ସଂକ୍ଷେପରେ ଆଜିର ତାଜା ଖବର - Sunday, 29 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି: ଚିନ୍ତାରେ ଚାଷୀ

ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି More

କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବାରେ କେତେ ସଫଳ ରାଜ୍ୟ ସରକାର?

କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି। More

କେବେ ଭାଙ୍ଗିବ ସରକାରଙ୍କ ନିଦ? ମାଲେମାଲ୍‌ ହେଲାଣି ବାଲି ମାଫିଆ

ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି More

ଶାସକ ଦଳର ଛତ୍ରଛାୟା ତଳେ ରହି ଆଇନକୁ ହାତକୁ ନେଉଥିଲେ ମାନସ?

ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ? More

ବଂଶୀ ସ୍ୱରରେ ବିଭୋର ଇଞ୍ଜିନିୟର : ନିଜେ ତିଆରି କରିବା ସହ ବଜାଇବାରେ ପାରଙ୍ଗମ ସତ୍ୟବ୍ରତ

ଯେତେବେଳେ ନିଶା ପେଶା ହୋଇଯାଏ, ସେତେବେଳେ ଜୀବନ ଜିଇଁବାର ଆନନ୍ଦ ଆସେ । ଯିଏ ପିଲାଟି ବେଳୁ ବଂଶୀ ପ୍ରତି ଆକର୍ଷିତ ହେଉଥିଲେ ଆଉ ବଂଶୀର ସ୍ୱରରେ ବିଭୋର ହେଉଥିଲେ ସେ ସମୟକ୍ରମେ ପାଲଟିଗଲେ ଇଞ୍ଜିନିୟର । ହେଲେ ତଥାପି ମନ ଭିତରେ ବଂଶୀ ପ୍ରତି ଦୁର୍ବଳତା ତାଙ୍କୁ ବଂଶୀ ଆଡ଼କୁ ପୁଣି ଆକର୍ଷିତ କଲା More

ବନ୍ଦ ହୋଇପଡିଛି ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର : ପୁନରୁଦ୍ଧାର ପାଇଁ ଦାବି

ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏଠାରେ ଶହ ଶହ ବିରଳ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ହେଉଥିଲା । ହେଲେ ଏବେ ମାତ୍ର ୬ଟି କୁମ୍ଭୀରଙ୍କୁ ନେଇ ନାଁକୁ ମାତ୍ର ଚାଲିଛି ପ୍ରକଳ୍ପ । କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ପ୍ରଜନନ ଓ ସଂରକ୍ଷଣ ପାଇଁ ୮୦ଦଶକରେ ଅନୁଗୋଳ ଟିକରପଡା ସହ ମୟୁରଭଞ୍ଜର ରାମତୀର୍ଥ ଏବଂ କେନ୍ଦ୍ରାପଡ଼ା ଭିତରକନିକାରେ କୁମ୍ଭୀରଙ୍କ ପ୍ରଜନନ ଏବଂ ସଂରକ୍ଷଣ ପାଇଁ ଯୋଜନା ହୋଇଥିଲା More

ପକ୍ଷୀ ପ୍ରେମରେ ଡାକ ସେବକ : ଘରେ ପାଳିଛନ୍ତି ୨୦୦ରୁ ଅଧିକ ପ୍ରଜାତିର ପାରା

ଭଦ୍ରକ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ବିଦ୍ୟାଧର ସାହୁ ପାରା ମାନଙ୍କୁ ତାଙ୍କର ପରିବାରର ସଦସ୍ୟ ଭାବନ୍ତି । ସେହିପରି ଗଂଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ କୁକୁରଙ୍କ ସେବାରେ ଲାଗିଛନ୍ତି । More

ସାବଧାନ ! କୋରିୟର୍‌ରେ ଚାଲାଣ ହେଉଛି ଗଞ୍ଜେଇ

ଆମ୍ବୁଲାନ୍ସ, ଟ୍ରକ୍, ବାଇକ୍‌ରେ ଗଞ୍ଜେଇ ଚାଲାଣ ପରେ ଏବେ ସ୍ମଗଲର ନୂଆ ତରିକା ଆପଣାଇଛନ୍ତି। କୋରିୟର୍‌ରେ ଚାଲାଣ ହେଉଛି ହଜାର ହଜାର ଟଙ୍କାର ଗଞ୍ଜେଇ। ଭଲ ଭାବେ ପ୍ୟାକିଂ କରାଯାଇ ଏହାକୁ ଠିକଣା ଜାଗାରେ ପହଞ୍ଚା ଯାଉଛିା ଏଭଳି କିଛି ଗଞ୍ଜେଇ ପ୍ୟାକିଂ ହୋଇଥିବା କୋରିୟରକୁ ଧରିଛି ପୋଲିସ୍। ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଏହା ଲାଗିଛି More

୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ନବ ଦାସ

ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ହେବ ସେରୋ ସର୍ଭେ। ଏହି ସର୍ଭେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂପୃକ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। More

ଫିଟୁଛି ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ

ଫିଟୁଛି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିକ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବ୍‌ଦ‍‍ବା ଥିବା ନେଇ ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି। More

ଶତାଧିକ ପରୀକ୍ଷାର୍ଥୀ RI ପରୀକ୍ଷା ଦେବାରୁ ବଞ୍ଚିତ

ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍‌ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।  More

ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ

ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। More

ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଲୋକ, ହେଲେ ଯୋଜନାରେ ସାମିଲ ହେଉଛନ୍ତି ବଡ଼ବଡ଼ିଆ

ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।  More

ରାଜ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଏଯାବତ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୫୦୩କୁ ବୃଦ୍ଧି ପାଇଛି।  ଦିନକରେ ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଗତକାଲି ମୋଟ୍ ୬୮, ୬୬୭ ଟେଷ୍ଟିଂ ହୋଇଛି ଓ ପଜିଟିଭିଟି ରେଟ୍‌ ୧.୨୩ ରହିଛି। More

ପ୍ଲଟିଂ ମାଲିକଙ୍କୁ ବିଭତ୍ସ ହତ୍ୟା, ଅଲଗା କରିଦେଲେ ମୁଣ୍ଡ ଗଣ୍ଡି

ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି।  ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। More

ଏସସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା

ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍‌ରେ ଉଦଘାଟନ କରିଥିଲେ। More

ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଆଲର୍ଟ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ବର୍ଷାର ପ୍ରଭାବ ରହିବ। ୩୦ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା More

ଅଭିନେତା ବବି ମିଶ୍ରଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡ଼ିଲା ପୋଲିସ୍

ପଡୋଶୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’ More

ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖ: ଏସିଏସ୍

ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି। More

ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ଭିଲେନ୍‌ 'ଗୁରୁଜୀ'?

ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ଏକ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ପରେ ରାସ୍ତାରେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। More

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। More