ସଂକ୍ଷେପରେ ଆଜିର ତାଜା ଖବର - Saturday, 07 August 2021

ପଞ୍ଚାୟତ ଭୋଟ୍ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା

କରୋନା ମିଟର ପୂରା ଖସି ନ ଥିଲେ ବି ଉଷ୍ମ ହେବାରେ ଲାଗିଛି ରାଜନୈତିକ ବାତାବରଣ। ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ ବା ନିଜ ଦଳୀୟ ସଂଗଠନ ମଜବୁତ ହେଉ, ସବୁ ଦଳ ପକ୍ଷରୁ ବିଭିନ୍ନ ବାହାନାରେ ତୃଣମୂଳ ସ୍ତରର ଭୋଟରଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ। More

ବିତିଲାଣି ଦେଢ ମାସ, ପ୍ଲସ୍-ଟୁ ଆଡମିଶନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷାରେ ଛାତ୍ରଛାତ୍ରୀ

ଅପରପକ୍ଷେ ଯୁକ୍ତ ତିନି ଆଡମିଶନ୍ କ୍ଷେତ୍ରରେ ବି ପାଖାପାଖି ସମାନ ଅବସ୍ଥା। ୟା ଭିତରେ କଳା ଓ ଧନ୍ଦାମୂଳକ ଶିକ୍ଷାକୁ ଛାଡ଼ି ଦେଲେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି। ଏ ଦୁଇ ଷ୍ଟ୍ରିମ୍‌ରେ ବି ରେକର୍ଡ ସଂଖ୍ୟକ ପିଲା ପାସ୍ କରିଛନ୍ତି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ମଧ୍ୟ ପିଲା ଆସିବେ। More

ନୀରଜଙ୍କ ସହ ରହିଛି ଭୁବନେଶ୍ୱରର ଭାବ

ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ । More

କାଠଯୋଡ଼ି ନଦୀରେ ଭାସି ଯାଇ ୨ ନିଖୋଜ

କଟକ: କଟକରେ ଅଘଟଣ। କାଠଯୋଡ଼ି ନଦୀରେ ଭାସି ଯାଇ  ୨ ଜଣ ନିଖୋଜ ହୋଇଛନ୍ତି।  ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନେ ଭାସି ଯାଇ ଏକ ବୁଦା ମୂଳରେ ଲାଗି ଥିଲେ। ସେମାନଙ୍କ ମଧ୍ୟରୁ  ୨ ଜଣଙ୍କୁ  ଉଦ୍ଧାର କରାଯାଇଛି। ଆଉ ୨ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି।

ବର୍ଷାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ

ଏହି ପୋଷ୍ଟ ପରେ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ଶୁଭେଚ୍ଛା କରିଥିଲେ ବି ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ବର୍ଷାଙ୍କୁ ସକାଳେ ୱିସ୍ ନକରି ଅପରାହ୍ନରେ କାହିଁକି କଲେ। ସେହି ପରି ଅନ୍ୟ ଜଣେ ଯୁଜର୍ସ ଲେଖିଛନ୍ତି ଯେ,ଏମିତି ଜଣେ ଦାୟିତ୍ଵବାନ ଏବଂ ଯତ୍ନବାନ ସ୍ୱାମୀ ପାଇବା ଭାଗ୍ୟରେ ଥିଲେ ମିଳେ। ଯିଏ କି ଏତେ ସବୁ ହେଲା ପରେ ବି ତାଙ୍କ କର୍ତ୍ତବ୍ୟ ଭୁଲି ନାହାଁନ୍ତି।   More

ଏବେ ପାଖାପାଖି ହଜାରେ ଡେଙ୍ଗୁ ରୋଗୀ, କିଛି ଟେଷ୍ଟ ଫଲ୍ସରେ ପଜିଟିଭ୍‌ ବାହାରୁଛି

ରାଜ୍ୟରେ ଏବେ ପାଖାପାଖି ହଜାରେ ଡେଙ୍ଗୁ ରୋଗୀ ରହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ ହଜାରେ ଭିତରୁ କେବଳ ଭୁବନେଶ୍ୱର ମହାନଗର ନିଗମରୁ ୭୧୪ କେସ୍ ରହିଛି । More

ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ଅଦୈତ୍ୟ : ବିନା ସାହାରାରେ ଉଠି ବସି ପାରୁନାହାନ୍ତି

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି More

ବଜ୍ରପାତରେ ୩ ମୃତ, ୫ ଗୁରୁତର

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର ଆହତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମଥାନା ଗାଁର ବିଲରେ କାମ କରୁଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।  ସେହିପରି ସିଂଲା ଥାନା ଶାସନ ଗାଁରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ଆଉ ଏକ ଘଟଣାରେ ଜଳେଶ୍ୱର ଥାନା ବରଡିହା ଗାଁରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ବର୍ଷା ଘଡ଼ଘଡ଼ି ହେବାରୁ ଏହି ଅଘଟଣ ଘଟିଛି।  

ମନ୍ତ୍ରୀଙ୍କ ଅଗୋଚରରେ ପିଏସ୍ ଦୀପ୍ତିରଂଜନଙ୍କୁ ବଦଳି !

କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ? More

ଆଜି ଜାତୀୟ ହସ୍ତତନ୍ତ ଦିବସ : ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପେଟୁପାଲିର ବୁଣାକାର ପରିବାର

ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ । More

’୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ରେଜଲ୍ଟ’

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ସରି ଥିବାବେଳ ଆସନ୍ତା ୧୨ରୁ ଖାତା ଦେଖା ହେବ। ୨୦ ତାରିଖ ସୁଦ୍ଧା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଛି। More

ତଦନ୍ତ କରିବାକୁ ଯାଇଥିଲେ ପୋଲିସ୍‌ ଟିମ୍‌, ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମବାସୀ ପୋଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିବା ଥିବା ଅଭିଯୋଗ ହୋଇଛି। More

ଦାଦନ ଖଟିବାକୁ ଯାଇଥିଲେ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କରୁଣାକର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ ଅସୁସ୍ଥ ହେବାପରେ ଗତ ୩୦ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । More

ଓଡିଶୀ ପାଇଁ ସମର୍ପିତା ଲିମା : ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତି ପାଇଁ ସାରା ଜୀବନ ସାଧନାରେ ନିମଗ୍ନ

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା More

ସଂଘର୍ଷର କାହାଣୀ “ନୂଆବୋହୂ” ରୁ “ଝିଅ ଆମର ନୂଆବୋହୂ”

ଉତ୍ତରାଧିକାରୀ ପାଇଁ ଆରମ୍ଭ ହୋଇଥିବା ଲଢେଇରେ ଚାଲିଯାଇଛି ଗୋଟେ ମା’ ସହିତ ଗୋଟେ ନିରୀହ ନିଷ୍ପାପ ଶିଶୁର ଜୀବନ। ଦୁନିଆର ଆଲୋକ ଦେଖିବା ଆଗରୁ ତାକୁ ମା’ ଗର୍ଭରେ ମାରିଦିଆଯାଇଛି। ହେଲେ କଥା ଏଇଠି ଅଟକି ଯାଇନି। ସେହି ଉତ୍ତରାଧିକାରୀ ପରମ୍ପରାକୁ ଉଠେଇବା ପାଇଁ କେତେ ଯେ ହୋଇଛି ସଂଘର୍ଷ ଆଉ ବାଜିରେ ଲାଗିଯାଇଛି କେତେ ଯେ ଜୀବନ। ସମ୍ପର୍କର ମୂଲ୍ୟବୋଧ ପାଇଁ ଲଢେଇ କରିଚାଲିଛି ରାଧିକା, ଆଉ ଶେଷରେ ତା’ ମାତୃତ୍ୱର ପରୀକ୍ଷା ଦେଇ ନିଜ ସନ୍ତାନକୁ ବଞ୍ଚେଇବା ନେଇ ଜୀବନକୁ ଦେଇଛି ଜଳାଞ୍ଜଳି More

ଭିଜିଲାନ୍ସ ଜାଲରେ ପୁଇଁତଳା ବ୍ଲକ କିରାଣି

ବଲାଙ୍ଗିର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର କିରାଣି ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି। କ୍ୟାସିୟର ରବୀନ୍ଦ୍ର ମହାନ୍ତିଙ୍କ ୪ଟି ଘରେ ଏକକାଳୀନ ରେଡ୍ କରାଯାଇଛି। ସାଗରପଡ଼ା, ତୁଷୁରା ସହର ଏବଂ ପୈତୃକ ଗାଁ ଡୁଙ୍ଗୁରିପାଲିରେ ଥିବା ଘର ଓ ପୁଇଁତଳା ଅଫିସରେ ଏକସଙ୍ଗରେ ଚଢ଼ାଉ ଚାଲିଛି । ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି। ଘର ଜାଗା, ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ଟିମ୍ ।

ଏମସିଏଲ ଆନନ୍ଦବିହାର ଷ୍ଟାଫ୍ କଲୋନିରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ଥିବା ଏମସିଏଲ ଆନନ୍ଦବିହାର ଷ୍ଟାଫ୍ କଲୋନିରେ ଅଗ୍ନିକାଣ୍ଡ ଘଟିଛି । ଆନନ୍ଦ ବିହାର ପରିସରରେ ଥିବା ନିଶିଗନ୍ଧା ହଲ୍ ନିଆଁରେ ଜଳି ଯାଇଛି । ରାତି ପ୍ରାୟ ୧୨ଟା ୧୫ ବେଳେ ନିଶିଗନ୍ଧା ହଲ୍ ଜଳୁଥିବା ଦେଖିବାକୁ ମିଳିଥିଲା । ଚାହୁଁ ଚାହୁଁ ନିଆଁ ପୁରା ହଲ୍‌କୁ ବ୍ୟାପି ଯାଇଥିଲା । କିଛି ସମୟ ପାଇଁ ହୁତୁ ହୁତୁ ହୋଇ ଜଳିଥିଲା ନିଶିଗନ୍ଧା ହଲ୍ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି।

ଭିଜିଲାନ୍ସ ଜାଲରେ ଆସିିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନାକଟିଦେଉଳ ବ୍ଲକର ଆସିିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର। ଜଣେ ଗାଁ ସାଥିଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଦ୍ୱାରା ୪ ହଜାର ଟଙ୍କା ସହ ଧରାପଡିଲେ ବ୍ଲକ ଏପିଓ ସୁରେନ୍ଦ୍ର କୁମାର ସାହୁ। ଗଜବୁରି କେନାଲ କାର୍ଯ୍ୟର ଫାଇଲ ପ୍ରୋସେସ ପାଇଁ ଗାଁ ସାଥିଙ୍କ ସମ୍ପର୍କୀୟଠାରୁ ୪ହଜାର ଟଙ୍କା ଲାଞ୍ଚ ନେବାବେଳେ ସମ୍ବଲପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କାକୁ ଜବତ କରିବା ସହିତ ଏପିଓ ସୁରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏପିଓ ସୁରେନ୍ଦ୍ର 

ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ । ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ଗାଁ ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ଯୁବକ ହେଲେ ଶ୍ରୀରାମପୁର ଗାଁର ବସନ୍ତ ପରିଡା । ବସନ୍ତ ଗାଈ ନେଇ ବ୍ରାହ୍ମଣୀ ନଦୀ କୂଳରେ ଚରାଉଥିଲେ। ଏହି ସମୟରେ ନଦୀ କୂଳରୁ କୁମ୍ଭୀର ଝାମ୍ପିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅଗ୍ନିଶମ ବାହିନୀ ଗ୍ରାମବାସୀଙ୍କ ସହାୟତାରେ ଖୋଜା ଖୋଜି ଜାରି ରଖିଛନ୍ତି କିନ୍ତୁ ଗତକାଲିଠାରୁ ଏ ପର୍ଯ୍ୟନ୍ତ ନିଖୋଜ ବସନ୍ତଙ୍କ ସନ୍ଧାନ ମିଳି ନାହିଁ।

ଡେଲ୍‌ଟା ରାଙ୍କିଙ୍ଗରେ କୋରାପୁଟ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ନମ୍ବର ୧

ନିତି ଆୟୋଗ ଦ୍ୱାରା ପ୍ରକାଶିତ ଡେଲ୍‌ଟା ରାଙ୍କିଙ୍ଗରେ କୋରାପୁଟ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ୧ ନମ୍ବର ହୋଇଛି। ପୂର୍ବରୁ ମୌଳିକ ଭିତ୍ତିଭୂମି ଥିମ୍‌ରେ କୋରାପୁଟ୍ ଦ୍ୱିତୀୟ ସ୍ଥାନରେ ଥିଲା। ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜୁନ ମାସ ୨୦୨୧ ପାଇଁ ଘୋଷିତ ଡେଲଟା ରାଙ୍କିଙ୍ଗର ଉନ୍ନତ ଜିଲ୍ଲା ଭିତରେ କୋରାପୁଟ ୧ ନମ୍ବର ସ୍ଥାନରେ ରହିଛି। ପାଞ୍ଚଟି ମୁଖ୍ୟ ଉତ୍ସକୁ ଆଧାର କରି ରାଙ୍କିଂ କରାଯାଇଛି। ଶିକ୍ଷାର ଭିତ୍ତିଭୂମି, ଶିକ୍ଷକଙ୍କ ଉପସ୍ଥାନ, ଛାତ୍ରଙ୍କ ଉପସ୍ଥାନ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ଏହି ରାଙ୍କିଙ୍ଗ କରାଯାଇଛି। କୋଭିଡ ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ଭିତ୍ତିଭୂମି ବିକାଶ କରିବା ସହଜ ହୋଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।

ଘର ପିଣ୍ଡାରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଘର ପିଣ୍ଡାରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଗୋପାଳପୁର ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ କାଶୀନାଥ ଗୌଡ। କାଶୀନାଥ ରାତିରେ ଦାଣ୍ଡ ପିଣ୍ଡାରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କାଶୀନାଥଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଆଜି ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଜମି ବିବାଦକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। 

ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ହେଲେ ଗଲ୍ଫର ଅଦିତି ଅଶୋକ

ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ହେଲେ ଯୁବ ଗଲ୍ଫର ଅଦିତି ଅଶୋକ। ମହିଳା ବ୍ୟକ୍ତିଗତ୍ ଷ୍ଟ୍ରୋକ୍ ପ୍ଲେରେ ଅଦିତି ଚତୁର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ଗତକାଲି ଦ୍ୱିତୀୟ ସ୍ଥାନରେ ଥିବା ୨୩ ବର୍ଷୀୟା ଅଦିତି ଶେଷ ହୋଲ୍ ପରେ ଚତୁର୍ଥ ସ୍ଥାନରେ ରହିଥିଲେ। ପୁରା ପ୍ରତିଯୋଗିତାରେ ଅଦିତି ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ।  ବିଶ୍ୱ ରାକିଂର ୨୦୦ ନମ୍ବର ସ୍ଥାନରେ ଥିବା ଅଦିତି ଗତ ରିଓ ଅଲିମ୍ପିକ୍ସରେ ୪୧ ନମ୍ବର ସ୍ଥାନରେ ରହିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସରେ ଆରମ୍ଭରୁ ସେ ପ୍ରଭାବଶାଳୀ ପ୍ରଦର୍ଶନ କରି ଆସିଥିଲେ। ଆଉ ପ୍ରଥମ ତିନି ରାଉଣ୍ଡ ସୁଦ୍ଧା ସେ ପ୍ରଥମ ସ୍ଥାନରେ ଥିଲେ। ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ଗଲଫରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ

ଦୀର୍ଘଦିନ ପରେ ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହୋଇଛି ୭୫ ମିଟର କରିଡରର ଉଚ୍ଛେଦ କାର୍ଯ୍ୟ। ଶ୍ରୀମନ୍ଦିର ପରିକ୍ରମା  କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡି ଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଥିବା ୩ଟି ଘରର ଉଚ୍ଛେଦ ଆରମ୍ଭ କରାଯାଇଛି। ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି। 

କୋଭିଡ୍ ହସ୍ପିଟାଲରୁ ଚମ୍ପଟ୍ ମାରିଲେ ଚିକିତ୍ସାଧୀନ କଏଦୀ

ବ୍ରହ୍ମପୁର କୋଭିଡ୍ ହସ୍ପିଟାଲରୁ ଚମ୍ପଟ୍ ମାରିଲେ ଚିକିତ୍ସାଧୀନ କଏଦୀ। ଫେରାର୍ କଏଦୀ ହେଉଛନ୍ତି ନୟାଗଡ଼ର ମିରତା ସିଂ। କିଛି ଦିନ ପୂର୍ବେ ଗଞ୍ଜେଇ ଚାଲାଣ ମାମଲାରେ ବାଲିଗୁଡ଼ା ପୋଲିସ ଗିରଫ କରିଥିଲା। ଏହାପରେ ଅସୁସ୍ଥ ହେବାରୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ କୋଭିଡ୍ ପଜିଟିଭ୍ ବାହାରିବା ପରେ ଗତ ଜୁଲାଇ ୩୧ ତାରିଖରେ ବ୍ରହ୍ମପୁର କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଭୋର ସମୟରେ ସେ କେଉଁ ଆଡ଼େ ଚମ୍ପଟ ମାରିଛନ୍ତି।

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ଗତ ରାତିରେ ଜେଇଇ ମେନ ତୃତୀୟ ସେସନ୍‌ର ଫଳ ପ୍ରକାଶିତ ହୋଇଛି। ଏହା ହେଉଛି ଏ ବର୍ଷର ତୃତୀୟ ପର୍ଯ୍ୟାୟ ଜେଇଇ ମେନ୍। ଏଥର ଶହେ ପର୍ସେଣ୍ଟାଇଲ୍ ସ୍କୋର କରିଛନ୍ତି ଦେଶର ୧୭ ଜଣ ଛାତ୍ରଛାତ୍ରୀ। ୯୯. ୯୧ ପର୍ସେଣ୍ଟାଇଲ ନମ୍ବର ରଖି ଅମନ ପଣ୍ଡା ଓଡ଼ିଶାରୁ ଟପ୍ପର ହୋଇଛନ୍ତି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ୪ ଜଣ ଲେଖାଏ ପ୍ରଥମ ୧୭ ଜଣଙ୍କ ଭିତରେ ଅଛନ୍ତି। ଏପ୍ରିଲ ମାସରେ ଏହି ପରୀକ୍ଷା ହେବାକୁ ସ୍ଥିର ହୋଇଥିଲା। ତେବେ କରୋନା ପାଇଁ ଜୁଲାଇରେ ପରୀକ୍ଷା କରାଯାଇଥିଲା। ଏହାପରେ ଆଉ ଗୋଟେ  ସେସନ୍‌ର ଜେଇଇ ମେନ୍ ରହିଛି। ଏହାପରେ ଅଲ୍ ଇଣ୍ଡିଆ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୩୩୪ଟି ସହରର ୯୧୫ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।  ଏହା ଭିତରେ ଭାରତ ବାହାରେ ୧୨ଟି ସହରରେ ପରୀକ୍ଷା ହୋଇଥିଲା।  

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ତେଜିଲା ଆନ୍ଦୋଳନ

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। More

ରାଜ୍ୟରେ ୧୦୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, କଟକରେ କମୁଛି ସଂକ୍ରମଣ

ଅଗଷ୍ଟ ୬ର ରିପୋର୍ଟ ଅନୁସାରେ, ୧୦୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୯ ରହିଛି। More

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲିରେ ଆକ୍ରମଣ

ଏହି ଘଟଣାରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।   More

ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ। More

ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର

ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ, ବେଆଇନ ନିବେଶ ଏବଂ ଦୁର୍ନୀତିର ବ୍ଲୁ ପ୍ରିଣ୍ଟ ଆଦି ଦିଗକୁ ନେଇ ଖୋଳତାଡ଼ କରୁ କରୁ ଏବେ କୁବେର ବିରଞ୍ଚିଙ୍କ ଖୋଲୁଛି ଭାନୁମତି ପେଡ଼ି। ତାହେଲେ ଚାକିରି ପାଇବାକୁ ହେଲେ ପଲିସି କରିବାକୁ ପଡ଼ିବ ବୋଲି ପ୍ରବର୍ତ୍ତାଉଥିଲେ କି ବିରଞ୍ଚି ? More

ବିରଞ୍ଚି ଏକା ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ: ବିଜୟ ମହାପାତ୍ର

ସରିଲା ରିମାଣ୍ଡ । କଣ ନୂଆ ତଥ୍ୟ ପାଇଲା ଭିଜିଲାନ୍ସ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ OSSC ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମସ୍ତଙ୍କ ନଜର ପିଏସ୍ ବିରଞ୍ଚି ସାହୁଙ୍କ ଉପରେ ।  More

ଉଭୟ ଡୋଜ୍ ଟିକା ନେଇ ବି କରୋନାରେ ସଂକ୍ରମିତ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍ଇଟିଙ୍କ କହିବା କଥା- ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବନି କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି।  More