ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 August 2021

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ ଛଟେଇ ନର୍ସିଂ ଷ୍ଟାଫ୍‌ଙ୍କ ବିରୋଧ

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି । More

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର। More

ଟିକା କେନ୍ଦ୍ର ଲମ୍ବା ଲାଇନ୍‌, ହେଲେ BMC କହୁଛି କେହି ନାହାନ୍ତି ଟିକା ନେବାକୁ !

ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍‌ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି । More

ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ। More

OSSC ବିରୋଧରେ ତେଜୁଛି ଅସନ୍ତୋଷ, କେବେ ଗିରଫ ହେବେ ବିରଞ୍ଚିଙ୍କ ଗଡ୍‌ଫାଦର ?

ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । More

ରାଜ୍ୟବାସୀଙ୍କୁ ପୁଣି ସତର୍କବାଣୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍‌ କେସ୍ ସ୍ଥିର ରହିଛି ।  More

ଅପେକ୍ଷାରେ ହେଲା ଅନ୍ତ: ୧୬ ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। More

ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ

ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା। More

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି । More

ମାଟ୍ରିକ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନ ମିଳିବା ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ

ମାଟ୍ରିକ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନ ମିଳିବା ପ୍ରସଙ୍ଗ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ସଚିବଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । କାଲି କଟକ ବୋର୍ଡ ହାଇସ୍କୁଲରେ ପରୀକ୍ଷାରେ ବିଭ୍ରାଟ ହୋଇଥିଲା । ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୦୧୪ର ପ୍ରଶ୍ନ ଦିଆଯାଇଥିଲା ।

ଇତିହାସ ପାଲଟିବ ସାତଭାୟା : ମା ପଞ୍ଚୁ ବରାହୀଙ୍କ ମନ୍ଦିର ଦେଖି ପାରିବେନି ଆଗାମୀ ପୀଢ଼ି

ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର More

ଖୁବ୍‌ ଶୀଘ୍ର ରାଜ୍ୟରେ ଖୋଲିବ ଆଉ ୧୪ RTPCR ଲାବ୍‌

କୋଭିଡ ମହାମାରୀ ତାଣ୍ଡବ ଥମିନି। ଏବେ ବି ୨ୟ ଲହରର ଭୟାବହତା ଭିତରେ ବଞ୍ଚିଛନ୍ତି ରାଜ୍ୟବାସୀ। ତା ଭିତରେ ତୃତୀୟ ଲହର  ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦିଆଗଲାଣି। More

ବଢିଲା ବିରଞ୍ଚିଙ୍କ ଅଡ଼ୁଆ: ଅର୍ଥ କାରବାରର ତଦନ୍ତ କରିବ ED

ଇଡି ସ୍କାନରରେ କୋଟିପତି ପିଏସ ବିରଞ୍ଚି ସାହୁ। କେଉଁଠୁ ଆଣିଲେ ଏତେ ଟଙ୍କା ? ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ କି ? ଏମିତି ଅନେକ ରହସ୍ୟର ତଦନ୍ତ କରିବ ଇଡି। More

ମୁଁ ଭଲ ହେବାକୁ ଚାହେଁ, ଭଲ ହେଲେ ପାଠ ପଢ଼ିବି ଚାକିରି କରିବି . . ସାହାଯ୍ୟ କରିବାକୁ ଗୁହାରୀ କରୁଛି ଅଜଣା ରୋଗରେ ପୀଡ଼ିତ ଅଜିତ

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ More

ଭୁବନେଶ୍ୱରରେ ଆଉ ୫୦ ଡେଙ୍ଗୁ ରୋଗୀ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରେ କରୋନା ସହିତ ଡେଙ୍ଗୁ ପ୍ରାଦୁର୍ଭାବ ଦେଖାଦେଇଛି। ଭୁବନେଶ୍ୱରରେ ଆଉ ୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି। ଦିନକ ଭିତରେ ୬ ହଜାରରୁ ଅଧିକ ଘର ବୁଲି ୨୫ ହଜାର ୯ ଶହରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ଏହାସହ ମଶା ବୃଦ୍ଧିର ସମ୍ଭାବନା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି।  ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।   

ରାଉରକେଲାରେ ଶୋଚନୀୟ ହୋଇ ପଡିଛି ମୁଖ୍ୟ ରାସ୍ତା

ରାଉରକେଲାରେ ଶୋଚନୀୟ ହୋଇ ପଡିଛି ମୁଖ୍ୟ ରାସ୍ତା। ପ୍ରତିଦିନ ସହରରେ ଛୋଟ ବଡ଼ ଦୁର୍ଘଟଣା ମାମଲା ଘଟୁଛି। ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି। ଶତାଧିକ ସଂଖ୍ୟାରେ କର୍ମୀଙ୍କ ସହ ସାମିଲ ହୋଇଛନ୍ତି ସ୍ଥାନୀୟ ନେତା। ସମସ୍ୟାର ସମାଧାନ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରା କରିଛନ୍ତି ବିଜେପି କର୍ମୀ।

ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବଙ୍କୁ ବିରୋଧ

ବଲାଙ୍ଗିର ଗସ୍ତରେ ଯାଇଥିବା ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବଙ୍କୁ ବିରୋଧ କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସମୀକ୍ଷା ବେଳେ ବିରୋଧ ପ୍ରଦର୍ଶନ ସହ ନାରାବାଜୀ ଦେଇଛନ୍ତି ଛଟେଇ ନର୍ସିଂଷ୍ଟାଫ୍। ପୁନଃ ନିଯୁକ୍ତି ଦାବିରେ ନାରାବାଜି ସହ ବିରୋଧ ପ୍ରଦର୍ଶନ କରାଯାଇଛି। ଆଜି ବଲାଙ୍ଗିର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବଙ୍କ ସହ  ଫାଇଭ ଟି  ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତରେ ଜଳସଂପଦ ବିଭାଗର ସଚିବ ଅନୁ ଗର୍ଗ, ଏନ.ଏଚ.ଏମ ମିଶନ ଡାରେକ୍ଟର ଶାଳିନୀ ପଣ୍ଡିତ ସାମିଲ ହୋଇଛନ୍ତି।

ସେନା ହେଲିକପ୍ଟର ଦୁର୍ଘଟଣା ପରେ ଚାଲିଛି ସର୍ଚ୍ଚ ଅପରେସନ

ଜମ୍ମୁ ଓ କାଶ୍ମୀରର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣା ପରେ ଚାଲିଛି ସର୍ଚ୍ଚ ଅପରେସନ। ଦୁଇ ଜଣ ପାଇଲଟ୍‌ ନିଖୋଜ ଥିବା ଜଣାପଡ଼ିଛି। ଗତକାଲି କଠୁଆ ଜିଲ୍ଲାର ରଣଜିତ ସାଗର ଡ୍ୟାମ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ ପାଇଲଟ୍‌ଙ୍କୁ ଖୋଜିବାକୁ ରଣଜିତ ସାଗର ଡ୍ୟାମରେ ଖୋଜାଖୋଜି ଚାଲିଛି। 

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ବାବଦରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ କଇଁଛଙ୍କ ସୁରକ୍ଷା ପାଇଁ କମିଟି ଗଠନ କରାଯାଇଛି। ଏହି କମିଟିର ପରାମର୍ଶ ଅନୁଯାୟୀ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ କୋର୍ଟ କହିଛନ୍ତି। ନଭେମ୍ବରରୁ ଏପ୍ରିଲ ଯାଏ କଇଁଛଙ୍କ ଅଣ୍ଡାଦାନ ସମୟ ଥିବାରୁ ଏହି ସମୟରେ ମାଛ ଧରା ନିଷେଧ କରିବାକୁ କମିଟି ସୁପାରିଶ କରିଥିଲା। ମାଛଧରା ବନ୍ଦ ହେବା ଯୋଗୁ କ୍ଷତିଗ୍ରସ୍ତ ମତ୍ସଜୀବୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ମନରେଗା ଯୋଜନାରେ କର୍ମ ନିଯୁକ୍ତି ଯୋଗାଇବାକୁ କମିଟି କହିଥିଲା। କମିଟିର ଏହି ପରାମର୍ଶ ଉପରେ କ’ଣ ପଦକ୍ଷପ ନିଆଯାଇଛି ସେ ନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟ କହିଛନ୍ତି।  ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  

ଗୁଣିଗାରେଡି ସନ୍ଦେହରେ ଘରେ ପଶି ଭଙ୍ଗାରୁଜା

ଗୁଣିଗାରେଡି ସନ୍ଦେହରେ ଘରେ ପଶି ଭଙ୍ଗାରୁଜା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ସୁବାଷ ନଗରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ସାହି ବାସିନ୍ଦା। ତିନିଦିନ ପୂର୍ବେ ଗୁଣିଗାରେଡି ସନ୍ଦେହରେ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା। ଘଟଣା ପରଠୁ ପୋଲିସ ସେଠାରେ ଉପସ୍ଥିତ ଥିଲେ। ହେଲେ ପୁଣି ସାହି ଲୋକେ ଘରେ ପଶି ଭଙ୍ଗାରୁଜା କରିଛନ୍ତି। ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ , ଏସପି ଓ ଅନ୍ୟ ଅଧିକାରୀ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା। ଗୁଣି ଗାରେଡି ଅଭିଯୋଗକୁ ନେଇ ମାମଲା ରୁଜୁ କରାଯାଇଥିବାବେଳେ ଆକ୍ରମଣ ହୋଇଥିବା ପରିବାରକୁ ସୁରକ୍ଷିତ ରଖିବା ସହ ତଦନ୍ତ ଚାଲିଥିବା ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି।  

ମାଉଣ୍ଟ ୟୁନାମ ଆରୋହଣ ଅଭିଯାନରେ ୧୫ ଜଣିଆ ଟିମ୍

ମାଉଣ୍ଟ ୟୁନାମ ଆରୋହଣ ଅଭିଯାନରେ ୧୫ ଜଣିଆ ଟିମ୍।  ହିମାଳୟ ପର୍ବତମାଳାରେ ପ୍ରାୟ ୬ ହଜାର ୧୧୧ ମିଟର ଉଚ୍ଚତାରେ ଅଛି ଏହି ଗିରିଶୃଙ୍ଗ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ଗିରିଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଏହି ପର୍ବତାରୋହୀମାନେ। କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଜାତୀୟ ପତାକା ଦେଖାଇ ଗୋ ଇଣ୍ଡିଆ ଆଡ୍‌ଭେଞ୍ଚର ଟିମ୍‌ର ଅଭିଯାନର ଆରମ୍ଭ କରିଥିଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଭିନେତା ସବ୍ୟସାଚୀ। ୧୫ ଜଣିଆ ଟିମ୍ ହିମାଚଳପ୍ରଦେଶ ଯାଇ ୮ ତାରିଖରେ ପାହାଡ଼ ଚଢ଼ିବା ଆରମ୍ଭ କରିବେ ଏବଂ ୧୫ ତାରିଖରେ ୟୁନାମରେ ୧୫୦ ଫୁଟର ଜାତୀୟ ପତାକା ଉତ୍ତୋଳନ କରିବେ।  

ଘରୋଇ କଲେଜ ବିରୋଧରେ ସାଂଘାତିକ ଅଭିଯୋଗ

କଟକ ସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। କଲେଜର ସହବନ୍ଧିତ ସାର୍ଟିଫିକେଟ ନଥାଇ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ଠକି ଥିବା ଅଭିଯୋଗ ହୋଇଛି। କଟକ ସିଡିଏ ଅଞ୍ଚଳରେ ଚୈତନ୍ୟ ନାରାୟଣ ଇନ୍ ଆବାସିକ କଲେଜ ବିରୋଧରେ ଅଭିଯୋଗ ଆଣିଛନ୍ତି ଏଠାରେ ପଢୁଥିବା ୨୬ ଛାତ୍ରଛାତ୍ରୀ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ଏହା ଜଣାପଡ଼ିଥିବା ଛାତ୍ରଛାତ୍ରୀ କହିଛନ୍ତି।  ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ଛାତ୍ରଛାତ୍ରୀ। 

ଅସହାୟ ଶାଶୁବୋହୂ : ଘର ନାହିଁ କି ବଞ୍ଚିବାର ରାହା ନାହିଁ, ସରକାରୀ ସହାୟତା ଅପେକ୍ଷାରେ ରାଧା ଓ ଉଷାମଣି

ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୁ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି More

‘ଯୌତୁକ ନିର୍ଯାତନା ଦେଲେ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ’

ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଷ୍ଟ କରିଛନ୍ତି।   More

ଓଡ଼ିଶା ଆସିବା ପାଇଁ ହଟିଲା କଟକଣା

ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ରିପୋର୍ଟ(ଆଣ୍ଟିଜେନ୍‌/ RTPCR ନେଗେଟିଭ ରିପୋର୍ଟ) କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ନାହିଁ। More

ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଲା ନଦୀର ପଥର ପ୍ୟାକିଂ

୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ। ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା। ପୁରୀ ଜିଲ୍ଲା ବଳଙ୍ଗା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହୋଇଥିଲା। More

ରାଜ୍ୟରେ ୧୩୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୬ ଆକ୍ରାନ୍ତ ମୃତ

ରାଜ୍ୟରେ ୧୩୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୬୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୫୩ ରହିଛି। କଟକରୁ ୧୯୮ ଚିହ୍ନଟ ହୋଇଛନ୍ତି।  More

ମଧ୍ୟପ୍ରଦେଶରେ ପ୍ରବଳ ବନ୍ୟା; ଆଖି ସାମ୍ନାରେ ଭାସିଗଲା ପୋଲ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି। More

ଆଜିଠାରୁ ଖୋଲିଲା ୩ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କୋଭିଡ କଟକଣା ଭିତରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। More

ମନ୍ତ୍ରୀ କହିଲେ ରାସ୍ତା ହୋଇପାରିବ ନାହିଁ...ନିଜ ଝୁଙ୍କ୍‌ ଲଗାଇଲେ, ପାହାଡ଼ ଚିରି ଗାଁକୁ ସବୁଦିନିଆ ରାସ୍ତା କଲେ

ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଚୟ ବିଳମ୍ବରେ ମିଳିଛି ସତ, ହେଲେ କୋଟି କୋଟି ମଣିଷମାନଙ୍କ ଭିତରେ ଆଜି ହୀରା ଭଳି ଝଟକାଇଛି। ଅପାଠୁଆ ହରିହରଙ୍କୁ ପ୍ରକୃତି ଓ ପରିସ୍ଥିତି ଆଗରେ ହାର ମାନିନଥିବା ହରିହରଙ୍କୁ ନେଇ ଏବେ ଜୋରସୋରରେ ସଚାଲିଛି ଚର୍ଚ୍ଚା। ନୟାଗଡ଼ ଓଡ଼ଗାଁ ବ୍ଲକର ଅପହଞ୍ଚ ତୁଲୁବି ଗାଁର ଅଦମ୍ୟ ଇଚ୍ଛାଶକ୍ତିର ମଣିଷ ଟିଏ। More

ଚିନ୍ତା ବଢ଼ାଉଛି ଆର୍‌ ଫ୍ୟାକ୍ଟର, ଭାରତରେ ଗମ୍ଭୀର ହୋଇପାରେ ସ୍ଥିତି..

ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ R-ଫ୍ୟାକ୍ଟର ଅଧିକ ରହିବା ଉଦ୍‌ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । More

ରିମାଣ୍ଡରେ ବିରଞ୍ଚି, ନିଯୁକ୍ତି କେଳେଙ୍କାରୀର ହେବ କି ପର୍ଦ୍ଦାଫାସ୍‌ ?

କୁବେର କିରାଣୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ସହ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ର ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଛି ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନ ହେଉଛି, OSSC ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ତ ? More

ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର More

ବିଦ୍ୟାଭାରତୀଙ୍କୁ ୪ ଘଣ୍ଟାର ମାରାଥନ ଜେରା ! ପୋଲିସ ଉପରୁ ଉଠିଗଲାଣି ଭରସା କହିଲେ ପରିବାର

୨୩ ଦିନ ପରେ ବି ଅସ୍ପଷ୍ଟ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କରିଛି ପାରଳାଖେମୁଣ୍ଡି ପୋଲିସ । More