ସଂକ୍ଷେପରେ ଆଜିର ତାଜା ଖବର - Monday, 02 August 2021

ୟୁଟୁବ୍‌ରେ ଦେଖିପାରିବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ

ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି।  More

ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର। More

ଯେତେ ଖୋଲିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ More

ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି। ଆଜି ବିରଞ୍ଚିଙ୍କୁ ଚାକିରିରୁ ସସପେଣ୍ଡ ମଧ୍ୟ କରାଯାଇଥିଲା।  More

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇଥିଲେ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ସେ ଜିତିଥିଲେ। More

ଆସନ୍ତା ୪ରୁ ଖୋଲିବ ବିରଜା ମନ୍ଦିର: ଭକ୍ତଙ୍କ ମନରେ ବଢିଲା ଉତ୍ସାହ

ତେବେ ଏହାର ସିଧାସଳଖ ପ୍ରଭାବ ମନ୍ଦିରର ସେବାୟତଙ୍କ ଉପରେ ପଡ଼ିଥିଲା। ଆଉ ଏହାରି ମଧ୍ୟରେ ଅଗଷ୍ଟରେ ମନ୍ଦିର ଖୋଲିବା ନେଇ ସରକାର ଗ୍ରୀନ ସିଗନାଲ ଦେଇଛିଲେ। ତେଣୁ ମନ୍ଦିର ଖୋଲିବା ନେଇ ସେବାୟତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ଆଉ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ଜିଲ୍ଲାପାଳ। More

ବସ୍ତିରେ ମଶାମରା ତେଲ, ବ୍ଲିଚିଂ ପାଉଡର ପକାଇଲା କଂଗ୍ରେସ

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ।  More

ଲକ୍‌ଡାଉନ୍‌ ପାଇଁ ବଢିଛି ସାଇବର କ୍ରାଇମ୍ !

କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି।  More

ଓଡ଼ିଶାରେ କାହିଁକି କମୁଛି ସଂକ୍ରମଣ? କାରଣ କହିଲେ DMET

ତେବେ ଏହା ବର୍ତ୍ତମାନର ସ୍ଥିତି ନୁହେଁ, ପୂର୍ବର ଲଗ୍‌କୁ କ୍ଲିୟର କରାଯାଉଛି। ଏବେ ପ୍ରକାଶିତ ହେଉଥିବା ମୃତ୍ୟୁ ସଂଖ୍ୟା ଅଡିଟେଡ୍ ଓଲ୍ଡ ରେକର୍ଡ। ଆଉ ୧୦ରୁ ୧୫ ଦିନ ଭିତରେ ଏହାର ଅଡିଟ ସରିଯିବ ବୋଲି ସେ କହିଛନ୍ତି। More

ନିଲମ୍ବନ ହେଲେ କୁବେର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ

୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଥର ଅନିୟମିତତା ଅଭିଯୋଗ ଆଣିଛନ୍ତି ଚାକିରୀ ଆଶାୟୀ। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ସମସ୍ତେ ଆଶା ରଖିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ। More

ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ

ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଗଲେ। ହେଲେ ଅଧା ରହିଗଲା ମୋବାଇଲ କିଣା ଓ ଅଧୁରା ରହିଗଲା ଅନ୍‌ଲାଇନ୍‌ରେ ପାଠପଢା ସ୍ୱପ୍ନ। ଶେଷରେ ଶବ ହୋଇ ଫେରିଲେ। More

ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ମାଓବାଦୀଙ୍କର ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଝାଡ଼ଖଣ୍ଡ ପୋଲିସ ଓ CRPFର ମିଳିତ ବାହିନୀ। ଜବତ ହୋଇଛି ୪୦-୪୦ କେଜିର ଦୁଇଟି ପାଇପ ବୋମା ଓ ୨୦ କେଜିର ଆଉ ଏକ ବୋମା। ଚାଇବସା ଅଞ୍ଚଳ ଟୋକଲୋ ଥାନା କେରା ଗାଁ ଓ ପଦ୍ମପୁର ରାସ୍ତାର ସୁରବୁରା ପୋଲ ପାଖରେ ଏହି ବୋମା ଖଞ୍ଜା ଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜିଥିଲା ଲାଲବାହିନୀ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ CRPFର  ମିଳିତ ବାହିନୀ ଏହି ଅଞ୍ଚଳରେ ଯାଞ୍ଚ କରିଥିଲା ଏବଂ ବୋମାଗୁଡ଼ିକର ସନ୍ଧାନ ପାଇଥିଲା।  ଏହି ବୋମା ଗୁଡ଼ିକୁ ନଷ୍ଟ କରାଯାଇଛି।  

ବରିଷ୍ଠ ନାଗରିକଙ୍କୁ ପିସ୍ତଲ ଦେଖାଇ ଘରୁ ଡକାୟତି

ଅପରାଧୀଙ୍କ ଟାର୍ଗେଟରେ ବୟସ୍କ ଲୋକ। ଫୁଲବାଣୀ ପଟାବାଲିସାହିର ଜଣେ ବରିଷ୍ଠ ନାଗରିକଙ୍କୁ ପିସ୍ତଲ ଦେଖାଇ ତାଙ୍କ ଘରୁ ଡକାୟତି। ବରିଷ୍ଠ ନାଗରିକ ଜଣକ ହେଲେ ପ୍ରଶାନ୍ତ ପାଣିଗ୍ରାହୀ।   ସେ ଘରେ ଏକୁଟିଆ ଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ବନ୍ଧୁକ ମୁନରେ ୯୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ତାଙ୍କୁ ମାରଧର କରି କିଛି ସୁନା ରୂପା ଅଳଙ୍କାର ମଧ୍ୟ ନେଇଯାଇଥିବା ପ୍ରଶାନ୍ତ କହିଛନ୍ତି।  ଦୃର୍ବୃତ୍ତମାନେ ପଳାଇବା ପରେ ବାହାରକୁ ଆସି ଜଣଙ୍କ ଫୋନ୍‌ରୁ ପୋଲିସକୁ ଜଣାଇଥିଲେ ପ୍ରଶାନ୍ତ। ପୋଲିସ ଘଟଣାର ତଦନ୍ତ କରୁଛି। 

ଚିକିତ୍ସା ବଦଳରେ ଝଡ଼ାଫୁଙ୍ଖା

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ଜୀବନକୁ ବାଜି ଲଗାଇ ଦେଉଛନ୍ତି ଲୋକେ। ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୧୨ ନମ୍ବର ଓ୍ୱାର୍ଡ ଜାବଦାରେ ଦେଖିବାକୁ ମିଳିଛି। ଚା’ ତିଆରି କରିବାବେଳେ ଜାବଦାର ଜଣେ ନାବାଳିକାର ଗୋଡ଼ରେ ଗରମ ଚା ପଡ଼ି ଯାଇଥିଲା। ଫଳରେ ଫୋଟକା ହେବା ସହ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ନାବାଳିକାକୁ ଡାକ୍ତରଖାନା ନେବା ବଦଳରେ ଜଣେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥିଲେ। ଝଡ଼ାଫୁଙ୍କା କଲେ, ନାବାଳିକାର ଯନ୍ତ୍ରଣା କମିଯିବ ବୋଲି ଗୁଣିଆ କହିଥିଲେ। 

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ବକେୟା ପ୍ରାପ୍ୟ ସମେତ ୭ ଦଫା ଦାବିରେ ମ୍ୟୁନିସିପାଲଟି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ।  ଆନ୍ଦୋଳନ ଯୋଗୁ ସମ୍ପୂର୍ଣ୍ଣ ୨୩ଟି ଓ୍ୱାର୍ଡରେ ସଫେଇ କାମ ଠପ୍ ହୋଇଯାଇଛି। ଦୀର୍ଘ ୧୦ ବର୍ଷ ହେଲାଣି ଦାବି ପୂରଣ ହେଉନଥିବାରୁ ଆନ୍ଦୋଳନ କରୁଥିବା କହିଛନ୍ତି ସଫେଇ କର୍ମଚାରୀ। ଲିଖିତ ଭାବେ ର୍ନିବାହୀ ଅଧିକାରୀଙ୍କୁ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଆନ୍ଦୋଳନକାରୀ କହିଛନ୍ତି।  

ହାତୀ ଆକ୍ରମଣ ବୃଦ୍ଧା ମୃତ

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଞ୍ଜ ଟିଆକାଟି ଗାଁରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ଟିଆକାଟି ଗାଁର ସୁଖୀ ବାସ୍କେ। ସକାଳେ ସୁଖୀ ଶୌଚ ପାଇଁ ଯାଇଥିବାବେଳେ ମାଈ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ସେହିପରି ରାଇରଙ୍ଗପୁର ରେଞ୍ଜର ଖଣ୍ଡାଡେରା ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସାଓନା ମାରାଣ୍ଡିଙ୍କୁ ହାତୀ ଆକ୍ରମଣ କରିଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ରାଇରଙ୍ଗପୁର ଡିଏଫ୍ଓ ନଳିନୀକାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। 

ରାଜ୍ୟ ରାଜପଥ କଡ଼ରେ ମାଓ ପୋଷ୍ଟର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଜୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପାଖରେ ୪୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ବହୁ ସଂଖ୍ୟାର ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସହିଦ ସପ୍ତାହ ପାଳନ, ସହିଦ ମାଓବାଦୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା, ସବୁଜ ଜଙ୍ଗଲ ନ କାଟିବା ଏବଂ ସହିଦଙ୍କ ସ୍ମୃତିରେ ସଭା କରିବାକୁ ପୋଷ୍ଟରରେ ଆହ୍ୱାନ ଦେଇଛି ମାଓ ସଂଗଠନ। ମେନପୁର ନୂଆପଡା ଡିଭିଜନ କମିଟି ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ରାଇଘର ପୋଲିସ ବିଏସଏଫ୍ ଯବାନଙ୍କ ସହଯୋଗରେ ପୋଷ୍ଟର ଗୁଡ଼ିକୁ କାଢ଼ିବାକୁ ଯୋଜନା କରୁଛି। ପୂର୍ବରୁ ମଧ୍ୟ ମାଓବାଦୀମାନେ ଏଭଳି ପୋଷ୍ଟର, ବ୍ୟାନର ଲଗାଇବା ସହ ଟିଫିନ ବୋମା ଖଞ୍ଜି ନିଜ ସ୍ଥିତି ଜାହିର କରି ସାରିଛନ୍ତି।     

ଡେଙ୍ଗୁ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଲା କଂଗ୍ରେସ

ଡେଙ୍ଗୁ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଲା କଂଗ୍ରେସ। ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଡେଙ୍ଗୁ ମୁକାବିଲା ଅଭିଯାନ। ବସ୍ତି ବସ୍ତି ବୁଲି ମଶା ତେଲ ପକାଇବା ସହ ନାଳ ନର୍ଦ୍ଦମା ସଫା କରୁଛନ୍ତି କଂଗ୍ରେସ କର୍ମୀ। ପୁରୁଣା ବିଧାନସଭା ନିକଟ ବସ୍ତିରୁ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ବସ୍ତିରେ ମଶାମରା ତେଲ ଏବଂ ବ୍ଲିଚିଂ ପାଉଡର ପକାଇବା ସହ ବସ୍ତି ବାସିନ୍ଦାଙ୍କୁ ସଚେତନ କରାଯାଉଛି। ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। 

ହତ୍ୟାକାଣ୍ଡ ପଛରେ ଗୁଣି ଗାରେଡ଼ି ସନ୍ଦେହ

ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁରେ ହୋଇଥିବା ହତ୍ୟାକାଣ୍ଡ ପଛରେ ଗୁଣି ଗାରେଡ଼ି ସନ୍ଦେହ ରହିଛି। ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ଥାନାରେ ଏହା ସ୍ୱୀକାର କରିଛନ୍ତି। ଗୁଣି ଗାରେଡ଼ି ସନ୍ଦେହରୁ ଜତିମୁଣ୍ଡା ସାହିର ବୁଧୁ ଚାତର, ସ୍ତ୍ରୀ ମୁନି ଚାତର ଓ ପୁତୁରା ବୁଦ୍ଧିଆ ଚାତରକୁ ପିଟିପିଟି ହତ୍ୟା କରିବା ପରେ ସମାକୋଇ ନଦୀରେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନେ ୩ ଜଣଙ୍କୁ ମାରି ଫିଙ୍ଗି ଦେଇଥିଲେ। ବୁଧୁର ମୃତଦେହ କାଲି ମିଳିଥିବାବେଳେ ଆଜି ପୁତୁରା ବୁଦ୍ଧିଆର ମୃତଦେହ ମିଳିଛି। ଏବେବି ବୁଧୁ ସ୍ତ୍ରୀଙ୍କ ପତ୍ତା ମିଳିନାହିଁ। ଜୁଲାଇ ୩୦ ତାରିଖରୁ ବୁଧୁ, ମୁନି ଓ ବୁଦ୍ଧିଆ ଗାଁରୁ ନିଖୋଜ ଥିଲେ। 

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି।  More

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ପାଣି

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। More

ପେଟ୍ରୋଲର ଆକାଶଛୁଆଁ ଦର ଚିନ୍ତାରେ ଇ-ବାଇକ ନିର୍ମାଣ କଲେ ବ୍ରହ୍ମପୁରର ଜଣେ ପିଜି ଛାତ୍ର

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ । More

ବାଇକ୍‌ରେ ଯାଉଥିବାବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। More

୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ, ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । More

ଆଜିଠୁ ଖୋଲିଲା କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର : ସ୍ୱତନ୍ତ୍ର SOPରେ ପର୍ଯ୍ୟଟକଙ୍କୁ ମନ୍ଦିର ପ୍ରବେଶ ଅନୁମତି

କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା । More

ଟୋକିଓ ଅଲିମ୍ପିକ୍ସରେ ଆଜି ଟ୍ରାକକୁ ଓହ୍ଲାଇବେ ଦୂତି ଚାନ୍ଦ : ୨୦୦ ମିଟର ଦୌଡରେ ଓଡ଼ିଆ ଆଥଲେଟଙ୍କ ଭାଗ୍ୟ ପରୀକ୍ଷା

ଟୋକିଓରୁ ଏକ ଭିଡିଓ ମେସେଜ୍ ଜରିଆରେ ଦୂତି କହିଛନ୍ତି, ସେ ୧୦୦ ମିଟର ଦୌଡରେ ଭଲ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିବାରୁ ଦୁଃଖିତ । ଆଜି ସେ ୨ଶହ ମିଟର ଦୌଡରେ ଭଲ କରିବେ ବୋଲି ଆଶା ରଖିଛନ୍ତି । More

ଶିକ୍ଷିତ ବେକାରୀଙ୍କ ଆଗରେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବିରଞ୍ଚି

ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍‌ମିଟ୍ କାର୍ଡ ପାଇଛି ଭିଜିଲାନ୍ସ। ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ? More

କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ। More

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।  More

ଅନଲକ୍‌ ହେଲା ଓଡ଼ିଶା: କିନ୍ତୁ ପୁଣି ଥରେ ନିରାଶ ହେଲେ ଯାତ୍ରା ପାର୍ଟି ମାଲିକ ଓ କଳାକାର

ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪, ୫୫୬, କଟକ ଜିଲ୍ଲାରେ ୨, ୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। More

“ଢିଲା କରନି, କଣ୍ଟେନମେଣ୍ଟ ନିୟମକୁ କଠୋର କର”

ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା More