ସଂକ୍ଷେପରେ ଆଜିର ତାଜା ଖବର - Saturday, 21 August 2021

ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ ! ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ କାର୍ଡ ଖେଳିଲାଣି ବିଜେଡି

ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ୫୦ଟି ସ୍କୁଲ୍‌କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି । More

ACF ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପ୍ରଶ୍ନରେ ଘାଇଲା DFO, ଗଣମାଧ୍ୟମ ଆଗରେ ବାହାରିଲା ପ୍ରଷ୍ଟ୍ରେସନ୍‌

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ । More

ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ତାଙ୍କ ପରିବାରକୁ ସୁରକ୍ଷା ଦେବ କିଏ ?

ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ । More

ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା । More

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ: ଧର୍ମେନ୍ଦ୍ର

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ । ରାଜ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସ୍ଥିତିି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି । More

କରୋନା ଯୋଗୁଁ ବଜାର ମାନ୍ଦା, ପିତ୍ତଳ ବ୍ୟବସାୟ ଠପ୍ : ଚିନ୍ତାରେ କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁର ପିତ୍ତଳ କାରିଗର

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା More

ରାକ୍ଷୀ ଆସିଲେ ମନେ ପଡ଼େ ବରୀର ସହୀଦ ପୀଠ କଳାମାଟିଆ, ଗୋଟିଏ ଦିନରେ ସହୀଦ ହୋଇଥିଲେ ୪ ଯୁବକ

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି More

ଅସୁରକ୍ଷିତ ଜାତୀୟ ରାଜପଥ : ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ More

ଏକତରଫା ପ୍ରେମ: ମାଆ ଓ ଝିଅଙ୍କୁ ମାଡ଼ ମାରିଲା ପ୍ରେମୀକ

ଅଭିଯୋଗରୁ ଜଣାଯାଇଛି, ଗୁରୁତର ଯୁବତୀଙ୍କୁ ଏହି ଗ୍ରାମର ଜଣେ ଯୁବକ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା । ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଯୁବତୀ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ଅଟକାଇଥିଲେ । More

ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ ରହସ୍ୟ

 ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। More

ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। More

ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି। More

DFO ଓ ବିଦ୍ୟାଭାରତୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ପାରଳାଖେମୁଣ୍ଡି DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। More

ସୀମାରୁ ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର। More

ଗରିବ ଲୋକଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା ଯୋଗାଇବ ଏମ୍ସ

ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ। More

ସରିଗଲା ସ୍ଵାର୍ଥ..ହଜିଗଲା ମାନବିକତା : କାମ ଶେଷ ପରେ ପର କରିଦେଲା ମାଲିକ, ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ପଡ଼ି ରହିଛି ବୁଢ଼ା ଘୋଡ଼ା

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ ନିକଟରେ ଅସହାୟ ହୋଇ ପଡ଼ିରହିଛି ବୃଦ୍ଧ ଘୋଡ଼ା । ମଣିଷ ଯେ ଏତେ ସ୍ୱାର୍ଥପର ତାହାର ଆଉ ଏକ ନଗ୍ନ ଚିତ୍ର ଦେଖିବା କୁ ମିଳୁଛି। ମାଲିକ ଜୀବନ ସାରା ଘୋଡ଼ାକୁ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲା, ତାର ପରିବାର ପ୍ରତିପୋଷଣ କରୁଥିଲା More

ATM ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲା ମାଷ୍ଟରମାଇଣ୍ଡ

ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍‌ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍‌ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। More

ଛୋଟ ପିଲାଙ୍କୁ କେବେ ଦିଆଯିବ କରୋନା ଟିକା?

ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି।ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି।ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା।  More

ଅକାଳରେ ଚାଲି ଯାଉଛି ଜୀବନ, ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ଲୋକେ

ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ। More

ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଥିଲେ। More

ସାତ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି। More

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା

ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।  More

କଣ୍ଟେନର-ସ୍କୁଟି ଧକ୍କା, ଜଣେ ମୃତ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜମାଲପୁର ପାଖ ୧୬ ନମ୍ବର ଦଜାତୀୟ ରାଜପଥ ଉପରେ କଣ୍ଟେନର ଓ ସ୍କୁଟି ଧକ୍କା ଦୁର୍ଘଟଣାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ କଣ୍ଟେନରଟି ଜଳିଯାଇଛି। ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଏ ଯାଏଁ ମୃତକଙ୍କ ପରିଚୟ ମିଳନାହିଁ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରୁଛି। 

ଗଛ କଟାଯିବା ବଦଳରେ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲା ବନ ବିଭାଗ

ରାସ୍ତା ଚଉଡା ହେବ, ରେଳ ଧାରଣା ଅଧିକ ବଢିବ କିନ୍ତୁ, ଗଛ କଟା ହେବ ନାହିଁ। କଟାଯିବା ବଦଳରେ ଏବେ ଗଛକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ବନ ବିଭାଗ। ବିଶେଷ କରି ଜାତୀୟ ରାଜପଥ ର୍ନିମାତା ମାନଙ୍କୁ ଏଭଳି ପରାମର୍ଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍ ଶିଶିର କୁମାର ରଥ। ପରିବେଶ ସନ୍ତୁଳନ ସହ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବନ ବିଭାଗ ଆଶା କରିଛି। ଓଡ଼ିଶାର ଜଳବାୟୁକୁ ଅନୁଶୀଳନ କଲେ ଏଠିକାର ବର, ଅଶ୍ୱତ୍ଥ, ଅର୍ଜୁନ ପ୍ରଭୃତି ଗଛକୁ ସ୍ଥାନାନ୍ତର କରାଯାଇ ପାରିବ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଇଛି। ନୂତନ ଭାବେ ଆରମ୍ଭ ହେଉଥିବା ଏହି ପଦକ୍ଷେପ ସଫଳ ହେଲେ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।

ଆଜି ନବରଙ୍ଗପୁର ଓ କଳାହାଣ୍ଡି ଯିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶାରେ ଦୁଇ କେନ୍ଦ୍ର ମନ୍ତ୍ରୀା ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ। ସକାଳ ୮.୩୦ରୁ ୯.୩୦ ପର୍ଯ୍ୟନ୍ତ କୋରାପୁଟ ଜୟପୁରରେ ରୋଡ୍ ଶୋ କରିବେ। ଦିନ ୧୦ଟା ୫୦ରୁ ୧୨ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ୧ କିଲୋମିଟର ବ୍ୟାପୀ ରୋଡ୍ ଶୋରେ ଭାଗ ନେବେ। ୧୨ଟାରେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଯିବେ କଳାହାଣ୍ଡି। କଳାହାଣ୍ଡି ଯିବା ବାଟରେ ବିଭିନ୍ନ ସ୍ଥାନରେ ରେଳ ମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ। ସନ୍ଧ୍ୟାରେ ଭବାନୀପାଟଣାରେ ଅଶ୍ୱିନୀ ବୈଷ୍ଣବଙ୍କର ମଧ୍ୟ ଏକ ରୋଡ୍ ଶୋ ରହିଛି। ଏହାପରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଗତକାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଓ କୋରାପୁଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବତୀ

କଟକ କାଠଯୋଡି ବ୍ରିଜ ଉପରେ ସ୍କୁଟି ରଖି ନଈକୁ ଡେଇଁ ପଡ଼ିଲେ ଯୁବତୀ। ଶୁକ୍ରବାର ରାତିରେ ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ନୟାଗଡ ଜିଲ୍ଲାର ବୋଲି ଜଣାପଡ଼ିଥିବା ବେଳେ କଟକରେ ରହୁଥିବା ପୋଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି ନଦୀ ଭିତରକୁ ଡେଇଁଲେ ସେ  ନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି। ବ୍ରିଜ ଉପରେ ଥିବା ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍ ଜବତ କରିଛି ପୋଲିସ୍‌।     

ସାର ନେବାକୁ ଲ୍ୟାମ୍ପ୍‌ସ୍‌ରେ ଭଙ୍ଗାରୁଜା, ନିର୍ଦ୍ଦେଶକ ସହ ଧସ୍ତାଧସ୍ତି

ଏପରିକି ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି। More

ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ କାହିଁକି ଚାହୁଁଛନ୍ତି ରାଜ୍ୟ ସରକାର ?

ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍‌ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ। More

ଚିନ୍ତା ବଢ଼ାଉଛି କରୋନା: ଶିଶୁଙ୍କ ଦୈନିକ ସଂକ୍ରମଣ ଶହେ ଉପରେ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରଥମ ଓ ଦ୍ୱିତୀୟ ଲହରରେ ବି କରୋନାରେ ଶିଶୁ ସଂକ୍ରମିତ ହୋଇଛନ୍ତି। ଏପରିକି ପ୍ରାଣ ବି ହରାଇଛନ୍ତି ଏକାଧିକ ଶିଶୁ ଏବଂ କିଶୋର। ପ୍ରଥମ ଲହରରେ ୧୩ ଓ ଦ୍ୱିତୀୟ ଲହରରେ ୨୩ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଛି। ତେଣେ ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ତୃତୀୟ ଲହରରେ ଆହୁରି ଅଧିକ ଶିଶୁ ଆକ୍ରାନ୍ତ ହେବେ।  More

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ, ଦେଖନ୍ତୁ ଭିଡିଓ

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ । ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ । More

ଥମୁନି କନ୍ଦଳ, ତାରା କହିଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ

ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । More