ସଂକ୍ଷେପରେ ଆଜିର ତାଜା ଖବର - Thursday, 26 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । More

ମୋହନ ଭାଗବତ ଆଜି ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି

ପୁରୀ ଶଙ୍କରାଚାଯର୍ୟଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ଆରଏସଏସ ସରସଂଘ ଚାଳକ ମୋହନ ଭାଗବତ ଆଜି ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ତାଙ୍କ ଆଶୀର୍ବାଦ ଭିକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଛନ୍ତି ।

ସେପଟେ ଅଖଣ୍ଡ ଭାରତବର୍ଷ ଓ ହିନ୍ଦତ୍ୱକୁ ମଜବୁତ କରି ସମଗ୍ର ବିଶ୍ୱରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର କରିବା ଉପରେ ସଂଘ କାର୍ଯ୍ୟ କରିବାକୁ ଶଙ୍କରାଚାର୍ଯ୍ୟ ଭାଗବତଙ୍କୁ ପରାମର୍ଶ ଦେଇଛନ୍ତି । ଜଗତଗୁରୁଙ୍କ ସହ ଆଲୋଚନା ପରେ ଭାଗବତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏହାପରେ ସେ ଭୁବନେଶ୍ୱର ଫେରିଛନ୍ତି । ଗୁରୁବାର ଓଡ଼ିଶା ଆସିଥିବା ମୋହନ ଭାଗବତ ରାଜ୍ୟର ବିଭିନ୍ନ ବିଷିଶ୍ଟ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଆମ୍ବ ବଗିଚାରେ ସିମେଣ୍ଟ କମ୍ପାନୀର ସଂପ୍ରସାରଣକୁ ନେଇ ଜନଶୁଣାଣି ବେଳେ ପ୍ରବଳ ଉତ୍ତେଜନା

ସୁନ୍ଦରଗଡ ଜିଲ୍ଲା ତେଲିଗନା ଆମ୍ବ ବଗିଚାରେ ଏକ ସିମେଣ୍ଟ କମ୍ପାନୀର ସଂପ୍ରସାରଣକୁ ନେଇ ଜନଶୁଣାଣି ବେଳେ ପ୍ରବଳ ଉତ୍ତେଜନା । କମ୍ପାନୀର ସଂପ୍ରସାରଣକୁ ବିରୋଧ କରି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଆଜି ଜନଶୁଣାଣି ସ୍ଥଳରେ ଏକାଠି ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ଥାନୀୟ ଲୋକେ ପ୍ଲାକାର୍ଡ ଧରି କମ୍ପାନୀକୁ ବିରୋଧ କରିବାକୁ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଜିଲ୍ଲା ଓ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏପଟେ ଜନଶୁଣାଣି ବେଳେ ସମସ୍ତ ପକ୍ଷଙ୍କୁ ମତ ରଖିବାର ସୁଯୋଗ ମିଳିଥିଲା ଏବଂ ଲୋକେ ତାଙ୍କ ମୂଲ୍ୟବାନ ମତାମତ ଦେଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସୁନ୍ଦରଗଡ଼ କୁତ୍ରା ବ୍ଲକ ତେଲିଗନାଠାରେ ପୂର୍ବରୁ ଶିବ ସିମେଣ୍ଟ କାରଖାନା ଥିବା ବେଳେ ଏବେ ଜେଏସ୍‌ଡବ୍ଲୁ ଏହି କମ୍ପାନୀର କିଛି ଅଂଶ ଅଧିଗ୍ରହଣ କରି ସଂପ୍ରାସାରଣ କରିବାକୁ ଚାହୁଁଛି । ତେବେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି ।

ଓଡ଼ିଶାରେ ଆସନ୍ନ ମରୁଡ଼ି ସହ ଘୋର ବିଦ୍ୟୁତ ସଙ୍କଟ ଆଶଙ୍କା !

ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର । More

କେରଳ ଆଡୁ ମାଡି ଆସୁଛି ତୃତୀୟ ଲହର, ଓଡ଼ିଶାରେ ଦେଢ଼ଗୁଣା ଅଧିକ ସଂକ୍ରମଣ !

କେରଳ ଆଡୁ ମାଡି ଆସୁଛି କି କରୋନାର ତୃତୀୟ ଲହର ? ଗଲା ୨୪ ଘଣ୍ଟାରେ ଦେଶରେ ଯେତେ କରୋନା କେସ୍ ଚିହ୍ନଟ ହୋଇଛନ୍ତି, ତାର ୬୮ ପ୍ରତିଶତ କେବଳ ଏହି ରାଜ୍ୟରୁ ଆସିଛି । More

ବିଜୟ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛି ବିଜେଡ଼ି !

ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ More

ଶ୍ରୀକ୍ଷେତ୍ରରେ ୪ ଶହ ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ। More

ଏଥର ବି +୨ ସିଲାବସ୍‌ରେ ହ୍ରାସ ପାଇବ ସିଲାବସ୍, ତିନି ମାସରେ ଥରେ ପରୀକ୍ଷା

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍‌ରେ ପରିବର୍ତ୍ତନ । ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ । ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । More

OBCଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି: ଗଣେଶ୍ୱର ବେହେରା

ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା । More

ଟିକାକରଣ ପାଇଁ ଶିକ୍ଷକଙ୍କୁ ଅଗ୍ରାଧିକାର, କେନ୍ଦ୍ରର ଚିଠି ପରେ ରାଜ୍ୟର ତତ୍ପରତା

ରାଜ୍ୟରେ ଟିକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷା ଅନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି କରାଯିବା ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । More

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ More

ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, RTIରୁ ମିଳିଲା ତଥ୍ୟ

ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା। More

ଆସନ୍ତା ବର୍ଷଠାରୁ ଏକାସଙ୍ଗେ ବାଘ ଓ ହାତୀ ଗଣନା ହେବ

ରାଜ୍ୟରେ ଆସନ୍ତା ବର୍ଷଠାରୁ ଏକାସଙ୍ଗେ ବାଘ ଓ ହାତୀ ଗଣନା ହେବ। ବନ୍ୟପ୍ରାଣୀ ପିସିସିଏଫ୍ ଶଶୀ ପଲ୍ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୨ରେ ଏକାସଙ୍ଗେ ହେବ ବାଘ ଓ ହାତୀ ଗଣନା  କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ବାଘ ଓ ହାତୀଙ୍କ ଗଣନା ହେବ।୨୦୧୭ରେ ରାଜ୍ୟରେ ୧୯୭୬ ହାତୀ ଥିଲେ ବୋଲି PCCF କହିବା ସହ ବର୍ଷକୁ ୧୫ରୁ ୨୦ ହାତୀ ଅସ୍ୱାଭାବିକ କାରଣରୁ ମୃତ୍ୟୁବରଣ କରୁଥିବା କହିଛନ୍ତି ପିସିସିଏଫ୍। 

ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ

ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା' ସମୟରେ ହେବ।  More

ଏଣିକି ମାଗଣାରେ ମିଳିବ ରଥ ଚକ

ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ। More

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।  More

ତୃତୀୟ ଲହର ପ୍ରଭାବ ୭୫ ଦିନ !

ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି।୨୪୫ଟି ସିଏସ୍‌ସି ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। More

ମାଡ଼ି ଆସୁଛି ସମୁଦ୍ର, ଚିନ୍ତାରେ ସ୍ଥାନୀୟ ବାସିନ୍ଦା

ଏରସମାରେ ଥିବା ଶିଆଳି ବେଳାଭୂମି ଏବେ ବିପଦରେ। ୨୦୧୬ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ।  More

କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି। More

ଓଡ଼ିଆ ଛାତ୍ରଙ୍କ ସ୍ମାର୍ଟ ମିରର୍‌; ନିର୍ଦ୍ଦେଶ ମାତ୍ରେ ହୋଇଯାଉଛି କାମ

ଆଇନା ସବୁ ବେଳେ ସତ କଥା କୁହେ, ଆଉ ଏବେ ସବୁ କଥା ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି କଥାଟା ସତ। କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ ଏପରି ଏକ ଆଇନା ତିଆରି କରିଛନ୍ତି, ଯାହା ସାମ୍ନାରେ ଛିଡ଼ା ହୋଇ ଆପଣ ଯାହା ନିର୍ଦ୍ଦେଶ ଦେବେ ତାହା ହେବ। More

ଆଜିଠୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଆଜିଠାରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍। ଅଗଷ୍ଟ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ନାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ ସହରରେ ପରୀକ୍ଷା ପରିଚାଳନା କରୁଛି। କୋଭିଡ ଗାଇଡ଼ ଲାଇନ ଭିତରେ ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ଭିତରେ ଓଡିଶାରୁ ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ଅଛନ୍ତି। ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଜେଇଇ ମେନ ଅନୁଷ୍ଠିତ ହେଉଛି। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଆରୋପ ଲଗାଇଲା ବିଜେଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଆରୋପ ଲଗାଇଲା ବିଜେଡି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହ ଅଭିଯୋଗ କରିଛନ୍ତି ଯେ, ଆବାସ ପୋର୍ଟାଲ ଖୋଲୁନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ରକୁ ଜଣାଇଥିଲେ ବି ଫଳ ଶୂନ। ଯଥାଶୀଘ୍ର ପଶ୍ଚିମ ଓଡ଼ିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ଉଭୟ ମନ୍ତ୍ରୀ ଦାବି କରିିଛନ୍ତି। ଗତ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାବାସୀଙ୍କୁ ରାଜ୍ୟ ସରକାର ଅବହେଳା କରି ଆସୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ପ୍ରତିଟି ବ୍ଲକକୁ ଘେରାଉ କରାଯାଇଥିବା ବେଳେ ଏବେ କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ।

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

ଗଛରେ କାର୍‌ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। More

୪ ବର୍ଷରେ ୬ ଲକ୍ଷ କୋଟି ଆୟ ଲକ୍ଷ୍ୟରେ କେନ୍ଦ୍ର ସରକାର

ଜାତୀୟ ମନିଟାଇଜେସନ୍ ପାଇପ୍‌ଲାଇନ୍‌ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍‌ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। More

ଲୋକଙ୍କ ପାଇଁ ପାର୍କରେ ତାଲା, ବିଜେଡି ନେତାଙ୍କ ପାଇଁ ପୁରା ମେଲା

ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି। More

ଅର୍ଦ୍ଧାଙ୍ଗିନୀର ଜଳନ୍ତା ଜୁଇକୁ ଡେଇଁ ସ୍ୱାମୀ ହାରିଦେଲେ ଜୀବନ

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। More

ସାଇକେଲ ପାଇଁ ଦାଦାକୁ ମାରିଦେଲା ପୁତୁରା, ଭଉଣୀ ହାତକୁ କାଟିଦେଲା

ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍‌ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା। More

ଖୋଲୁଛି ବାବା ବିଜୟାନନ୍ଦଙ୍କ ଗୁମର: ବାଣୀ ଶୁଣାଇ ଲୋକଙ୍କୁ ଚୂନ ଲଗାଇଥିଲେ !

ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି। More