ସଂକ୍ଷେପରେ ଆଜିର ତାଜା ଖବର - Friday, 23 July 2021

ରାଜଧାନୀରେ କେବେ ହେବ ରସଗୋଲା ହବ୍ ?

ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍ ମହାନ୍ତି ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। More

କରୋନା କଟକଣାରେ ଶେଷ ହେଲା ଚଳିତ ବର୍ଷର ଘୋଷଯାତ୍ରା

ଅନ୍ତିମ ପର୍ବ ନିଳାଦ୍ରୀ ବିଜେ ସହ କରୋନା କଟକଣାରେ ଶେଷ ହେଲା ଚଳିତ ବର୍ଷର ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ଶ୍ରୀଜିଉ। ଏହି ଅନ୍ତିମ ପର୍ବ ସହ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂରତି। ଆଜି ସଂଧ୍ୟାରେ ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ଦେବୀ ସୁଭଦ୍ରା ଓ ପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବାହୁଡ଼ିଥିଲେ। ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ରତ୍ନବେଦୀକୁ ବିରାଜମାନ କରିଥିଲେ।

ଅଗଷ୍ଟ ୨୩ରୁ ହେବ କମନ୍ ପିଜି ଏଣ୍ଟ୍ରାନ୍ସ

ଅଗଷ୍ଟ ୨୩ରୁ ହେବ କମନ୍ ପିଜି ଏଣ୍ଟ୍ରାନ୍ସ। ବିଭିନ୍ନ ପରୀକ୍ଷା ଏବଂ ରେଜଲ୍ଟ ତାରିଖ ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ। ନିଷ୍ପତ୍ତି ଅନୁସାରେ, ସମସ୍ତ ୟୁଜି ଫାଇନାଲ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୧୯ ସୁଦ୍ଧା ଶେଷ ହେବ। ସେମ୍ବେର ୨୭ ସୁଦ୍ଧା ପ୍ରକାଶ ପାଇବ ସମସ୍ତ ୟୁଜି ପରୀକ୍ଷା ରେଜଲ୍ଟ।  ଅଗଷ୍ଟ ୨୩ରୁ ସେମ୍ବେର ୧ ମଧ୍ୟରେ ହେବ କମନ ପିଜି ଏଣ୍ଟ୍ରାନ୍ସ। ଅକ୍ଟୋବର ୧୫ରୁ ପିଜି କମନ ଆଡମିଶନ ହେବ ଏବଂ ଅଗଷ୍ଟ ୩୧ ସୁଦ୍ଧା ସରିବ ପିଜି ପରୀକ୍ଷା। ସେପ୍ଟେମ୍ବର ୨୦ ସୁଦ୍ଧା ପିଜି ଫାଇନାଲ ସେମିଷ୍ଟର ରେଜଲ୍ଟ ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ହୋଇଛି। କୁଳପତି ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି।  More

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କ କୌଣସି ସମ୍ପୃକ୍ତି ନାହିଁ

ପ୍ରକାଶଥାଉକି- ସାହେବ-ବିବି ଓ ସାଜିସ୍ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରା ଉଚରା କରିଥିଲା। More

ସରକାରୀ ଯୋଜନା କାହା ପାଇଁ?

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି More

ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ?

ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ସଂପୃକ୍ତ ଡିଏଫ୍ଓଙ୍କୁ ପାଇଁ ବଢ଼ାଇ ଦିଆଯାଇଥିଲା ଅସମ୍ଭବ ସୁରକ୍ଷା। ତେବେ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ କାହିଁକି ଏତେ ସୁରକ୍ଷା, କିଛି ବୁଝିହେଉନଥିଲା।  More

ଫଶୁଙ୍କ ପାଇଁ ଫାଶ ବସିଥିଲା, ମଣିଷ ଫସିଗଲା

ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ। More

ଅଫିସରଙ୍କ ଉପରେ ଦାୟିତ୍ୱ ଛାଡିଲେ, ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ। More

ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିପର୍ଯ୍ୟୟ ପରିଚାଳନାକୁ କୋର୍ସରେ ସାମିଲ ନେଇ ନିଷ୍ପତ୍ତି;+୩ ପ୍ରଥମ ବର୍ଷରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା କୋର୍ସ, ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଛାତ୍ରଛାତ୍ରୀ ବାଧ୍ୟତାମୂଳକ ପଢ଼ିବେ; କୋର୍ସ ମାର୍କ ରହିବ ୧୦୦, +୩ ପ୍ରଥମ ବର୍ଷ ପିଲା ପଢ଼ିବେ।

ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ ତାଗିଦ କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ ତାଗିଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; କୋଭିଡ଼ ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ ସ୍ୱାସ୍ଥ୍ୟ ସେବା, ଜିଲ୍ଲା ହସ୍ପିଟାଲ ଠାରୁ ସିଏଚ୍‌ସି ପର୍ଯ୍ୟନ୍ତ ସବୁଠି ନଜର ରଖିବା ମୂଳ ଦାୟିତ୍ୱ।

ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର କଲେ DFO

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟାର ମାରାଥନ ଜେରା ଶେଷ,ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା ସୂଚନା; ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା କହିଲେ ତଦନ୍ତକାରୀ ଅଧିକାରୀ

DFOଙ୍କୁ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଜେରାର ସମ୍ମୁଖୀନ ହେଉଛନ୍ତି DFO ସଂଗ୍ରାମ କେଶରୀ ବେହେରା।  ଜେରା ପାଇଁ ନିଜ କାର୍ଯ୍ୟାଳୟକୁ ଯିବା ବେଳେ ତାଙ୍କୁ ସୁରକ୍ଷା ଦେଇ ଆଣିଥିଲା ଗଜପତି ପୋଲିସ। ପ୍ରଥମେ ଡିଏଫଓ ସଂଗ୍ରାମ କେଶରୀ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କଡ଼ା ସୁରକ୍ଷାରେ DFOଙ୍କୁ କାର୍ଯ୍ୟାଳୟକୁ ଆଣି ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ମିଳିଥିବା ଖବର ଅନୁସାରେ, ବର୍ତ୍ତମାନ ଯାଏ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା ଜାରି ରହିଛି। ଜେରା ପାଇଁ DFOଙ୍କ କାର୍ଯ୍ୟାଳୟରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି। ସୂଚନାଥାଉ କି, ACF ସୌମ୍ୟ ମୃତ୍ୟୁ ମାମଲାରେ DFOଙ୍କ ନାଁ ଏତଲାରେ ରହିଛି।  DFOଙ୍କ ନାଁରେ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଅଲିମ୍ପିକ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଚିୟର୍ସ ଫର୍ ଇଣ୍ଡିଆ

ଅଲିମ୍ପିକ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଚିୟର୍ସ ଫର୍ ଇଣ୍ଡିଆ। କ୍ୟାମ୍ପେନ୍ ଚିୟର୍ସ ଫର୍ ଇଣ୍ଡିଆ ଡଟ୍ ORG ନାମରେ ଏକ ୱେବ୍‌ସାଇଟ୍‌ ଲଞ୍ଚ କରାଯାଇଛି। ଏହି ଲିଙ୍କ୍‌କୁ ସାରା ଓଡ଼ିଶାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଚାର ପ୍ରସାର କରାଯିବ। ଏହି ଲିଙ୍କ୍‌କୁ ଯାଇ ରେଜିଷ୍ଟର କରିବା ସହ ଅଲିମ୍ପିକ ଯାଇଥିବା ଭାରତର ସମସ୍ତ ଖେଳାଳି ଏବଂ ଓଡ଼ିଶାର ୪ ଖେଳାଳିଙ୍କୁ ସପୋର୍ଟ କରିବା ପାଇଁ ଯୁବବର୍ଗଙ୍କୁ ନିବେଦନ କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଚିୟର୍ସ ଫର୍ ଇଣ୍ଡିଆ, ବି ଲାଇକ୍ ଏ ଅଲିମ୍ପିଆନ୍‌ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ଓଡ଼ିଶାରୁ ଲକ୍ଷେ ଯୁବକ ଯୁବତୀମାନଙ୍କୁ ଏହି କ୍ୟାମ୍ପେନରେ ଯୋଡିବାକୁ ଲକ୍ଷ୍ୟ ରଖିଛି ବିଜେପି ଯୁବମୋର୍ଚ୍ଚା।

ସୁପ୍ରିମକୋର୍ଟରେ ନୟାଗଡ଼ ପରୀ ହତ୍ୟା ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ନୟାଗଡ଼ ପରୀ ହତ୍ୟା ମାମଲାର ଶୁଣାଣି ହୋଇଛି। ସ୍ପେଶାଲ ଲିଭ୍ ପିଟିସନ ଦାୟର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ରିଟ୍ ପିଟିସନ ଖାରଜ କରିଥିବାରୁ ସ୍ପେଶାଲ ଲିଭ୍ ପିଟିସନ ଦାୟର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ରାୟକୁ ଚାଲେଞ୍ଜ କରିବାକୁ SLP ଦାୟର ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅଗଷ୍ଟ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। More

ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। More

ଆଜି ରସଗୋଲା ଦିବସ

ଆଜି ରସଗୋଲା ଦିବସ। ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ଆଜିର ଏହି ସ୍ୱତନ୍ତ୍ର ଦିନ ପାଳନ ହେଉଛି। ଶ୍ରୀମନ୍ଦିର ପରଂପରା ସହ ଜଡ଼ିତ ରହିଛି ରସଗୋଲା। ନୀଳାଦ୍ରି ବିଜେ ଅବସରରେ ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ। ଏହି ପରମ୍ପରା ଅନୁଯାୟୀ, ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଶ୍ରୀଜିଉଙ୍କ ମୂର୍ତ୍ତି କରିବା ସହ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କର ମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି ସୁଦର୍ଶନ। ପୁରୀ ବେଳାଭୂମିରେ ଅତି ନିଖୁଣ ଭାବେ ସୁଦର୍ଶନଙ୍କ ଏହି କାରୁକାର୍ଯ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି। ବାଲିରେ ରସଗୋଲା ଦିବସ ଲେଖିବା ସହ ନୀଳାଦ୍ରି ବିଜେ ଲେଖି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତଲେଖା ଡାଏରୀ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ସୌମ୍ୟଙ୍କ ଏକ ହାତଲେଖା ଡାଏରୀ ସାମ୍ନାକୁ ଆସିଛି। More

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟନା ଖୋଲିଲା ଗୁମର

ସୌମ୍ୟରଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନଉଛି। ଏହା ଭିତରେ ଆମ୍ବୁଲାନ୍ସ ଡ୍ରାଇଭର ଅନେକ ରହସ୍ୟର ଉନ୍ମୋଚନ କରିଛନ୍ତି। କ’ଣ କହିଛନ୍ତି ଡ୍ରାଇଭର, ଜାଣନ୍ତୁ। More

ରାଜ୍ୟରେ ୧,୯୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୯୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୮୦୮ ରହିଛି। More

ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। More

ନିଆଁ ଲାଗିବା ପୂର୍ବରୁ ସେ ଚେତାଶୂନ୍ୟ ନଥିଲେ ତ ସୌମ୍ୟରଞ୍ଜନ?

ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍‌ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି। More

ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା। More

ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ । More

୨୩ ଜିଲ୍ଲାରେ ପ୍ରବଳ ବର୍ଷିବ

୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । More

କଟକ BSNL ଅଫିସ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ  ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। More