲା ।
ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା। ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଜନ୍ମନୀତି ସମାପନ ପରେ ଜଗମୋହନର ଦୋଳିରେ ଝୁଲୁଛନ୍ତି କୃଷ୍ଣ ବଳରାମ । ଆଜି ଭୋଗମଣ୍ଡପ ଶେଷ ହେବା ପରେ ମଇଲମ,ମହାସ୍ନାନ, ସର୍ବାଙ୍ଗ ଆଦି ନୀତି ହୋଇ ଲଷ୍ମୀ ମନ୍ଦିରକୁ ବିଜେ କରିବେ ମଦନମୋହନ। ସେଠାରେ ନନ୍ଦରାଜାଙ୍କ ସମ୍ମୁଖରେ ମହାଭୋଇ ସେବକ ଗାଈଠାରୁ କ୍ଷୀର ଦୁହିଁବା ପରେ ନନ୍ଦରାଜ କ୍ଷୀରକୁ ସମର୍ପଣ କରିବେ । ଏହା ପରେ ନନ୍ଦଉତ୍ସବ ନୀତି ସମାପନ ହେବ । ପରେ ପୁତନା ଭଗବତୀ କୋଠ ଆଖେଡାରୁ ବାହାରି ମଙ୍ଗଳାଘାଟ ପରିକ୍ରମା କରିବାର ପରମ୍ପରା ରହିଛି।
ବାରିପଦା: ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ ଇସ୍ତଫା ଦେଇଥିଲେ। ଏହା ପରେ ପୁଣି ୧୫ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଦଳକୁ ଫେରିଛନ୍ତି।
ରବିବାର ଦଳକୁ ୫ ଜଣ ଫେରିଥିବା ବେଳେ ସୋମବାର ଆଉ ୨ ଜଣ ଫେରିଛନ୍ତି। ଏହିଭଳି ଗତ ଦୁଇ ଦିନରେ ମୋଟ ସାତ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଦଳକୁ ଫେରିଥିବା ବେଳେ ଅନ୍ୟମାନେ ନିଜ ଜୀବନ ପ୍ରତି ବିପଦ ଥିବା ତଥା ବିଭିନ୍ନ ଆଡ଼ୁ ସେମାନଙ୍କୁ ଧମକ ଦିଆଯାଉଥିବା ଦର୍ଶାଇ ମୟୁରଭଞ୍ଜ ଏସପିଙ୍କୁ ଭେଟି ଜଣାଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ପରିଷଦର
୫୯ ସଦସ୍ୟଙ୍କ ମଧ୍ୟରୁ ୪୮ଟି ପଦ ବିଜେପି ହାତରେ ରହିଛି
କଟକ: ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। କରୋନା କଟକଣା ଭିତରେ ମୂର୍ତ୍ତିର ଉଚ୍ଚତା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ୪ ଫୁଟ୍ରୁ ଅଧିକ ଉଚ୍ଚର ମୂର୍ତ୍ତି କରିବା ଉପରେ ପ୍ରଶାସନ ବାରଣ କରିଛି। ଏପଟେ ଆଜି ଆସିବାକୁ ଥିବା ସେପ୍ଟେମ୍ବର ଗାଇଡ୍ଲାଇନ୍ ଉପରେ ସବୁ ପୂଜା କମିଟିର ନଜର ରହିଛି ।ପାର୍ବଣ ଋତୁ ପାଇଁ ସରକାର କଟକଣା କିଛିଟା କୋହଳ କରିବେ ବୋଲି ପୂଜା କମିଟି ସଦସ୍ୟମାନେ ଆଶାବାଦୀ ଅଛନ୍ତି ।
ରାଜ୍ୟରେ କମୁଛି କରୋନା ସଂକ୍ରମଣ। ହେଲେ ଚିନ୍ତା ଯାଇନି। ପିଲାଙ୍କ ସଂକ୍ରମଣ ବଢୁଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି। More
ତାଲିବାନଙ୍କ ବର୍ବର କାହାଣୀ ବଖାଣିଲେ ଓଡ଼ିଆ ଆଇଟିବି ଯବାନ। କେମିତି ଭାରତୀୟ ଦୂତାବାସରୁ ପ୍ରତିନିଧିଙ୍କୁ ଉଦ୍ଧାର କଲେ କହିଲେ ଅଙ୍ଗେନିଭା କଥା। More
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା । More
ଏଟିଏମ୍ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା । ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି । ୪୮ ଘଣ୍ଟାରେ ୧୧ ଏଟିଏମ୍ରେ ଲଗାଇଛନ୍ତି ଚୂନ । ଖୋଦ୍ କମିଶନରେଟ୍ ପୋଲିସ ଆଗରେ ଲୁଟ୍ ଲାଇଭ୍ ଡେମୋ ଦେଖାଇଛନ୍ତି ଆନ୍ତରାଜ୍ୟ ଏଟିଏମ୍ ଲୁଟେରା । More
ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍ଲକ୍କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି। More
ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ। More
ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର । More