ସଂକ୍ଷେପରେ ଆଜିର ତାଜା ଖବର - Tuesday, 17 August 2021

୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। More

KISSକୁ ବଡ଼ ଝଟ୍‌କା, ମୁହଁ ଫେରେଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU । More

୨ ଦିନ ପ୍ରବଳ ବର୍ଷିବ

ଏପଟେ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି ଜିଲ୍ଲାର କୋରକଣ୍ଡା ଓ ଏମ୍‌ଭି-୩୭ ପୋଲ ଉପରେ ପାଣି କମୁଥିବାବେଳେ ପୋଟେରୁ, କାଙ୍କରିକୁଣ୍ଡା ଅଞ୍ଚଳରେ ପାଣି ବଢୁଛି। ମାଲକାନଗିିରିରୁ ମୋଟୁକୁ ଏବଂ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। More

ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ । More

ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ: ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ କେତେ ଖର୍ଚ୍ଚ କରିଛ?

ରାଜ୍ୟରେ ପଛୁଆ ବର୍ଗଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ହୋଇଛି। କମିଶନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା। More

୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ, ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । More

କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ More

ପୋଲିସ କବଜାରେ ବାବୁ ୪୨୦

ପୋଲିସ କବଜାରେ ବାବୁ ୪୨୦। ଗାଡି ମାଲିକଙ୍କଠାରୁ ଚୁକ୍ତିରେ ଗାଡି ନେଇ ଅନ୍ୟ ରାଜ୍ୟରେ ବିକ୍ରି କରି ଦେଉଥିଲା ଏହି ବ୍ୟକ୍ତି।  କିଛି ଗାଡିକୁ ନେଇ ବାହାର ରାଜ୍ୟରେ ବିକ୍ରି ମଧ୍ୟ କରି ଦେଉଥିଲା। ଧରା ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ମାନସ ରଂଜନ ବିଶ୍ୱାଳ। ଏଠାରେ ଏକ ଅଫିସ୍ ଖୋଲି ଗାଡି ମାଲିକଙ୍କ ସହ ଚୁକ୍ତି କରିଥିବା ମାନସରଂଜନ ତାଙ୍କଠାରୁ ପ୍ରାୟ ଦେଢ କୋଟି ଟଙ୍କାର ୧୦ଟି ଗାଡି ଜବତ କରିଛି।  ଏହି ସବୁ ଗାଡି ଗୁଡିକ ଜବତ ହେବା ପରେ ଗାଡିକୁ ଫେରି ପାଇବାକୁ ଥାନାରେ ରୁଣ଼୍ଡ ହୋଇଛନ୍ତି ଏକାଧିକ ଗାଡି ମାଲିକ। ପୋଲିସ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିଛି।

ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ, ସହର ସାରା ପୋଷ୍ଟର

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍‌କୁ ଯାଇଥିବା ମହିଳା ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା । More

ଓଡ଼ିଆ ଅକ୍ଷର ଉପରେ ଚଢି ଅଡୁଆରେ ପାଣ୍ଡିଆନ୍ !

ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା। More

୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। More

ରାଜଧାନୀରେ ନକଲି ସିମେଣ୍ଟ କାରଖାନା

ରାଜଧାନୀରେ ନକଲି ସିମେଣ୍ଟ କାରଖାନା।  ନାମୀଦାମୀ କମ୍ପାନୀର ନାଁ ବ୍ୟବହାର କରି ତିଆରି ହେଉଥିଲା ନକଲି ସିମେଣ୍ଟ । ପାତ୍ରପଡା ଭଗବାନପୁର ଶିଳ୍ପାଂଚଳରେ ଏଭଳି ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ପୋଲିସ ହଠାତ୍ ଚଢାଉ କରିବା ପରେ ସାମ୍ନାକୁ ଆସିଥିଲା ନକଲି ସିମେଣ୍ଟ କାରଖାନାର ସତ  ।

ଏଠାରେ କେବଳ ନକଲି ସିମେଣ୍ଟ ତିଆରି ହେଉନଥିଲା ବରଂ ଧଳା ସିମେଣ୍ଟ, ପୁଟି, ନକଲି କଲର ମଧ୍ୟ ତିଆରି ହେଉଥିବା ପୋଲିସ ସୂଚନା ଦେଇଛି।  ୨୦୦୨ରୁ ଏହି କାରଖାନା ଚାଲିଥିଲା।  କାରଖାନା ସିଲ୍ କରିବା ସହ ଏହାର ମାଲିକ ଜିତେନ୍ ସିବାନୀଙ୍କୁ ପୋଲିସ ଅଟକ ରଖିଛି  

ଗରିବ ମେଧାବୀ ବିଶ୍ୱବନ୍ଧୁ : ନାସାରେ କାମ କରିବାର ସୁଯୋଗ ପାଇଲେ କେନ୍ଦୁଝରର ୧୫ ବର୍ଷିୟ ଛାତ୍ର

ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି କେନ୍ଦୁଛରର ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା । More

ଦୁଇ କୋଟି ତିରିଶି ଲକ୍ଷ ଠକେଇ ମାମଲା; ଚାରି ଗିରଫ

ଦୁଇ କୋଟି ତିରିଶି ଲକ୍ଷ ଟଙ୍କାର ଠକେଇ ମାମଲାରେ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। କୋରାପୁଟସ୍ଥିତ ବାଜାଜ ଫାଇନାନସିଆଲ ସର୍ଭିସର ଶାଖା ପରିଚାଳକ, କ୍ୟାସିୟର, ସେଲସ୍ ମ୍ୟାନେଜର ଓ ଅଫିସ ବୟକୁ କୋରାପୁଟ ପୋଲିସ ଗିରଫ କରିଛି। ଏହି ଚାରି ଜଣ ସେମାନେ କାର୍ଯ୍ୟ କରୁଥିବା କମ୍ପାନୀରୁ ଦୁଇ କୋଟି ତିରିଶି ଲକ୍ଷ ଟଙ୍କା ଠକି ଥିବା ପୋଲିସ ସୂଚନା ଦେଇଛି।  କମ୍ପାନୀର ଅଡିଟ ରିପୋର୍ଟ ଆଧାରରେ ତଥ୍ୟ ଜଣା ପଡ଼ିବା ପରେ କମ୍ପାନୀ ତରଫରୁ ଥାନାରେ ଅଭିଯୋଗ କରାଯାଇଥିଲା  । ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଥାନା ଅଧିକାରୀ କହିଛନ୍ତି  । ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର ବାସିନ୍ଦା ହୋଇଥିବା ବେଳେ ଜଣେ କୋରାପୁଟ ଓ ଅନ୍ୟ ଦୁଇଜଣ ଜୟପୁରର ବୋଲି ଜଣାପଡିଛି ।

ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗେଟ୍ ଜଗୁଆଳି, ରୋଷେୟାଙ୍କୁ ମାରାଥନ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। More

ସାମ୍ନାକୁ ଆସିଲା ଅବକାରୀ ବିଭାଗର ଲାଞ୍ଚ କାରବାର; ଭିଡିଓ ଭାଇରାଲ

ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି।  ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି।  More

୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ।  ରାଜ୍ୟସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ  RMRC ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ କରାଯିବ।  ସଂପୃକ୍ତ ଜିଲ୍ଲାରେ ଶିଶୁଙ୍କ ସମେତ ସବୁ ବର୍ଗର ସେରୋ ସର୍ଭେ କରାଯିବ।  ଫଳରେ ରାଜ୍ୟରେ କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜଣାପଡିବ।

ରାସ୍ତା ଉପରେ ହାତୀ ଆତଙ୍କ

 ସୁନ୍ଦରଗଡ଼ ଜିଲ୍ଲା ଟେନସା ବାରସୁଆଁ ଘାଟି ରାସ୍ତାରେ ହାତୀ ଆତଙ୍କ । କିଛିଦିନ ହେବ ପଲରୁ ଅଲଗା ହୋଇଯାଇଥିବା ଗୋଟିଏ ହାତୀ ଆତଙ୍କ ଚଳାଇଛି  । ରାସ୍ତା ଉପରକୁ ଆସି ଗାଡିରୁ ଖାଦ୍ୟ ଖୋଜିବା ସହିତ ଗାଡିର କାଚ ଭଂଗାରୁଜା କରୁଥିବା ଦେଖିବାକୁ ମିଳିଛି ।  ଘଣ୍ଟା ଘଣ୍ଟା ଧରି ହାତୀଟି ଘାଟି ରାସ୍ତାରେ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହୁଛି।  ହାତୀଟି ବାରମ୍ବାର ଖାଦ୍ୟ ଅନ୍ୱେଷଣରେ ରାସ୍ତା ଉପରକୁ ଆସି ଆତଙ୍କ ଖେଳାଉଛି । ହାତୀଟି ରାସ୍ତା ଉପରକୁ ଆସୁଥିଲେ ମଧ୍ୟ ଏହାକୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ସୂଚନା ମିଳିଛି।

ଚାଉଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଚାଉଳ ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ୫ ଗାଁର ୨ ଶହରୁ ଅଧିକ ହିତାଧିକାରୀ ।  କରୋନା ସମୟରେ ୨ ମାସର ଚାଉଳ ପାଇ ନଥିବା ଅଭିଯୋଗ କରି ତେନ୍ତୁଳୀଖୁଣ୍ଟି ବ୍ଲକ ଅଂଚଳ ଗୁମା ପଞ୍ଚାୟତର ୫ ଟି ଗ୍ରାମର ୨୦୦ରୁ ଉର୍ଦ୍ଧ ହିତାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି  ।ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଉଳ ଦେବାକୁ ଦାବି କରିଛନ୍ତି ହିତାଧିକାରୀ  ।

ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରି ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ସହ ଯଦି କେଉଁ ଅଧିକାରୀ ଚାଉଳ ହେରଫେର କରିଥାନ୍ତି ତାଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଯୋଗାଣ ନିରୀକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଦୃଢ ପ୍ରତିଶ୍ରୁତି ପାଇଲା ପରେ ଘରକୁ ଫେରିଯାଇଛନ୍ତି ସମସ୍ତ ହିତାଧିକାରୀ 

ଗଞ୍ଜେଇ ଜବତ ଅଭିଯୋଗରେ ୩ ଜଣ

କୋରାପୁଟ ଲମତାପୁଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କାରବାରରେ ସଂପୃକ୍ତ ୩ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି। ଜଳାପୁଟରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ଓ ଲମତାପୁଟ ପୁଲିସକୁ ଖବର ମିଳିଥିଲା। ଏହାପରେ ପୋଲିସ ପକ୍ଷରୁ  ସ୍ୱତନ୍ତ୍ର ଟିମ୍ ଗଠନ କରି ଟିକାପୁଟ ଛକ ପାଖରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଥିଲା । ରାତି ସାରା ଅପେକ୍ଷା ପରେ ପାହାନ୍ତିଆ ୪ଟା ବେଳେ ଜଳାପୁଟ ଅଞ୍ଚଳରୁ ଆସୁଥିବା କାରକୁ ପୋଲିସ ଅଟକାଇଥିଲା। ତେବେ ଅନ୍ଧାରର ସୁଯୋଗ ନେଇ କାର୍‌ରେ ଥିବା ଗଞ୍ଜେଇ ବେପାରୀ ଗାଡ଼ି ଛାଡ଼ି ପଳାଉଥିଲେ।  ପୋଲିସ ଦୌଡ଼ି ଦୌଡ଼ି ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହାସହ କାରରେ ଥିବା ୧ କ୍ୱିଣ୍ଟାଲ ୮ କିଲୋ ୬୦୦ ଗ୍ରାମ ଗଞ୍ଜେଇକୁ ପୋଲିସ ଜବତ କରିଥିଲା । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ 

ବାସନ୍ଦ ପରିବାରକୁ ଥଇଥାନ ଦାବିରେ ଥାନା ଘେରାଉ

ବଲାଙ୍ଗିର ଜିଲ୍ଲା ନିମୁର୍ଲା ଗ୍ରାମର ବାସନ୍ଦ ପରିବାରକୁ ଥଇଥାନ ଦାବିରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ସିଂଧେକେଲା ଥାନା ଘେରାଉ କରାଯାଇଥିଲା।  ଗୁଣିଗାରେଡି ସନ୍ଦେହରେ ନିମୁର୍ଲା ଗାଁର ବ୍ରଜ ଭୋଇଙ୍କ ପରିବାରର ୧୩ ଜଣଙ୍କୁ ବାସନ୍ଦ କରାଯାଇଥିଲା। ଏହି ପୀଡିତ ପରିବାରର ଥଇଥାନ ଦାବି କରିଛି ସଂଗଠନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ,ଡାକା ବାଦ୍ୟ ସହ ସିଂଧେକେଲା ଖେଳପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ଆସି ସିଂଧେକେଲା ଥାନା ଘେରାଉ କରାଯାଇଥିଲା।

  ଦିଗସିରା ପଞ୍ଚାୟତର ସରପଞ୍ଚ ଗୋଲକ ବିହାରୀ ସିଂ ଭୋଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନକାରୀ । ଘଟଣାର ୪୭ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପୀଡିତ ପରିବାରକୁ ଥଇଥାନ କରିନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି  ।

ଅଧ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ

 ଟ୍ରାଫିକ୍ ଜାମରେ ଫସିଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ଖଣି ବ୍ଲକ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଟେନସା ଅଭିମୁଖେ ରୋଗୀ ଆଣିବାକୁ ଯାଉଥିବା ଆମ୍ବୁଲାନ୍ସ ତିରିଶ ମିନିଟ୍‌ରୁ ଅଧିକ ସମୟ ଟ୍ରାଫିକ୍ ଜାମରେ ଫସି ରହିଥିବା ଦେଖିବାକୁ ମିଳିଛି।  ଫଳରେ ସଠିକ ସମୟରେ ରୋଗୀ ଜଣଙ୍କ ମେଡିକାଲରେ ପହଞ୍ଚି ନପାରିବାରୁ ଯନ୍ତ୍ରଣାରେ ଛଟପଟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ କୋଇଡା ଟେନସା ରାସ୍ତାରେ ଆମ୍ବୁଲାନ୍ସ ଘଣ୍ଟାଘଣ୍ଟା ଧରି ଜାମରେ ଫସି ରହିଥିବା ଦେଖିବାକୁ ମିଳିଛି। ଏତେ ସବୁ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଆମ୍ବୁଲାନ୍ସ ପାଇଁ ଜାମ ହଟାଇବାକୁ କୌଣସି ବିକଳ୍ପ ବ୍ୟବସ୍ଥା କରି ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଚିନ୍ତା ବଢଇଲା ୧୮ରୁ କମ୍‌ ବୟସ୍କଙ୍କ ସଂକ୍ରମଣ, ଆଜି ୯୬ ପିଲା ବାହାରିଲେ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More

ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ More

'୧୮ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ'

ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। More

ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି: କାହାରିକୁ ପୁରାଇ ଦେବୁନି କହିଲେ ତାରା

ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି।  More

ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି। More

 ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି।  More