ସଂକ୍ଷେପରେ ଆଜିର ତାଜା ଖବର - Monday, 16 August 2021

ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ: ଜାତିସଂଘ

ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ। ଆଫଗାନିସ୍ତାନ ସଙ୍କଟ ଉପରେ ଉଦବେଗ ପ୍ରକାଶ କରି ଏଭଳି ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଆଜି ବସିଥିବା ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ସମୂହକୁ ଆହ୍ବାନ ଦେଇ ମହାସଚିବ କହିଛନ୍ତି, ଆଫଗାନିସ୍ତାନ ଯେପରି ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିନଯିବ ସେଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ। ଆଫଗାନିସ୍ତାନରେ ବର୍ତ୍ତମାନ ଯାହା ଚାଲିଛି ତାକୁ ଅଣଦେଖା କରିହେବନାହିଁ। ତାଲିବାନ କବଜା ପରେ ଆଫଗାନିସ୍ତାନବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଫଗାନିସ୍ତାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ।   

ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ More

'୧୮ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ'

ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। More

ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି: କାହାରିକୁ ପୁରାଇ ଦେବୁନି କହିଲା ପ୍ରଶାସନ

ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି।  More

ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି। More

 ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି।  More

ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି। More

ଅଲିମ୍ପିକ୍ସ ଖେଳାଳି ଓ କ୍ରିଉ ମେମ୍ବରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲିମ୍ପିକ୍ସ ଖେଳାଳି ଓ କ୍ରିଉ ମେମ୍ବରଙ୍କୁ ଭେଟିଛନ୍ତି । ସକାଳେ ୭ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି ଟୋକିଓ କ୍ରୀଡ଼ାବିତଙ୍କ ସହ ବ୍ରେକଫାଷ୍ଟ କରିଛନ୍ତି । ଏଥିରେ ପି.ଭି.ସିନ୍ଧୁ ଆଇସ୍କ୍ରିମ୍ ଖାଇଥିବାବେଳେ ନୀରଜ ଚୋପ୍ରା ଖାଇଛନ୍ତି ଚୁର୍ମା।

ଗତକାଲି ସ୍ୱାଧୀନତା ଦିବସ ପର୍ବ ପାଳନ ଅବସରରେ ଲାଲକିଲ୍ଲା ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରିୀଡ଼ାବିତଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରି ଖେଳାଳିମାନେ ଦେଶକୁ ଗର୍ବିତ କରିଛନ୍ତି । ଏମାନେ ଦେଶ ପାଇଁ ସବୁବେଳେ ପ୍ରେରଣଦାୟୀ ହେବେ ବୋଲି ମୋଦି କହିଥିଲେ । ଟୋକିଓରେ ଆମ ଦେଶର ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଶରେ କ୍ରୀଡ଼ା ଓ ଫିଟନେସ୍ ବାବଦରେ ସଚେତନତା ସୃଷ୍ଟି ହୋଇଥିବା ସ୍ପଷ୍ଟ କରୁଛି ବୋଲି ମୋଦି କହିଥିଲେ।

ଜାତୀୟ ରାଜପଥ ଅବରୋଧ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘଟାରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । କୋଲକାତାରୁ ମୁମ୍ବାଇକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ, ଏହାର ପ୍ରଶସ୍ତିକରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହି ଘାଟିରେ ରାସ୍ତାର ପ୍ରଶସ୍ତିକରଣ ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ବି ଏଯାଏ ସମାଧାନ କରାଯାଉନି । ଏପରିକି ନେତା ମନ୍ତ୍ରୀ ଅନେକବାର ପ୍ରତିଶ୍ରୁତି ଦେଇଥିଲେ ବି କିଛି ପଦକ୍ଷେପ ନିଆଯାଇନାହିଁ । ଶେଷରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ରାସ୍ତା ଅବରୋଧ କରାଯାଇଛି ।

ଡିଲ୍‌ ବେଳେ ଧରାପଡ଼ିଲା ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର

ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି।  ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର।  More

ଦେବଦୂତ ସାଜି ଯୁବକଙ୍କୁ ଉଦ୍ଧାର କଲେ ହୋମଗାର୍ଡ

ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଯମଦୂତ ସାଜିଲେ ହୋଗଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କଲେ ସେଠରେ ଡ୍ୟୁଟି କରୁଥିବା ହୋମଗାର୍ଡ  । More

ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।   More

ଶୂନରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ସଂକ୍ରମଣ ବଢିପାରେ-DMET

ଶିଶୁ ଏବଂ କିଶୋରଙ୍କ ସଂକ୍ରମଣ ପ୍ରସଙ୍ଗରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରେ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି । ତେବେ ଆଗକୁ ଶୂନରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି। More

ଓଡ଼ିଶାରେ ଖାଲି ପଡ଼ିଥିବା ୪୬୧୯ ଶିକ୍ଷକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। More

ଭାରତ -ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଆଜି ଅନ୍ତିମ ଦିନ

ଲର୍ଡସ:  ଲର୍ଡସରେ ଚାଲିଥିବା ଭାରତ -ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଆଜି ଅନ୍ତିମ ଦିନ।  ୬ ୱିକେଟରେ ୧୮୧ ରନରୁ ଦ୍ୱିତୀୟ ଇଂନିସ ଆରମ୍ଭ କରିବ ଭାରତ ।  ରିଷବ ପନ୍ତ ୧୪, ଇଶାନ୍ତ ଶର୍ମା ୪ ରନ୍ କରି ମୈଦାନରେ ଅଛନ୍ତି।  ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି ୱିକେଟ ନେଇଥିବା ବେଳେ ମୋଏନ ଅଲ୍ଲୀ ୨ଟି ଓ ସାମ୍ କୁରାନ୍ ଗୋଟିଏ ୱିକେଟ ନେଇଛନ୍ତି । ଗତକାଲି ଟିମ୍ ଇଣ୍ଡିଆକୁ ସଙ୍କଟରୁ ରକ୍ଷା କରିଥିଲେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ । ଦୁହେଁ ଚତୁର୍ଥ ଓ୍ବିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଛନ୍ତି । ପୂଜାରାଙ୍କ ୪୫ ଓ ରାହେଣେଙ୍କ ୬୧ ରନ୍ ବଳରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୫୪ ରନ୍‌ରେ ଅଗ୍ରଣୀ ରହିଛି   ।

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର: ସ୍ୱାଧୀନତା ଦିବସ ଅବସରରେ କେନ୍ଦୁଝର ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତ ଲୋକେ ସରପଞ୍ଚଙ୍କୁ ତାଲା ପକାଇ ଦେଇଥିଲେ  । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା ଅଭିଯୋଗରେ ସରପଞ୍ଚଙ୍କୁ ତାଲା ପକାଇ ଥିବା ସୂଚନା ମିଳିଛି।   ପତାକା ଉତ୍ତୋଳନ ପରେ ସରପଞ୍ଚକୁ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ ସିରିଗିଡା ପଞ୍ଚାୟତବାସୀ।  ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ସମସ୍ତେ ଉପସ୍ଥିତ ରହିଥିଲେ  । ଏହି ସମୟରେ ଗରିବ ହିତାଧିକାରୀ ସେମାନଙ୍କ ସମସ୍ୟା ଜଣାଇବାକୁ ଆସିଥିବା ବେଳେ ପଞ୍ଚାୟତ VLW  ହିତାଧିକାରୀଙ୍କୁ ଠେଲିଦେଇ ପଳାଇଥିବା ଅଭିଯୋଗ ହୋଇଛି  । ଶେଷରେ ସରପଞ୍ଚଙ୍କୁ ତାଲାପକାଇ ଅନଶନରେ ବସିଥିଲେ ହିତାଧିକାରୀ  ।   ଭିଏଲଡବ୍ଲଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ କୌଣସି ଅନିୟମିତା ହୋଇନଥିବା କହିଛନ୍ତି ସିରିଗିଡା ସରପଞ୍ଚ  ।

କୋରାପୁଟରେ ବ୍ୟାପୁଛି ଫାଟୁଆ

କୋରାପୁଟ: କୋରାପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତରେ ଗୋରୁଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ।  ପଞ୍ଚାୟତରେ କେନ୍ଦାର,ମଙ୍ଗାରା,ବେଲାପୁଟ,କରଞ୍ଜିଗୁଡା, ପୁଟପାଣ୍ଡି, ଏକାଡେଲି, ଦଳେଇପୁଟ ଭଳି ଗାଁରେ ଦେଖାଦେଇଛି ଏହି ସମସ୍ୟା । ଏବେ ଯାଏଁ ପ୍ରାୟ ହଜାରରୁ ଅଧିକ ଗୋରୁଗାଈ ଏଥିରେ ଆକ୍ରାନ୍ତ ହୋଇସାରିଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
 ସେପଟେ ପ୍ରାଣୀଧନ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପ୍ରତି ଛଅ ମାସରେ ଗୋରୁଙ୍କୁ ଟିକାକରଣ ଆବଶ୍ୟକ ଥିବାବେଳେ ବର୍ଷେ ହେଲା ଗାଁକୁ ମାଟି ମାଡିନି ପ୍ରାଣୀଧିନ ବିଭାଗ। ଗ୍ରାମବାସୀ ଏନେଇ ଏଲଆଇଙ୍କୁ ଜଣାଇଥିଲେବି ସେ ଆସୁନଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ତ୍ରିପାଠୀ କହିଛନ୍ତି, କାହିଁକି ଗୋରୁମାନଙ୍କୁ ଫଟୁଆ ରୋଗ ବ୍ୟାପୁଛି, ତାର ଅନୁଧ୍ୟାନ କରିବା ସହ ଚିକିତ୍ସା କରାଯିବ।

ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। More

ଅଦରକାରୀ ଲୁହାରୁ ପ୍ରସ୍ତୁତ ଭଳିକି ଭଳି ସାମଗ୍ରୀ : ଅନୁଗୁଳ ସହରକୁ ନୂଆ ରୂପ ଦେବାକୁ ନିଆରା ପ୍ରୟାସ

ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । More

ତାଲିବାନ ଆମକୁ ମାରିଦେବ, ସେଠି ଝିଅଙ୍କ ଅଧିକାର କିଛି ନାହିଁ: କାବୁଲ ଫେରନ୍ତା ମହିଳା

ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। More

ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌ More

ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।  More

କୋଭିଡ୍ ତଥ୍ୟକୁ ନେଇ ଚିନ୍ତା ପ୍ରକଟ କଲେ ଶିଶୁ ରୋଗ ବିଶେଷଜ୍ଞ

ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ। କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ।ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ। More

ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି। More