ସଂକ୍ଷେପରେ ଆଜିର ତାଜା ଖବର - Friday, 20 August 2021

ସାର ନେବାକୁ ଲ୍ୟାମ୍ପ୍‌ସ୍‌ରେ ଭଙ୍ଗାରୁଜା, ନିର୍ଦ୍ଦେଶକ ସହ ଧସ୍ତାଧସ୍ତି

ଏପରିକି ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି। More

ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ କାହିଁକି ଚାହୁଁଛନ୍ତି ରାଜ୍ୟ ସରକାର ?

ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍‌ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ। More

ଚିନ୍ତା ବଢ଼ାଉଛି କରୋନା: ଶିଶୁଙ୍କ ଦୈନିକ ସଂକ୍ରମଣ ଶହେ ଉପରେ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରଥମ ଓ ଦ୍ୱିତୀୟ ଲହରରେ ବି କରୋନାରେ ଶିଶୁ ସଂକ୍ରମିତ ହୋଇଛନ୍ତି। ଏପରିକି ପ୍ରାଣ ବି ହରାଇଛନ୍ତି ଏକାଧିକ ଶିଶୁ ଏବଂ କିଶୋର। ପ୍ରଥମ ଲହରରେ ୧୩ ଓ ଦ୍ୱିତୀୟ ଲହରରେ ୨୩ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଛି। ତେଣେ ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ତୃତୀୟ ଲହରରେ ଆହୁରି ଅଧିକ ଶିଶୁ ଆକ୍ରାନ୍ତ ହେବେ।  More

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ । ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ । More

ଥମୁନି କନ୍ଦଳ, ତାରା କହିଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ

ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । More

ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ।  More

ନିଜକୁ ଶ୍ରମ କର୍ମଚାରୀ କହି ଲୁଟି ନେଲେ ହଜାର ହଜାର ଟଙ୍କା

ଠକ ମହିଳା ଜଣକ ନିଜକୁ ଜଗାବଳିଆ ସଂସ୍ଥାର ସଭାନେତ୍ରୀ ଓ ସାଙ୍ଗରେ ଆସିଥିବା ଯୁବକଙ୍କୁ ସମ୍ପାଦକ ବୋଲି ପରିଚୟ ଦେଇଥିଲେ। ଶ୍ରମିକଙ୍କୁ ଶ୍ରମିକକାର୍ଡ ଓ ଆଧାରକାର୍ଡ ଧରି ପଡ଼ିଆବେଡା ହାଟକୁ ଡାକିଥିଲେ। ୧୫୦୦ଟଙ୍କାର ଲୋଭ ଦେଖାଇ ପ୍ରତେକଙ୍କ ଠୁ ଲୁଟିନେଲେ ୨୦୦ଟଙ୍କା ନେଇଯାଇଥିଲେ। More

କେନ୍ଦ୍ରମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ରାଜ୍ୟ ରାଜନୀତିରେ ଉଷ୍ମତା, ପ୍ରଣବ-ଅରୁଣଙ୍କ ଟ୍ୱିଟ୍‌କୁ ବିଜେପିର ଜବରଦସ୍ତ ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି । More

‘ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ହେବ ତ୍ୱରାନୀତ’

ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନୀତ କରାଯିବ । More

ସାଢ଼େ ୩ କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ  BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । More

ବଢ଼ିଲା ସୁନା ଦର

ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। More

ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା

ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି। More

ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି।  More

ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।  More

ଆଇନରେ ପରିଣତ ହେଲା ଓବିସି ସଂରକ୍ଷଣ ବିଲ୍

ଆଇନରେ ପରିଣତ ହୋଇଛି ଓବିସି ସଂରକ୍ଷଣ ବିଲ୍। ରାଷ୍ଟ୍ରପତିଙ୍କ ମୋହର ପରେ ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।  ରାଜ୍ୟମାନଙ୍କୁ ସଂରକ୍ଷଣ କ୍ଷମତା ଦେବାକୁ ସଂସଦରେ ୧୫୦ତମ ସମ୍ବିଧାନ ସଂଶୋଧନ ବିଲ ପାରିତ ହୋଇଥିଲା। ଏହାପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତିଙ୍କ ମୋହର ପରେ ଓବିସି ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ ଓବିସି ସଂରକ୍ଷଣ କ୍ଷମତା କେବଳ କେନ୍ଦ୍ର ସରକାରଙ୍କ ପାଖରେ ଥିଲା। ଏହି ବିଲ୍ ଆଇନ୍‌ରେ ପରିଣତ ହେବାପରେ ରାଜ୍ୟମାନେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କ୍ଷମତା ପାଇବେ।  

ପୂର୍ବ ସିକିମ୍‌ରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ

ପୂର୍ବ ସିକିମ୍‌ରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ। ଭାରତୀୟ ସେନା ପକ୍ଷରୁ କରାଯାଇଛି ଗନ୍‌ ଡ୍ରିଲ। ଆପାତକାଳୀନ ସ୍ଥିତିରେ କିଭଳି ଶତ୍ରୁର ମୁକାବିଲା କରାଯିବ ତାହାର ଅଭ୍ୟାସ କରିଛନ୍ତି ଭାରତୀୟ ଯବାନ। ପୂର୍ବ ସିକିମ୍‌ରେ ମୁତୟନ ଥିବା ଯବାନ ନିଜ ଶକ୍ତି ପ୍ରଦର୍ଶନ ସହ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି। 

ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଢେଙ୍କାନାଳ ପରଜଂଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ବଅଁରପାଳ ଗାଁ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସମୀର ନାଏକ।  ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ  ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।  

ସାଲିଆ ସାହିରେ ଅବକାରୀ ବିଭାଗର ଚଢଉ

ଭୁବନେଶ୍ୱର ସାଲିଆ ସାହିରେ ଅବକାରୀ ବିଭାଗର ଚଢଉ। ପୋଚ୍‌ ଓ ଦେଶୀମଦ ତିଆରି କରୁଥିବା ଅଭିଯୋଗରେ ୬ ଜଣ ମହିଳାଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଛି। ଚଢଉ ବେଳେ ଅବକାରୀ ବିଭାଗ ପକ୍ଷରୁ ୮ ଶହ ଲିଟର ପୋଚ୍‌ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି। 

୨୭ରେ ବସିବ ସର୍ବଦଳୀୟ ବୈଠକ

ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତା ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ। ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ବୈଠକ ଆହ୍ୱାନ କରାଯାଇଛି। ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକରେ ଆଲୋଚନା ହେବ। କୋଭିଡ କଟକଣା ଭିତରେ ଅଧିବେଶନ ଚାଲିବା ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।  

ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସଦର ମହକୁମା ସ୍ଥିତ ସଂସ୍କୃତି ଭବନରେ ବ୍ୟାପକ ଆୟୋଜନ କରାଯାଇଛି। ଏହି ସ୍ୱାସ୍ଥ୍ୟ ବୀମା କାର୍ଡରେ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷର ଚିକିତ୍ସା ସୁବିଧା ଥିବାବେଳେ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଅଗଷ୍ଟ ୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।  

ସିସିଟିଭିରେ କଏଦ ହେଲା ପେଟ୍ରୋଲ୍ ପମ୍ପରେ ଡକାୟତି ବେଳର ଦୃଶ୍ୟ

ସିସିଟିଭିରେ କଏଦ ପେଟ୍ରୋଲ୍ ପମ୍ପରେ ଡକାୟତି ବେଳର ଦୃଶ୍ୟ। ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିଲା ଲୁଟ୍। ଯାହାର ଲାଇଭ୍ ଫୁଟେଜ୍ ସିସିଟିଭିରେ କଏଦ ହୋଇଛି। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପେଟ୍ରୋଲ ପକାଇ ସାରିବା ପରେ ଟାଙ୍କି କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ କରିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହଠାତ୍ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ବ୍ୟାଗ୍ ଛଡ଼ାଇ ନେଇଥିଲେ। ବ୍ୟାଗ୍‌ରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ପମ୍ପ କର୍ମଚାରୀ କହିଛନ୍ତି। ତିଗିରିଆ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍‌ପାଟ୍ ଘଟଣା ବଢ଼ି ଚାଲିଥିବାବେଳେ ପୋଲିସ ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ରାୟଗଡ଼ାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ାରେ ପହଞ୍ଚିବା ପରେ ମାଆ ମଝିଘରିଆଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ବୃକ୍ଷରୋପଣ କରିଛନ୍ତି। ଏହାପରେ ଏକ ସମ୍ବର୍ଦ୍ଧନା ସଭାରେ ଦଳୀୟ ପଦାଧିକାରୀ ଓ କର୍ମୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଗତ ସନ୍ଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରେଳ ମନ୍ତ୍ରୀ ରାୟଗଡ଼ା ଗସ୍ତ କରି ଆଜି ଭୋରରୁ ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ରେଳ ଷ୍ଟେସନ୍‌ରେ ସ୍ୱାଗତ କରାଯାଇଥିଲା। ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି କେନ୍ଦ୍ର ରେଳ ମନ୍ତ୍ରୀ ଜନତାଙ୍କୁ ଅବଗତ କରାଇବେ। ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ରାୟଗଡ଼ାରେ ସାକ୍ଷାତ କରି ତାଙ୍କ ଆଶୀର୍ବାଦ ନେଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଦିବାସୀଙ୍କ ଶିକ୍ଷାର ଉନ୍ନତି ଓ ଶାନ୍ତି ପାଇଁ ଅହରହ ଚେଷ୍ଟିତ ଶାନ୍ତି ଦାସଙ୍କୁ ଭେଟିବା ସମ୍ପର୍କରେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।

ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ରୁଷିକୂଲ୍ୟା ହଲ୍‌ ଉଦ୍‌ଘାଟିତ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇ.ଆଇ.ଟି. ପରିସରରେ ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ରୁଷିକୂଲ୍ୟା ହଲକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାର ଅନୁଷ୍ଠାନର ଭିତ୍ତିଭୂମି ପାଇଁ  ଦୁଇଟି ପର୍ଯ୍ୟାୟରେ ୧୨୬୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ, ୧୪୮ କୋଟି ଟଙ୍କାର ଆଧୁନିକ ଲେକଚର ହଲ ର୍ନିମାଣ ହୋଇଛି। ୩ଟି କୋଠାକୁ ନେଇ ଏହି ଲେକଚର ହଲ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ସେହିପରି ୮୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ମଧ୍ୟ ଉଦଘାଟନ ହୋଇଛି। ଆଜିର ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜା କୁମାର ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। 

ଆସନ୍ତା ସୋମବାରଠୁଖୋଲିବ ଭଦ୍ରକ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ

ଆସନ୍ତା ସୋମବାର ଠାରୁ ଭଦ୍ରକ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ। କୋଭିଡ୍ କଟକଣା ଭିତରେ ପ୍ରତ୍ୟେକ ଦିନ ସକାଳ ୬ ରୁ ରାତି ୮ ଘଟିକା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ।  ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର କରିବେ। ମନ୍ଦିରର କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ। ମନ୍ଦିର ପରିସରରେ ଅନ୍ନ ପ୍ରସାଦ ସେବନ, ବିବାହ, ବ୍ରତଘର କିମ୍ବା କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ଖୋଲାଯିବ। ପ୍ରତ୍ୟେକ ଶନିବାର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଦିନ ପୁରା ଆଖଣ୍ଡଳମଣି ମନ୍ଦିରକୁ ସାନିଟାଇଜିଂ କରାଯିବ।

ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି।  More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୯୮୬ କରୋନା ପଜିଟିଭ୍‌, କେବଳ ୧୮ ବର୍ଷରୁ କମ୍ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି।  More

ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି। More

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି, ଗାଁ ଭୋଟରଙ୍କୁ ହାତେଇବାକୁ ନେତାଙ୍କ ଯୋଜନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । More

ଆଫଗାନିସ୍ତାନରେ ସ୍ୱାଧୀନତା ଦିବସରେ ପତାକା ରାଲି, ପତାକା ରାଲି ଉପରକୁ ଗୁଳି ଚଳାଇଲେ ତାଲିବାନୀ

ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି । More

ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRCଙ୍କ ଜବାବ ତଲବ

ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । More

ବୋହୂର ଅଭିଯୋଗ ନେଇ ଭର୍ତ୍ତୃହରିଙ୍କ ବଡ଼ ବୟାନ, ଘରର ବଡ଼ ଭାଇ ଭାବେ ନବୀନ ସବୁ ଜାଣିଛନ୍ତି

ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି । More

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ପଞ୍ଚାୟତ ଭବନ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ More