ସଂକ୍ଷେପରେ ଆଜିର ତାଜା ଖବର - Wednesday, 11 August 2021

୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ । More

ଏଣିକି CBSE ଢ଼ାଞ୍ଚାରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା । More

କଟକ SCBରୁ ଫେରାର କୋଭିଡ୍ ରୋଗୀ ଘରେ ପହଞ୍ଚିଥିବା ସୂଚନା

କଟକ SCBରୁ ଫେରାର କୋଭିଡ୍ ରୋଗୀ ଘରେ ପହଞ୍ଚିଥିବା ସୂଚନା । ସନ୍ଧ୍ୟାରେ ମାହାଙ୍ଗା ଥାନା ଭଁରାଜପୁର ଗାଁର ନିଜ ଘରେ ପହଞ୍ଚଥିଲେ । କୋଭିଡ ହସ୍ପିଟାଲ ଆଇସିୟୁରୁ ଭୋର ୩ଟାରେ ଫେରାର୍ ହୋଇଥିଲେ । ମେଡିକାଲ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ ।

ରାଜ୍ୟରେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଜମିଜମା ସମସ୍ୟାର ସମାଧାନ ନେଇ ପଦକ୍ଷେପ

ରାଜ୍ୟରେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଜମିଜମା ସମସ୍ୟା ପ୍ରସଙ୍ଗ । ଜମିଜମା ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଗତ ୯ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି । 

ଜମିଜମା ସମସ୍ୟା ଥିବା କଲେଜଗୁଡ଼ିକର ତାଲିକା କରାଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାମନ ବିଭାଗକୁ ତାଲିକା ଦିଆଯିବ । ୧୫ ଦିନ ଭିତରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ରାଜସ୍ୱ ବିଭାଗକୁ ତାଲିକା ଦେବେ । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତାବ ଦେବାକୁ ଆହ୍ୱାନ

 

କୋଭିଡ୍ ସଂକ୍ରମଣ କମୁଥିବାରୁ ହସ୍ପିଟାଲରେ ଅସ୍ତ୍ରୋପଚାରକୁ ପୁଣି ଅନୁମତି

କୋଭିଡ୍ ସଂକ୍ରମଣ କମୁଥିବାରୁ ହସ୍ପିଟାଲରେ ଅସ୍ତ୍ରୋପଚାରକୁ ପୁଣି ଅନୁମତି । କଟକଣା ମଧ୍ୟରେ ଅସ୍ତ୍ରୋପଚାର କରିବା ଲାଗି ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ମେଡିକାଲ ଓ ମେଡିକାଲ କଲେଜକୁ ଚିଠି । ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଓ PHOଙ୍କୁ ଚିଠି । RGH ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ।

ପୀୟୂଷ ଗୋୟଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚାମ୍ବରରୁ ବାହାରିବାକୁ ଦେଇନଥିଲେ ବିରୋଧୀ

ରାଜ୍ୟସଭାର ଗୃହ ନେତା ପୀୟୂଷ ଗୋୟଲ ବିରୋଧୀ ଦଳ ସଦସ୍ୟଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । ମୋତେ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାହାରିବାକୁ ଦେଇନଥିଲେ । ଆମକୁ ଚାମ୍ବରରୁ ବାହାରିବାକୁ ଦେଇନଥିଲେ, ଏହା ଦୁର୍ଭାଗ୍ୟଜନକ କହିଲେ ଗୋୟଲ ।

ପ୍ୟାନେଲ ଅଧ୍ୟକ୍ଷ, ଟେବୁଲ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ ଉଦ୍ୟମ କରିଥିଲେ । ଏପରିକି ମହିଳା ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବିରୋଧୀ ଦଳ ସଦସ୍ୟ । ଏଭଳି ଆଚରଣକୁ ଗୃହ କିମ୍ବା ଦେଶ କେବେ ବି ବରଦାସ୍ତ କରିବ ନାହିଁ କହିଲେ ଗୋୟଲ । ବିରୋଧୀ ଦଳ ସାଂସଦମାନେ ମଧ୍ୟ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

ରକ୍ତ ଦେବୁ ପଛେ, ପ୍ରକଳ୍ପ କରାଇଦେବୁନ, ଦିନକୁ ଦିନ ତେଜୁଛି ଆନ୍ଦୋଳନ

ରକ୍ତ ଦେବୁ ପଛେ, ପ୍ରକଳ୍ପ କରାଇଦେବୁନି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରକଳ୍ପକୁ ବିରୋଧ କରି ଆସନ୍ତାକାଲି ମହାସଂଗ୍ରାମ କରାଯିବ । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରାଜକନିକା ଠାରେ କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ଆଳି ଓ ରାଜକନିକା ଅଂଚଳର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟ ବନ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସ୍ଥାନ ଏବଂ ଆଖପାଖ ୩ଟି ପଞ୍ଚାୟତରେ ୨ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି  । 

ଚାଉଳ ପାଇଁ ୨୫ କିଲୋମିଟର ଚାଲିଲେ ଜଣେ ୭୦ ବର୍ଷର ବୃଦ୍ଧା

ଚାଉଳ ପାଇଁ ୨୫ କିଲୋମିଟର ଚାଲିଲେ ଜଣେ ୭୦ ବର୍ଷର ବୃଦ୍ଧା । ନୂଆପଡା କୁକୁରିମୁଣ୍ଡି ଗାଁର ୭୦ ବର୍ଷୀୟ ବୃଦ୍ଧା ଚମ୍ପାବାଇ ଲୋହାର ପୂର୍ବରୁ ୫କିଲୋଗ୍ରାମ ଚାଉଳ ପାଉଥିଲେ । ହେଲେ କିଛି ମାସ ହେଲା ତାଙ୍କ କାର୍ଡରେ ଆଉ ଚାଉଳ ମିଳୁନଥିଲା । ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ସେ ଦୀର୍ଘ ୩ ଦିନ କାଳ ୨୫ କିଲୋମିଟର ଚାଲି ଗୁୁହାରୀ କରିବାକୁ ପହଁଚିଥିଲେ । ତେବେ ଜିଲ୍ଲାପାଳଙ୍କୁ ଦେଖା କରିପାରିନଥିଲେ । ପରେ ଯୋଗାଣ ଅଧିକାରୀ ତାଙ୍କ ପାଇଁ ଚାଉଳ ବ୍ୟବସ୍ଥା କରିବାକୁ କଥା ଦେଇଛନ୍ତି । ସେ କହିଛନ୍ତି, ବୃଦ୍ଧାଙ୍କ ପୁଅ କାର୍ଡରେ କୋମନା ବ୍ଲକ୍‌ରୁ ଚାଉଳ ନେଉଛନ୍ତି । ତେବେ ବୃଦ୍ଧାଙ୍କ ପାଇଁ ଚାଉଳ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଚଳିତ ବର୍ଷ କୋଭିଡ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ

ଚଳିତ ବର୍ଷ କୋଭିଡ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ସ୍ୱାଧିନତା ଦିବସ ଉତ୍ସବ ପାଳନ ହେବାକୁ ଥିବାବେଳେ କରୋନା ପାଇଁ ଏଥର ମଧ୍ୟ କୌଣସି ପରେଡ଼ ହେବ ନାହିଁ । ତିନୋଟି ପ୍ଲାଟୁନ ଦ୍ୱାରା ଜାତୀୟ ପତାକାକୁ ସଲାମୀ ଦିଆଯିବ । ଏଥିରେ ଭାଗ ନେବେ SSB, OSAP ଏବଂ ଓଡ୍ରାଫର ଗୋଟିଏ ଲେଖାଁଏ ପ୍ଲାଟୁନ ଏବଂ ଓଡିଶା ଷ୍ଟେଟ ବ୍ୟାଣ୍ଡ । ପ୍ରଦର୍ଶନୀ ପଡ଼ିଆ ଠାରେ ପୋଲିସ କମିଶନର ଏବଂ ଡିସିପିଙ୍କ ଉପସ୍ଥିତିରେ ରିହର୍ସଲ ହୋଇଛି । 

ଗ୍ରୀଲ ଲଗାଉଥିବା ବେଳେ ବିଦ୍ୟୁତ ଝଟ୍‌କା, ଚାଲିଗଲା ୨ ଜୀବନ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡାରେ ଅଘଟଣ । ଘରେ ଗ୍ରୀଲ୍ ଲଗାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ଜଣେ ଗୁରୁତର ଆହତ । ଚିକିତ୍ସା ପାଇଁ ସମସ୍ତଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ହେଲେ ଝୁନୁ ଗୌଡ଼ ଓ ଗୋପାଳ ବେହେରା l

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ପ୍ରତିନିଧି ଦଳ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ପ୍ରତିନିଧି ଦଳ । ଉଭୟ ରାଜ୍ୟସଭା ଓ ଲୋକସଭାର ବିଜେଡି ସାଂସଦ ମାନେ ଆଜି ଅମିତ ଶାହାଙ୍କ ସଂସଦରେ ଥିବା ଚ୍ୟାମ୍ବରରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଜାତିଭିତ୍ତିକ ଜନଗଣନା କରିବାକୁ ବିଜେଡି ସାଂସଦ ଦାବି କରିଥିଲେ । ରାଜ୍ୟରେ SEBC/OBC ଚିହ୍ନଟ ପାଇଁ ଜାତିଭିତ୍ତିକ ଜନଗଣନା କରିବାକୁ କହିବା ସହ ଏକ ସ୍ମାରକ ପତ୍ର ଦେଇଥିଲେ । ଏହାଛଡ଼ା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା ପାଇଁ ଆଇନ ଆଣିବାକୁ ମଧ୍ୟ ଦାବି କରିଥିଲେ ।

ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । More

ଅମିତ ରୋହିଦାସଙ୍କ କଥା କହି ଭାବ ବିହ୍ୱଳ ହୋଇପଡ଼ିଲେ ଆଭୟ..

ଅମିତ ରୋହିଦାସଙ୍କ ସଫଳତା ଦେଖି ଭାବ ବିହ୍ୱଳ ହେଲେ ଅଭୟ ପଟ୍ଟନାୟକ । ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ । କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା । ଯାହାକୁ ଦେଖି ର୍ସ୍ପୋଟସ ହଷ୍ଟେଲରେ ରଖିଥିଲି । ଏହି ଅଭୟ ପଟ୍ଟନାୟକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ । More

ବିଚକ୍ଷଣ କୁନି ପ୍ରତିଭା ପ୍ରଥମେଶ, ମାତ୍ର ୪ ବର୍ଷରେ ମୁହେଁ ମୁହେଁ ଗୀତିନାଟ୍ୟ

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ଗାଁର ଅମିୟ ମହାନ୍ତି ଓ ମା ପୁଷ୍ପିତା ଘଟୁଆରିଙ୍କର ଏକ ମାତ୍ର ପୁଅ ପ୍ରଥମେଶ । ଏକ ଯୌଥ ପରିବାରରେ ତାଙ୍କର ଜନ୍ମ । ପ୍ରଥମେଶଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଘରେ ବାପା ,ବଡବାପା ସବୁବେଳେ ପ୍ରାର୍ଥନା ଚ୍ୟାନେଲ ଦେଖିଥିଲେ । ଆଉ ତାହା ଦେଖି ପ୍ରଥମେଶ ଭଜନ ଓ ତାବଲା ସେହିଭଳି ଭାବଭଙ୍ଗୀ କରୁଥିଲା More

104 ଏମରଜେନ୍ସିଂ ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌: ଫୋନ୍‌ ଉଠାଇବା ମାତ୍ରେ ଶୁଭୁଛି ଅଶ୍ଳୀଳ ଭାଷା

୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଫେକ କଲ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏଭଳି କଲ କରିବା ଫଳରେ କର୍ମଚାରୀ ହଇରାଣ ହେଉଥିବାବେଳେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। More

ହାଇକୋର୍ଟରେ ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍‌ ୧୨ରେ ଜାମିନ୍‌ ଦିଆଯାଇଥିଲା । ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା । More

ଡାହାଣୀ ସନ୍ଦେହରେ ମା’ ଝିଅଙ୍କୁ ହାତଗୋଡ ବାନ୍ଧି ନିର୍ଦ୍ଧୁମ ମାଡ଼

ଖୁଂଟା ଥାନା ଗଡିଗାଁ ଗ୍ରାମରେ ଗ୍ରାମର ଜବା ହାଁସଦା ଏବଂ ତାଙ୍କ ଝିଅ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଗ୍ରାମର ୬ ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟ ମା ଏବଂ ଝିଅର ହାତ ବାନ୍ଧି ଦେଇ ଖୁଂଟରେ ବାନ୍ଧି ଦେଇଥିଲେ । ଏହା ସହିତ ଉଭୟଙ୍କୁ ମାଡ ମଧ୍ୟ ମାରିଥିଲେ । More

ଦିଲ୍ଲୀରେ ଠକେଇ କରିଥିଲେ, ଯାଜପୁରରୁ ଗିରଫ ହେଲେ

ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି । ପ୍ରୀତମ ସିମ୍ କାର୍ଡ ବିକ୍ରି କରି ଠକମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି More

ପିଡିଏସ୍ ଚାଉଳ ଚୋରି ଅଭିଯୋଗରେ ୪ ଗିରଫ

ପିଡିଏସ୍ ଚାଉଳ ଚୋରି ଅଭିଯୋଗରେ ୪ ଗିରଫ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଝଲପ ପଞ୍ଚାୟତ ଚାଉଳ ଗୋଦାମରୁ ଗତ ୧୭ ତାରିଖରେ ୪୫ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଚୋରି ହୋଇଥିଲା। ଏହି ଘଟଣାରେ ସିନ୍ଧେକେଲା ଥାନା ପୋଲିସ ଟ୍ରାକ୍ଟର ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରି ପାଇଁ ବ୍ୟବହୃତ ଟ୍ରାକ୍ଟରକୁ ମଧ୍ୟ ଜବତ କରିଛି ପୋଲିସ। ଘଟଣାର ମାଷ୍ଟର ମାଇଣ୍ଡ ଫେରାର ଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଘରୁ ୭ କ୍ୱିଣ୍ଟାଲ ଚାଉଳ ଜବତ କରିଛି ପୋଲିସ। ତେବେ ଝଲପ ପଞ୍ଚାୟତରେ ରାତ୍ର ଜଗୁଆଳୀ ଥିଲେ ମଧ୍ୟ କିଭଳି ଟ୍ରାକ୍ଟରରେ ୪୫ କ୍ୱିଣ୍ଟାଲ ପିଡ଼ିଏସ୍ ଚାଉଳ ଚୋରି ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଏଥିରେ ପଞ୍ଚlୟତ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।  

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପଞ୍ଚାୟତ ନିର୍ବାହୀ ଅଧିକାରୀ-PEOଙ୍କ ଘରେ ଭିଜିଲାନ୍ସ ରେଡ୍। ଢେଙ୍କାନାଳ ଭୁବନ ବ୍ଲକର ଦିଘି ଓ ମଠକରଗୋଳା ପଞ୍ଚାୟତ PEOଙ୍କ ଘରେ ରେଡ୍ କରିଛି ଭିଜିଲ।ନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ PEO ସନ୍ତୋଷ ସାହୁଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି। ଗୋଟିଏ ତିନି ମହଲା କୋଠା, ୨ଟି ଏକ ମହଲା କୋଠା ଠାବ ହୋଇ ସାରିଲାଣି। ଚଢ଼ାଉରେ ଭିଜିଲାନ୍ସର ଜଣେ ଡିଏସପିଙ୍କ ସହିତ ୭ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।  

ମାତିଛନ୍ତି ହାତୀ ଦାନ୍ତ ମାଫିଆ

ଢେଙ୍କାନାଳ କାମାକ୍ଷାନଗର କଙ୍କଡ଼ାହାଡ଼ ଅଞ୍ଚଳରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ଦନ୍ତା ହାତୀକୁ କରୁଛନ୍ତି ସିଧା ସଳଖ ଟାର୍ଗେଟ। ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଗହଳମୁଣ୍ଡା ନିକଟରେ ଶିକାରୀଙ୍କ ଫାଶରେ ପଡ଼ି ଆଉ ଏକ ଦନ୍ତାର ଜୀବନ ଯାଇଛି। ଦନ୍ତାଟିର ବୟସ ପ୍ରାୟ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଜିକୁ ମାସେ ତଳେ ଦନ୍ତାକୁ ଶିକାରୀମାନେ ଆକ୍ରମଣ କରିଥିଲେ। ଫଳରେ ଦନ୍ତା ଦେହରୁ ଦୁଇଟି ବିଷାକ୍ତ ଲୌହ ଖଣ୍ତ ମିଳିଥିବା ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଦୁଇଦିନ ତଳେ ବନ ବିଭାଗ ଅସୁସ୍ଥ ହାତୀଟିକୁ ଚିକିତ୍ସା କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ତନାଘନା ଚଳାଇଛି। 

ଗୋଦାମ ଘରେ ପଡି ପଡି ନଷ୍ଟ ହେଉଛି ରିଲିଫ୍ ସାମଗ୍ରୀ

ବାତ୍ୟା ୟାସ୍‌କୁ ଏହା ଭିତରେ ୨ ମାସ ବିତି ଯାଇଛି। କିନ୍ତୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ନହୋଇ ପଡ଼ି ରହିଛି। ବାସୁଦେବପୁର ବ୍ଲକର ରାଜଘରପୋଖରୀ ପଂଚାୟତ ଅଫିସ୍ ଓ ଗୋଦାମ ଘରେ ପଡି ପଡି ନଷ୍ଟ ହେବାକୁ ବସିଲାଣି ରିଲିଫ୍ ସାମଗ୍ରୀ। ବାସୁଦେବପୁର ବ୍ଲକର ୮ଟି ପଞ୍ଚାୟତକୁ ବାତ୍ୟା ପ୍ରଭାବିତ ଅଂଚଳ ଭାବେ ଘୋଷଣା କରିଥିଲେ ସରକାର। ଏଥିପାଇଁ ଚାଉଳ ଓ ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲା। କିଛି ପଞ୍ଚାୟତରେ ରିଲିଫ ସାମଗ୍ରୀ ଲୋକଙ୍କୁ ଦିଆଯାଇଥିଲା। ହେଲେ ଏବେବି ୩ଟି ପଂଚାୟତରେ ଏହି ରିଲିଫ ସାମଗ୍ରୀ ପାଇବାରୁ ଲୋକେ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ବିଡିଓ କହିଛନ୍ତି, ଆସନ୍ତା ଦୁଇଦିନ ମଧ୍ୟରେ ରିଲିଫ ସାମଗ୍ରୀ ବାଣ୍ଟିବାକୁ ଚେଷ୍ଟା କରାଯିବ। 

କୋଭିଡ ହସ୍ପିଟାଲରୁ ଆକ୍ରାନ୍ତ ଫେରାର

କଟକ କୋଭିଡ ହସ୍ପିଟାଲରୁ ଜଣେ ଆକ୍ରାନ୍ତ ଫେରାର ହୋଇଯାଇଥିବା ଅଭିଯୋଗ।  ଏନେଇ କଟକ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆକ୍ରାନ୍ତ ଜଣକ ହେଉଛନ୍ତି ମାହାଙ୍ଗା ଅଞ୍ଚଳର। ଗୁରୁବାରରୁ ସେ ମେଡିକାଲରେ ଥିଲେ। ତେବେ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ରାତି ୩ଟାରୁ ସେ କେଉଁଆଡ଼େ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖୋଜାଖୋଜି ପରେ କିଛି ପତ୍ତା ନ ପାଇବାରୁ ମେଡିକାଲ ଫାଣ୍ଡିକୁ ସେମାନେ ଏ ସଂପର୍କରେ ଜଣାଇଛନ୍ତି  କୋଭିଡ ହସ୍ପିଟାଲରୁ ରୋଗୀ କେମିତି ଫେରାର ମାରିବାରେ ସଫଳ ହେଲେ ନା ଏହା ପଛରେ ଅନ୍ୟ କିଛି ଘଟଣା ଅଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଟିକା ମିକ୍ସ ଆଣ୍ଡ ମ୍ୟାଚ୍‌ ନେଇ ଭାରତ ସରକାରଙ୍କ କୌଣସି ଗାଇଡ଼ଲାଇନ ଆସିନି

ଟିକା ମିକ୍ସ ଆଣ୍ଡ ମ୍ୟାଚ୍‌ ନେଇ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ କୌଣସି ଗାଇଡ଼ଲାଇନ ଆସିନି। କିନ୍ତୁ ମିକ୍ସ ଆଣ୍ଡ ମ୍ୟାଚ ପଦ୍ଧତି ବିଶ୍ୱରେ ନୂଆ ନୁହେଁ। UK ଓ ଇସ୍ରାଏଲରେ ଏହା ଆରମ୍ଭ ହୋଇଯାଇଛି। ସେଠାରେ ଅକ୍ସଫୋର୍ଡ ସହ ଫାଇଜର ବା ମର୍ଡନାର ମିକ୍ସ ଦେଲେ ବେଶୀ ଫଳପ୍ରଦ ହେଉଛି। DCGI ଏବେ କୋଭିସିଲଡ଼ ଓ କୋଭକ୍ସିନର ମିକ୍ସ ଓ ମ୍ୟାଚ ପରୀକ୍ଷଣ ପାଇଁ ଅନୁମତି ଦେଇଛି। କିନ୍ତୁ ବ୍ୟବହାର ଲାଗି ଅନୁମତି ମିଳି ନାହିଁ। ଯଦି ଭଲ ଫଳାଫଳ ଦିଏ, ଏହା ଟିକା ସମସ୍ୟା ଦୂର କରିପାରିବ ବୋଲି କହିଛନ୍ତି ଡିଏମ୍ଇଟି ମୁଖ୍ୟ। ଟିକା ଇଣ୍ଟରଚେଞ୍ଜକୁ ଅନୁମତି ମିଳିଲେ, ଯେଉଁଠି ଗୋଟେ ଟିକା ପହଞ୍ଚି ପାରୁନି, ଅନ୍ୟ ଟିକା ଦିଆଯାଇପାରିବ ଫଳରେ ଟିକାକରଣ କାର୍ଯ୍ୟକ୍ରମ ହୋଇପାରିବ। ।

୪ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର : ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ପୁରସ୍କାର ରାଶି

ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । More

ଏଣିକି ଶିଳ୍ପାୟନର ପ୍ରତ୍ୟକ୍ଷ ଦାୟିତ୍ୱ ନେବେ ଜିଲ୍ଲାପାଳ

ଶିଳ୍ପର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଶିଳ୍ପ ଭିତ୍ତିକ ସମସ୍ୟାକୁ ତୃଣମୂଳ ସ୍ତରରୁ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। More

ରାୟଗଡାର ଟ୍ରି-ମ୍ୟାନ୍‌ : ୨୦ ବର୍ଷରେ୧୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ଗୋପୀନାଥ ଚୌଧୁରୀ

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ More

ଶ୍ରୀମନ୍ଦିର ଖୋଲିବା ନେଇ SOP ଜାରି, ୧୬ରୁ କାଳିଆ ଦର୍ଶନ

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। More

ରାଜ୍ୟସଭାରେ ଉଠିଲା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ପ୍ରସଙ୍ଗ

ରାଜ୍ୟସଭାରେ ଉଠିଲା ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ପ୍ରସଙ୍ଗ ।  ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିବା ବେଳେ ରାଜ୍ୟ ସଭାରେ ଏ ସଂପର୍କରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ୧୮୧୭ରେ ଓଡ଼ିଶାରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ସେହିପରି ଟ୍ରାଇବାଲ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ସଂରକ୍ଷଣ କରି ରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏ ସଂକର୍ପରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ। ଏହାର ଉତ୍ତରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏ ଦିଗରେ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି।

ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଜାରି ହେଲା ନୂଆ ସର୍କୁଲାର

ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନୂଆ ସର୍କୁଲାର ଜାରି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସର୍କୁଲାର ଜାରି କରିଛି। More

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଲେ ହେଲ୍‌ପର୍‌

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। More

‘ହନୁମାନ ପଇସା’ ପାଇଁ ନେଇଗଲେ ଯୁବକଙ୍କ ଜୀବନ

ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।  More

ରାଜ୍ୟରେ ପୁଣି ହଜାରେ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୬୫ ଆକ୍ରାନ୍ତ ମୃତ

ରାଜ୍ୟରେ ପୁଣି ହଜାରେ ଉପରକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More

ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। More

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ?

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ More

‘ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ’, ପ୍ରକଳ୍ପକୁ ଲୋକଙ୍କ ବିରୋଧ ଯୋଗୁଁ ଲାଗିଲା ୧୪୪ ଧାରା

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି । More

ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ

ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି । More

ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। More

ସୋସିଆଲ ମିଡିଆରେ ଜିଅନ୍ତା ଲୋକଙ୍କ ଫଟୋ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଅନୁଭବ

ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ । More