ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 July 2021

ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା More

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । More

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ । More

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଖୋଲିବ ସମସ୍ତ କଲେଜ । DMETଙ୍କୁ ଗାଇଡ୍ ଲାଇନ୍ ଜଣାଇଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ACS । ପୂର୍ବ ପରି ଏହି ସମସ୍ତ କଲେଜର ଥିଓରୀ କ୍ଲାସ୍ ଅନ୍‌ଲାଇନ୍ ହେବ । ୫୦ ପ୍ରତିଶତ ପିଲାଙ୍କୁ ନେଇ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ୍ ହେବ । କଲେଜକୁ ଆସିବା ଲାଗି ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ । ଟିକା ନେଇଥିବା ଓ ନନେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଗ୍ରୁପ କରାଯିବ । ହଷ୍ଟେଲ ଓ ଲାଇବ୍ରେରୀ ପାଇଁ ସମାନ ନିୟମ ଲାଗୁ ହେବ । କ୍ୟାମ୍ପସରେ ସାମାଜିକ, ଧାର୍ମିକ ବା କ୍ରୀଡା କାର୍ଯ୍ୟକ୍ରମକୁ ବାରଣ । କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲ୍ ମନା ।

ପୋଲିସ ଡିଜି ଅଭୟଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ପୋଲିସ ଡିଜି ଅଭୟଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ଏସପି, ରେଞ୍ଜ୍ ଡିଆଇଜି ଓ ଆଇଜିଙ୍କ ସହ ଭିସିରେ ସମୀକ୍ଷା । ରାଜ୍ୟରେ ଅପରାଧ ନିୟନ୍ତ୍ରଣ, କୋଭିଡ୍ ଏନ୍‌ଫୋର୍ସମେଣ୍ଟ ନେଇ ସମୀକ୍ଷା । ନିଶା କାରବାର, ପାସ୍‌ପୋର୍ଟ ଯାଞ୍ଚ ଓ କର୍ମଚାରୀଙ୍କ ସମସ୍ୟା ନେଇ ଆଲୋଚନା ।

କୋଇଲା ଦୁର୍ନୀତି ନେଇ ୩ ରାଜ୍ୟରେ ସିବିଆଇ ପକ୍ଷରୁ ରେଡ୍

କୋଇଲା ଦୁର୍ନୀତି ନେଇ ୩ ରାଜ୍ୟରେ ସିବିଆଇ ପକ୍ଷରୁ ରେଡ୍ । ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ରେଡ୍ । ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ବିଭିନ୍ନ ଅଧିକାରୀଙ୍କ ଘରେ ରେଡ୍ । ତତ୍କାଳୀନ ଜିଏମ୍, ବର୍ତ୍ତମାନର ଜିଏମ୍, ସିକ୍ୟୁରିଟି ମ୍ୟାନେଜରଙ୍କ ଘରେ ରେଡ୍ । ବର୍ତ୍ତମାନର ମ୍ୟାନେଜରଙ୍କ ଘରୁ ୨୦ ଲକ୍ଷ ଟଙ୍କା, ସୁନାଗହଣା ଜବତ ସୂଚନା ।

୩ ଦିନ ପରେ ଆସିବ ନୂଆ ଗାଇଡ୍‌ଲାଇନ୍‌, ଲୋକଙ୍କ ପାଇଁ କେତେ କୋହଳ ହେବ କଟକଣା ?

ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍‌ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି । More

ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମଲା ପରେ ମିଳିଲା ନ୍ୟାୟ

ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ। More

ସୀମା ଟପିଲା ନୃଶଂସତା: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

ପ୍ରେମ ଓ ପ୍ରତାରଣାରୁ ଜଘନ୍ୟ ହତ୍ୟାକାଣ୍ଡ। ନା ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଗତକାଲି ସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରର ଏହି ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ । ମୃତ୍ୟୁ ସହ ପ୍ରାୟ ୨ ଘଣ୍ଟା ଯୁଝିବା ପରେ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଖି ବୁଜିଦେଇଥିଲେ ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ହେଲେ ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଯାଇଥିଲେ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ। More

ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା, ଲକ୍‌ଡାଉନ୍‌-ସଟ୍‌ଡାଉନ୍‌ ନେଉଛି ଜୀବନ ! ଜାଣନ୍ତୁ ପୁରା ରିପୋର୍ଟ..

ପାରିବାରିକ ହେଉକି ବ୍ୟକ୍ତିଗତ, ବିଭିନ୍ନ କାରଣକୁ ନେଇ ବଢୁଛି ଆତ୍ମହତ୍ୟା ପ୍ରବଣତା । ତେବେ କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣ ଭୟ ଏହି ସଂଖ୍ୟାକୁ ଆହୁରି ବଢ଼ାଇ ଦେଇଛି । More

ଏବେ ଭୁବନେଶ୍ୱରରେ ଯେଉଁଠି ଦେଖିବେ ସେଇଠି ଦେଖିବେ TO-LET

ରାଜଧାନୀର ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ ଯେଉଁ ଭାଗରେ ନଜର ପକାଇବେ ସବୁ ଆଡେ ଖାଲି ଟୁ ଲେଟ୍ ଆଉ ଟୁଲେଟ୍। କରୋନାର ଲମ୍ବା କହର ପରେ ଗଲା ଦେଢ଼ବର୍ଷ ଭିତରେ ବଦଳିଯାଇଛି ସ୍ମାର୍ଟ ସିଟି। ଆଗରୁ ଦୋକାନ ପାଇଁ ଘର ଖଣ୍ଡିଏ ଖୋଜି ପାଇବାକୁ ହେଲେ ନାକେଦମ୍ ହେଉଥିଲେ ବ୍ୟବସାୟୀ। ହେଲେ କରୋନା ମାଡ଼ରେ ସେ ସ୍ଥିତି ଆଉ ନାହିଁ More

ନୂଆ ମୁଖ୍ୟମନ୍ତ୍ରୀ ବାସବରାଜଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । More

ନକ୍ସଲଙ୍କ ସହିଦ ସପ୍ତାହ ବେଳେ ପୋଲିସର ‘ଅପରେସନ୍‌ ମନସୁନ୍‌’, ମହିଳା କମାଣ୍ଡୋ ବି ସାମିଲ..

ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ । More

୩୧ ତାରିଖ ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ, ଜୁଲାଇ ୩୧ ପରେ ପ୍ରକାଶ

ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ ।ପାଇବ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ୩୧ ପରେ କଳା ରେଜଲ୍ଟ ପ୍ରକାଶ ପାଇଁ ଅନୁମତି ଲୋଡ଼ିବ ରାଜ୍ୟ । ଏନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯିବ

ସୁନା ଦୋକାନୀଙ୍କ ବଡ଼ ଅଫର ! ଟିକା ନେଇଥିଲେ ୫% ଓ କରୋନା ଯୋଦ୍ଧାଙ୍କୁ ୪୦% ରିହାତି

କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି । More

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। More

ସାବଧାନ ! ପୁଣି ଧରା ପଡ଼ିଲା ନକଲି ମଦ, ଦେଖିବାକୁ ଅବିକଳ ବିଦେଶୀ ବ୍ରାଣ୍ଡ

ବ୍ରହ୍ମପୁର: ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ । ଗଞ୍ଜାମ ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍‌ର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । More

୪ ହଜାର ପଡ଼ା ହେବ ଗାଁ : ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର More

ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ଗାଁର ମାନ୍ୟତା

ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ଗାଁର ମାନ୍ୟତା । ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ପଦକ୍ଷେପ ନିର୍ଦ୍ଦେଶ । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ । ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କଲେ ରାଜ୍ୟ ସରକାର ।  ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡ଼ା ହେବ ଗାଁ । ଅଧ କିମି ଦୂରରେ ଥିବ ଓ ଅତିକମରେ ୨୫୦ ଲୋକ ବାସ କରୁଥିବେ । ଯଦି ବି ଅଧ କିମି ଦୂର ନଥିବ, କିନ୍ତୁ ୩ଶହ ଲୋକ ଥିବେ, ଗାଁ ହେବ । ୨୫୦ରୁ କମ୍ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିବ ତେବେ ଗାଁର ମାନ୍ୟତା ଦିଆଯିବ ।

କୁନି କଣ୍ଠଶିଳ୍ପୀ : ଶୁଭଶ୍ରୀ ମେହେରଙ୍କ ସଚେତନତା ଗୀତ ସୋସିଆଲ ମିଡିଆରେ ଭାଇରାଲ

ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର ଓ ତାଙ୍କ ବାପା ଗୁଲେଖ ମେହେର । ବାପା ଗୀତ ରଚନା କରନ୍ତି ଏବଂ ଝିଅ ତାଙ୍କୁ ସୁମଧୁର ସ୍ୱରରେ ଗାଇଥାନ୍ତି । More

ଆଦିବାସୀଙ୍କ ଆଦିମ ପରମ୍ପରା : ବର୍ଷା ପାଇଁ ଡଙ୍ଗର ବୁଢାକୁ ପୂଜା

ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ । More

ଗଞ୍ଜାମରେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସାର କଳାବଜାରୀ ନେଇ ଶତାଧିକ ଚାଷୀ ପ୍ରତିବାଦ କରିବା ସହ ସୋସାଇଟି ସେକ୍ରେଟାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଏନେଇ ସୋସାଇଟି ସେକ୍ରେଟାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି। More

ଗଣ ଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ମା’-ପୁଅ

ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ।  More

ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ

ସେପଟେ, ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା। More

ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଟ୍ୱିଷ୍ଟ୍‌: ପ୍ରେମିକ ମାନିଲା ପ୍ରେମ ସମ୍ପର୍କ, ହେଲେ...

ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।  More

କରୋନା ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ୧୫ ଦିନ ଭିତରେ ଶେଷ ହେବ

ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । More

’ମୋତେ ଛାଡ଼ ମୁଁ ଡେଇବି’ : କୁଆଖାଇ ନଦୀ ପୋଲ ଉପରେ ଘଣ୍ଟାଏ ନାକେଦମ କଲେ ଯୁବତୀ

ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ । More

ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ

ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ। ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି ଓ  ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସାମିଲ କରିଥାନ୍ତି। ଲାଲବାହିନୀ ହିଂସାକାଣ୍ଡ କରିବାର ଆଶଙ୍କ ମଧ୍ୟ ବଢି ଯାଏ।  ଏହି ସହିଦ ସପ୍ତାହର ପ୍ରଭାବ ମାଲକାନଗିରିରେ ଦେଖିବାକୁ ମିଳିଛି। ସରକାରୀ ବସ୍ ଚଳାଚଳ ପୁରା ବନ୍ଦ ଥିବା ବେଳେ ଜିଲ୍ଲାର ୮ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ ଅଛି। ସ୍ୱାଭିମାନ  ଅଞ୍ଚଳ ଓ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ମାଓ ସଂଗଠନ ଓ ଛତିଶଗଡ଼ ସୀମାନ୍ତରେ ଥିବା ତୁଳସୀ ପାହାଡ଼ ଅଞ୍ଚଳରେ ବସ୍ତର ଡିଭିଜନ ମାଓବାଦୀ ସକ୍ରିୟ ଅଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ଅପରେସନ ଜୋରଦାର ଚାଲିଛି।  ବିଭିନ୍ନ ସ୍ଥାନରେ ପୋଲିସ ନାକାବନ୍ଦୀ କରି ଯାଞ୍ଚ କରୁଛି। 

ଖଟିଲେ ଖାଉଛନ୍ତି, କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ପୂର୍ବତନ ନାଏବ ସରପଞ୍ଚ

୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ । More

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଅକାଳେ ଝଡି ଯାଉଛି ବହୁ ଜୀବନ

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍‌ ବେଡ୍‌ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। More

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗୁଦାରୀ ରାଜସ୍ୱ ନିରୀକ୍ଷକ। ଜମିଜମା ଭାଗବଣ୍ଟା ସମାଧାନ ପାଇଁ ରାଜସ୍ୱ ନିରୀକ୍ଷକ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବୁଡ଼ାଦାନୀ ଗ୍ରାମର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ ଠାରୁ ସେ ଏକ ଜମି ପଟ୍ଟା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଚାରି ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ରାଜସ୍ୱ  ନିରୀକ୍ଷକ ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। 

ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ

ସୀମା ବିବାଦକୁ ନେଇ ଆସାମ-ମିଜୋରାମ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆଜି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲା। ଏହି ସମୟରେ ଦୁଇ ରାଜ୍ୟର ବହୁ ବରିଷ୍ଠ ଅଫିସର ମଧ୍ୟ ଉପସ୍ଥିତ ରହିବେ। ସଂଘର୍ଷ ପରର ସ୍ଥିତି ଓ ଏହାର ସ୍ଥାୟୀ ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ। ସେପଟେ ସୋମବାର ଦୁଇ ରାଜ୍ୟର ସୀମାରେ ହୋଇଥିବା ସଂଘର୍ଷ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ସଂଘର୍ଷ ସ୍ଥଳରେ ସାଧାରଣ ନାଗରିକ କିଭଳି ଅସ୍ତ୍ରଶସ୍ତ୍ର ପାଇଲେ ତାହାର ତଦନ୍ତ କରିବ ଆସାମ ପୋଲିସ। ସେହିପରି ଯେଉଁ ଅଞ୍ଚଳରେ ସଂଘର୍ଷ ଘଟିଛି ତାହା ଆସାମର ବୋଲି ବି ଦାବି କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରେ ୬ଜଣ ଆସାମ ପୋଲିସ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଭୁବନେଶ୍ୱରରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।

ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି ସଂଖ୍ୟା ଏବେ  ୪ ଶହ ପାର୍ କରିଛି। ଗତକାଲି ସୁଦ୍ଧା ୩୯୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩୦ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୨୧ରେ ପହଞ୍ଚିଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । 

ଖୋର୍ଦ୍ଧା, କଟକରେ କରୋନା ସଂକ୍ରମଣ ହାର ଚିନ୍ତାଜନକ

ଦେଶର ୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ ରହିଛି। କେରଳ ଏବଂ ମଣିପୁରରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ। ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି ଘଟିଥିବା ସେ ସୂଚନା ଦେଇଛନ୍ତି। ସେପଟେ ଓଡ଼ିଶାର ଖୋର୍ଦ୍ଧା ଏବଂ କଟକରେ କରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି।  

କେମିତି ଥିଲା ସୌମ୍ୟ-ବିଦ୍ୟାଭାରତୀଙ୍କ ସମ୍ପର୍କ ? ମୁହଁ ‌ଖୋଲିଲେ ଡ୍ରାଇଭର

ଦିନକୁ ଦିନ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। More

ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ

ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି।  More

ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ  ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। More

କାହିଁକି ନିର୍ବାଚନକୁ ଡରୁଛନ୍ତି ରାଜ୍ୟ ସରକାର ? ଗାଁରେ ସରକାର ବିରୋଧୀ ହାଓ୍ୱା ଆଉ ସହରରେ ବିଜେପି ମୁହାଁ ଭୋଟର !

ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ । More

କରୋନା ସମୟରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ

ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି। More

କେବେ ପଦୋନ୍ନତି ପାଇବେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ?

ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ More

ପିଲା ଚୋରିର ହବ୍‌ ପାଲଟିଛି ରାଉରକେଲା

ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି। More

ହାଇଦର ନାଁରେ ଚାଲିଥିବା ମାମଲା ଚାଲିବ ନା ସରିଯିବ?

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା More