ସଂକ୍ଷେପରେ ଆଜିର ତାଜା ଖବର - Tuesday, 03 August 2021

ଚିନ୍ତା ବଢ଼ାଉଛି ଆର୍‌ ଫ୍ୟାକ୍ଟର, ଭାରତରେ ଗମ୍ଭୀର ହୋଇପାରେ ସ୍ଥିତି..

ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ R-ଫ୍ୟାକ୍ଟର ଅଧିକ ରହିବା ଉଦ୍‌ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । More

ରିମାଣ୍ଡରେ ବିରଞ୍ଚି, ନିଯୁକ୍ତି କେଳେଙ୍କାରୀର ହେବ କି ପର୍ଦ୍ଦାଫାସ୍‌ ?

କୁବେର କିରାଣୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ସହ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ର ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଛି ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନ ହେଉଛି, OSSC ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ତ ? More

ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ OSSTET ପରୀକ୍ଷା ଘୁଞ୍ଚିଲା

ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ OSSTET ପରୀକ୍ଷା ଘୁଞ୍ଚିଲା । OSSTET ପରୀକ୍ଷା ଅଗଷ୍ଟ ୨୭ ପରିବେର୍ତ୍ତ ସେମ୍ବେର ୧କୁ ଘୁଞ୍ଚିଲା ।
ଅଗଷ୍ଟ ୨୭ରେ OAS ପ୍ରିଲିମିନାରୀ ହେଉଥିବାରୁ OSSTET ପରୀକ୍ଷା ଘୁଞ୍ଚିଲା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ।

ରିମାଣ୍ଡରେ ଗଲେ କୋଟିପତି ପିଏସ୍ ବିରଞ୍ଚି ସାହୁ

ରିମାଣ୍ଡରେ ଗଲେ କୋଟିପତି ପିଏସ୍ ବିରଞ୍ଚି ସାହୁ । OSSC ସଦସ୍ୟଙ୍କ ନିଲମ୍ବିତ ପିଏସ୍ ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । OSSC କାରବାର ସଂପର୍କରେ ପଚରାଉଚରା କରିବ ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି

ପୌର ନିର୍ବାଚନ ବିଳମ୍ବ ଅଭିଯୋଗ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ପୌର ନିର୍ବାଚନ ବିଳମ୍ବ ଅଭିଯୋଗ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ବିଜେପିର ଦାବି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳର ଦାବି । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟିଥିଲା ବିଜେପି ।

CBSE ଦଶମ ରେଜଲ୍ଟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯୮.୧୨% ପାସ୍

CBSE ଦଶମ ରେଜଲ୍ଟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯୮.୧୨% ପାସ୍ । ୧୬୦ ସ୍କୁଲର ୯୫୫୮ ପିଲାଙ୍କ ମଧ୍ୟରୁ ୯୩୭୮ ପିଲା ପାସ୍ । ୮୯ ଜଣ ପିଲା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଆନନ୍ଦପୁର ଶାଳପଡ଼ା OAVର ଅମ୍ରିତରାଜ ବିଶ୍ୱାଳ ୯୯.୪୦% ରଖି ଟପ୍ପର

ପିଲାଙ୍କୁ କରୋନା ଟିକା ନେଇ ପରୀକ୍ଷଣ ଚାଲିଥିବା କହିଲେ ବିଶେଷଜ୍ଞ

ପିଲାଙ୍କୁ କରୋନା ଟିକା ନେଇ ପରୀକ୍ଷଣ ଚାଲିଥିବା କହିଲେ ବିଶେଷଜ୍ଞ । ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍‌ଙ୍କ ସୂଚନା । ପିଲାଙ୍କୁ ଟିକା ନେଇ ବିଭିନ୍ନ ଟିକା କଂପାନୀ ପରୀକ୍ଷଣ ଚାଲୁ ରଖିଛନ୍ତି । କୋଭାକ୍ସିନ, ଜାଇଡସ୍ କାଡିଲା ପିଲାଙ୍କ ଉପରେ ପରୀକ୍ଷଣ ଜାରି ରଖିଛନ୍ତି । ନୋଭାଭାକ୍ସ ଟିକା ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ପିଲାଙ୍କୁ ଟିକା ଦିଆଯିବା ବିଷୟରେ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଲେ

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଲେ । ଦିଲ୍ଲୀ ବିମାନବନ୍ଦରରେ ପିଭି ସିନ୍ଧୁଙ୍କୁ ଉତ୍ସ୍ୱସିତ ସମ୍ପର୍ଦ୍ଧନା । ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ବୋଲି କହିଲେ ସିନ୍ଧୁ । ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଲେ । ସମସ୍ତେ ସହଯୋଗ କରିଥିବାରୁ ଖୁସି ବ୍ୟକ୍ତ କଲେ ପିଭି ସିନ୍ଧୁ ।

ଅଗଷ୍ଟ ୧୫ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ଅଲିମ୍ପିଆନ୍ସ

ଅଗଷ୍ଟ ୧୫ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ଅଲିମ୍ପିଆନ୍ସ । ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ । ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ଲାଲକିଲ୍ଲାରେ ଭେଟିବେ ମୋଦି । ନିଜ ବାସଭବନରେ ସେମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ କରିବେ ।

ଭାରତରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍, ଓଡ଼ିଶାରେ ୧ ପ୍ରତିଶତ ତଳେ

ଭାରତରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍ । ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । କେସ୍ ବଢୁଥିବା ବିଭିନ୍ନ ଦେଶ ଭଳି ଭାରତରେ ବି ଆର୍.ଭାଲ୍ୟୁ ବଢୁଛି । ଆମେରିକାରେ ୧.୨, କାନାଡାରେ ୧.୨, ଅଷ୍ଟ୍ରିଆରେ ୧.୨ ରହିଛି ଆର୍‌ ଭାଲ୍ୟୁ । ସେମିତି ଏବେ ଭାରତରେ ବି ଆର୍‌ ଭାଲ୍ୟୁ ୧.୨ ରହିଛି । ଦେଶର ୮ଟି ରାଜ୍ୟରେ ରି.ପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ଉପରେ ରହିଛି ।
ହିମାଚଳ ପ୍ରଦେଶରେ ରିପ୍ରଡିଭିଟି ଭାଲ୍ୟୁ ସର୍ବାଧିକ ୧.୪ ରହିଛି । ଜାମ୍ମୁ କାଶ୍ମୀରରେ ୧.୪, ତାମିଲନାଡୁରେ ୧.୨, କର୍ଣ୍ଣାଟକରେ ୧.୨ ରହିଛି
କେରଳରେ ରିପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ଉପରେ ରହିଛି । ତେବେ ଓଡ଼ିଶାର ରିପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ତଳେ ଥିବା ସୂଚନା ।

ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ

କରୋନା ଅପଡେଟ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ । ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର ୪ ଜିଲ୍ଲା ୧୦% ଉପରେ । ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ପଜିଟିଭିଟି ୧୦% ଉପରେ ଥିବା ୪୪ ଜିଲ୍ଲା ଭିତରେ ଓଡ଼ିଶାର କିଛି ଜିଲ୍ଲା ନାହିଁ ।

 

ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ମାରାଥନ ଜେରା କରି ଫେରିଲା ପୋଲିସ ଟିମ୍

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ମାରାଥନ ଜେରା କରି ଫେରିଲା ପୋଲିସ ଟିମ୍ । ବିଦ୍ୟାଭାରତୀଙ୍କ କପ୍ତିପଦା ଘରେ ଜେରା କରିଥିଲା ୪ ଜଣିଆ ପୋଲିସ ଟିମ୍ । ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଥିଲା ଜେରା । ଜେରା ନେଇ କୌଣସି ପ୍ରତିକ୍ରିୟା ଦେଲେନି ବିଦ୍ୟାଭାରତୀ କିମ୍ବା ପରିବାର । ଜେରା ପରେ ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତିକ୍ରିୟା । ବିଦ୍ୟାଭାରତୀଙ୍କୁ ପଚରାଉଚରା କଲୁ, ଡ୍ରାଇଭରଙ୍କୁ ବି ଜେରା ହେବ । ଫ୍ରି ଆଣ୍ଡ ଫେୟାର ଭାବେ ତଦନ୍ତ କରାଯାଉଛି କହିଲେ ତଦନ୍ତ ଅଧିକାରୀ ।

କେନ୍ଦୁଝର: ନାବାଳିକା ଦୁଷ୍କର୍ମୀକୁୁ ୧୦ ବର୍ଷ ଜେଲ, ୧୦ ହଜାର ଜରିମାନା

କେନ୍ଦୁଝର: ନାବାଳିକା ଦୁଷ୍କର୍ମୀକୁୁ ୧୦ ବର୍ଷ ଜେଲ, ୧୦ ହଜାର ଜରିମାନା । ୨୦୧୬ରେ ଯୋଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ଘରେ କେହି ନଥିବା ସୁଯୋଗରେ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ । ମାମଲାର ବିଚାର କରି ଦଣ୍ଡାଦେଶ କଲେ କେନ୍ଦୁଝର ସ୍ୱତନ୍ତ୍ର ଏଡିଜେ କୋର୍ଟ ।

ପାରଳାଖେମୁଣ୍ଡି: ଗୁଣି ସନ୍ଦେହରେ ଘରେ ପଶି ସାହି ବାସିନ୍ଦାଙ୍କ ଭଙ୍ଗାରୁଜା

ପାରଳାଖେମୁଣ୍ଡି: ଗୁଣି ସନ୍ଦେହରେ ଘରେ ପଶି ସାହି ବାସିନ୍ଦାଙ୍କ ଭଙ୍ଗାରୁଜା । ସହରର ସୁବାସନଗରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା । ୩ ଦିନ ତଳେ ଗୁଣିଗାରେଡି ସନ୍ଦେହରେ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୋଲିସ ଅଧତ୍କାରୀ ।

ଆସନ୍ତାକାଲିଠୁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ଆସନ୍ତାକାଲିଠୁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କେବଳ ଗୁପ୍ତେଶ୍ୱର ମନ୍ଦିର ଶ୍ରାବଣ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ । ବୋଲ ବମ୍ ଭକ୍ତଙ୍କ ପାଇଁ ଜଳଭାର କିମ୍ବା ଚାଲିଚାଲି ଯିବା ବାରଣ । କୌଣସି ଶିବାଳୟରେ କାଉଡ଼ିଆଙ୍କ ଜଳଲାଗି ପାଇଁ ଅନୁମତି ମିଳିବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି । ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ବାଧ୍ୟତାମୂଳକ । ପ୍ରତି ଧର୍ମାନୁଷ୍ଠାନରେ ପୁରୁଷ ଓ ମହିଳାଙ୍କ ପ୍ରବେଶ ପାଇଁ ୨ଟି ଧାଡ଼ି ରହିବ । ପ୍ରବେଶ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କାନିଂ କରାଯିବ । ଧର୍ମାନୁଷ୍ଠାନ ପରିସରରେ ଛେପ ପକାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଗଷ୍ଟରେ ସରକାରୀ ଅଫିସ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ଏସ୍ଓପି

ଅଗଷ୍ଟରେ ସରକାରୀ ଅଫିସ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ଏସ୍ଓପି । ଟିକା ନେଇସାରିଥିବା ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ । ସ୍ୱାସ୍ଥ୍ୟଗତ ବା ଅନ୍ୟ କାରଣରୁ ଟିକା ନେଇନଥିଲେ ଅବଗତ କରିବେ କର୍ମଚାରୀ । ସଂପୃକ୍ତ ବିଭାଗ ମୁଖ୍ୟଙ୍କୁ ଲିଖିତ ଭାବେ ଟିକା ନନେବାର କାରଣ ଜଣାଇବେ ।

ଯେଉଁ କର୍ମଚାରୀ ଟିକା ନେଇନଥିବେ ସେମାନଙ୍କୁ କାର୍ଯ୍ୟାଳୟକୁ ବାରଣ । ସଂପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଅନୁପସ୍ଥିତ ଥିବା ଦର୍ଶାଇବାକୁ ନିର୍ଦ୍ଦେଶ । ସମସ୍ତ ସରକାରୀ କାର୍ଯ୍ୟାଳୟ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବ ।

ମାଟ୍ରିକ୍‌ ପରୀକ୍ଷାରେ ତ୍ରୁଟି: ଅଭିଯୋଗକୁ ସ୍ୱୀକାର କଲେ ସ୍କୁଲ କର୍ତ୍ତୃପକ୍ଷ

ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି More

ଅଗଷ୍ଟରେ ଆସିପାରେ ତୃତୀୟ ଲହର

ଭୟଙ୍କର ରୂପ ନେଇଛି କରୋନର ଡେଲ୍‌ଟା ଭାରିଏଣ୍ଟ। ସେଥିପାଇଁ ୨ୟ ଲହାର ଏତେ ଜୀବନ ନେଇଗଲା। ଏହି ଡେଲ୍‌ଟା ହିଁ ତୃତୀୟ ଲହରର କାରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର।  More

ଜମ୍ମୁ ଓ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ ଓ କାଶ୍ମୀରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କଠୁଆ ଜିଲ୍ଲାର ରଣଜିତ ସାଗର ଡ୍ୟାମ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି। ସେଥିରେ କେତେଜଣ ଥିଲେ ସେ ସମ୍ପର୍କରେ ସୂଚନା ମିଳିନାହିଁ। ନିଖୋଜ ମାନଙ୍କୁ ଠାବ କରିବା ପାଇଁ ଏନଡିଆରଏଫ୍‌ର ଏକ ଟିମ୍ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଏଥିସହ ବୁଡାଳିମାନଙ୍କୁ ମଧ୍ୟ ଡକାଯାଇଛି।  

ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ। ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଜିତେନ୍ଦ୍ର ୩ ଦିନ ପୂର୍ବେ ଗାଁକୁ ଆସିଥିଲେ। ଗତକାଲି ସଂଧ୍ୟାରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ ତେବେ ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ମିଳିଥିଲା।
 

ବିଦ୍ୟାଭାରତୀଙ୍କ ଗାଁରେ ପୋଲିସ୍, କୁଆଡେ ଗଲେ ଡ୍ରାଇଭର?

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଘରକୁ ଯାଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ପଚରାଉଚରା କରିଛି। ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି। ଏହି ମାମଲାରେ ଡିଏଫ୍‌ଓ ଆଗରୁ କ୍ଲିନ୍‌ଚିଟ୍ ପାଇଛନ୍ତି।      More

ବର୍ଷା ଅଭାବରୁ ଧାନ କ୍ଷେତ ଫାଟି ଆଁ : ଉଠା ଜଳ ସେଚନରୁ ଉଠୁନି ପାଣି, ଚିନ୍ତାରେ ଚାଷୀ

ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି । More

ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଛାତ୍ରୀ : ଆନ୍ତର୍ଜାତିକ ସ୍ତରରେ ସଫଳତା ପାଇବାରେ ପ୍ରଥମ ଓଡ଼ିଆ ବନୀତା

ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l More

କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ତୃତୀୟ ଲହର ସଂକେତ: DMET

ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି। More

ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଲା ପୋଲିସ୍ ଟିମ୍

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଛି ପୋଲିସ୍ ଟିମ୍। ପ୍ରଥମେ ପାରଳାଖେମୁଣ୍ଡିର ୪ ଜଣିଆ ପୋଲିସ ଟିମ୍ କପ୍ତିପଦା ଥାନାରେ ପହଞ୍ଚିଥିଲା। ଏପରେ ଟିମ୍ ବିଦ୍ୟାଭାରତୀଙ୍କ ଘରକୁ ଯାଇଛି। ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କାହାକୁ ଗିରଫ କରିନାନାହିଁ କି ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସୌମ୍ୟଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।  

ଖୋଲିଲା ନନ୍ଦନକାନନ, ୧୦ ନିୟମ ମାନନ୍ତୁ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।  More

ରାଜ୍ୟରୁ ଚିହ୍ନଟ ହେଲେ ପୁଣି ୧,୧୨୯ କରୋନା ରୋଗୀ, ଆଖି ବୁଜିଲେ ୬୯

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଅନ୍ୟପକ୍ଷେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।  More

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ମାଗଣା ଜଳଯୋଗାଣ ପାଇଁ ଦାବି

ପୁରୀ ସହରରେ କାର୍ଯ୍ୟକାରୀ ହୋଇଥିବା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ମାଗଣା ଜଳଯୋଗାଣ ପାଇଁ ଦାବି। ଦିଲ୍ଲୀ ସରକାର ମାସକୁ ୨୦ ହଜାର ଲିଟର ପାଣି ମାଗଣା ଯୋଗାଉଥିବାବେଳେ ପୁରୀରେ ମଧ୍ୟ ମାଗଣା ଜଳ ଯୋଗାଣ ପାଇଁ ଦାବି କରିଛି ଆମ ଆଦମୀ ପାର୍ଟିର ପୁରୀ ଶାଖା  ପୁରୀରେ ଘରେ ଘରେ ଜୋରଜବରଦସ୍ତ ଓ୍ୱାଟର ମିଟର ଲଗାଯାଇଥିବା ଅଭିଯୋଗ କରିଛି ଦଳ। କିଛି ଅଂଚଳରେ ମାସକୁ ୫୦୦ ରୁ ୭୦୦ ଟଙ୍କା ବିଲ ମଧ୍ୟ ଆସିଛି। ସ୍ୱଜଳ ଯୋଜନା ୱେବସାଇଟରେ ଜଣକୁ ପ୍ରତିଦିନ ୪୦ଲିଟର ପାଣି ମାଗଣାରେ ଯୋଗାଇଦେବାକୁ ଉଲ୍ଲେଖ ରହିଛି। ଏଭଳି ସ୍ଥଳେ drink from tap ଯୋଜନା ନାଁରେ ବିଲ ଆଦାୟକୁ ବିରୋଧ କରିଛି ଆମ ଆଦମୀ ପାର୍ଟି। ସେହିପରି ବିଶୁଦ୍ଧ ପାନୀୟ ଜଳର ମାନ ଓ ଗୁଣବତ୍ତା ଯାଞ୍ଚ ପାଇଁ ମଧ୍ୟ ବ୍ୟବସ୍ଥା ହୋଇନଥିବା କହିଛି ଦଳ।

ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ। More

କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ୨ ବଜ୍ରକାପ୍ତା ସ୍ମଗଲର

କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ବଜ୍ରକାପ୍ତା ସ୍ମଗଲର। ୨ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ୩ କେଜି ଓଜନର ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍। ବାଲେଶ୍ୱର ଜିଲ୍ଲା ବରହମ୍ପୁର ଥାନା ଅନ୍ତର୍ଗତ ନଟପଦ ଗାଁରେ ଡିଲ ପାଇଁ ଯୋଜନା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ଗ୍ରାହକ ବେଶରେ ମିଳିତ ଭାବେ ଚଢାଉ କରିଥିଲା। ବଜ୍ରକାପ୍ତା କାତି ଜବତ କରିଥିଲା ଟିମ୍। ଏହି ଘଟଣାରେ ଗିରଫ ଦୁଇ ଜଣ ହେଲେ ମଣିିଭଦ୍ର ସାମଲ ଓ ଚୌଧୁରୀ ସିଂ। ବଜ୍ରକାପ୍ତା ଚୋରା କାରବାରରେ ଚଳିତବର୍ଷ ୧୩ କେଜିରୁ ଅଧିକ କାତି ଜବତ କରିଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ। ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ। କମର୍ଦ୍ଦା-ବାଲିଆପାଳ ରାସ୍ତା ଉଲୁଡା ଛକ ନିକଟରେ ତାଙ୍କ ଉପରରେ ଆକ୍ରମଣ କରିଛନ୍ତି ମାଫିଆ। ଚୋରା ବାଲି ଚାଲାଣ ବେଳେ ଗାଡ଼ି ଅଟକାଇବାରୁ ବାଲି ମାଫିଆ ତାଙ୍କୁ ମାଡ ମାରି ଚେନ୍, ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି। ପରେ ଗ୍ରାମବାସୀ ଘଟଣାସ୍ଥଳରୁ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଡମ୍ପର ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଜିମା ଦେଇଛନ୍ତି। ଆକ୍ରମଣ କରିଥିବା ୫ ଜଣ ବାଲି ମାଫିଆ ଫେରାର ହୋଇଯାଇଛନ୍ତି। ସେମାନଙ୍କ ଘର ବାଲିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି।  

ଆଜିଠୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁରରେ ଆଜିଠୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର। ତା ସହ ଜିଲ୍ଲାର ଅନ୍ୟାନ୍ୟ ଧର୍ମପୀଠ ଖୋଲିବା ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜିଠାରୁ  କୋଭିଡ କଟକଣା ଭିତରେ ମନ୍ଦିର ଖୋଲିଛି। କୋଭିଡ଼ ମାର୍ଗ ଦର୍ଶିକା ଅନୁସାରେ ମନ୍ଦିର ଖୋଲୁଥିବା ବେଳେ ସାନିଟାଇଜେସନ ପାଇଁ ସବୁ ସୋମବାର ଦିନ ମନ୍ଦିର ବନ୍ଦ ରହିବ। ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ କଟକଣା ରହିଛି। ସେହିପରି ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପିଡିତ ଲୋକଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ଭକ୍ତ ମାନେ ମନ୍ଦିର ଭିତରକୁ ପୁଜା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ କିମ୍ବା ମନ୍ଦିର ଭିତରେ ବସି ପାରିବେ ନାହିଁ। କୋଭିଡ ଗାଇଡ ଲାଇନ ସହ , ସାମାଜିକ ଦୂରତା ରକ୍ଷା କରି ଓ ମୁହଁ ରେ ମାସ୍କ ପିନ୍ଧି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି।

ୟୁଟୁବ୍‌ରେ ଦେଖିପାରିବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ

ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି।  More

ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର। More

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ More

ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି। ଆଜି ବିରଞ୍ଚିଙ୍କୁ ଚାକିରିରୁ ସସପେଣ୍ଡ ମଧ୍ୟ କରାଯାଇଥିଲା।  More

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇଥିଲେ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ସେ ଜିତିଥିଲେ। More