ସଂକ୍ଷେପରେ ଆଜିର ତାଜା ଖବର - Monday, 09 August 2021

ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। More

ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।    More

ଆମ କଥା ଭୁଲିଗଲେ ସରକାର ! ୧୦ ଲକ୍ଷ ପରିବାର ଚଳିବ କେମିତି?

ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି। More

'ଆଗକୁ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି'

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବେ ବି ବର୍ଷା ହେବାର ସମୟ ଅଛି। ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।  More

୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।  More

କଲବଲ କରୁଛି ମହାମାରୀ : ପେଟପାଟଣା ପାଇଁ ରାଜଧାନୀରେ ବିକ୍ଷୋଭ

କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । More

ଯେତିକି ଖାଉଛନ୍ତି, ତାଠୁ ଅଧିକ ନଷ୍ଟ କରୁଛନ୍ତି : ହାତୀ ଉପଦ୍ରବରେ ତ୍ରାହି ତ୍ରାହି ଡାକିଲେଣି ଲୋକେ

ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି More

ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର। More

ଆଜି ଯାଏଁ ବଣ୍ଟା ଯାଇପାରିନି ବାତ୍ୟା ୟାସର ରିଲିଫ୍ ଚାଉଳ : ପଞ୍ଚାୟତ ଗୋଦାମରେ ପୋକ ସାଲୁବାଲୁ ହୋଇ ସଢୁଛି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । More

କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ

କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରେସ କନଫରେନ୍ସ କରି ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗିରଫ ୬ ଜଣଙ୍କ ନାଁରେ ଅନ୍ୟାନ୍ୟ ମାମଲା ବି ରହିଛି। ୫ ମାସ ଭିତରେ କଟକରୁ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇସାରିଲାଣି। କଟକ ଓ ଭୁବନେଶ୍ୱରରୁ ୬ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି। ଟ୍ୱିନ୍‌ ସିଟିକୁ ଡ୍ରଗ୍ସମୁକ୍ତ କରିବା କମିଶନରେଟ ପୋଲିସର ଲକ୍ଷ୍ୟ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର।

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ। ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ ଘନଶ୍ୟାମ ସାହୁଙ୍କ ଘରେ ଭିଡିଲାନ୍ସ ରେଡ୍ କରିଛି। ଅଫିସ ଓ ବାସଭବନରେ ଏକାସଙ୍ଗେ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘନଶ୍ୟାମ ସାହୁଙ୍କ ଘରେ ଓ ଅଫିସ୍‌ରେ ରେଡ୍ ହୋଇଛି। ଚଢାଉରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ସ୍କର୍ପିଓ ଗାଡି , ଗୋଟେ ବାଇକ, ସୁନାଗହଣା ଓ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି।

ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଆହତ

ଦୁଇ କାର୍‌ ମୁଁହାମୁହିଁ ଧକ୍କା ହେବା ଯୋଗୁ  ୭ ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନ୍. ସି. ଜ୍ୟୋତିଶଙ୍କର ନାୟକ ଅଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କରଙ୍କ ସମେତ ଅନ୍ୟ ଆହତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବାବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ କାର ସମ୍ନା ପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା।  

ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। More

ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲା : ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ୍

ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା More

କୋରାପୁଟ କଫିର ବିକ୍ରି ପାଇଁ ସହମତି

ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ TDCCOLର ପ୍ରୟାସରେ କୋରାପୁଟ କଫିର ବିକ୍ରି ପାଇଁ ସହମତି ପ୍ରକାଶ କରିଛି ଟାଟା କଫି। ଅର୍ଥାତ୍‌ ଟାଟା କଫି ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କିଣିବାକୁ ଯାଉଛି। TDCCOLକୁ ୨୦୦ କେଜିରୁ ଅଧିକ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ପ୍ରେରଣାର ଉତ୍ସ ସାଜିଛନ୍ତି। ତେବେ ଟାଟା କଫିର ସହଯୋଗ କଫି ଚାଷୀଙ୍କ କଲ୍ୟାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କୋଭିଡ ସଙ୍କଟ ବେଳେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଆଗକୁ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି

ଆଗକୁ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ। କିନ୍ତୁ ଚଳିତ ବର୍ଷ ୪ଟି ଲୋ’ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ’ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ନୀଳଗିରି ବଣରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ସାଢେ ୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ। ଜୁଆ ପାଇଁ ବ୍ୟବହୃତ ବହୁ ତାସ୍ ମୁଠା ମଧ୍ୟ ଜବତ ହୋଇଛି। ଚଢାଉ ଦେଖି ଘଟଣାସ୍ଥଳରୁ ଅନେକ ଜୁଆଡ଼ି ଫେରାର ହୋଇଯାଇଥିବାବେଳେ ୨୦ ଜଣଙ୍କୁ କାବୁ କରିଥିଲା ପୋଲିସ। କୋରପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅତର୍କିତ ଚଢ଼ାଉ କରିଥିଲେ। 

ଲୋୟର ପିଏମ୍‌ଜିରେ ବିକ୍ଷୋଭ

ଅଗଷ୍ଟ ଗାଇଡଲାଇନ୍‌ରେ କୋଭିଡ୍ କଟକଣା କୋହଳ ହୋଇଥିଲେ ମଧ୍ୟ ଭୋଜିଭାତ ନିୟମ ଅପରିବର୍ତ୍ତିତ ରହିଛି। ଫଳରେ ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା କଲ୍ୟାଣ ମଣ୍ଡପ, କ୍ୟାଟରିଙ୍ଗ, ଫୁଲ ବ୍ୟବସାୟୀ ଓ ଟେଣ୍ଟ ହାଉସ୍ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଏହି ସଂଗଠନର କର୍ମକର୍ତ୍ତା ରାଜଧାନୀର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛନ୍ତି। କରୋନା କାଳରେ ନିଜର ଜୀବିକା ହରାଇ ଦୀର୍ଘ ୨ ବର୍ଷ ହେବ ଯେଉଁଭଳି ଭାବେ ଅନଟନ ଭିତରେ ଜୀବନ ବିତାଉଛନ୍ତି, ତାକୁ ନେଇ ବିକ୍ଷୋଭ କରିଛନ୍ତି। ବିବାହ, ବ୍ରତଘର ଭଳି ଯେକୌଣସି ସାମାଜିକ କାର୍ଯ୍ୟରେ ୩୦୦ ଲୋକଙ୍କୁ ଅନୁମତି ପାଇଁ ଦାବି ହୋଇଛି।

ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ମନ୍ଦିର ଗୁଡିକୁ ଛାଡି ବାକି ସବୁ ମନ୍ଦିର ଆଜିଠୁ ଖୋଲିଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ଦର୍ଶନ କରିପାରିବେ। ତେବେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ମନ୍ଦିର ଯିବାକୁ ପରାମର୍ଶ ଦିଆଯାଇଛି।

୩ ମାସ ହେବ ପାଣି ଘେରରେ ଅଛନ୍ତି ୪୦ ପରିବାର।

୩ ମାସ ହେବ ପାଣି ଘେରରେ ଅଛନ୍ତି ୪୦ଟି ପରିବାର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅନ୍ତର୍ଗତ ଖପରପଦା ଗାଁର ୪୦ଟି ପରିବାର ଏବେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ୩ମାସ ତଳ ବାତ୍ୟା ୟାସ୍ ପ୍ରଭାବରେ ଗାଁ ଭିତରକୁ ପାଣି ପଶି ଆସିଥିଲା। ଏହି ପାଣି ଧୀରେ ଧୀରେ କମିଥିବା ବେଳେ ବର୍ଷା ଲାଗି ରହିଥିବାରୁ ପାଣି କମୁ ନାହିଁ। ଘରୁ ବାହାରକୁ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଯିବାକୁ ପଡୁଛି। ପାଣି ନିଷ୍କାସନ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି।

ପୋଡ଼ା ଯାଉଛି ରୋଗୀଙ୍କ ପାଇଁ ଆସିଥିବା ମେଡିସିନ୍

ରୋଗୀଙ୍କ ପାଇଁ ଆସିଥିବା ମେଡିସିନ୍ ପୋଡ଼ା ଯାଉଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମେଡିସିନ୍ ଦିଆନଯାଇ ପୋଡ଼ା ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଏସବୁ ମେଡିସିନ୍ ଦେବାକୁ ଆସିଥିଲା। ତେବେ ଏତେ ସଂଖ୍ୟାରେ ମେଡିସିନ୍ କାହିଁକି ନଷ୍ଟ କରାଯାଉଛି, ସେ ବିଷୟରେ ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆାଯିବ। 

ମୃତଦେହ ପାଖ ମାଡିଲେନି ସମ୍ପର୍କୀୟ, ଶଗଡ଼ରେ ବାପାର ଶବକୁ ମଶାଣି ନେଲା ପୁଅ

ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ।  More

ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। More

ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି।  More

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌। ୨୪ ଘଣ୍ଟାରେ ୮୮୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। More

ମାନ୍ୟତା ପରେ ମିଳୁଛି ମାନ୍ୟତା, ହେଲେ ବଦଳୁନି ଭିତ୍ତିଭୂମି

ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି। More

୬ ମାସ ପରେ କ୍ୟାମ୍ପସ୍‌ରେ ପାଦ ପଡ଼ିବ, ହଷ୍ଟେଲରେ ପହଞ୍ଚିଲେଣି ଛାତ୍ରଛାତ୍ରୀ

ସ୍କୁଲ୍ ଓ କଲେଜ ପରେ କାଲିଠୁ ଖୋଲୁଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ଏଥିପାଇଁ କ୍ୟାମ୍ପସ୍‌କୁ ବିଶୋଧନ ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣମୁକ୍ତ ପରିବେଶରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ । More

ଆବାସ ଯୋଜନା ହିତାଧିକାରୀଙ୍କ ଘର ଦେଖିଲେ ଓ କଥା ଶୁଣିଲେ ଆଖିରୁ ଲୁହ ଆସିବ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଜାରି ରହିଛି ରାଜନୈତିକ ଘମାସାନ । ଯୋଜନାରେ ଘୋଟାଲାକୁ ନେଇ ବିରୋଧୀ ଖଡ୍ଗହସ୍ତ । More

ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ ମିଳୁଛି ଫମ୍ପା ପ୍ରତିଶ୍ରୁତି

ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି More

ଅତିଥି ହୋଇ ମା କୋଳକୁ ଆସିଥିଲେ ୪, ଚାଲିଗଲେ ୨

୪ ଛୁଆଙ୍କ ଜନ୍ମ ଖବର ଜାଣିବା ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେ ଲେଖିଛନ୍ତି ଯେ ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ । More

ଖାଇବା ତେଲ ଦରରେ ଏବେ ଖାଉଟି କଲବଲ !

କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି। More