ସଂକ୍ଷେପରେ ଆଜିର ତାଜା ଖବର - Saturday, 28 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଆଲର୍ଟ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ବର୍ଷାର ପ୍ରଭାବ ରହିବ। ୩୦ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା More

ଅଭିନେତା ବବି ମିଶ୍ର ଗିରଫ

ପଡୋଶୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’ More

ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖ: ଏସିଏସ୍

ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି। More

ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ତଡିପାର୍ ହେବେ ସବୁ ଅଭିଯୁକ୍ତ: ଡିସିପି

ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ଘଟଣାରେ ସବୁ ଅଭିଯୁକ୍ତଙ୍କୁ ତଡିପାର୍ କରାଯିବ। ଅଭିଯୁକ୍ତଙ୍କୁ ତଡିପାର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଘଟଣାରେ ୪/୫ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ଫେରାର ମୁଖ୍ୟ ଅଭିଯୁକ୍ତ ରାଜ୍ ନାଁରେ ପୂର୍ବରୁ ମାମଲା ରହିଥିବା ଡିସିପି କହିଛନ୍ତି। ବଡ଼ବିଲର ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ ହୋଇଥିଲା। ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ ହୋଇଥିଲା। ଟଙ୍କା ମିଳିବା ପରେ ବ୍ୟବସାୟୀଙ୍କୁ ଛାଡ଼ିଥିଲେ ଅପହରଣକାରୀ। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଘଟଣାରେ। ଏକ ୱେବ୍ ଚ୍ୟାନେଲର ମହିଳା ସାମ୍ବାଦିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ।

ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ଭିଲେନ୍‌ ହେଲେ 'ଗୁରୁଜୀ'

ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ଏକ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ପରେ ରାସ୍ତାରେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। More

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। More

ରଜ୍ୟପାଳଙ୍କୁ ଭେଟିଲେ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ସଂଘ

ରଜ୍ୟପାଳଙ୍କୁ ଭେଟିଲେ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ସଂଘ । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଏସବୁ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନ୍‌ସନ୍‌ ବ୍ୟବସ୍ଥାରୁ ବଞ୍ଚିତ କରୁଥିବା ଅଭିଯୋଗ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।ସରକାର ବିନା ସର୍ତ୍ତାବଳୀରେ ଚାକିରି କରିବାକୁ ବାଧ୍ୟ କରିଥିବା ବେଳେ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ ନ କରିବା ନିନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଦିଗରେ ପଦକ୍ଷେପ ନେବା ଲାଗି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ସଂଘର ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ରଥ ସୂଚନା ଦେଇଛନ୍ତି ।

ନୀରଜ ଚୋପ୍ରାଙ୍କ ନାଁରେ ନାମିତ ହୋଇଛି ଆର୍ମି ସ୍ପୋର୍ଟସ ଇନ୍‌ଷ୍ଟିଚ୍ୟୁଟ୍‌

ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ବିଜେତା ନୀରଜ ଚୋପ୍ରାଙ୍କ ନାଁରେ ନାମିତ ହୋଇଛି ଆର୍ମି ସ୍ପୋର୍ଟସ ଇନ୍‌ଷ୍ଟିଚ୍ୟୁଟ୍‌ । ପୁଣେ ସ୍ଥିତ ଆର୍ମି ସ୍ପୋଟର୍ସ ଇନ୍‌ଷ୍ଟିଚ୍ୟୁଟ୍‌କୁ ନୀରଜଙ୍କ ନାଁରେ ନାମିତ କରାଯାଇଛି । ସୁବେଦାର ନୀରଜ ଚୋପ୍ରାଙ୍କୁ ସ୍ପୋଟର୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ସମ୍ମାନିତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ନୀରଜଙ୍କ ସଫଳତାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି । ନୀରଜ ଏବେ ଦେଶର ଯୁବପୀଢ଼ିଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ରାଜନାଥ । ନୀରଜଙ୍କ ସମେତ ତୀରନ୍ଦାଜ ତରୁଣଦୀପ ରାୟ, ବକ୍ସର ଅମୀତ ଓ ମନୀଷ କୌଶିକ, ମେରୀ କମ୍‌ଙ୍କ କୋଚ୍ ଛୋଟେଲାଲ ଯାଦବଙ୍କ ଭଳି ଅନେକ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ସେନାରେ ଥାଇ ଦେଶର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଛି ।

କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପ୍ରକଳ୍ପକୁ ନେଇ ବାହାରିଲାନି ସମାଧାନର ବାଟ

କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପ୍ରକଳ୍ପକୁ ନେଇ ବାହାରିଲାନି ସମାଧାନର ବାଟ । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସହ ଜିଲ୍ଲା ପ୍ରଶାସନର ବୈଠକରେ ବାହାରିଲାନି ନିର୍ଯ୍ୟାସ । ୨ ଘଣ୍ଟାର ରୁଦ୍ଧଦ୍ୱାର ବୈଠକରେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନାହିଁ । ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନ ଦାବି ନମାନିଛି ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିବ ବୋଲି ସଂଗ୍ରାମ ସମିତି କହିଛି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଜାରି ରହିଛି । ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସଭାଗୃହରେ ଗତକାଲି ରୁଦ୍ଧଦ୍ୱାର ବୈଠକ ବସିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।

ମାନବ ସଂଗଠନରେ ସାମିଲ ନହେବାରୁ ବାପ ଓ ପୁଅଙ୍କୁ ମାଡ଼ ମାରିବା ଘଟଣା : ପୋଲିସର ତନାଘନା ଆରମ୍ଭ

ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପ ପୁଅଙ୍କୁ ଆକ୍ରମଣ ଘଟଣାରେ ପୋଲିସର ତନାଘନା । ଘଟଣା ବିଷୟରେ ପଚାରି ବୁଝିବା ସହ ତାଙ୍କୁ ପଚରାଉଚରା କରିଛନ୍ତି ଖୋର୍ଦ୍ଧା ଏସପି । ପୋଲିସର ଏକ ଟିମ୍ କଡବ ଗାଁକୁ ଯାଇ ପୀଡ଼ିତଙ୍କୁ ଥାନାକୁ ‌ଆଣି ଖୋଳତାଡ଼ ଚଳାଇଛି । ଗତକାଲି ଉଭୟ ବାପପୁଅଙ୍କୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା More

ଥାନାରେ ପହଞ୍ଚିଲା ଓଲିଉଡ୍‌ ଷ୍ଟାରଙ୍କ କଳି

ଥାନାରେ ପହଞ୍ଚିଲା ଓଲିଉଡ୍‌ ଷ୍ଟାରଙ୍କ କଳି। ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଓଡ଼ିଆ ଅଭିନେତା ବବି ମିଶ୍ର ଓ ତାଙ୍କ ପଡ଼ୋଶୀ ତଥା ଅଭିନେତା ତପି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଯାହାକୁ ସମାଧାନ କରିବାକୁ ଯାଇ ଉଭୟ ବବି ଓ ତପି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ପହଞ୍ଚିଛନ୍ତି।  More

ଆସୁଛି ଜନ୍ମାଷ୍ଟମୀ: ରାଶି ଅନୁସାରେ କି ଭୋଗ ଅର୍ପଣ କଲେ ଶୁଭଫଳ ମିଳିବ ?

ଚଳିତ ବର୍ଷ ଜନ୍ମାଷ୍ଟମୀ ତିଥିରେ ଅଦ୍ଭୁତ ଯୋଗ ରହିଛି। କ’ଣ ସେହି ଅଦ୍ଭୁତ ଯୋଗ ? କ’ଣ ଶୁଭ ଫଳ ମିଳିବ ଜାଣନ୍ତୁ। More

କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୭୭୯ ନୂଆ ସଂକ୍ରମିତ

ଧୀରେ ଧୀରେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୭୭୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୫ ଆକ୍ରାନ୍ତ ହୋଇଛନ୍ତି । More

ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ, ପରେ ଅକଥନୀୟ ନିର୍ଯାତନା; ଶେଷରେ..

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। More

ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।  More

ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି। More

ମେଣ୍ଢା ଲଢେଇ ବନ୍ଦ କରିବାରୁ ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ । More

ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। More

ବିପଦ ଡାକିବ ପାର୍ବଣ ଋତୁ ! ୨ ମାସ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି। More