ସଂକ୍ଷେପରେ ଆଜିର ତାଜା ଖବର - Friday, 13 August 2021

ଲୋକେ ବାଛିବେ ମେୟର ! ମତାମତ ଲୋଡ଼ିଲେ ସରକାର

ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। More

ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ  ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ। More

ଫୁଲ୍ ଡ୍ରେସ ରିହରସେଲ: ରାଜ୍ୟସ୍ତରୀୟ ପରେଡରେ ଛାତ୍ରଛାତ୍ରୀଙ୍କୁ ମନା

କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ସରିଛି। ପୂର୍ବବର୍ଷ ଭଳି ଏ ବର୍ଷ ବି କରୋନା କଟକଣାରେ ଉତ୍ସବ ପାଳନ ହେବ। ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସର ଗୋଟିଏ ଲେଖାଏଁ ଗ୍ରୁପ ପରେଡ଼ରେ ଅଂଶଗ୍ରହଣ କରିବେ। More

ବଦଳିବ ଯୁକ୍ତ ଦୁଇ ରୂପରେଖ: ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ

ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ। More

ୟୁରିଆ ପାଇଁ ଚାଷୀଙ୍କ ରାସ୍ତାରୋକ୍, ବିଜେପି ବି ସାମିଲ

ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ । More

ଟ୍ରାନଜିଟ୍ ରୁଟ୍ ଥିବା ଓଡ଼ିଶା ଏବେ ପାଲଟିଯାଇଛି କି ନିଶା ବେପାରର ହବ୍ ?

ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। More

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ୟାଙ୍କର, ୪ ଜଣଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । More

ଚିନ୍ତାରେ ପଡ଼ିଲେଣି ଚାଷୀ, ଏଥର ବି ମରୁଡ଼ି ଆଶଙ୍କା !

ଚଳିତବର୍ଷ ଆବଶ୍ୟକ ପରିମାଣରୁ କମ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଛି ଚାଷୀକୁଳ । ଜୁନ୍ ମାସରେ ସ୍ୱାଭାବିକ ବର୍ଷା ହୋଇଥିବାରୁ ଚାଷୀକୁଳ ଧାନ ଚାଷ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରି ଚାଷ କାମ ଆରମ୍ଭ କରିଥିଲେ । More

ଖୋଲିଲା ସ୍କୁଲ ବଢ଼ିଲା ସଂକ୍ରମଣ, ୩ ଦିନରେ ଓଡ଼ିଶାରୁ ୨ ଛାତ୍ରୀ ପଜିଟିଭ

କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍‌ର ଲକ୍ଷଣରେ ବିଶେଷ ଫରକ୍ ନାହିଁ।  More

ଏକାଥରକେ ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ

ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର । ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା । More

୬ରୁ ୧୮ ଯାଏଁ ଚାଲିବ ଓଜେଇଇ, ସୂଚନା ଦେଲେ ଓଜେଇଇ ଅଧ୍ୟକ୍ଷ

ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଯାଏ ଚାଳିବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି । More

ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଦିଆଯିବ ହାଉସ୍ କମ୍ ୱାର୍କ ସେଡ୍

ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ । ମହାମାରୀ କରୋନା ଯୋଗୁଁ ପ୍ରଭାବିତ ବୁଣାକାରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯିବ । More

ବିଜେଡିରେ ମିଶିବା କଥା ମିଛ: ପ୍ରଦୀପ ମାଝି

ପାଖେଇ ଆସୁଛି ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ସମସ୍ତେ ଜାଣନ୍ତି ନିର୍ବାଚନ ଆସିଲେ ନେତାଙ୍କର ଦଳବଦଳୀ ଆରମ୍ଭ ହୁଏ । More

ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ। ରାସ୍ତା ନଥିବାରୁ ଖଜୁରୀପଡା ବ୍ଲକର ଦଡମାସ୍କା ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଏଥିଯୋଗୁ ଗର୍ଭବତୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସକୁ ନିଆଯାଇଥିଲା। ଗର୍ଭବତୀ ଜଣଙ୍କ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ପାରିନଥିଲା।  ଏଥିଯୋଗୁ ଗର୍ଭବତୀଙ୍କ ପରିବାର ଲୋକ ଓ ଆଶାକର୍ମୀ ମିଳିତ ଭାବେ ତାଙ୍କୁ ଖଟରେ ବୋହି ଆଣିଥିଲେ। ବାଟରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଏହାପରେ ମା ଓ ନବଜାତ ଶିଶୁକୁ ପୁଣି ଖଟରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ଏବେ ଉଭୟଙ୍କୁ ଆମ୍ବୁଲାନ୍ସରେ ଫୁଲବାଣୀ ମେଡିକାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି।

ମୋବାଇଲ ଫୋନ୍  ଫ୍ଲାଶ ଲାଇଟରେ ଚିକିତ୍ସା

ମୋବାଇଲ ଫୋନ୍  ଫ୍ଲାଶ ଲାଇଟରେ ଚିକିତ୍ସା। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସୂଚନା ଅନୁଯାୟୀ, ବଅଁରପାଳ ଥାନା ମହୀଧରପୁର ଛକ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଡ୍ରେସିଂ କକ୍ଷରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ଡ୍ରେସିଂ କକ୍ଷରେ ସେତେବେଳେ ବିଦ୍ୟୁତ ସରବରାହ ନଥିଲା। ଫଳରେ ମୋବାଇଲ୍ ଫୋନ୍ ଟର୍ଚ୍ଚ ଲାଇଟ୍‌ରେ ତାଙ୍କର ଚିକିତ୍ସା କରାଯାଇଥିଲା।  ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଳିପାରି ନାହିଁ। 

ବାଇକ୍ ଚୋର ରାକେଟକୁ ଧରିଲା ପୋଲିସ

ବଡଧରଣର ବାଇକ୍ ଚୋର ରାକେଟକୁ ଧରିଲା ସମ୍ବଲପୁର ପୋଲିସ। ସମ୍ବଲପୁର ଟାଉନ୍ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନା ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି  ୨୦ଟି ମୋଟର ସାଇକେଲ୍ ଏବଂ ଗୋଟିଏ ବୋଲେରୋ ଜବତ କରିଛି।  ଏଥିସହ ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହି ରାକେଟରେ ସାମିଲ ଥିବା ୩ ଜଣ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା କରାଯାଉଛି। 

୫୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର ସାଲିଆ ସାହିରେ ନୟାପଲ୍ଲୀ ଥାନା ପୋଲିସ ଓ ଭୁବନେଶ୍ୱର ଅବକାରୀ ଟିମ୍ ମିଳିତ ଚଢ଼ଉ କରିଛି। ଚଢ଼ଉ ବେଳେ ୫୦୦ ଲିଟର ଦେଶୀ ମଦ ଜବତ ସହ ୬୦୦୦ ଲିଟର ହାଣ୍ଡିଆ ପୋଚ ନଷ୍ଟ କରାଯାଇଛି। କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ମିଳିତ ଟିମ୍। ଗିରଫମାନଙ୍କ ମଧ୍ୟରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି।  ଏହାସହ ୮ଟି ମାମଲା ରୁଜୁ କରାଯାଇଛି। 

୧ କେଜି ୩୨୦ ଗ୍ରାମ ବ୍ରାଉନସୁଗର ଜବତ

ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା। ଚଢଉ ବେଳେ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଗିରଫ ବ୍ୟକ୍ତିମାନେ ହେଲେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଆଫତାବ୍, ଭଦ୍ରକ ପୁରୁଣା ବଜାର ଛଖଣ୍ଡି ଅଞ୍ଚଳର ସେକ୍ କମରୁଦ୍ଦିନ ଓ ଖୋର୍ଦ୍ଧା ଜିଲ୍ଲା ଗଡ଼ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ। ଏମାନଙ୍କ ପାଖରୁ ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ସେହିପରି ଶହୀଦନଗର ଶାନ୍ତିପଲ୍ଲୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସଂପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ନଗଦ ୫୧ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଛି ପୋଲିସ। 

ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ବଣ୍ଟନକୁ ନେଇ ହୋହଲ୍ଲା

ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ବଣ୍ଟନକୁ ନେଇ ହୋହଲ୍ଲା। ଜିପିଓ ଏବଂ ପିଇଓଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା। ୟାସ୍ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ଆଜିଯାଏ ବଣ୍ଟା ନହୋଇ ପଂଚାୟତ ଗୋଦାମ ଓ କାର୍ଯ୍ୟାଳୟରେ ପଡି ରହିଥିଲା। ଆଜି ବାସୁଦେବପୁର ଜିପିଓ ଏବଂ ରାଜଘରପୋଖରୀ ପଂଚାୟତ ପିଇଓ ଏହି ଚାଉଳ ବାଣ୍ଟିବାକୁ ଯାଇଥିବାବେଳେ ଦେଖାଦେଇଥିଲା ଅସନ୍ତୋଷ। ପଂଚାୟତର ମାତ୍ର ୩ଟି ୱାର୍ଡ ପାଇଁ ଚାଉଳ ଆସିଥିବାରୁ ଗ୍ରାମବାସୀମାନେ ପ୍ରତିବାଦ କରିଥିଲେ। ପଂଚାୟତର ୩ଟି ୱାର୍ଡ ପାଇଁ ଆସିଥିବା ଚାଉଳକୁ ଅନ୍ୟ ୱାର୍ଡରେ ବି ସମାନ ଭାବେ ବଣ୍ଟନ କରିବାକୁ ଗାଁଲୋକେ ଜିଦ୍ ଧରି ଜିପିଓ ଏବଂ ପିଇଓଙ୍କୁ ଅଟକ ରଖିଥିଲେ। ତେବେ ଏହି ଘଟଣା ପରେ ଚାଉଳ ବଣ୍ଟନକୁ ସ୍ଥଗିତ ରଖାଯାଇଥିବା କହିଛନ୍ତି ଜିପିଓ। 

ଦଳ ଛାଡିବେ କି ବିଜେପି ନେତା ଜଗନ୍ନାଥ ପ୍ରଧାନ ?

ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।  More

ପ୍ରେମ, ପ୍ରତାରଣା ପରେ ଜେଲ୍‌ରେ ବିବାହ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍‌ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍‌ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ। More

ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗ ପ୍ରାର୍ଥୀ କରାଯିବ : ବିଜେଡ଼ି

ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। More

ପ୍ରତିଶୋଧର ନିଆଁ: ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

ସାପ କାମୁଡ଼ିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ସାପକୁ କାମୁଡ଼ି ମାରିଦେଲେ ଜଣେ ୪୫ ବର୍ଷୀୟ ବ୍ୟକ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟଠି ସତ। More

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ମଧ୍ୟ କାଲି ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। orissaresults.nic.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ। More

ଭାରିଗଦାରେ ଚାପା ଉତ୍ତେଜନା, ରାତି ଅଧରେ ୨୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ୍‌

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। More

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ବାହାରିଲେ ୪୨୫

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୯୮ ରହିଛି। More

ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ

ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ।  More

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ । More

ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର

ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର। More

୩ୟ ଲହର ମୁକାବିଲା: ପ୍ରତି ଜିଲ୍ଲାରେ ଗଠନ ହେବ ଟାସ୍କଫୋର୍ସ

ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ। More

ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ, ୧୦ ସଦସ୍ୟଙ୍କୁ ମନୋନୀତ କଲେ ସରକାର

ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର । More

ତୃତୀୟ ଲହର ପାଇଁ ସଜବାଜ: ଶିଶୁଙ୍କ ପାଇଁ ୩ ହଜାର ବେଡ୍ ନିଷ୍ପତ୍ତି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି।  More