ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 August 2021

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ?

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ More

‘ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ’, ପ୍ରକଳ୍ପକୁ ଲୋକଙ୍କ ବିରୋଧ ଯୋଗୁଁ ଲାଗିଲା ୧୪୪ ଧାରା

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି । More

ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ

ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି । More

ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। More

ସୋସିଆଲ ମିଡିଆରେ ଜିଅନ୍ତା ଲୋକଙ୍କ ଫୋଟୋ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଅନୁଭବ

ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ । More

ଇଏ ରାସ୍ତା ନୁହେଁ ଯମପୁରକୁ ରାସ୍ତା: ଦୁର୍ଘଟଣାରେ ଯାଉଛି ଜୀବନ କିନ୍ତୁ ଚେତୁନାହିଁ ପ୍ରଶାସନ

ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। More

ଅଧିକ ପିଲା ପାସ୍‌ କଲେ, କଲେଜ୍‌ରେ ସିଟ୍‌ ସଂଖ୍ୟା ବଢାଇଲେ ସରକାର

ସେପଟେ ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୫ ଯାଏ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଅନ୍ଲାଇନରେ ଆଡ଼ମିଶନ ପାଇଁ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପକ୍ଷରୁ ଆବେଦନ କରିବା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲାଯାଇଛି। ସେହିଭଳି ନାମଲେଖା ଦ୍ୱନ୍ଦ୍ୱ ଦୂର ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ।ସେପଟେ ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୫ ଯାଏ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଅନ୍ଲାଇନରେ ଆଡ଼ମିଶନ ପାଇଁ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପକ୍ଷରୁ ଆବେଦନ କରିବା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲାଯାଇଛି। ସେହିଭଳି ନାମଲେଖା ଦ୍ୱନ୍ଦ୍ୱ ଦୂର ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ। More

ନବୀନଙ୍କ ତୃତୀୟ ନୟମ ହେବ କି ଗଣମାଧ୍ୟମ? କାଉକୁ ଧଳା କହିବାକୁ ଚେଷ୍ଟା କରୁଛି କିଏ?

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି। More

ବର୍ଷା ସହ ବଜ୍ରପାତ ନେଇ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ । More

ଦେଶର ୪୪ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ, ରାଜ୍ୟରେ କମୁଛି ସଂକ୍ରମଣ

ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରେସମିଟ୍ କରି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ୧୧ଟି ରାଜ୍ୟର ୪୪ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି । More

ପଞ୍ଚାୟତ ନିର୍ବାଚନ ନେଇ ସଜବାଜ, ହେଲେ ପୌର ନିର୍ବାଚନର ନାଁ ଧରୁନାହାନ୍ତି

ଗୋଟିଏ ପଟେ ରାଜ୍ୟରେ ୩ ବର୍ଷରୁ ଅଧିକ ସମୟ ହେବ ପୌର ନିର୍ବାଚନ ବିଳମ୍ବ ହେଲାଣି । ସେକଥା ଭାବିବାକୁ ସରକାରଙ୍କ ପାଖରେ ସମୟ ନଥିବା ଭଳି ଦେଖାଯାଉଛି । More

ସଙ୍କଟରେ ପିତଳ ମୂର୍ତ୍ତି କାରିଗର

ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା ନଥିବାବେଳେ ସଂକଟରେ ଜୀବନ ବିତାଉଛନ୍ତି ପିତଳ ମୂର୍ତ୍ତି କାରିଗର । More

ସମବାୟ ବ୍ୟାଙ୍କରେ ତାଲା ପକାଇଲେ ଚାଷୀ

ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସଂପାଦିକା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି। More

୧୧ ହଜାରରୁ ଅଧିକ ଶିକ୍ଷକ ପଦବୀ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

୨ ହଜାର ୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୨୩ ତାରିଖ ଦିନ ଯଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ଟି ଟିଜିଟି ଏବଂ ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ । More

ନକ୍ସଲଙ୍କୁ ହଟାଅ, ସମାଜକୁ ପ୍ରଗତିଶୀଳ କରାଅ : ମାଓବାଦୀଙ୍କ ବିରୋଧରେ ବନବାସୀଙ୍କ ରଣ ହୁଙ୍କାର

ହାତରେ ପ୍ଲାକାର୍ଡ ଧରି ଲାଲବାହିନୀ ବିରୋଧରେ ରଣ ହୁଙ୍କାର ଦେଲେ ବନବାସୀ । କିଛି ଦିନ ତଳେ ପୋଲିସ ଇନଫରମର୍ ସନ୍ଦେହରେ ଜଣେ ନିରୀହ ଭୁଞ୍ଜିଆ ବ୍ୟକ୍ତିଙ୍କୁ ମାଓବାଦୀ ମାନେ ନିର୍ମମ ହତ୍ୟା କରିଥିଲେ । More

ଆଜି ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା

ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ । More

ନବୀନଙ୍କ ଦୁଇ ଆଖି ବବି ଓ ପାଣ୍ଡିଆନ ବବି : ନିଜ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ

ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି । More

ମଞ୍ଚ ଉପରେ ୫୦ରୁ ଅଧିକ ନେତା ଓ କର୍ମୀ ହେଲେ କାହାରି ମୁହଁରେ ନାହିଁ ମାସ୍କ

କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ।  More

ମିଛ ରିପୋର୍ଟ ଦେଇ ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ

ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । More

ଡଙ୍ଗର ରାଣୀ ପ୍ରମିଳା: ବାପା ପାଇଁ ଜଙ୍ଗଲରେ ବିତୁଛି ଜୀବନ

୧୯୮୦ ମସିହାରେ ଭଗବାନ ପାଙ୍ଗି ଡାକ ବିଭାଗ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବା ପରେ ଡାକ ବିଭାଗରେ ଚାକିରି ଛାଡିଥିଲେ। ନିଜସ୍ୱ ଜମି ନଥିବାରୁ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଜଙ୍ଗଲରେ ୪୦ ବର୍ଷ ତଳେ ଚାଲି ଆସିଥିଲେ । More

୩ ପଞ୍ଚାୟତରେ ୨ ମାସ ପାଇଁ ଜାରି ହେଲା ୧୪୪ ଧାରା

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ  ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା । More

ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ୍ ଆଲର୍ଟ ଜାରି କରାଯାଇଛି । More

ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ: ପ୍ରଭାତ

ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ। ତା ଛଡ଼ା ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଭାତ କହିଛନ୍ତି। More

୧୨ରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ। More

ମୁଖ୍ୟମନ୍ତ୍ରୀ, ଡିଜିଙ୍କୁ ଟ୍ୱିଟ୍‌ ପରେ ଗୃହବନ୍ଦୀ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ !

ଜଣେ ଯୁବକ ତାଙ୍କୁ ବିବାହ କରିବା ନିମନ୍ତେ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି ଏବଂ ମାରିବାର ଧମକ ଦେଉଛନ୍ତି।  ଯାହା ଫଳରେ ୧୫ ଦିନ ହେବ ସମ୍ପୃକ୍ତ ଯୁବତୀ ଭୟରେ ଗୃହବନ୍ଦୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରି ନିଜର ସୁରକ୍ଷା ମାଗିଥିଲେ। More

ଫିଲ୍ମ ଷ୍ଟାଇଲରେ କରୁଥିବା କାରନାମାର ଗୁମର ଫିଟାଇଦେଲା ଟ୍ରକ୍ ଡ୍ରାଇଭର

ଗତ ୮ ଦିନ ଭିତରେ ୫ଟି ଚେନ୍, ୩୦ ମୋବାଇଲ ଓ ୪ ବାଇକ୍ ଲୁଟି ପୋଲିସର ନିଦ ହଜାଇ ଦେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।  ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ।  ଧରା ନପଡିବା ପାଇଁ ଚୋରି କରିଥିବା ଗାଡିକୁ ଲୁଟ୍‌ରେ ବ୍ୟବହାର କରୁଥିଲେ।  More

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ବାଣ ହୋଲସେଲ୍ ବିଲ୍ଡିଂ

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଜଳିଗଲା ପୁରା ବିଲ୍ଡିଂ। ଗୁଜରାଟ ଆନନ୍ଦ ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ହୋଲସେଲ୍ ବାଣ ଦୋକାନରେ ଅଗ୍ନିକାଣ୍ଡ ପରେ ଏହା ଭୟଙ୍କର ରୂପ ନେଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଆଖପାଖ ବିଲ୍ଡିଂକୁ ମଧ୍ୟ ବ୍ୟାପିଯାଇଥିଲା। ଆନନ୍ଦ ସହରର ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ନିକଟସ୍ଥ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ପୋଡ଼ିିଯିବା ସହ ୭ଟି ବାଇକ୍ ଓ ଏକ କାର୍ ଜଳିଯାଇଛି। ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଖିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣାପଡ଼ିନାହିଁ।

ଆଜି ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କରିବେ ମୋଦି

ଆଜି ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶ ମହୋବାରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ଦିନ ସାଢ଼େ ୧୨ଟାରେ ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କ ସହ କଥା ହେବେ ଏବଂ ଏହି ଅବସରରେ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧନ କରିବେ ପିଏମ୍। ଗତ ୨୦୧୬ ମସିହାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ ବେଳେ ବିପିଏଲ୍ ପରିବାରର ପ୍ରାୟ ୫ କୋଟି ମହିଳାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରେ ୨୦୧୮ରେ ଅନ୍ୟ ୭ଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିଲା। ପରେ ଏହି ଟାର୍ଗେଟ୍ ୮ କୋଟିକୁ ବୃଦ୍ଧି ପାଇଥିଲା।

ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। More

ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।    More

ଆମ କଥା ଭୁଲିଗଲେ ସରକାର ! ୧୦ ଲକ୍ଷ ପରିବାର ଚଳିବ କେମିତି?

ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି। More

'ଆଗକୁ ରାଜ୍ୟରେ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି'

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବେ ବି ବର୍ଷା ହେବାର ସମୟ ଅଛି। ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।  More

୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।  More